Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଦେଶ ବିଶ୍ୱରେ ପଞ୍ଚମ ବୃହତ୍ତମ ଅର୍ଥ ବ୍ୟବସ୍ଥା ସ୍ଥାନ ପାଇବାର ଶ୍ରେୟ ୧୪୦କୋଟି ଭାରତୀୟଙ୍କୁ: ପ୍ରଧାନମନ୍ତ୍ରୀ
ବିଶେଷ ଖବର

ଦେଶ ବିଶ୍ୱରେ ପଞ୍ଚମ ବୃହତ୍ତମ ଅର୍ଥ ବ୍ୟବସ୍ଥା ସ୍ଥାନ ପାଇବାର ଶ୍ରେୟ ୧୪୦କୋଟି ଭାରତୀୟଙ୍କୁ: ପ୍ରଧାନମନ୍ତ୍ରୀ

August 16, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଭାରତ ବିଶ୍ୱର ଦଶମରୁ ପଞ୍ଚମ ବୃହତ୍ତମ ଅର୍ଥ ବ୍ୟବସ୍ଥାର ରାଷ୍ଟ୍ର ହେବାର ଶ୍ରେୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୪୦କୋଟି ଭାରତବାସୀଙ୍କୁ ଦେଇଛନ୍ତି। ୭୭ତମ ସ୍ୱାଧୀନତା ଦିବସ ଅବସରରେ ଆଜି (୧୫.୮.୨୦୨୩) ଲାଲକିଲ୍ଳାର ପ୍ରାଚୀର ଉପରୁ ଦେଶବାସୀଙ୍କୁ ସମ୍ବୋଧନ କରିବା ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଏହା ପ୍ରକାଶ କରିଛନ୍ତି। ଏହି ସରକାର ବାଟମାରଣା ରୋକିବା, ଏକ ମଜବୁତ ଅର୍ଥ ବ୍ୟବସ୍ଥା ସୃଷ୍ଟି କରିବା ତଥା ଗରିବ କଲ୍ୟାଣରେ ସର୍ବାଧିକ ଅର୍ଥ ବ୍ୟୟ କରିବାରୁ ଏପରି ହୋଇଛି ବୋଲି ସେ କହିଛନ୍ତି।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଥିଲେ ଯେ, “ ଆଜି ମୁଁ ଜନସାଧାରଣଙ୍କୁ କହିବାକୁ ଚାହୁଁଛି ଯେ ଯେତେବେଳେ ଦେଶ ଆର୍ଥିକ ଦୃଷ୍ଟିରୁ ସମୃଦ୍ଧିଶାଳୀ ହୁଏ, ସେତେବେଳେ ଏହା କେବଳ ରାଜକୋଷ ପୂରଣ କରେ ନାହିଁ, ଏହା ଦେଶ ଓ ଦେଶବାସୀଙ୍କ ସାମର୍ଥ୍ୟ ବୃଦ୍ଧି ମଧ୍ୟ କରିଥାଏ। ଦଶବର୍ଷ ପୂର୍ବରୁ ଭାରତ ସରକାର ରାଜ୍ୟଗୁଡିକ ନିମନ୍ତେ ୩୦ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରୁଥିଲେ। ଗତ ନଅବର୍ଷ ମଧ୍ୟରେ ଏହି ପରିମାଣ ୧୦୦ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ଏହି ସବୁ ସଂଖ୍ୟା ଗଣିତରୁ ଏଭଳି ଅବସ୍ଥାନ୍ତର ସାମର୍ଥ୍ୟ ବୃଦ୍ଧି ଯୋଗୁଁ ହୋଇଥିବା ଆପଣମାନେ ଅନୁମାନ କରିପାରୁଥିବେ।

ଆତ୍ମ ନିଯୁକ୍ତିକୁ ନେଇ ଶ୍ରୀ ମୋଦୀ କହିଥିଲେ ଯେ “୨୦ଲକ୍ଷ କୋଟି ଟଙ୍କାରୁ ଅଧିକ ଦେଶର ଯୁବାଗୋଷ୍ଠୀଙ୍କୁ ଆତ୍ମନିଯୁକ୍ତି ପାଇଁ ସେମାନଙ୍କ ବ୍ୟବସାୟ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଥିଲା। ଏଥିରେ ଆଠକୋଟି ଜନସାଧାରଣ କେବଳ ବ୍ୟବସାୟ କଲେ ନାହିଁ, ବରଂ ସେମାନେ ପ୍ରତ୍ୟେକ ଜଣେ ବା ଦୁଇଜଣଙ୍କୁ ନିଯୁକ୍ତି ଦେଲେ। ସେ ଦୃଷ୍ଟିରୁ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାରେ ସୁବିଧା ପାଇଥିବା ଆଠ କୋଟି ନାଗରିକ ୮ରୁ୧୦କୋଟି ନୂଆ ଲୋକଙ୍କୁ ନିଯୁକ୍ତି ମଧ୍ୟ ଯୋଗାଇଲେ।”

