Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଧମକ ସତ୍ବେ ପୁଣି ଗଂଜାମ ଗସ୍ତ କଲେ ଭି କେ ପାଣ୍ଡିଆନ
ବିଶେଷ ଖବର

ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଧମକ ସତ୍ବେ ପୁଣି ଗଂଜାମ ଗସ୍ତ କଲେ ଭି କେ ପାଣ୍ଡିଆନ

August 26, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବିଧାୟକ ପ୍ରଦୀପ ପାଣିଗ୍ରାହୀ
ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଧମକ ସତ୍ବେ ପୁଣି ଗଂଜାମ ଗସ୍ତ କଲେ ଭି କେ ପାଣ୍ଡିଆନ

ଭୁବନେଶ୍ବର: ଗତକାଲି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଧମକ ସତ୍ବେ ଆଜି ପୁଣି ଥରେ ଗଞ୍ଜାମ ଗସ୍ତ କରିଛନ୍ତି ୫ଟି ସଚିବ ଭି କେ ପାଣ୍ଡିଆନ। ସେ ବିଭିନ୍ନ ଯୋଜନାର ସମୀକ୍ଷା କରିବା ସହିତ ଜନସମାବେଶରେ ଯୋଗଦେଇଛନ୍ତି।

ସେ ପ୍ରଥମେ ମହାନଦୀ ଏବଂ ସାଲିଆ ଡ୍ୟାମରୁ ମେଗା ପାଇପ୍ ଜଳ ଯୋଗାଣ ପ୍ରକଳ୍ପର ଅଗ୍ରଗତିର ସମୀକ୍ଷା କରିଛନ୍ତି। ଏହି ପ୍ରକଳ୍ପରେ ୧୬୭୦ କୋଟି ଟଙ୍କାର ବ୍ୟୟ କରାଯିବ ବୋଲି ଅଟକଳ କରାଯାଇଛ।  ଏହା ଦ୍ବାରା ସୋରଡା, ବେଲଗୁଣ୍ଠା, ଭଞ୍ଜନଗର, ଜଗନ୍ନାଥପ୍ରସାଦ, ପୋଲସରା, ବୁଗୁଡା ଏବଂ ଖଲିକୋଟ ବ୍ଲକ୍ ର ସମସ୍ତ ପରିବାରକୁ ପାନୀୟ ଜଳ ଯୋଗାଇବ।

ଏଥିସହ ସେ ପୋଲାସରାର ଧାନେଇ ନଦୀ କୂଳରେ ଥିବା ସାନାବରାଗାଁରେ ଚାଲିଥିବା ଇନଷ୍ଟ୍ରିମ୍ ଷ୍ଟୋରେଜ୍ ପ୍ରକଳ୍ପର ସମୀକ୍ଷା କରିଛନ୍ତି। ଏଥିରେ ୨୦ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।

ସେହିପରି ସେ ଭଞ୍ଜନଗରର ଢୋଲପିତା ରେ ୨୬ କୋଟି ଟଙ୍କା ବ୍ୟୟରେ ପାନୀୟ ଜଳ ଯୋଗାଣ ଏବଂ ଏହି ଅଞ୍ଚଳରେ ଜଳସେଚନ ସୁବିଧା ପ୍ରକଳ୍ପର ମଧ୍ୟ ସମୀକ୍ଷା କରିଥିଲେ। ଏହି ଦୁଇଟି ପ୍ରକଳ୍ପ ଯଥାକ୍ରମେ ଡିସେମ୍ବର ୨୦୨୩ ଏବଂ ଜାନୁଆରୀ ୨୦୨୪ ସୁଦ୍ଧା ଶେଷ ହେବ ବୋଲି ଧାର୍ଯ୍ୟ କରାଯାଇଛି।

