Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଓଡିଶା ପରିବାର ନିର୍ଦ୍ଦେଶାଳୟର କାର୍ଯ୍ୟ ଆରମ୍ଭ, ଦୁବାଇରେ ଫସିଥିବା ଆଉ ୭ ପ୍ରବାସୀଙ୍କୁ ଉଦ୍ଧାର
ବିଶେଷ ଖବର

ଓଡିଶା ପରିବାର ନିର୍ଦ୍ଦେଶାଳୟର କାର୍ଯ୍ୟ ଆରମ୍ଭ, ଦୁବାଇରେ ଫସିଥିବା ଆଉ ୭ ପ୍ରବାସୀଙ୍କୁ ଉଦ୍ଧାର

September 10, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଓଡିଶା ପରିବାର ନିର୍ଦ୍ଦେଶାଳୟର କାର୍ଯ୍ୟ ଆରମ୍ଭ, ଦୁବାଇରେ ଫସିଥିବା ଆଉ ୭ ପ୍ରବାସୀଙ୍କୁ ଉଦ୍ଧାର

ଭୁବନେଶ୍ବର: ଗଞ୍ଜାମ ଜିଲ୍ଲାରୁ ଦୁବାଇରେ କାମକରିବାକୁ ଯାଇ ନିର୍ଯାତିତ ହୋଇଥିବା ଆଉ ୭ ଜଣ ପ୍ରବାସୀ ଓଡିଆ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ସେମାନେ ହେଲେ ସିମାଞ୍ଚଳ ମହାରଣା, ରିଙ୍କୁ ଦଳେଇ, ତାରିଣୀ ବେହେରା, ସନ୍ତୋଷ କୁମାର ମହାରଣା, ଦାଶରଥି ବେହେରା, ବିଜୟ ପଲେଇ ଓ ଯତୀନ ମହାରଣା।

ଗତକାଲି ଭୁବନେଶ୍ୱର ବିଜୁପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରେ ପହଞ୍ଚିବା ପରେ ଓଡିଶା ପରିବାର ନିର୍ଦ୍ଦେଶାଳୟ ପକ୍ଷରୁ ସେମାନଙ୍କୁ ସ୍ୱାଗତ କରାଯାଇଥିଲା। ନିର୍ଦ୍ଦେଶକ ଶ୍ରୀ ଦିଲୀପ ରାଉତରାଏ, ସ୍ୱତନ୍ତ୍ର କର୍ତ୍ତବ୍ୟରତ ଅଧିକାରୀ ଶ୍ରୀ ପ୍ରିତିଶ ପଣ୍ଡା ଓ ଲକ୍ଷ୍ମୀଧର ବେହେରା ସେମାନଙ୍କୁ ବିମାନ ବନ୍ଦର ଠାରେ ଉତ୍ତରୀୟ ଓ ପୁଷ୍ପଗୁଛ ପ୍ରଦାନ କରି ସ୍ୱାଗତ କରିଥିଲେ। ଏହାପରେ ସେମାନେ ନିଜ ଗ୍ରାମକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି।

ସେମାନେ ସୁରକ୍ଷିତ ଭାବେ ଜନ୍ମମାଟିକୁ ଫେରିଥିବାରୁ ଖୁସି ବ୍ୟକ୍ତ କରିବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀ, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଓ ନିର୍ଦ୍ଦେଶକଙ୍କୁ ଗଭୀର କୃତଜ୍ଞତା ଜ୍ଞାପନ ଜଣାଇଛନ୍ତି।

ପୂର୍ବରୁ ୮ ଜଣ ପ୍ରବାସୀ ଓଡିଆ ଗତ ୧ ତାରିଖରେ ଦୁବାଇରୁ ମୁମ୍ବାଇ ଦେଇ ଭୁବନେଶ୍ୱର ଠାରେ ପହଞ୍ଚିବା ପରେ ସେମାନଙ୍କୁ ଜନ୍ମମାଟିରେ ପହଞ୍ଚେଇବାର ବ୍ୟବସ୍ଥା କରାଯାଇଥିଲା।
ସୂଚନାଯୋଗ୍ୟ ଦୁବାଇରେ ୧୫ ଜଣ ଓଡିଆ ଶ୍ରମିକ କାମ କରିବାକୁ ଯାଇ ନିର୍ଯାତିତ ହେଉଥିବା ସଂପର୍କରେ ଖବର ପାଇ ରାଜ୍ୟ ସରକାରଙ୍କ ପରାମର୍ଶ ଅନୁଯାୟୀ ଓଡିଶା ପରିବାର ନିର୍ଦ୍ଦେଶକ ଶ୍ରୀ ଦିଲୀପ ରାଉତରାଏ ଓ ତାଙ୍କ ଟିମ ନିରନ୍ତର ଭାବେ ସେମାନଙ୍କ ସହ ଯୋଗାଯୋଗ ରକ୍ଷାକରି ଓଡିଶା ଫେରାଇ ଆଣିବାକୁ ପ୍ରୟାସ ଆରମ୍ଭ କରିଥଲେ।

