Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଗ୍ରାମାଞ୍ଚଳ ପାଇପ୍ ଜଳ ଯୋଗାଣ ଯୋଜନା ଗୁଡିକରେ ଉନ୍ନତି ଆଣିବା ପାଇଁ କାର୍ଯ୍ୟକାରୀ ହେବ SCADA
ବିଶେଷ ଖବର

ଗ୍ରାମାଞ୍ଚଳ ପାଇପ୍ ଜଳ ଯୋଗାଣ ଯୋଜନା ଗୁଡିକରେ ଉନ୍ନତି ଆଣିବା ପାଇଁ କାର୍ଯ୍ୟକାରୀ ହେବ SCADA

September 16, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ୫-ଟି ସଚିବ ଭି.କେ. ପାଣ୍ଡିଆନ ରାଜ୍ୟର ବିଭିନ୍ନ ଜିଲ୍ଲା ଗସ୍ତ କରିବା ସମୟରେ ବିଭିନ୍ନ ସ୍ଥାନରେ ପାନୀୟ ଜଳ ସମସ୍ୟାର ସମାଧାନ ପାଇଁ ଅନେକ ଆପତ୍ତି ଅଭିଯୋଗ ଆସିଥିଲା । ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ସମୀକ୍ଷା ବୈଠକ ଆଜି ଅନୁଷ୍ଠିତ ହୋଇଥିଲା। ବୈଠକରେ ୫-ଟି ସଚିବ ଭି.କେ. ପାଣ୍ଡିଆନଙ୍କ ସହିତ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ସଚିବ ସୁଶିଲ କୁମାର ଲୋହାନୀ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।

ବୈଠକରେ ଆଠଗଡ, ନରସିଂହପୁର, ପିପିଲି ଓ ଆଠମଲ୍ଲିକ ବ୍ଲକର ପାନୀୟ ଜଳ ସମ୍ପର୍କିତ ସମସ୍ୟାର ତୁରନ୍ତ ସମାଧାନ ପାଇଁ ନିଷ୍ପତ୍ତି ହୋଇଥିଲା। ନରସିଂହପୁର ଓ ଆଠଗଡରେ ନିର୍ମାଣାଧୀନ ସମସ୍ତ ପାଇପ ଜଳ ଯୋଗାଣ ପ୍ରକଳ୍ପ ଗୁଡିକର ଉପଯୁକ୍ତ ତଦାରଖ ସହିତ ପ୍ରକଳ୍ପ ଗୁଡିକର ଉଚ୍ଚମାନ ବଜାୟ ରଖିବା ଓ ପ୍ରକଳ୍ପକୁ ଠିକ୍ ସମୟରେ ଶେଷ କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା ।

ସେହିପରି ପିପିଲିରେ ଚାଲୁଥିବା ପାଇପ୍ ଜଳଯୋଗାଣ ପ୍ରକଳ୍ପ ଗୁଡିକରେ ଥିବା ବିଭିନ୍ନ ସମସ୍ୟାଗୁଡିକ ଦୂର କରିବା ପାଇଁ ତ୍ୱରିତ ପଦକ୍ଷେପ ନେବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ବିଶେଷକରି ପ୍ରକଳ୍ପ ଗୁଡିକର ଉପରମୁଣ୍ଡରେ ବେଆଇନ ଭାବେ ପାଣି ଚୋରି ରୋକିବା ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା।

ସାରା ରାଜ୍ୟରେ କାର୍ଯ୍ୟକାରୀ ହୋଇଥିବା ଗ୍ରାମାଞ୍ଚଳ ପାଇପ୍ ଜଳ ଯୋଗାଣ ଯୋଜନା ଗୁଡିକରେ ତ୍ରୁଟି ଚିହ୍ନଟ ଓ ତୁରନ୍ତ ସମାଧାନ ପାଇଁ SCADA (Supervisory Control And Data Acquisition ) କାର୍ଯ୍ୟକାରୀ କରାଯିବ। ପ୍ରକଳ୍ପ ଗୁଡିକୁ ତ୍ୱରାନ୍ୱିତ କରିବା ପାଇଁ ଅଧିକ କର୍ମଚାରୀ ଯୋଗାଇଦେବା ସହିତ ସମସ୍ତ ପ୍ରକଳ୍ପ ଗୁଡିକୁ ବିଦ୍ୟୁତ ଯୋଗାଣ ଜାରି ରଖିବା ପାଇଁ ନିଷ୍ପତ୍ତି ନିଆଯାଇଛି । ପାଇପ୍ ଜଳ ଯୋଗାଣ ପ୍ରକଳ୍ପ ଗୁଡିକରେ ବିଦ୍ୟୁତ ବିଲ୍ ଆଦାୟଜନିତ ସମସ୍ୟାର ସମାଧାନ ପାଇଁ ଏକ ଫଳପ୍ରଦ ପଦ୍ଧତି ବିକାଶ ପାଇଁ ବୈଠକରେ ନିଷ୍ପତ୍ତି ହୋଇଥିଲା।

ନବୀନ ପଟ୍ଟନାୟକ ଭି.କେ ପାଣ୍ଡିଆନ
Share. Facebook Twitter LinkedIn Email WhatsApp Copy Link

Related Posts

ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ପାଳନ ପାଇଁ ବସିଲା ପ୍ରସ୍ତୁତି ବୈଠକ, ନିଆଗଲା ଏହି ସବୁ ନିଷ୍ପତି

May 14, 2026

ପୁରୀ କୋରାପୁଟ ମଧ୍ୟରେ ଚାଲିବାକୁ ଥିବା ନୂଆ ଟ୍ରେନଟି କେଉଁ କେଉଁ ଷ୍ଟେସନରେ ରହିବ

May 14, 2026

କେନ୍ଦୁଝରରେ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା, ୩୮ ନବ ଦମ୍ପତିଙ୍କୁ ଆଶୀର୍ବାଦ କଲେ ଉପମୁଖ୍ୟମନ୍ତ୍ରୀ

May 13, 2026

ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନେଲେ ବଡ ନିଷ୍ପତି, କାରକେଡ୍ ଗାଡି ସଂଖ୍ୟା କଲେ ହ୍ରାସ

May 13, 2026
Latest News

ଆପାର୍ଟମେଣ୍ଟ ପଞ୍ଜୀକରଣ ସଂଶୋଧନ ଅଧ୍ୟାଦେଶ

May 14, 2026

ମ୍ୟାନେଜମେଣ୍ଟ ଶିକ୍ଷା କ୍ଷେତ୍ରରେ ଆଇଆଇଏମ ବିଶ୍ୱ ପାଇଁ ମଡେଲ – ଧର୍ମେନ୍ଦ୍ର ପ୍ରଧାନ

May 14, 2026

ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ କଲେ ରୁଷବୈଦେଶିକ ମନ୍ତ୍ରୀ

May 14, 2026

ଓଡ଼ିଶାରେ ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ବିଶେଷ ପଦକ୍ଷେପ

May 14, 2026

ଶ୍ରଦ୍ଧା ଫାଉଣ୍ଡେସନ ତରଫରୁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ

May 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.