Categories
ବିଶେଷ ଖବର

ଲୋକସଭାକୁ ରାହୁଲ ଗାନ୍ଧିଙ୍କ ପ୍ରତ୍ୟାବର୍ତ୍ତନ: ଏବେ ବିଜେପି ସାଂସଦ କାଥେରିଆଙ୍କ ବିଦାୟକୁ ନେଇ ଉଠିଛି ପ୍ରଶ୍ନ

ନୂଆଦିଲ୍ଲୀ: ଲୋକସଭା ତାରିଖରେ ଆଜି ଏକ ରୋଚକ ଦିନ। ଅନାସ୍ଥା ପ୍ରସ୍ତାବ ଉପରେ ବିତର୍କ ପୂର୍ବରୁ ରାହୁଲ ଗାନ୍ଧି ଲୋକସଭାକୁ ଫେରିଛନ୍ତି। ଏ ନେଇ ଲୋକସଭା ସଚିବାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏବେ ବିଜେପି ସାଂସଦ କାଥେରିଆଙ୍କ ବିଦାୟକୁ ନେଇ ପ୍ରଶ୍ନ ଉଠିଛି। କେବେ ଶେଷ ହେବ କାଥେରିଆଙ୍କ ସଂସଦ ସଦସ୍ୟତା ?

କେଉଁ ମାମଲାରେ ବିଜେପି ସାଂସଦ ରାମଶଙ୍କର କାଥେରିଆଙ୍କୁ ଦଣ୍ଡାଦେଶ ଦିଆଯାଇଛି

ଅଗଷ୍ଟ ୫ତାରିଖରେ ସାଂସଦ/ବିଧାୟକ ଅଦାଲତ ଇଟାଓ୍ଵାର ବିଜେପି ସାଂସଦ ରାମ ଶଙ୍କର କାଥେରିଆଙ୍କୁ ୨ ବର୍ଷ କାରାଦଣ୍ଡ ଓ ୫୦ ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ଶୁଣାଇଥିଲେ । ଯେଉଁ ମାମଲାରେ କାଥେରିଆଙ୍କୁ ୨୦୧୧ ନଭେମ୍ବର ୧୬ ତାରିଖ ରାତି ପ୍ରାୟ ୧୨ଟା ୧୦ ମିନିଟରେ ଦଣ୍ଡାଦେଶ ଦିଆଯାଇଥିଲା ।

ଆଗ୍ରାସ୍ଥିତ ପାୱାର କମ୍ପାନି ଟରେଣ୍ଟ ପାୱାର ଲିମିଟେଡର ମ୍ୟାନେଜର ଭବେଶ ରସିକ ଲାଲ ଶାହ ବିଦ୍ୟୁତ ଚୋରି ମାମଲାର ଶୁଣାଣି କରୁଥିଲେ । ସହରର ସାକେତ ମଲ୍ କାର୍ଯ୍ୟାଳୟରେ ଏହି ଶୁଣାଣି ଚାଲିଥିଲା । ଏହାପରେ ସ୍ଥାନୀୟ ସାଂସଦ ରାମଶଙ୍କର କଥେରିଆ ୧୦-୧୫ ଜଣ ସମର୍ଥକଙ୍କ ସହ ଆସି ଭବେଶ ରସିକ ଲାଲ ଶାହଙ୍କୁ ଆକ୍ରମଣ କରିବା ଆରମ୍ଭ କରିଥିଲେ ।

