Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଲୋକସଭାକୁ ରାହୁଲ ଗାନ୍ଧିଙ୍କ ପ୍ରତ୍ୟାବର୍ତ୍ତନ: ଏବେ ବିଜେପି ସାଂସଦ କାଥେରିଆଙ୍କ ବିଦାୟକୁ ନେଇ ଉଠିଛି ପ୍ରଶ୍ନ
ବିଶେଷ ଖବର

ଲୋକସଭାକୁ ରାହୁଲ ଗାନ୍ଧିଙ୍କ ପ୍ରତ୍ୟାବର୍ତ୍ତନ: ଏବେ ବିଜେପି ସାଂସଦ କାଥେରିଆଙ୍କ ବିଦାୟକୁ ନେଇ ଉଠିଛି ପ୍ରଶ୍ନ

August 7, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଲୋକସଭା ତାରିଖରେ ଆଜି ଏକ ରୋଚକ ଦିନ। ଅନାସ୍ଥା ପ୍ରସ୍ତାବ ଉପରେ ବିତର୍କ ପୂର୍ବରୁ ରାହୁଲ ଗାନ୍ଧି ଲୋକସଭାକୁ ଫେରିଛନ୍ତି। ଏ ନେଇ ଲୋକସଭା ସଚିବାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏବେ ବିଜେପି ସାଂସଦ କାଥେରିଆଙ୍କ ବିଦାୟକୁ ନେଇ ପ୍ରଶ୍ନ ଉଠିଛି। କେବେ ଶେଷ ହେବ କାଥେରିଆଙ୍କ ସଂସଦ ସଦସ୍ୟତା ?

କେଉଁ ମାମଲାରେ ବିଜେପି ସାଂସଦ ରାମଶଙ୍କର କାଥେରିଆଙ୍କୁ ଦଣ୍ଡାଦେଶ ଦିଆଯାଇଛି

ଅଗଷ୍ଟ ୫ତାରିଖରେ ସାଂସଦ/ବିଧାୟକ ଅଦାଲତ ଇଟାଓ୍ଵାର ବିଜେପି ସାଂସଦ ରାମ ଶଙ୍କର କାଥେରିଆଙ୍କୁ ୨ ବର୍ଷ କାରାଦଣ୍ଡ ଓ ୫୦ ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ଶୁଣାଇଥିଲେ । ଯେଉଁ ମାମଲାରେ କାଥେରିଆଙ୍କୁ ୨୦୧୧ ନଭେମ୍ବର ୧୬ ତାରିଖ ରାତି ପ୍ରାୟ ୧୨ଟା ୧୦ ମିନିଟରେ ଦଣ୍ଡାଦେଶ ଦିଆଯାଇଥିଲା ।

ଆଗ୍ରାସ୍ଥିତ ପାୱାର କମ୍ପାନି ଟରେଣ୍ଟ ପାୱାର ଲିମିଟେଡର ମ୍ୟାନେଜର ଭବେଶ ରସିକ ଲାଲ ଶାହ ବିଦ୍ୟୁତ ଚୋରି ମାମଲାର ଶୁଣାଣି କରୁଥିଲେ । ସହରର ସାକେତ ମଲ୍ କାର୍ଯ୍ୟାଳୟରେ ଏହି ଶୁଣାଣି ଚାଲିଥିଲା । ଏହାପରେ ସ୍ଥାନୀୟ ସାଂସଦ ରାମଶଙ୍କର କଥେରିଆ ୧୦-୧୫ ଜଣ ସମର୍ଥକଙ୍କ ସହ ଆସି ଭବେଶ ରସିକ ଲାଲ ଶାହଙ୍କୁ ଆକ୍ରମଣ କରିବା ଆରମ୍ଭ କରିଥିଲେ ।

ଏହି ଘଟଣାରେ ଶାହା ଗୁରୁତର ଆହତ ହୋଇଛନ୍ତି । ଏହି ଘଟଣା ସମ୍ପର୍କରେ ତୋରେଣ୍ଟ ପାୱାରର ସିକ୍ୟୁରିଟି ଇନ୍ସପେକ୍ଟର ସମେଧି ଲାଲ ହରିପର୍ବତ ଥାନାକୁ ଖବର ଦେଇଥିଲେ । ରାମଶଙ୍କର କାଥେରିଆ ଓ ତାଙ୍କ ସମର୍ଥକଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା । ହରିପର୍ବତ ପୁଲିସ କୋର୍ଟରେ କାଥେରିଆଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଥିଲା । ସେହି ମାମଲାରେ ସାକ୍ଷ୍ୟ ଓ ଯୁକ୍ତି ବିତର୍କ ପ୍ରକ୍ରିୟା ଶେଷ ହେବା ପରେ ରାୟ ପ୍ରକାଶ ପାଇଛି ।

ସଂସଦ ସଦସ୍ୟତା ଶେଷ ହେବ ଦଣ୍ଡାଦେଶ ଆସିବାର କେତେଦିନ ପରେ ?

