Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଇଣ୍ଡିଆର ଆସନ ବୁଝାମଣାରୁ ବାଦ୍ ପଡ଼ିଲେ ପଶ୍ଚିମବଙ୍ଗ, କେରଳ
ବିଶେଷ ଖବର

ଇଣ୍ଡିଆର ଆସନ ବୁଝାମଣାରୁ ବାଦ୍ ପଡ଼ିଲେ ପଶ୍ଚିମବଙ୍ଗ, କେରଳ

September 3, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଇଣ୍ଡିଆନ ନ୍ୟାସନାଲ ଡେଭଲପମେଣ୍ଟ ଇନକ୍ଲୁସିଭ୍ ଆଲାଏନ୍ସ (ଇଣ୍ଡିଆ) ସମୟ ସୀମା ଧାର୍ଯ୍ୟ କରି ଆସନ ବଣ୍ଟନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ଘୋଷଣା କରିଥିବାବେଳେ ପଶ୍ଚିମବଙ୍ଗ ଓ କେରଳ ରାଜ୍ୟରେ ଏହା ହେବାର ସମ୍ଭାବନା ନାହିଁ। ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ଦୁଇ ରାଜ୍ୟରେ ଅସ୍ଥିର ରାଜନୈତିକ ପ୍ରତିଦ୍ୱନ୍ଦ୍ୱିତା ଯୋଗୁଁ ଏକାଠି ନିର୍ବାଚନ ଲଢ଼ିବା ନେଇ ସଂକଳ୍ପରେ ‘ଯଥାସମ୍ଭବ’ ଶବ୍ଦ ଅନ୍ତର୍ଭୁକ୍ତ ହୋଇଛି।

ବିରୋଧୀ ଦଳ ଇଣ୍ଡିଆର ତୃତୀୟ ବୈଠକରେ ଏକାଠି ନିର୍ବାଚନ ଲଢ଼ିବା ନେଇ ଏକ ସଂକଳ୍ପ ପାରିତ ହୋଇଥିଲା, ଯେଉଁଥିରେ ଲେଖାଥିଲା, ଆମେ ଇଣ୍ଡିଆ ମେଣ୍ଟ ଦଳମାନେ ଆଗାମୀ ଲୋକସଭା ନିର୍ବାଚନକୁ ଯଥାସମ୍ଭବ ଏକାଠି ଲଢ଼ିବାକୁ ସଂକଳ୍ପ ନେଉଛୁ। ଏହି ବୈଠକରେ ପଶ୍ଚିମବଙ୍ଗ ଏବଂ କେରଳ ଉପରେ ଆଲୋଚନା ହୋଇଥିଲା ଏବଂ ଏହା ପରେ ‘ଯଥାସମ୍ଭବ’ ଶବ୍ଦକୁ ସଂକଳ୍ପରେ ଅନ୍ତର୍ଭୁକ୍ତ କରାଯାଇଥିଲା।

ବୈଠକରେ ଯୋଗ ଦେଇଥିବା ଜଣେ ବରିଷ୍ଠ ନେତା କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାର ଅନିଶ୍ଚିତତାକୁ ଦୃଷ୍ଟିରେ ରଖି ସେପ୍ଟେମ୍ବର ଶେଷ ସୁଦ୍ଧା ଆସନ ବୁଝାମଣା ସ୍ଥିର କରି ପ୍ରସ୍ତୁତି ଆରମ୍ଭ କରିବାକୁ ଦଳଗୁଡ଼ିକ ରାଜି ହୋଇଛନ୍ତି। ସେପ୍ଟେମ୍ବର ମଧ୍ୟଭାଗରେ କେନ୍ଦ୍ର ସରକାର ଡାକିଥିବା ସ୍ୱତନ୍ତ୍ର ସଂସଦ ଅଧିବେଶନ ପରିପ୍ରେକ୍ଷୀରେ ଏହି ଆଲୋଚନା ହୋଇଥିଲା।

କେରଳରେ ବାମପନ୍ଥୀ ଶାସନ କରୁଥିବାବେଳେ କଂଗ୍ରେସ ମୁଖ୍ୟ ବିରୋଧୀ ଦଳ। ଶାସକ ବାମପନ୍ଥୀଙ୍କୁ ବର୍ତ୍ତମାନ କଂଗ୍ରେସ ଅଧୀନରେ ଥିବା ଆସନରେ ନିର୍ବାଚନ ନ ଲଢ଼ିବାକୁ କହିବା ଅସମ୍ଭବ। ରାଜ୍ୟରେ ବିଜେପିର ଉପସ୍ଥିତି ନଗଣ୍ୟ ଥିବାରୁ ଯଦି କଂଗ୍ରେସ ଓ ବାମପନ୍ଥୀଙ୍କ ମଧ୍ୟରେ ଲଢ଼େଇ ହୁଏ ତେବେ ବିଜେପି ଫାଇଦାରେ ରହିବ।