ଏହି ଘଟଣାରେ ଶାହା ଗୁରୁତର ଆହତ ହୋଇଛନ୍ତି । ଏହି ଘଟଣା ସମ୍ପର୍କରେ ତୋରେଣ୍ଟ ପାୱାରର ସିକ୍ୟୁରିଟି ଇନ୍ସପେକ୍ଟର ସମେଧି ଲାଲ ହରିପର୍ବତ ଥାନାକୁ ଖବର ଦେଇଥିଲେ । ରାମଶଙ୍କର କାଥେରିଆ ଓ ତାଙ୍କ ସମର୍ଥକଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା । ହରିପର୍ବତ ପୁଲିସ କୋର୍ଟରେ କାଥେରିଆଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଥିଲା । ସେହି ମାମଲାରେ ସାକ୍ଷ୍ୟ ଓ ଯୁକ୍ତି ବିତର୍କ ପ୍ରକ୍ରିୟା ଶେଷ ହେବା ପରେ ରାୟ ପ୍ରକାଶ ପାଇଛି ।

ସଂସଦ ସଦସ୍ୟତା ଶେଷ ହେବ ଦଣ୍ଡାଦେଶ ଆସିବାର କେତେଦିନ ପରେ ?

୧. ଲାଲୁ ଯାଦବ – ଦୋଷୀ ସାବ୍ୟସ୍ତ ହେବାର ୨୨ ଦିନ ପରେ ସଦସ୍ୟତା ହରାଇଥିଲେ । ଗୋଖାଦ୍ୟ ଦୁର୍ନୀତି ମାମଲାରେ ୨୦୧୩ ସେପ୍ଟେମ୍ବର ୩୦ରେ ରାଞ୍ଚିର ସ୍ୱତନ୍ତ୍ର ସିବିଆଇ ଅଦାଲତ ଲାଲୁ ଯାଦବଙ୍କୁ ୪ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଥିଲେ । ୨୦୧୩ ମସିହା ଅକ୍ଟୋବର ୨୧ ତାରିଖରେ ଲୋକସଭା ସଚିବାଳୟ ତାଙ୍କ ସଂସଦ ସଦସ୍ୟତା ରଦ୍ଦ କରିଥିଲା ।

୨. ରସିଦ ମାସୁଦ – ଦଣ୍ଡାଦେଶ ଦେବାର ୨୦ ଦିନ ପରେ ସଦସ୍ୟତା ହରାଇଥିଲେ । ୨୦୧୩ ଅକ୍ଟୋବର ପହିଲାରେ ସ୍ୱତନ୍ତ୍ର ସିବିଆଇ ଅଦାଲତ ଏମ୍ ବିବିଏସ୍ ସିଟ୍ ଦୁର୍ନୀତି ମାମଲାରେ କଂଗ୍ରେସ ସାଂସଦ ରସିଦ ମାସୁଦଙ୍କୁ ୪ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଥିଲେ । ୨୦୧୩ ଅକ୍ଟୋବର ୨୧ତାରିଖରେ ରସିଦ ମାସୁଦଙ୍କ ରାଜ୍ୟସଭା ସଦସ୍ୟତା ରଦ୍ଦ ହୋଇଥିଲା । କଂଗ୍ରେସ ତାଙ୍କୁ ୟୁପିରୁ ରାଜ୍ୟସଭା ସାଂସଦ କରିଥିଲା ।

୩. ରାହୁଲ ଗାନ୍ଧି – ଦଣ୍ଡାଦେଶ ଦେବାର ୨୪ ଘଣ୍ଟା ମଧ୍ୟରେ ସଦସ୍ୟତା ହରାଇଲେ ସଦସ୍ୟତା ହରାଇଥିଲେ । ୨୦୨୩ ମାର୍ଚ୍ଚ ୨୩ରେ ସୁରଟର ଏକ ସେସନ୍ସ କୋର୍ଟ ରାହୁଲ ଗାନ୍ଧିଙ୍କୁ ମୋଦି ଉପନାମ ମାନହାନୀ ମାମଲାରେ ଦୋଷୀ ସାବ୍ୟସ୍ତ କରିଥିଲେ । ତାଙ୍କୁ ୨ ବର୍ଷ ଜେଲ୍ ଦଣ୍ଡାଦେଶ ହୋଇଥିଲା । ମାର୍ଚ୍ଚ ୨୪ତାରିଖରେ ତାଙ୍କୁ ଲୋକସଭା ସଦସ୍ୟ ପଦରୁ ଅଯୋଗ୍ୟ ଘୋଷଣା କରାଯାଇଥିଲା ।