କୋଭିଡ-୧୯ ବୈଶ୍ୱିକ ମହାମାରୀ ବେଳର ପ୍ରସଙ୍ଗ ଉତ୍‌ଥାପନ କରି ଶ୍ରୀ ମୋଦୀ କହିଥିଲେ ଯେ “କରୋନା ଭୂତାଣୁ ସମସ୍ୟା କାଳରେ ମଧ୍ୟ ଏମ୍‌ଏସ୍‌ଏମ୍‌ଏଇକୁ ଦେବାଳିଆ ଅବସ୍ଥାରୁ ରକ୍ଷା କରିବା ପାଇଁ ୩.୫ ଲକ୍ଷ କୋଟି ଟଙ୍କାର ଋଣ ପ୍ରଦାନ କରାଯାଇଥିଲା। ସେମାନଙ୍କୁ ମରିବା ପରିବର୍ତ୍ତେ ଶକ୍ତି ପ୍ରଦାନ କରାଯାଇଥିଲା।”

ନୂତନ ଓ ଆକାଂକ୍ଷିତ ମଧ୍ୟବିତ୍ତ ଶ୍ରେଣୀକୁ ନେଇ ଶ୍ରୀ ମୋଦୀ କହିଥିଲେ ଯେ “ଯେତେବେଳେ ଦେଶର ଦାରିଦ୍ର‌୍ୟ ହ୍ରାସ ପାଏ, ସେତେବେଳେ ମଧ୍ୟବିତ୍ତ ଶ୍ରେଣୀର ଶକ୍ତି ମଧ୍ୟ ଅନେକ ବୃଦ୍ଧି ପାଇଥାଏ। ମୁଁ ଆପଣମାନଙ୍କୁ ଗ୍ୟାରେଣ୍ଟିର ସହ ପ୍ରତିଶ୍ରୁତି ଦେଉଛି ଯେ ଆଗାମୀ ପାଞ୍ଚବର୍ଷ ମଧ୍ୟରେ ଭାରତ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥ ବ୍ୟବସ୍ଥା ହେବ। ଆଜି ଦେଶର ସାଢେ ୧୩କୋଟି ଲୋକ ଦାରିଦ୍ର‌୍ୟ ସୀମାରେଖାରୁ ଊର୍ଦ୍ଧ୍ୱକୁ ଆସି ମଧ୍ୟବିତ୍ତ ଶ୍ରେଣୀର ଶକ୍ତି ବୃଦ୍ଧି କରିଛନ୍ତି। ଯେତେବେଳେ ଗରିବର କ୍ର୍ରୟ କ୍ଷମତା ବୃଦ୍ଧି ପାଏ। ମଧ୍ୟବତ୍ତ ଶ୍ରେଣୀର ବ୍ୟାବସାୟିକ କ୍ଷମତା ମଧ୍ୟ ବୃଦ୍ଧି ପାଇଥାଏ। ଯେତେବେଳେ ଗ୍ରାମଗୁଡିକର କ୍ରୟ ଶକ୍ତି ବୃଦ୍ଧି ପାଏ, ସେତେବେଳେ ସହର ଓ ନଗରୀଗୁଡିକର ଆର୍ଥିକ ପଦ୍ଧତିରେ ମଧ୍ୟ ଦୃତ ଅଭିବୃଦ୍ଧି ଘଟିଥାଏ। ଏହା ଆମ ଆର୍ଥିକ ଚକ୍ର ସହ ଅଙ୍ଗାଙ୍ଗୀଭାବେ ଜଡିତ। ଏହି ଶକ୍ତି ନେଇ ଆମେ ଆଗକୁ ବଢିବୁ।

ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ଯେ “ଯେତେବେଳେ ଆୟକରରେ ରିହାତି ସୀମା ୨ଲକ୍ଷରୁ ବଢି ୭ଲକ୍ଷ ହେଲା ଏହାର ସବୁଠାରୁ ଅଧିକ ସୁବିଧା ଚାକିରିଆ ବା ମଧ୍ୟବିତ୍ତ ଶ୍ରେଣୀଙ୍କୁ ହିଁ ମିଳିଥିଲା।”