ପଶ୍ଚିମବଙ୍ଗରେ ଆସନ ବୁଝାମଣାକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ)ର ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀଙ୍କ ମଧ୍ୟରେ ମତବିନିମୟ ହୋଇଥିଲା। ଦୁଇ ଦଳର କର୍ମୀଙ୍କ ମଧ୍ୟରେ ସମ୍ପର୍କ ଅତ୍ୟନ୍ତ ଖରାପ ହୋଇଯାଇଛି। ଆସନ ବୁଝାମଣା କଷ୍ଟକର ହେବ ଏବଂ ତେଣୁ ଏହି ଦୁଇ ଦଳ ପରସ୍ପର ବିରୋଧରେ ଲଢ଼ିବାର ସମ୍ଭାବନା ରହିଛି।

ଅନ୍ୟପକ୍ଷରେ ମିଳିଥିବା ସୂଚନା ଅନୁଯାୟୀ, ବୈଠକରେ କଂଗ୍ରେସ ନେତା ରାହୁଲ ଗାନ୍ଧି କହିଛନ୍ତି ଯେ ଆଞ୍ଚଳିକ ଦଳମାନଙ୍କ ସହ ଆସନ ବୁଝାମଣା ସମୟରେ ତାଙ୍କ ଦଳ ନମନୀୟ ରହିବ ଏବଂ ସମସ୍ତଙ୍କୁ ସାମିଲ କରିବାକୁ ଚେଷ୍ଟା କରିବ। ଆମ୍ ଆଦମୀ ପାର୍ଟି (ଆପ୍) ନେତା ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ଵାଲ ଦିଲ୍ଲୀ ପ୍ରସଙ୍ଗରେ କେନ୍ଦ୍ରର ଅଧ୍ୟାଦେଶ ଉପରେ କଂଗ୍ରେସର ସମର୍ଥକ ଆଭିମୁଖ୍ୟ ପାଇଁ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ପ୍ରଶଂସା କରିବାର ଜବାବରେ ଏହା କରାଯାଇଥିବା କୁହାଯାଉଛି।

ବୈଠକରେ ଉପସ୍ଥିତ ଥିବା ଅନ୍ୟ ଜଣେ ନେତା କହିଛନ୍ତି ଯେ ଦିଲ୍ଲୀ ଏବଂ ପଞ୍ଜାବରେ ଆସନ ବଣ୍ଟନକୁ ନେଇ ଉଭୟ ଦଳ ସେମାନଙ୍କ ମତଭେଦ ଦୂର କରିବାକୁ ଯାଉଛନ୍ତି।

ଆମ୍ ଆଦମୀ ପାର୍ଟି ଆସନ ବୁଝାମଣା ଇଣ୍ଡିଆ କଂଗ୍ରେସ କେରଳ ଦିଲ୍ଲୀ ପଞ୍ଜାବ ପଶ୍ଚିମବଙ୍ଗ
Share. Facebook Twitter LinkedIn Email WhatsApp Copy Link

Related Posts

ଓଡିଶା ରାଜନୀତିର ଭୀଷ୍ମ ପିତାମହ ବିଶ୍ବଭୂଷଣ ହରିଚନ୍ଦନ, ଆଜି ୯୩ ବର୍ଷ ବୟସରେ କଲେ ପଦାର୍ପଣ

August 3, 2026

Nasha Mukt Yuva: ନିଶାମୁକ୍ତ ଯୁବ ସଂକଳ୍ପ ଅଭିଯାନ ଆରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦୀ

August 2, 2026

ଆସନ୍ତାକାଲି ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଦେବୀ ମନ୍ଦିରରେ କରିବେ ପୂଜାଅର୍ଚ୍ଚନା

August 2, 2026

ଓଡ଼ିଶା ହେବ ସମ୍ପୂର୍ଣ୍ଣ ନିଶାମୁକ୍ତ: ୧୦୦ ସପ୍ତାହର ବ୍ୟାପକ ‘ଜନ-ଆନ୍ଦୋଳନ’ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

August 2, 2026
Latest News

ଓଡିଶା ରାଜନୀତିର ଭୀଷ୍ମ ପିତାମହ ବିଶ୍ବଭୂଷଣ ହରିଚନ୍ଦନ, ଆଜି ୯୩ ବର୍ଷ ବୟସରେ କଲେ ପଦାର୍ପଣ

August 3, 2026

ଓଡ଼ିଶାରେ ଜିଓର ଏକ କୋଟି ୮୯ ଲକ୍ଷରୁ ଉର୍ଦ୍ଧ୍ବ ମୋବାଇଲ୍ ଏବଂ ହୋମ୍ ବ୍ରଡବ୍ୟାଣ୍ଡ ଗ୍ରାହକ

August 3, 2026

ଆଜି ଶ୍ରାବଣ ମାସର ପ୍ରଥମ ସୋମବାର, କେବେ ବି ଖାଆନ୍ତୁ ନାହିଁ ଏହି ଜିନିଷ

August 3, 2026

Rashifal: ଶ୍ରାବଣ ମାସର ପ୍ରଥମ ସୋମବାରରେ ଏହି ରାଶି ପ୍ରତି ମହାଦେବଙ୍କର ରହିଛି ଆର୍ଶିବାଦ

August 3, 2026

ପୁଅକୁ ବଞ୍ଚାଇବାକୁ ଯାଇ ମହାନଦୀରେ ଭାସିଗଲେ ବାପା

August 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.