ରସିଦ ମାସୁଦ ଓ ଲାଲୁ ଯାଦବଙ୍କୁ ସଂସଦର ସଦସ୍ୟତା ହରାଇବାକୁ ୩ ସପ୍ତାହ ସମୟ ଲାଗିଥାଇପାରେ, କିନ୍ତୁ ପରଦିନ ଲୋକସଭା ସଚିବାଳୟ ରାହୁଲ ଗାନ୍ଧୀଙ୍କ ସଦସ୍ୟତା ଶେଷ କରିଦେଇଥିଲା । ଏହି କାରଣରୁ ଏବେ କଂଗ୍ରେସ ନେତା ଦିଗବିଜୟ ସିଂହ କହୁଛନ୍ତି- ‘ରାହୁଲ ଗାନ୍ଧୀ ୨୪ ଘଣ୍ଟା ମଧ୍ୟରେ ସଂସଦର ସଦସ୍ୟତା ହରାଇଥିଲେ, ଏବେ କାଥେରିଆ ଉପରେ କେବେ ନିଷ୍ପତ୍ତି ନିଆଯିବ ?

ସଂସଦ ସଦସ୍ୟତା ଶେଷ କରିବା ପାଇଁ କ’ଣ ନିୟମ ରହିଛି ଏବଂ ଏଥିପାଇଁ କେତେ ସମୟ ଲାଗିବ ?

ଲୋକସଭାର ପୂର୍ବତନ ମହାସଚିବ ପିଡିଟି ଆଚାର୍ଯ୍ୟଙ୍କ କହିବାନୁଯାୟୀ, ଜନପ୍ରତିନିଧି ଆଇନ, ୧୯୫୧ର ଧାରା ୮(୩) ଅନୁଯାୟୀ ଜଣେ ସାଂସଦଙ୍କ ସଦସ୍ୟତା ରଦ୍ଦ କରାଯାଇଛି ।

ଏହି ନିୟମ ଅନୁଯାୟୀ, ଯେତେବେଳେ କୌଣସି ସଦସ୍ୟ ଅପରାଧିକ ମାମଲାରେ ଦୋଷୀ ସାବ୍ୟସ୍ତ ହୁଅନ୍ତି ଏବଂ ୨ ବର୍ଷ କିମ୍ବା ତା’ଠାରୁ ଅଧିକ ଦଣ୍ଡ ପାଆନ୍ତି, ତେବେ ତାଙ୍କ ସଦସ୍ୟତା ରଦ୍ଦ ହୋଇଥାଏ । ଏହି ନିୟମ ଅନୁଯାୟୀ, ସଦସ୍ୟଦୋଷୀ ସାବ୍ୟସ୍ତ ହେବା ଦିନଠାରୁ ସଦସ୍ୟତା ରଦ୍ଦ କରାଯାଇପାରିବ ।

ଜନପ୍ରତିନିଧି ଆଇନ, ୧୯୫୧ର ଧାରା ୮(୩)ରେ କୁହାଯାଇଛି ଯେ ‘ସେ ଅଯୋଗ୍ୟ ହେବେ’ ଅର୍ଥାତ୍ କୌଣସି କର୍ତ୍ତୃପକ୍ଷ କୌଣସି ସଦସ୍ୟଙ୍କୁ ଅଯୋଗ୍ୟ ଘୋଷଣା କରିବେ ନାହିଁ । ଏହି କର୍ତ୍ତୃପକ୍ଷ କିଏ ତାହା ବୁଝିବାକୁ ହେଲେ ଆମକୁ ସମ୍ବିଧାନର ଧାରା ୧୦୩ ଉପରେ ନଜର ପକାଇବାକୁ ପଡ଼ିବ । ଧାରା ୧୦୩ ଅନୁଯାୟୀ, ଯେତେବେଳେ ବି କୌଣସି ସାଂସଦଙ୍କ ସଦସ୍ୟତାକୁ ନେଇ ପ୍ରଶ୍ନ ଉଠିବ, ତାହା ରାଷ୍ଟ୍ରପତିଙ୍କ ନିକଟକୁ ପଠାଯିବ ଏବଂ ରାଷ୍ଟ୍ରପତି ଏହା ଉପରେ ନିଷ୍ପତ୍ତି ନେବେ ।

