Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ସରକାରୀ ଯୋଜନାଗୁଡ଼ିକ ୧୩.୫ କୋଟି ଲୋକଙ୍କୁ ଦାରିଦ୍ର୍ୟର ଶୃଙ୍ଖଳା ଭାଙ୍ଗିବା ପାଇଁ ସକ୍ଷମ କରିଛି: ପ୍ରଧାନମନ୍ତ୍ରୀ
ବିଶେଷ ଖବର

ସରକାରୀ ଯୋଜନାଗୁଡ଼ିକ ୧୩.୫ କୋଟି ଲୋକଙ୍କୁ ଦାରିଦ୍ର୍ୟର ଶୃଙ୍ଖଳା ଭାଙ୍ଗିବା ପାଇଁ ସକ୍ଷମ କରିଛି: ପ୍ରଧାନମନ୍ତ୍ରୀ

August 16, 2023No Comments4 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୭୭ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲା ପ୍ରାଚୀରରୁ ତାଙ୍କ ସମ୍ବୋଧନରେ ଏହା ମନେ ପକାଇଥିଲେ ଯେ, ଭାରତ ୨୦୧୪ ମସିହାରେ ଦଶମ ବୃହତ୍ତମ ଅର୍ଥନୀତି ହୋଇଥିବା ବେଳେ ଆଜି ୨୦୨୩ରେ ନିଜ ସ୍ଥାନରେ ଉନ୍ନତି ଆଣି ପଞ୍ଚମ ବୃହତ୍ତମ ଅର୍ଥନୀତି ହୋଇ ପାରିଛି। ଦୁର୍ନୀତି ବିରୋଧରେ ଲଢ଼େଇ, ସରକାରୀ ସୁବିଧା ହସ୍ତାନ୍ତର କରିବାରେ ରହିଥିବା ରନ୍ଧ୍ରକୁ ବନ୍ଦ କରିବା ଏବଂ ଏକ ସୁଦୃଢ଼ ଅର୍ଥନୀତି ସୃଷ୍ଟି କରିବା ଏବଂ ଗରିବ ଲୋକ ମାନଙ୍କର କଲ୍ୟାଣ ସାଧନ ପାଇଁ ଜନସାଧାରଣଙ୍କ ଅର୍ଥ ଖର୍ଚ୍ଚ କରାଯିବା ଯୋଗୁଁ ଏହି ଅଭିବୃଦ୍ଧି ଘଟିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। “ଆଜି , ମୁଁ ଦେଶବାସୀଙ୍କୁ ଏହା କହିବାକୁ ଚାହୁଁଛି ଯେ, ଯେତେବେଳେ ଦେଶ ଅର୍ଥନୈତିକ ଭାବେ ସମୃଦ୍ଧ ହୋଇଥାଏ, ସେତେବେଳେ ଏହା କେବଳ ରାଜକୋଷ ପୂରଣ କରେ ନାହିଁ, ଏହା ନାଗରିକ ଏବଂ ରାଷ୍ଟ୍ରର ସାମର୍ଥ୍ୟ ବୃଦ୍ଧି କରିଥାଏ । ଯଦି କୌଣସି ସରକାର ନିଜ ନାଗରିକ ମାନଙ୍କର କଲ୍ୟାଣ ପାଇଁ ଏହାକୁ ସଚ୍ଚୋଟ ଭାବରେ ଖର୍ଚ୍ଚ କରିବାକୁ ସଂକଳ୍ପ ନିଅନ୍ତି, ତେବେ ହିଁ ଜଣେ ଏଭଳି ବିରଳ ପ୍ରଗତିଶୀଳ ଫଳାଫଳ ହାସଲ କରି ପାରିବ ।”

କେନ୍ଦ୍ରରୁ ରାଜ୍ୟ ମାନଙ୍କୁ ପାଣ୍ଠି ହସ୍ତାନ୍ତର ୩୦ ଲକ୍ଷ କୋଟିରୁ ୧୦୦ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ହୋଇଛି