୧. ଲାଲୁ ଯାଦବ – ଦୋଷୀ ସାବ୍ୟସ୍ତ ହେବାର ୨୨ ଦିନ ପରେ ସଦସ୍ୟତା ହରାଇଥିଲେ । ଗୋଖାଦ୍ୟ ଦୁର୍ନୀତି ମାମଲାରେ ୨୦୧୩ ସେପ୍ଟେମ୍ବର ୩୦ରେ ରାଞ୍ଚିର ସ୍ୱତନ୍ତ୍ର ସିବିଆଇ ଅଦାଲତ ଲାଲୁ ଯାଦବଙ୍କୁ ୪ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଥିଲେ । ୨୦୧୩ ମସିହା ଅକ୍ଟୋବର ୨୧ ତାରିଖରେ ଲୋକସଭା ସଚିବାଳୟ ତାଙ୍କ ସଂସଦ ସଦସ୍ୟତା ରଦ୍ଦ କରିଥିଲା ।

୨. ରସିଦ ମାସୁଦ – ଦଣ୍ଡାଦେଶ ଦେବାର ୨୦ ଦିନ ପରେ ସଦସ୍ୟତା ହରାଇଥିଲେ । ୨୦୧୩ ଅକ୍ଟୋବର ପହିଲାରେ ସ୍ୱତନ୍ତ୍ର ସିବିଆଇ ଅଦାଲତ ଏମ୍ ବିବିଏସ୍ ସିଟ୍ ଦୁର୍ନୀତି ମାମଲାରେ କଂଗ୍ରେସ ସାଂସଦ ରସିଦ ମାସୁଦଙ୍କୁ ୪ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଥିଲେ । ୨୦୧୩ ଅକ୍ଟୋବର ୨୧ତାରିଖରେ ରସିଦ ମାସୁଦଙ୍କ ରାଜ୍ୟସଭା ସଦସ୍ୟତା ରଦ୍ଦ ହୋଇଥିଲା । କଂଗ୍ରେସ ତାଙ୍କୁ ୟୁପିରୁ ରାଜ୍ୟସଭା ସାଂସଦ କରିଥିଲା ।

୩. ରାହୁଲ ଗାନ୍ଧି – ଦଣ୍ଡାଦେଶ ଦେବାର ୨୪ ଘଣ୍ଟା ମଧ୍ୟରେ ସଦସ୍ୟତା ହରାଇଲେ ସଦସ୍ୟତା ହରାଇଥିଲେ । ୨୦୨୩ ମାର୍ଚ୍ଚ ୨୩ରେ ସୁରଟର ଏକ ସେସନ୍ସ କୋର୍ଟ ରାହୁଲ ଗାନ୍ଧିଙ୍କୁ ମୋଦି ଉପନାମ ମାନହାନୀ ମାମଲାରେ ଦୋଷୀ ସାବ୍ୟସ୍ତ କରିଥିଲେ । ତାଙ୍କୁ ୨ ବର୍ଷ ଜେଲ୍ ଦଣ୍ଡାଦେଶ ହୋଇଥିଲା । ମାର୍ଚ୍ଚ ୨୪ତାରିଖରେ ତାଙ୍କୁ ଲୋକସଭା ସଦସ୍ୟ ପଦରୁ ଅଯୋଗ୍ୟ ଘୋଷଣା କରାଯାଇଥିଲା ।

ରସିଦ ମାସୁଦ ଓ ଲାଲୁ ଯାଦବଙ୍କୁ ସଂସଦର ସଦସ୍ୟତା ହରାଇବାକୁ ୩ ସପ୍ତାହ ସମୟ ଲାଗିଥାଇପାରେ, କିନ୍ତୁ ପରଦିନ ଲୋକସଭା ସଚିବାଳୟ ରାହୁଲ ଗାନ୍ଧୀଙ୍କ ସଦସ୍ୟତା ଶେଷ କରିଦେଇଥିଲା । ଏହି କାରଣରୁ ଏବେ କଂଗ୍ରେସ ନେତା ଦିଗବିଜୟ ସିଂହ କହୁଛନ୍ତି- ‘ରାହୁଲ ଗାନ୍ଧୀ ୨୪ ଘଣ୍ଟା ମଧ୍ୟରେ ସଂସଦର ସଦସ୍ୟତା ହରାଇଥିଲେ, ଏବେ କାଥେରିଆ ଉପରେ କେବେ ନିଷ୍ପତ୍ତି ନିଆଯିବ ?

ସଂସଦ ସଦସ୍ୟତା ଶେଷ କରିବା ପାଇଁ କ’ଣ ନିୟମ ରହିଛି ଏବଂ ଏଥିପାଇଁ କେତେ ସମୟ ଲାଗିବ ?