Categories
ବିଶେଷ ଖବର

ରାହୁଲ ଗାନ୍ଧୀଙ୍କ ସଂସଦ ସଦସ୍ୟତା ରଦ୍ଦ ହେବା ପରେ ପ୍ରତିକ୍ରିୟା ରଖିଲା ଜର୍ମାନୀ: ଜାଣନ୍ତୁ କ’ଣ କହିଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: ରାହୁଲ ଗାନ୍ଧୀଙ୍କ ସଂସଦର ସଦସ୍ୟତା ରଦ୍ଦ ହେବା ଉପରେ ଜର୍ମାନୀ ପ୍ରତିକ୍ରିୟା ପ୍ରକାଶ କରିଛି। ଏକ ପ୍ରଶ୍ନର ଉତ୍ତରରେ ଜର୍ମାନ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର କହିଛନ୍ତି ଯେ, ରାହୁଲଙ୍କ ବିରୋଧରେ ନିଆଯାଇଥିବା କୌଣସି କାର୍ଯ୍ୟ ନ୍ୟାୟିକ ସ୍ଵାଧୀନତା ମଧ୍ୟରେ ଏବଂ ତାଙ୍କର ମୌଳିକ ଅଧିକାରକୁ ଦୃଷ୍ଟିରେ ରଖି କରାଯାଇଥିବ।

ଜର୍ମାନୀ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଆମର ଜ୍ଞାନ ଅନୁଯାୟୀ ରାହୁଲ ଗାନ୍ଧୀ ଦୋଷୀ ସାବ୍ୟସ୍ତ ହେବା ପରେ ମଧ୍ୟ ଉଚ୍ଚ ନ୍ୟାୟାଳୟରେ ଆବେଦନ କରିବାର ବିକଳ୍ପ ରହିଛି। ମୁଖପାତ୍ର ଆହୁରି ମଧ୍ୟ କହିଛନ୍ତି ଯେ, ଆମେ ନିଶ୍ଚିତ ଯେ ରାହୁଲ ଗାନ୍ଧୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାବେଳେ କିମ୍ବା ତାଙ୍କ ପକ୍ଷ ଶୁଣିବା ସମୟରେ ନ୍ୟାୟିକ ସ୍ଵାଧୀନତା ଏବଂ ତାଙ୍କର (ରାହୁଲଙ୍କ) ମୌଳିକ ଅଧିକାରର ଯତ୍ନ ନିଆଯିବ।

ଜର୍ମାନୀର ବୈଦେଶିକ ମନ୍ତ୍ରଣାଳୟର ବିବୃତ୍ତି ପରେ ଏପର୍ଯ୍ୟନ୍ତ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୌଣସି ପ୍ରତିକ୍ରିୟା ଦିଆଯାଇ ନାହିଁ।

ତେବେ ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ ହେବା ନେଇ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ଯେ, ତାଙ୍କ ସଂସଦ ସଦସ୍ୟତା ରଦ୍ଦ କିମ୍ବା ମାନହାନୀ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ଭାରତର ଏକ ଆଭ୍ୟନ୍ତରୀଣ ପ୍ରସଙ୍ଗ। ଏହି ଦେଶରେ କେହି ସୁପ୍ରିମକୋର୍ଟଙ୍କ ଉପରେ ନାହାଁନ୍ତି ଏବଂ ଏଥିପାଇଁ ନ୍ୟାୟିକ ଏବଂ ସାମ୍ବିଧାନିକ ଅନୁଷ୍ଠାନ ଅଛି।