ବିଗତ ୧୦ ବର୍ଷ ମଧ୍ୟରେ ହୋଇଥିବା ଅଗ୍ରଗତିର ବିବରଣୀ ପ୍ରଦାନ କରି, ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ପରିସଂଖ୍ୟାନ ପରିବର୍ତ୍ତନର ଏକ ଆକର୍ଷଣୀୟ କାହାଣୀ କହୁଛି । ଏହି ପରିବର୍ତ୍ତନ ବିଶାଳ ଏବଂ ଦେଶର ଅସୀମ ସାମର୍ଥ୍ୟର ପ୍ରମାଣ ବୋଲି ଉଲ୍ଲେଖ କରିବା ସହିତ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ୧୦ ବର୍ଷ ପୂର୍ବେ ଭାରତ ସରକାରଙ୍କ ପକ୍ଷରୁ ୩୦ ଲକ୍ଷ କୋଟି ଟଙ୍କା ରାଜ୍ୟ ମାନଙ୍କୁ ପ୍ରଦାନ କରାଯାଉଥିଲା । ଗତ ୯ ବର୍ଷ ମଧ୍ୟରେ , ଏହି ସଂଖ୍ୟା ୧୦୦ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି ବୋଲି ପ୍ରଧାନମନ୍ତ୍ରୀ ଦର୍ଶାଇଛନ୍ତି । “ପୂର୍ବରୁ, ସ୍ଥାନୀୟ ସଂସ୍ଥାର ବିକାଶ ପାଇଁ ଭାରତ ସରକାରଙ୍କ କୋଷାଗାରରୁ ୭୦ ହଜାର କୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଆଜି ତାହା ୩ ଲକ୍ଷ କୋଟି ଟଙ୍କାରୁ ଅଧିକ ହୋଇଛି” ।

ଗରିବଙ୍କ ପାଇଁ ବାସ ଗୃହ ଯୋଗାଣ ୪ ଗୁଣ ବୃଦ୍ଧି ପାଇଛି, ଚାଷୀ ମାନଙ୍କ ପାଇଁ ୧୦ ଲକ୍ଷ କୋଟି ଟଙ୍କାର ୟୁରିଆ ରିହାତି ପ୍ରଦାନ କରାଯାଇଛି

ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ କହିଥିଲେ ଯେ, ପୂର୍ବରୁ ଗରିବଙ୍କ ଗୃହ ନିର୍ମାଣ ପାଇଁ ୯୦ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା । ଆଜି ଏହା ୪ ଗୁଣ ବୃଦ୍ଧି ପାଇଛି ଏବଂ ଗରିବ ଲୋକମାନଙ୍କର ଗୃହ ନିର୍ମାଣ ପାଇଁ ୪ ଲକ୍ଷ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରାଯାଉଛି । କେତେକ ବିଶ୍ୱ ବଜାରରେ ୩,୦୦୦ ଟଙ୍କାରେ ବିକ୍ରି ହେଉଥିବା ୟୁରିଆ ବସ୍ତା ଚାଷୀଙ୍କୁ ୩୦୦ ଟଙ୍କାରୁ ଅଧିକ ମୂଲ୍ୟରେ ଦିଆ ଯାଉନାହିଁ ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି । ବିଶ୍ୱର କେତେକ ବଜାରରେ ଯେଉଁ ୟୁରିଆ ବସ୍ତା ପିଛା ୩ ହଜାର ଟଙ୍କାରେ ବିକ୍ରି ହେଉଛି, ଆମେ ଆମ ଚାଷୀ ମାନଙ୍କୁ ୩୦୦ ଟଙ୍କାରେ ତାହା ଯୋଗାଇ ଦେଉଛୁ, ସେହି ବାବଦକୁ ସରକାର ଚାଷୀମାନଙ୍କ ପାଇଁ ୟୁରିଆ ଉପରେ ୧୦ ଲକ୍ଷ କୋଟି ଟଙ୍କାର ରିହାତି ପ୍ରଦନ କରୁଛନ୍ତି ।