ସଡ଼କ ସଂଯୋଗକୁ ମଜବୁତ କରିବା ଉପରେ ଧ୍ୟାନ ଦେଇ ସେ ବିଭିନ୍ନ ସଡକ ପ୍ରକଳ୍ପ ଅଗ୍ରଗତିର ମଧ୍ୟ ସମୀକ୍ଷା କରିଥିଲେ। ୨୬ କୋଟି ଟଙ୍କା ବ୍ୟୟରେ କାଣ୍ଟେପାଲ୍ଲୀ-ସୋରଡା ରୋଡର ମଜବୁତ ଏବଂ ପ୍ରଶସ୍ତିକରଣର ଅନୁଧ୍ୟାନ କରିଥିଲେ। ଏହା ଡିସେମ୍ବର ୨୦୨୩ ସୁଦ୍ଧା ଶେଷ ହେବା ବୋଲି ସମୟ ଧାର୍ଯ୍ୟ କରାଯାଇଛି।

ସେହିପରି ୨୫ କୋଟି ଟଙ୍କା ମୂଲ୍ୟରେ ଆସ୍କା ଠାରୁ ପୋଲସାରା ପର୍ଯ୍ୟନ୍ତ ପିଡ୍ଲୁଡି ରୋଡ୍ ଅନୁଧ୍ୟାନ କରିଥିଲେ। ଏହା ଡିସେମ୍ବର ୨୦୨୪ ସୁଦ୍ଧା ଶେଷ ହେବ। ୪୮ କୋଟି ଟଙ୍କା ବ୍ୟୟରେ ବୁଢାଆମ୍ବା-ବୁଗୁଡା ରାସ୍ତା ନିର୍ମାଣ ହେବ। ଏହାର କାର୍ଯ୍ୟ ଫେବୃଆରୀ ୨୦୨୫ ସୁଦ୍ଧା ଶେଷ ହେବ ବୋଲି ସମୟ ଧାର୍ଯ୍ୟ କରାଯାଇଛି।

ପାଣ୍ଡିଆନ୍ ମଧ୍ୟ ଭଞ୍ଜନଗର ଏନଏସି, ସୋରଡା ଏନଏସି, ବେଲାଗୁଣ୍ଠା ଏନଏସି, ଆସ୍କା ଏନଏସି, ପୋଲସରା ଏନଏସି, ବୁଗୁଡା ଏନଏସି, ପୁରଷୋତମପୁର ଏନଏସି ଏବଂ ଖଲିକୋଟ ଏନଏସିରେ ୫୧ କୋଟି ଟଙ୍କା ମୂଲ୍ୟରେ ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମର ଅଗ୍ରଗତିର ସମୀକ୍ଷା କରିଛନ୍ତି। ଏହି ପ୍ରକଳ୍ପଗୁଡିକ ସେପ୍ଟେମ୍ବର ସୁଦ୍ଧା ଶେଷ ହେବ ବୋଲି କୁହାଯାଇଛି।

ଏଥିସହିତ ସେ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଅଗ୍ରଗତି ସଂପର୍କରେ ସମୀକ୍ଷା କରିଥିଲେ। ସେଗୁଡିକ ହେଲା- ବାବାନାପୁରରେ ୪୦ କୋଟି ଟଙ୍କା ବ୍ୟୟରେ ନୂତନ ଏସଡିଏଚ ବିଲ୍ଡିଂର ନିର୍ମାଣ କାର୍ଯ୍ୟ। ୨୩ କୋଟି ଟଙ୍କା ମୂଲ୍ୟରେ ଆସ୍କାରେ ଟିପିସରା ନାଳର ଭିତ୍ତିଭୂମି ବିକାଶ। ଏହି ପ୍ରକଳ୍ପଗୁଡିକର କାର୍ଯ୍ୟ ମଧ୍ୟ ଶୀଘ୍ର ଆରମ୍ଭ ହେବ।

ସେ ବିଭିନ୍ନ ସ୍ଥାନରେ ମିଶନ୍ ଶକ୍ତି ଗୋଷ୍ଠୀ ସହ ଆଲୋଚନା କରିଥିଲେ ଏବଂ ସେମାନଙ୍କୁ ସହଯୋଗ କରିବା ପାଇଁ ସରକାର ସବୁବେଳେ ପ୍ରସ୍ତୁତ ବୋଲି କହିଥିଲେ। ମହିଳା ସଶକ୍ତିକରଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରାଥମିକତା ରହିଛି ବୋଲି ସେ ଗୁରୁତ୍ୱାରୋପ କରିଛନ୍ତି। ସୁଧମୁକ୍ତ ଋଣ ବିଷୟରେ ସଚେତନତା ତଥା ପଞ୍ଚାୟତ ସ୍ତରରେ ଋଣ ମେଳା ଆୟୋଜନ କରିବାକୁ ସେ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି।