Categories
ଆଜିର ଖବର ଜାତୀୟ ଖବର

ଯଦି ବିଜେପି ପାଇଁ କାମ କରିବାକୁ ଚାହାଁନ୍ତି, ତେବେ ଦଳୀୟ ଚିହ୍ନ ଲଗାନ୍ତୁ: ସାମ୍ବାଦିକଙ୍କୁ ରାହୁଲଙ୍କ ଜବାବ

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସଂସଦ ସଦସ୍ୟତା ରଦ୍ଦ ହେବା ପରେ ଗଣମାଧ୍ୟମର ପ୍ରଶ୍ନର ଉତ୍ତର ଦେବାକୁ ଆଜି ପ୍ରଥମ ଥର ପାଇଁ ହାଜର ହୋଇଥିଲେ। ସେତେବେଳେ ସେ ଜଣେ ସାମ୍ବାଦିକଙ୍କ ଉପରେ ରାଗି ଯାଇଥିଲେ। ବିଜେପି ଉଠାଇଥିବା ଓବିସି ପ୍ରସଙ୍ଗ ପ୍ରସଙ୍ଗରେ ରାହୁଲଙ୍କୁ ସାମ୍ବାଦିକ ଏକ ପ୍ରଶ୍ନ ପଚାରିଥିଲେ। ବାସ୍ତବରେ ରାହୁଲ ଗାନ୍ଧୀଙ୍କୁ ଓବିସି ସମ୍ପ୍ରଦାୟକୁ ଅପମାନିତ କରିଥିବା ବିଜେପି ଅଭିଯୋଗ କରିଛି।

ଯେତେବେଳେ ସାମ୍ବାଦିକ ଏହି ପ୍ରଶ୍ନ ପଚାରିଥିଲେ, ରାହୁଲ ଗାନ୍ଧୀ ତାଙ୍କୁ ବିଜେପି ପାଇଁ କାମ କରୁଥିବା ଅଭିଯୋଗ କରିଛନ୍ତି। ଯଦି ଆପଣ ବିଜେପି ପାଇଁ କାମ କରିବାକୁ ଚାହାଁନ୍ତି ତେବେ ଛାତିରେ ବିଜେପିର ଚିହ୍ନ ଲଗାନ୍ତୁ, ତେବେ ମୁଁ ସେହି ଅନୁଯାୟୀ ଉତ୍ତର ଦେବି।

Categories
ଆଜିର ଖବର ଜାତୀୟ ଖବର

ରାହୁଲ ଗାନ୍ଧୀଙ୍କ ରଦ୍ଦ ହେଲା ସଂସଦ ସଦସ୍ୟତା, ଗତକାଲି ମିଳିଥିଲା ଦୁଇ ବର୍ଷ ଜେଲ ଦଣ୍ଡାଦେଶ

ନୂଆଦିଲ୍ଲୀ: ରାହୁଲ ଗାନ୍ଧୀଙ୍କ ସଂସଦ ସଦସ୍ୟତା ରଦ୍ଦ ହୋଇଛି। ଲୋକସଭା ସଚିବାଳୟ ଆଜି ତାଙ୍କ ସଦସ୍ୟତା ରଦ୍ଦ କରିବାର ବିଜ୍ଞପ୍ତି ଜାରି କରିଛି। ଗତକାଲି ସୁରଟ କୋର୍ଟ ତାଙ୍କୁ ମାନହାନୀ ମାମଲାରେ ଦୋଷୀ ସାବ୍ୟସ୍ତ କରି ତାଙ୍କୁ ଦୁଇ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଥିଲେ ଏବଂ 15 ହଜାର ଟଙ୍କା ଜୋରିମାନା କରିଥିଲେ।