ମୁଦ୍ରା ଯୋଜନା ପ୍ରାୟ ୧୦ କୋଟି ନାଗରିକଙ୍କୁ ନିଯୁକ୍ତି ସୃଷ୍ଟିକାରୀ ହେବା ପାଇଁ ସକ୍ଷମ କରିଛି

ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ମୁଦ୍ରା ଯୋଜନା କୋଟି କୋଟି ନାଗରିକଙ୍କୁ ଉଦ୍ୟୋଗୀ ହେବା ନିମନ୍ତେ ଏବଂ ଅନ୍ୟ ମାନଙ୍କ ପାଇଁ ନିଯୁକ୍ତି ସୃଷ୍ଟିକାରୀ ହେବାକୁ ସକ୍ଷମ କରିଛି । ୨୦ ଲକ୍ଷ କୋଟି ଟଙ୍କାରୁ ଅଧିକ ବଜେଟ ଥିବା ମୁଦ୍ରା ଯୋଜନା ଆମ ଦେଶର ଯୁବକମାନଙ୍କ ପାଇଁ ସ୍ୱରୋଜଗାର, ବ୍ୟବସାୟ ଏବଂ ଉଦ୍ୟୋଗ ନିମନ୍ତେ ଅନେକ ସୁଯୋଗ ପ୍ରଦାନ କରିଛି । ପାଖାପାଖି ୮ କୋଟି ଲୋକ ନୂଆ ବ୍ୟବସାୟ ଆରମ୍ଭ କରିଛନ୍ତି ଏବଂ ଆଠ କୋଟି ଲୋକ କେବଳ ସେମାନଙ୍କ ବ୍ୟବସାୟ ଆରମ୍ଭ କରି ନାହାନ୍ତି ; ପ୍ରତ୍ୟେକ ଉଦ୍ୟୋଗୀ ଜଣେ କିମ୍ବା ଦୁଇ ଜଣ ବ୍ୟକ୍ତିଙ୍କୁ ନିଯୁକ୍ତି ପ୍ରଦାନ କରିଛନ୍ତି । ୮ କୋଟି ନାଗରିକଙ୍କ ପାଖରେ ଉପଲବ୍ଧ ମୁଦ୍ରା ଯୋଜନା ମାଧ୍ୟମରେ ୮୧୦ କୋଟି ନୂଆ ବ୍ୟକ୍ତିଙ୍କୁ ନିଯୁକ୍ତି ଦେବାର କ୍ଷମତା ହାସଲ କରାଯାଇଛି” । ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, କୋଭିଡ୍‌- ୧୯ ମହାମାରୀ ସମୟରେ ବ୍ୟବସାୟ ଗୁଡ଼ିକୁ ମଧ୍ୟ ସମର୍ଥନ କରାଯାଇଥିଲା, ଯେଉଁଥିରେ ଏମ୍‌ଏସ୍‌ଏମ୍‌ଇ ଗୁଡ଼ିକୁ ପ୍ରାୟ ୩.୫ ଲକ୍ଷ କୋଟି ଟଙ୍କା ସହାୟତା ପ୍ରଦାନ କରାଯାଇଥିଲା, ଯାହା ସେମାନଙ୍କୁ ବୁଡ଼ିବାରୁ ରୋକିଥିଲା ଏବଂ ସେମାନଙ୍କୁ ଶକ୍ତି ପ୍ରଦାନ କରିଥିଲା ।

“ୱାନ୍ ରାଙ୍କ ୱାନ ପେନସନ୍‌” କାର୍ଯ୍ୟକ୍ରମ କିପରି ଆମ ସୈନିକ ମାନଙ୍କୁ ଶ୍ରଦ୍ଧାଞ୍ଜଳି ସ୍ୱରୂପ ଭାରତର ରାଜକୋଷରୁ ୭୦,୦୦୦ କୋଟି ଟଙ୍କାର ଲାଭ ପ୍ରଦାନ କରିଛି, ତାହା ମଧ୍ୟ ପ୍ରଧାନମନ୍ତ୍ରୀ ମନେ ପକାଇଥିଲେ । ଆମର ଅବସରପ୍ରାପ୍ତ ସୈନିକ ମାନଙ୍କ ପରିବାରକୁ ଏହି ଟଙ୍କା ମିଳିଛି ବୋଲି ସେ କହିଛନ୍ତି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏଗୁଡ଼ିକ କେବଳ କିଛି ଉଦାହରଣ ଏବଂ ଆହୁରି ଅନେକ ପଦକ୍ଷେପ ଅଛି ଯାହା ଦେଶର ବିକାଶରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଛି, ଦେଶର ବିଭିନ୍ନ କୋଣଅନୁକୋଣରେ ନିଯୁକ୍ତି ସୃଷ୍ଟି କରିଛି । ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସ୍ମରଣ କରାଇ ଦେଇଛନ୍ତି ଯେ ପୂର୍ବ ବର୍ଷ ଗୁଡ଼ିକ ତୁଳନାରେ ଦେଶର ବଜେଟ୍‌କୁ ବିଭିନ୍ନ ବର୍ଗରେ ଅନେକ ଗୁଣ ବୃଦ୍ଧି କରାଯାଇଛି ।