ଦିନ ବେଳା ସେ ଭଞ୍ଜାନଗର, ସୋରଡା, ଆସ୍କା, ପୋଲସରା ଏବଂ ଖଲ୍ଲିକୋଟରେ ଜନ ଅଭିଯୋଗ ସଭାରେ ଭାଗ ନେଇଥିଲେ। ସେମାନଙ୍କ ଅଭିଯୋଗ ସମ୍ପର୍କରେ ସେ ଜନସାଧାରଣଙ୍କ ସହ ଆଲୋଚନା କରିଥିଲେ।

ସେ କହିଛନ୍ତି ଯେ ନାଗରିକମାନଙ୍କ ଅଭିଯୋଗ ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାଥମିକତା ଦେଇଛନ୍ତି। ଦାଖଲ ହୋଇଥିବା ସମସ୍ତ ଆବେଦନଗୁଡିକର ଶୀଘ୍ର ସମାଧାନ କରିବାକୁ ଚେଷ୍ଠା କରାଯିବ ବୋଲି ପାଣ୍ଡିଆନ ଜନସାଧାରଣଙ୍କୁ କହିଥିଲେ।

vkpandian ଭି.କେ ପାଣ୍ଡିଆନ ଭିକେପାଣ୍ଡିଆନ
Share. Facebook Twitter LinkedIn Email WhatsApp Copy Link

Related Posts

ବନ୍ଧୁକ ଦେଖାଇ ସୁନା ବ୍ୟବସାୟୀଙ୍କୁ ଲୁଟ: ୧୦ ଲକ୍ଷରୁ ଅଧିକ ଗହଣା ନେଇ ଫେରାର

August 23, 2026

ବଙ୍ଗୋପସାଗରରେ ପୁଣି ଲଘୁଚାପ: ୨୮ ଯାଏଁ ପ୍ରବଳ ବର୍ଷା, ୫ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ

August 23, 2026

ପର୍ଜଙ୍ଗରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ରକ୍‌-ଟ୍ରଲର ମୁହାଁମୁହିଁ ଧକ୍କା, ଚାଳକ ମୃତ

August 23, 2026

ଗାନ୍ଧୀନଗରସ୍ଥିତ NFSU ପରିଦର୍ଶନ କଲେ ମନ୍ତ୍ରୀ ମୁକେଶ ମହାଲିଙ୍ଗ

August 23, 2026
Latest News

ଦିଲ୍ଲୀରେ ପୋଲିସ କର୍ମଚାରୀଙ୍କୁ ଆକ୍ରମଣ: ଆଖିକୁ ଫିଙ୍ଗିଲେ ଲଙ୍କା ପାଉଡର

August 23, 2026

ଅଗଷ୍ଟରେ ସୁନାର ମୂଲ୍ୟ ୧୦ ହଜାରରୁ ଅଧିକ ବୃଦ୍ଧି: ଉଚ୍ଚ ସ୍ତରରେ ରୂପା ଦର

August 23, 2026

ବନ୍ଧୁକ ଦେଖାଇ ସୁନା ବ୍ୟବସାୟୀଙ୍କୁ ଲୁଟ: ୧୦ ଲକ୍ଷରୁ ଅଧିକ ଗହଣା ନେଇ ଫେରାର

August 23, 2026

ଆରକ୍ଷଣକୁ ନେଇ ଦିଲ୍ଲୀରୁ ବିହାର ଯାଏଁ ତାତି: ମନ୍ତ୍ରୀଙ୍କ ମୁହଁରୁ ଆସିଲା ବଡ଼ ବୟାନ

August 23, 2026

ଭାରତରେ ବଢ଼ୁଛି ମଧୁମେହ-ମୋଟପାର ବୋଝ: ଜୀବନଶୈଳୀ ରୋଗ ନେଇ ବଢ଼ିଲା ଚିନ୍ତା

August 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.