Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଭିଡିଓ କନଫରେନ୍ସିଂ ମାଧ୍ୟମରେ ଇସ୍ରୋ ଟିମ୍ ସହ ଚନ୍ଦ୍ରଯାନ-୩ର ଅବତରଣ ଦେଖିଲେ ପ୍ରଧାନମନ୍ତ୍ରୀ
ବିଶେଷ ଖବର

ଭିଡିଓ କନଫରେନ୍ସିଂ ମାଧ୍ୟମରେ ଇସ୍ରୋ ଟିମ୍ ସହ ଚନ୍ଦ୍ରଯାନ-୩ର ଅବତରଣ ଦେଖିଲେ ପ୍ରଧାନମନ୍ତ୍ରୀ

August 24, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଇସ୍ରୋ ଟିମ୍ ସହ ଚନ୍ଦ୍ର ପୃଷ୍ଠରେ ଚନ୍ଦ୍ରଯାନ ୩ର ଅବତରଣ ଦେଖିଥିଲେ । ସଫଳ ଅବତରଣ ପରେ ତୁରନ୍ତ ପ୍ରଧାନମନ୍ତ୍ରୀ ଇସ୍ରୋ ଦଳକୁ ସମ୍ବୋଧିତ କରିବା ସହ ଏହି ଐତିହାସିକ ସଫଳତା ପାଇଁ ଅଭିନନ୍ଦନ ଜଣାଇଥିଲେ।

ପରିବାର ସଦସ୍ୟ ଭାବେ ଇସ୍ରୋ ଦଳକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏଭଳି ଐତିହାସିକ ଘଟଣା ଏକ ରାଷ୍ଟ୍ରର ଚିରନ୍ତନ ଚେତନାରେ ପରିଣତ ହୋଇଥାଏ। ଏହି ମୁହୂର୍ତ୍ତ ଅବିସ୍ମରଣୀୟ, ଅଭୂତପୂର୍ବ। ଏହା ହେଉଛି ‘ବିକଶିତ ଭାରତ’ ପାଇଁ ଆହ୍ୱାନର ମୁହୂର୍ତ୍ତ, ଭାରତ ପାଇଁ ବିଜୟ ଆହ୍ୱାନ, ଏହା ହେଉଛି କଷ୍ଟକର ପଥ ଅତିକ୍ରମ କରି ବିଜୟର ‘ଚନ୍ଦ୍ରପଥ’ରେ ଚାଲିବାର ମୁହୂର୍ତ୍ତ। ଏହା ହେଉଛି ୧୪୦ କୋଟି ଭାରତୀୟଙ୍କ ହୃଦସ୍ପନ୍ଦନର ସାମର୍ଥ୍ୟ ଏବଂ ଭାରତର ନୂତନ ଶକ୍ତିର ଆତ୍ମବିଶ୍ୱାସର ପ୍ରତୀକ । ଏହା ହେଉଛି ଭାରତର ଉଦୀୟମାନ ଭାଗ୍ୟକୁ ଆହ୍ୱାନ କରିବାର ଏକ ମୁହୂର୍ତ୍ତ”, ଉତ୍ସାହିତ ଦେଶବାସୀଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ।  ‘ଅମୃତ କାଳ’ର ପ୍ରଥମ ଆଲୋକରେ ଏହା ହେଉଛି ସଫଳତାର ‘ଅମୃତ ବର୍ଷ’ ବୋଲି ଶ୍ରୀ ମୋଦୀ କହିଛନ୍ତି। ବୈଜ୍ଞାନିକମାନଙ୍କୁ ଉଦାହରଣ ଦେଇ ସେ କହିଥିଲେ, ଭାରତ ଏବେ ଚନ୍ଦ୍ରରେ ଅଛି। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆମେ ନୂତନ ଭାରତର ପ୍ରଥମ ଉଡ଼ାଣ ଦେଖିଛୁ ।

ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ ଯେ ସେ ବର୍ତ୍ତମାନ ବ୍ରିକ୍ସ ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ ଜୋହାନ୍ସବର୍ଗରେ ଅଛନ୍ତି କିନ୍ତୁ ଅନ୍ୟ ନାଗରିକଙ୍କ ପରି ତାଙ୍କ ମନ ମଧ୍ୟ ଚନ୍ଦ୍ରଯାନ ୩ ଉପରେ କେନ୍ଦ୍ରିତ ଥିଲା । ସେ କହିଛନ୍ତି ଯେ ପ୍ରତ୍ୟେକ ଭାରତୀୟ ଉତ୍ସବରେ ନିଜକୁ ନିମଗ୍ନ କରିଛନ୍ତି ଏବଂ ଏହି ବିଶେଷ ଅବସରରେ ସେ ପ୍ରତ୍ୟେକ ନାଗରିକଙ୍କ ସହ ଉତ୍ସାହର ସହ ଯୋଡ଼ି ହୋଇଛନ୍ତି । ଏହା ପ୍ରତ୍ୟେକ ପରିବାର ପାଇଁ ଏକ ଉତ୍ସବର ଦିନ । ବର୍ଷ ବର୍ଷ ଧରି ଅକ୍ଳାନ୍ତ ପରିଶ୍ରମ କରିଥିବା ଟିମ୍ ଚନ୍ଦ୍ରଯାନ, ଇସ୍ରୋ ଏବଂ ଦେଶର ସମସ୍ତ ବୈଜ୍ଞାନିକଙ୍କୁ ପ୍ରଧାନମନ୍ତ୍ରୀ ଅଭିନନ୍ଦନ ଜଣାଇବା ସହ ଉତ୍ସାହ, ଆନନ୍ଦ ଏବଂ ଭାବନାରେ ପରିପୂର୍ଣ୍ଣ ଏହି ଚମତ୍କାର ମୁହୂର୍ତ୍ତ ପାଇଁ ୧୪୦ କୋଟି ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଥିଲେ ।

ଆମ ବୈଜ୍ଞାନିକମାନଙ୍କ ନିଷ୍ଠା ଏବଂ ପ୍ରତିଭା ଦ୍ୱାରା ଭାରତ ଚନ୍ଦ୍ରର ଦକ୍ଷିଣ ମେରୁରେ ପହଞ୍ଚିଛି ଯେଉଁଠାରେ ବିଶ୍ୱର କୌଣସି ଦେଶ ଆଜି ପର୍ଯ୍ୟନ୍ତ ପହଞ୍ଚି ପାରି ନାହାନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଚନ୍ଦ୍ର ସହ ଜଡ଼ିତ ସମସ୍ତ ପୁରାଣ ଓ କାହାଣୀ ଏବେ ବଦଳିଯିବ ଏବଂ ଏହି ଲୋକକଥା ନୂଆ ପିଢ଼ି ପାଇଁ ଏକ ନୂଆ ଅର୍ଥ ପାଇବ ବୋଲି ସେ ଗୁରୁତ୍ୱାରୋପ କରିଥିଲେ। ଭାରତୀୟ ଲୋକକଥାରେ ଯେଉଁଠି ପୃଥିବୀକୁ ‘ମା’ ଏବଂ ଚନ୍ଦ୍ରକୁ ‘ମାମା’ ବୋଲି ବିବେଚନା କରାଯାଏ, ସେ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଚନ୍ଦ୍ରକୁ ବହୁତ ଦୂରରେ ବୋଲି ବିବେଚନା କରାଯାଏ   । ଏହାକୁ ‘ଚନ୍ଦା ମାମା ଦୂର କେ’ ବୋଲି କୁହାଯାଏ, କିନ୍ତୁ ସେହି ସମୟ ଦୂର ନୁହେଁ ଯେତେବେଳେ ପିଲାମାନେ ‘ଚନ୍ଦା ମାମା ଏକ ଟୁର୍ କେ’ କହିବେ ଅର୍ଥାତ୍ ଚନ୍ଦ୍ର କେବଳ ଏକ ଭ୍ରମଣ ଦୂରରେ ଅଛି ।