ନିକଟରେ ବିଶ୍ୱ ସମ୍ମିଳିତ ଭାବେ ସମ୍ମୁଖୀନ ହେଉଥିବା ସମସ୍ୟା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିାଲେ ଯେ “ବିଶ୍ୱ ଏବେ ମଧ୍ୟ କୋଭିଡ-୧୯ ବୈଶ୍ୱିକ ମହାମାରୀ କବଳରୁ ମୁକୁଳି ପାରିନାହିଁ ଓ ଯୁଦ୍ଧ ସମସ୍ୟାକୁ ଆହୁରି ଘନୀଭୂତ କରିଛି। ଆଜି ବିଶ୍ୱ ମୁଦ୍ରାସ୍ପିତିର ଜଟିଳ ସମସ୍ୟାର ସମ୍ମୁଖୀନ ହେଉଛି।”

ମୁଦ୍ରାସ୍ପୀତି ସମସ୍ୟାର ମୁକାବିଲା ନେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ “ ଭାରତ ମୁଦ୍ରାସ୍ପୀତିକୁ ନିୟନ୍ତ୍ରଣ କରିବା ନେଇ ସବୁଠାରୁ ଭଲ ଉଦ୍ୟମ କରିଛି। ଆମେ ନିଜକୁ ବିଶ୍ୱଠାରୁ ଅଲଗା ଭାବିବା ମଧ୍ୟ ଅନୁଚିତ। ମୋତେ ମୋ ଦେଶବାସୀଙ୍କ ମୁଦ୍ରାସ୍ପୀତି ବୋଝ ହ୍ରାସ କରିବା ପାଇଁ ଆହୁରି ଅଧିକ ପଦକ୍ଷେପ ନେବାକୁ ପଡିବ। ମୁଦ୍ରାସ୍ପୀତିକୁ ମନେଇବା ପାଇଁ ମୋର ଉଦ୍ୟମ ଅବ୍ୟାହତ ରହିବ।”

ଅର୍ଥ ବ୍ୟବସ୍ଥା ନରେନ୍ଦ୍ର ମୋଦୀ ଭାରତ ମୁଦ୍ରାସ୍ପୀତି
Share. Facebook Twitter LinkedIn Email WhatsApp Copy Link

Related Posts

‘ବାଂଲାଦେଶ ଏବେ ଦ୍ଵିତୀୟ ପାକିସ୍ତାନ’: ଜାଣନ୍ତୁ ଭାରତ ବିଷୟରେ କ’ଣ କହିଲେ ଶେଖ ହସିନାଙ୍କ ପୁଅ?

August 6, 2026

ଧାରା ୩୭୦ ଏବଂ ୩୫ (ଏ) ଉଚ୍ଛେଦର ମହତ୍ୱ ବିଷୟରେ କହିଲେ ପ୍ରଧାନମନ୍ତ୍ରୀ

August 6, 2026

ପାଇରେସୀ ବିରୋଧରେ ନିର୍ଣ୍ଣାୟକ ପଦକ୍ଷେପ: ୧୨୬୩ ୱେବସାଇଟ୍ ହେଲା ନିଷ୍କ୍ରିୟ

August 6, 2026

NEET-UG ପ୍ୟାଟର୍ନରେ ବଡ଼ ପରିବର୍ତ୍ତନ: ସୁପ୍ରିମକୋର୍ଟଙ୍କ ସମ୍ମୁଖରେ ଯୋଜନା ପ୍ରକାଶ କଲେ ସରକାର

August 5, 2026
Latest News

“ଯଦି ଭାରତ ଏକ ହିନ୍ଦୁ ରାଷ୍ଟ୍ର ହୋଇଯାଏ…”: କାହାକୁ ଚେତାବନୀ ଦେଲେ ସିଦ୍ଧରମୈୟାଙ୍କ ପୁଅ?

August 6, 2026

ଆଶାରାମ ବାପୁଙ୍କୁ ଝଟକା: ଅନ୍ତରୀଣ ଜାମିନ୍ ପାଇଁ ମନା କଲେ ସୁପ୍ରିମକୋର୍ଟ

August 6, 2026

ଦୁଷ୍କର୍ମ ମାମଲାରେ ତରୁଣ ତେଜପାଲ ଦୋଷୀ ସାବ୍ୟସ୍ତ: ଟ୍ରାଏଲ୍ କୋର୍ଟଙ୍କ ନିଷ୍ପତ୍ତିକୁ ଖାରଜ କଲେ ହାଇକୋର୍ଟ

August 6, 2026

Banapur News: ଗ୍ରାମୀଣ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ସ୍ୱାଗତ ଉତ୍ସବ

August 6, 2026

ଆଜି LPG କେତେ ଶସ୍ତା ହେଲା?: ଦେଖନ୍ତୁ 14 ଏବଂ 19 କିଲୋ ଗ୍ୟାସ ସିଲିଣ୍ଡରର ଦର ତାଲିକା 

August 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.