ଲୋକସଭାର ପୂର୍ବତନ ମହାସଚିବ ପିଡିଟି ଆଚାର୍ଯ୍ୟଙ୍କ କହିବାନୁଯାୟୀ, ଜନପ୍ରତିନିଧି ଆଇନ, ୧୯୫୧ର ଧାରା ୮(୩) ଅନୁଯାୟୀ ଜଣେ ସାଂସଦଙ୍କ ସଦସ୍ୟତା ରଦ୍ଦ କରାଯାଇଛି ।

ଏହି ନିୟମ ଅନୁଯାୟୀ, ଯେତେବେଳେ କୌଣସି ସଦସ୍ୟ ଅପରାଧିକ ମାମଲାରେ ଦୋଷୀ ସାବ୍ୟସ୍ତ ହୁଅନ୍ତି ଏବଂ ୨ ବର୍ଷ କିମ୍ବା ତା’ଠାରୁ ଅଧିକ ଦଣ୍ଡ ପାଆନ୍ତି, ତେବେ ତାଙ୍କ ସଦସ୍ୟତା ରଦ୍ଦ ହୋଇଥାଏ । ଏହି ନିୟମ ଅନୁଯାୟୀ, ସଦସ୍ୟଦୋଷୀ ସାବ୍ୟସ୍ତ ହେବା ଦିନଠାରୁ ସଦସ୍ୟତା ରଦ୍ଦ କରାଯାଇପାରିବ ।

ଜନପ୍ରତିନିଧି ଆଇନ, ୧୯୫୧ର ଧାରା ୮(୩)ରେ କୁହାଯାଇଛି ଯେ ‘ସେ ଅଯୋଗ୍ୟ ହେବେ’ ଅର୍ଥାତ୍ କୌଣସି କର୍ତ୍ତୃପକ୍ଷ କୌଣସି ସଦସ୍ୟଙ୍କୁ ଅଯୋଗ୍ୟ ଘୋଷଣା କରିବେ ନାହିଁ । ଏହି କର୍ତ୍ତୃପକ୍ଷ କିଏ ତାହା ବୁଝିବାକୁ ହେଲେ ଆମକୁ ସମ୍ବିଧାନର ଧାରା ୧୦୩ ଉପରେ ନଜର ପକାଇବାକୁ ପଡ଼ିବ । ଧାରା ୧୦୩ ଅନୁଯାୟୀ, ଯେତେବେଳେ ବି କୌଣସି ସାଂସଦଙ୍କ ସଦସ୍ୟତାକୁ ନେଇ ପ୍ରଶ୍ନ ଉଠିବ, ତାହା ରାଷ୍ଟ୍ରପତିଙ୍କ ନିକଟକୁ ପଠାଯିବ ଏବଂ ରାଷ୍ଟ୍ରପତି ଏହା ଉପରେ ନିଷ୍ପତ୍ତି ନେବେ ।

ଦଣ୍ଡାଦେଶ ବିଜେପି ସାଂସଦ ରାହୁଲ ଗାନ୍ଧି ଲୋକସଭା ସଂସଦ ସଦସ୍ୟତା
Share. Facebook Twitter LinkedIn Email WhatsApp Copy Link

Related Posts

ପେଟ୍ରୋଲ ଓ ଡିଜେଲ ପରେ ଏବେ ମୋବାଇଲ ରିଚାର୍ଜ ପାଳି !

May 17, 2026

ଓଡିଶା ଖଣି ନିଗମର ୭୧ତମ ପ୍ରତିଷ୍ଠା ଦିବସ, ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

May 16, 2026

ନେଦରଲ୍ୟାଣ୍ଡରେ ପ୍ରବାସୀ ଭାରତୀୟଙ୍କୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

May 16, 2026

ତୈଳ ସଙ୍କଟ ମଧ୍ୟରେ, ପେଟ୍ରୋଲ ଉପରେ ଲାଗୁ ହେଲା ଟିକସ

May 16, 2026
Latest News

ଖଣିରୁ ଯୁବକଙ୍କ ମୃତଦେହ ଉଦ୍ଧାର: ଦୁଇ ଅଟକ 

May 17, 2026

ଭାରତ ପାଇଁ ଆଶ୍ବସ୍ତିକର ଖବର: ହର୍ମୁଜ୍ ପାର ହୋଇ ଭାରତରେ ପହଞ୍ଚିଲା ଆଉ ଏକ ଏଲପିଜି ଟ୍ୟାଙ୍କର

May 17, 2026

POCSO ମାମଲାରେ କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଗିରଫ

May 17, 2026

ବଢିଲା ସୁପ୍ରିମକୋର୍ଟ ବିଚାରପତିଙ୍କ ସଂଖ୍ୟା

May 17, 2026

ପୁଣି ବଢିଲା ସିଏନଜି ମୂଲ୍ୟ

May 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.