ସମଗ୍ର ବିଶ୍ୱ, ପ୍ରତ୍ୟେକ ଦେଶ ଏବଂ ଅଞ୍ଚଳର ଲୋକଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତର ସଫଳ ଚନ୍ଦ୍ର ଅଭିଯାନ କେବଳ ଭାରତର ନୁହେଁ । ଏହି ବର୍ଷ ସାରା ବିଶ୍ୱ ଭାରତର ଜି-୨୦ ଅଧ୍ୟକ୍ଷତା ଦେଖୁଛି । ‘ଏକ ପୃଥିବୀ, ଏକ ପରିବାର, ଏକ ଭବିଷ୍ୟତ’ ବିଷୟରେ ଆମର ଆଭିମୁଖ୍ୟ ସମଗ୍ର ବିଶ୍ୱରେ ପ୍ରତିଫଳିତ ହେଉଛି। ଆମେ ପ୍ରତିନିଧିତ୍ୱ କରୁଥିବା ଏହି ମାନବ-କେନ୍ଦ୍ରିତ ଆଭିମୁଖ୍ୟକୁ ସାରା ବିଶ୍ୱରେ   ସ୍ୱାଗତ କରାଯାଇଛି । ଆମର ଚନ୍ଦ୍ର ଅଭିଯାନ ମଧ୍ୟ ସମାନ ମାନବ-କେନ୍ଦ୍ରିତ ଆଭିମୁଖ୍ୟ ଉପରେ ଆଧାରିତ । ତେଣୁ ଏହି ସଫଳତା ସମଗ୍ର ମାନବଜାତିର। ଆଉ ଏହା ଭବିଷ୍ୟତରେ ଅନ୍ୟ ଦେଶମାନଙ୍କର ଚନ୍ଦ୍ର ଅଭିଯାନରେ ସହାୟକ ହେବ। ଶ୍ରୀ ମୋଦୀ ଆହୁରି କହିଛନ୍ତି, ମୋର ବିଶ୍ୱାସ ଯେ ଗ୍ଲୋବାଲ ସାଉଥ୍ ସମେତ ବିଶ୍ୱର ସମସ୍ତ ଦେଶ ଏଭଳି ସଫଳତା ହାସଲ କରିବାକୁ ସକ୍ଷମ। ଆମେ ସମସ୍ତେ ଚନ୍ଦ୍ର ଏବଂ ଏହାଠାରୁ ଊର୍ଦ୍ଧ୍ୱ କ୍ଷେତ୍ରକୁ ନେଇ ଆକାଂକ୍ଷା କରିପାରିବା।

ଚନ୍ଦ୍ରଯାନ ମହା ଅଭିଯାନର ସଫଳତା ଭାରତର ଉଡ଼ାଣକୁ ଚନ୍ଦ୍ରର କକ୍ଷପଥ ଠାରୁ ଊର୍ଦ୍ଧ୍ୱକୁ ନେଇଯିବ ବୋଲି ପ୍ରଧାନମନ୍ତ୍ରୀ ବିଶ୍ୱାସ ବ୍ୟକ୍ତ କରିଥିଲେ । “ଆମେ ଆମ ସୌରମଣ୍ଡଳର ସୀମାପରୀକ୍ଷା କରିବୁ ଏବଂ ମଣିଷ ପାଇଁ ବ୍ରହ୍ମାଣ୍ଡର ଅସୀମ ସମ୍ଭାବନାକୁ ଉପଲବ୍ଧି କରିବା ପାଇଁ କାର୍ଯ୍ୟ କରିବୁ”, ଶ୍ରୀ ମୋଦୀ ଦୃଢ଼ୋକ୍ତି ପ୍ରକାଶ କରିଥିଲେ । ପ୍ରଧାନମନ୍ତ୍ରୀ ଭବିଷ୍ୟତ ପାଇଁ ଧାର୍ଯ୍ୟ ମହତ୍ୱାକାଂକ୍ଷୀ ଲକ୍ଷ୍ୟ ଉପରେ ଆଲୋକପାତ କରିଥିଲେ ଏବଂ ସୂର୍ଯ୍ୟର ବିସ୍ତୃତ ଅଧ୍ୟୟନ ପାଇଁ ଇସ୍ରୋ ଖୁବଶୀଘ୍ର ‘ଆଦିତ୍ୟ ଏଲ୍ -୧’ ଅଭିଯାନ ଆରମ୍ଭ କରିବାକୁ ଯାଉଛି ବୋଲି ସୂଚନା ଦେଇଥିଲେ । ଶୁକ୍ରଗ୍ରହ ଇସ୍ରୋର ଅନ୍ୟତମ ଲକ୍ଷ୍ୟ ବୋଲି ସେ ସୂଚନା ଦେଇଥିଲେ। ମିଶନ ଗଗନଯାନ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ, ‘‘ଭାରତ ସୀମାହୀନ ଉପଲବ୍ଧି ହାସଲ କରିପାରିବ ବୋଲି ବାରମ୍ବାର ପ୍ରମାଣିତ କରୁଛି’’ ଯେଉଁଠାରେ ଭାରତ ଏହାର ପ୍ରଥମ ମାନବ ମହାକାଶ ଉଡ଼ାଣ ଅଭିଯାନ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି ।

ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ହିଁ ଦେଶର ଉଜ୍ଜ୍ୱଳ ଭବିଷ୍ୟତର ଆଧାର ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ଏହି ଦିବସ ଆମ ସମସ୍ତଙ୍କୁ ଉଜ୍ଜ୍ୱଳ ଭବିଷ୍ୟତ ଆଡକୁ ଯିବାକୁ ପ୍ରେରଣା ଦେବ ଏବଂ ସଂକଳ୍ପକୁ ସାକାର କରିବା ପାଇଁ ବାଟ ଦେଖାଇବ ବୋଲି ସେ କହିଥିଲେ । ପରାଜୟର ଶିକ୍ଷାରୁ ବିଜୟ କିପରି ହାସଲ କରାଯାଏ ତାହା ଆଜିର ଦିନ ସୂଚିତ କରିଥାଏ ବୋଲି ପ୍ରଧାନମନ୍ତ୍ରୀ କହିବା ସହ ବୈଜ୍ଞାନିକମାନଙ୍କୁ ସେମାନଙ୍କ ଭବିଷ୍ୟତର ସମସ୍ତ ପ୍ରୟାସରେ ସଫଳତା କାମନା କରି ନିଜର ବକ୍ତବ୍ୟ ଶେଷ କରିଥିଲେ ।

ଇସ୍ରୋ ଟିମ୍ ଐତିହାସିକ ସଫଳତା ଚନ୍ଦ୍ରଯାନ-୩ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ
Share. Facebook Twitter LinkedIn Email WhatsApp Copy Link

Related Posts

ହରମୁଜରେ ଚାଲିଥିବା ଉତ୍ତେଜନା ମଧ୍ୟରେ ରୁଷ ସହିତ ଭାରତ ନେଲା ପଦକ୍ଷେପ!: ଶେଷ ହେବ ତୈଳ ବିବାଦ 

April 21, 2026

‘ଭାରତୀୟ ନାବିକଙ୍କ ସୁରକ୍ଷା ସର୍ବୋଚ୍ଚ ପ୍ରାଥମିକତା’: ଭାରତ ସରକାର

April 21, 2026

“ଆମେରିକା ପାଇଁ ବିପଦଜନକ ପାକିସ୍ତାନ, କିନ୍ତୁ ଭାରତ….”: ଆମେରିକୀୟ ବିଶେଷଜ୍ଞଙ୍କ ଟ୍ରମ୍ପଙ୍କୁ ଚେତାବନୀ

April 20, 2026

କୃଷକର ଖଡ଼ିଛୁଆଁ ପର୍ବ ଅକ୍ଷୟ ତୃତୀୟା

April 20, 2026
Latest News

ବିଜେପିରେ ମିଶିଲେ ରାଘବ, ହୋଇପାରନ୍ତି ପଞ୍ଜାବର ମୁଖ୍ୟ ଚେହେରା !

April 24, 2026

ରାଜଧାନୀରେ ସିରିଜ ଦୁର୍ଘଟଣା

April 24, 2026

ପେଟିଏମ ପେମେଣ୍ଟସ ବ୍ୟାଙ୍କ ଲାଇସେନ୍ସ ରଦ୍ଦ

April 24, 2026

ଭାଇ ହତ୍ୟାକାରୀକୁ ଆଜୀବନ କାରାଦଣ୍ଡାଦେଶ

April 24, 2026

ଗଛକୁ ପିଟିଲା ସ୍କୁଟି: ଜଣେ ମୃତ

April 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.