ପ୍ରକାଶ ଥାଉ କି, ଓଡିଶା ବାହାରେ ଓ ବିଦେଶରେ ରହୁଥିବା ପ୍ରବାସୀ ଓଡିଆମାନଙ୍କ ସହ ସାମାଜିକ, ସାଂସ୍କୃତିକ, ଭାବଗତ ଓ ପାରିବାରିକ ସମ୍ପର୍କ ରକ୍ଷା କରି ସେମାନଙ୍କ ଭଲମନ୍ଦରେ ଓଡିଶା ପରିବାର ନିର୍ଦେଶାଳୟ ସବୁ ସମୟରେ ସହଯୋଗର ହାତ ବଢ଼େଇ ଆସିଛି।
ସେହିଭଳି ଗତ ୫ ତାରିଖରେ ଚେନ୍ନାଇଠାରେ ରେଳ ଦୁର୍ଘଟଣାରେ ମୃତୁ୍ୟବରଣ କରିଥିବା ମୟୂରଭଞ୍ଜ ଜିଲ୍ଲାର କାଠରୁମା କୁଡ଼ିଆପାଳର ସରାଇ ମୁର୍ମୁଙ୍କ ମରଶରୀର ତାଙ୍କ ପୈତୃକ ଗ୍ରାମକୁ ଅଣାଯାଇ ଗତକାଲି ଶେଷକୃତ୍ୟ ସମାପନ କରାଯାଇଥିବାବେଳେ ହାଇଦ୍ରାବାଦରେ ମୃତୁ୍ୟବରଣ କରିଥିବା ମାଲକାନଗିରି ଜିଲ୍ଲାର ତିନିଜଣ ନିର୍ମାଣ ଶ୍ରମିକଙ୍କ ମରଶରୀର ତାଙ୍କ ଗ୍ରାମକୁ ଅଣାଯାଇ ଶେଷକୃତ୍ୟ ସମ୍ପାଦନ କରାଇବାରେ ଓଡିଶା ପରିବାର ନିର୍ଦ୍ଦେଶାଳୟ ପକ୍ଷରୁ ସହଯୋଗ କରାଯାଇଥିଲା।

ଏଥିସହ ନିର୍ଦ୍ଦେଶକ ଶ୍ରୀ ରାଉତରାଏ ହାଇଦ୍ରାବାଦ ଦୁର୍ଘଟଣାରେ ଆହତ ମାଲକାନଗିରି ଶ୍ରମିକମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ଅବଗତ ହୋଇ ଚିକିତ୍ସା ବ୍ୟବସ୍ଥା ତଦାରଖ ପାଇଁ ଆଜି ହାଇଦ୍ରାବାଦ ଗସ୍ତ
କରିଛନ୍ତି ।

Odisha Paribar ଓଡିଶା ପରିବାର ନିର୍ଦ୍ଦେଶାଳୟ
Share. Facebook Twitter LinkedIn Email WhatsApp Copy Link

Related Posts

Budget 2026: ମହଙ୍ଗା ହେଲା ମଦ, ଜାଣନ୍ତୁ କେଉଁଥିରେ ମିଳିଲା ଆଶ୍ଵସ୍ତି?

February 1, 2026

Union Budget 2026: ଓଡ଼ିଶା ସମେତ ଏହି ରାଜ୍ୟରେ ହେବ ବିରଳ ଖଣିଜ କରିଡର

February 1, 2026

Budget 2026 ଉପସ୍ଥାପନା ପୂର୍ବରୁ ରାଷ୍ଟ୍ରପତିଙ୍କୁ ଭେଟିଲେ ଅର୍ଥମନ୍ତ୍ରୀ, ଖାଇଲେ ଦହିଚିନି

February 1, 2026

ଆଜି ବିଶ୍ୱକପରେ ମୁହାଁମୁହିଁ ହେବେ ଭାରତ ଏବଂ ପାକିସ୍ତାନ: ସେମିଫାଇନାଲ ପାଇଁ ହେବ ବଡ଼ ଲଢେଇ

February 1, 2026
Latest News

Budget 2026: ମହଙ୍ଗା ହେଲା ମଦ, ଜାଣନ୍ତୁ କେଉଁଥିରେ ମିଳିଲା ଆଶ୍ଵସ୍ତି?

February 1, 2026

Union Budget 2026: ଆୟକର ସମ୍ପର୍କରେ ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ, ଜାଣନ୍ତୁ କ’ଣ?

February 1, 2026

Union Budget 2026: ଓଡ଼ିଶା ସମେତ ଏହି ରାଜ୍ୟରେ ହେବ ବିରଳ ଖଣିଜ କରିଡର

February 1, 2026

ଆଜି ପ୍ରଧାନମନ୍ତ୍ରୀଙ୍କ ପଞ୍ଜାବ ଗସ୍ତ: ବିମାନବନ୍ଦରରେ ଉଦ୍‌ଘାଟନ କରିବେ ଟର୍ମିନାଲ କୋଠା

February 1, 2026

ବଜେଟ୍ ଦିନ ସୁନା ମୂଲ୍ୟରେ ବଡ଼ ହ୍ରାସ: ଜାଣନ୍ତୁ ଆଜିର ଦର

February 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.