“ସାଢ଼େ ୧୩ କୋଟି ଲୋକ ଦାରିଦ୍ର‌୍ୟ ଶୃଙ୍ଖଳା ଭାଙ୍ଗି ନୂଆ ମଧ୍ୟବିତ୍ତ ଶ୍ରେଣୀରେ ପ୍ରବେଶ କରିଛନ୍ତି”

ଏହି ସମସ୍ତ ପ୍ରୟାସ ଗୁଡିକର ଫଳସ୍ୱରୂପ ୧୩.୫ କୋଟି ଗରିବ ଲୋକ ଦାରିଦ୍ର‌୍ୟ ଶୃଙ୍ଖଳାରୁ ମୁକ୍ତ ହୋଇ ସରକାରଙ୍କ ପାଞ୍ଚ ବର୍ଷର ଗୋଟିଏ କାର୍ଯ୍ୟକାଳ ମଧ୍ୟରେ ନୂତନ ମଧ୍ୟବିତ୍ତ ଶ୍ରେଣୀରେ ପ୍ରବେଶ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ । ଏହା ଠାରୁ ଜୀବନରେ ଅଧିକ ସନ୍ତୁଷ୍ଟି ଆଉ କିଛି ହୋଇପାରିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ , ଗୃହ ଯୋଜନା ଠାରୁ ଆରମ୍ଭ କରି ରାସ୍ତାର ବିକ୍ରେତାଙ୍କୁ ପିଏମ୍ ସ୍ୱନିଧି ଯୋଜନା ମାଧ୍ୟମରେ ୫୦,୦୦୦ କୋଟି ଟଙ୍କାର ବ୍ୟବସ୍ଥା ଏବଂ ଏହିପରି ଅନେକ ଯୋଜନା ଏହି ୧୩.୫ କୋଟି ଲୋକଙ୍କୁ ଦାରିଦ୍ର‌୍ୟର କଷ୍ଟରୁ ଉପରକୁ ଉଠିବାରେ ସାହାଯ୍ୟ କରିଛି ।

ନରେନ୍ଦ୍ର ମୋଦୀ ସରକାରୀ ଯୋଜନା ସ୍ୱାଧୀନତା ଦିବସ
Share. Facebook Twitter LinkedIn Email WhatsApp Copy Link

Related Posts

ଫାଇନାଲରେ ଶ୍ରୀଲଙ୍କାକୁ ପରାସ୍ତ କରି ୮ମ ଥର ପାଇଁ ମହିଳା ଏସିଆ କପ୍ ଜିତିଲା ଭାରତ

September 13, 2026

ଭାରତରେ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର ରଚିଥିଲା ଓସାମା: ସିଆଇଏର ଗୁପ୍ତ ତଥ୍ୟରୁ ବଡ଼ ଖୁଲାସା

September 13, 2026

ଓରାଙ୍ଗଉଟାନ ଶିଶୁଙ୍କ ଚିକିତ୍ସା ଓ ସୁରକ୍ଷା ପାଇଁ ଗଠିତ ହେଲା ବୈଷୟିକ କମିଟି

September 13, 2026

ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

September 13, 2026
Latest News

ବ୍ରିକ୍ସ ସମ୍ମିଳନୀରେ ଫିଲିପାଇନ୍ସର ଅଂଶଗ୍ରହଣକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସ୍ୱାଗତ

September 14, 2026

ଚିଲିକାରେ ନୌବିହାର କରିବେ ମା’ ଭଗବତୀ: ପ୍ରଶାସନ ଆରମ୍ଭ କଲା ପ୍ରସ୍ତୁତି

September 14, 2026

ରାଶିଫଳ: ସେପ୍ଟେମ୍ବର ୧୪ ତାରିଖରେ ଏହି ପାଞ୍ଚୋଟି ରାଶି ପାଇଁ ରହିଛି ବିପଦ

September 14, 2026

ଫାଇନାଲରେ ଶ୍ରୀଲଙ୍କାକୁ ପରାସ୍ତ କରି ୮ମ ଥର ପାଇଁ ମହିଳା ଏସିଆ କପ୍ ଜିତିଲା ଭାରତ

September 13, 2026

ମଣିପୁରରେ ପୁଣି ରକ୍ତର ଛିଟା: ଦୁ ଆକ୍ରମଣରେ ୪ ମୃତ, ମହିଳା ଓ ନବଜାତକୁ ବି ଛାଡ଼ିଲେନି ଆତଙ୍କୀ!

September 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.