Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ନାରୀଶକ୍ତି ବନ୍ଦନ ଅଧିନିୟମକୁ ନୂଆ ସଂସଦ ଭବନର ଲୋକସଭାରେ ଉପସ୍ଥାପନ କଲେ ପ୍ରଧାନମନ୍ତ୍ରୀ
ବିଶେଷ ଖବର

ନାରୀଶକ୍ତି ବନ୍ଦନ ଅଧିନିୟମକୁ ନୂଆ ସଂସଦ ଭବନର ଲୋକସଭାରେ ଉପସ୍ଥାପନ କଲେ ପ୍ରଧାନମନ୍ତ୍ରୀ

September 19, 2023No Comments5 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଆଜିଠାରୁ ନୂତନ ସଂସଦ ଭବନରେ ସଂସଦୀୟ କାର୍ଯ୍ୟ ଆରମ୍ଭ ହୋଇଛି। ନୂଆ ଲୋକସଭାରେ ପ୍ରଧାନମନ୍ତ୍ରୀ ଗୃହର ସଦସ୍ୟମାନଙ୍କୁ ଉଦ୍ବୋଧନ ଦେଇଛନ୍ତି। ଏଥିସହିତ ପ୍ରଥମ କାର୍ଯ୍ୟକ୍ରମରେ ନାରୀଶକ୍ତି ବନ୍ଦନ ଅଧିନିୟମ ଉପସ୍ଥାପନ ହୋଇଛି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ନୂଆ ସଂସଦ ଭବନର ଏହା ପ୍ରଥମ ଐତିହାସିକ ଅଧିବେଶନ । ସେଥି ପାଇଁ ପ୍ରତ୍ୟେକ ସାଂସଦ ଅଭିନନ୍ଦନର ପାତ୍ର । ସେ ନୂଆ ସଂସଦ ଭବନରେ ପ୍ରଥମ ଅଧିବେଶନର ପ୍ରଥମ ଦିବସରେ ଗୃହକୁ ସାଂସଦମାନଙ୍କୁ ସ୍ୱାଗତ କରିବା ସହ ସର୍ବପ୍ରଥମେ ଉଦ୍ବୋଧନ ଦେବାକୁ ବାଚସ୍ପତି ସୁଯୋଗ ଦେଇଥିବାରୁ ତାଙ୍କୁ କୃତଜ୍ଞତା ଜଣାଇଛନ୍ତି ।

ଏହି ସ୍ୱତନ୍ତ୍ର ଅବସରର ବିଶେଷତ୍ୱ ସମ୍ପର୍କରେ ଉଲ୍ଲେଖକରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଅମୃତକାଳର ପ୍ରାରମ୍ଭରେ ଭାରତ ନୂଆ ସାଂସଦଭବନରେ ପ୍ରବେଶ କରି ଭବିଷ୍ୟତ ନିମନ୍ତେ ଏକ ସଂକଳ୍ପ ନେଇ ଆଗକୁ ବଢୁଛି । ସମ୍ପ୍ରତି ଭାରତ ହାସଲ କରିଥିବା ସଫଳତା ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଚନ୍ଦ୍ରଯାନ-୩ର ସଫଳତା ଏବଂ ଜି-୨୦ର ସଫଳ ଆୟୋଜନ କରି ଭାରତ ବିଶ୍ୱ ସ୍ତରରେ ତାହାର ପ୍ରଭାବ ଓ ପ୍ରତିଷ୍ଠା ବଢାଇଛି। ଭାରତକୁ ଏଥି ସହିତ ଆଉ ଏକ ଅନୁପମ ସୁଯୋଗ ମିଳିଛି । ଆମେ ନୂଆ ସଂସଦ ଭବନକୁ ଆଜି ପ୍ରବେଶ କରିଛନ୍ତି ।

ନୂଆ ସଂସଦ ଭବନ କାର୍ଯ୍ୟକ୍ଷମ ହୋଇଛି । ଗଣେଶ ଚତୁର୍ଥୀର ଶୁଭ ଲଗ୍ନକୁ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପ୍ରଭୁ ଗଜାନନ ସମୃଦ୍ଧି, ଶୁଭ ବିଚାର ଓ ଜ୍ଞାନର ଦେବତା । ଅତଏବ ତାଙ୍କ୍ ଜନ୍ମ ଦିବସରେ ନୂଆ ଉତ୍ସାହ ଓ ଶକ୍ତି ନେଇ ସଂକଳ୍ପକୁ ସିଦ୍ଧିରେ ପରିଣତ କରିବାକୁ ଯାତ୍ରା ଆରମ୍ଭ କରିବାର ଏହା ଉପଯୁକ୍ତ ଦିନ । ନୂଆ ଆରମ୍ଭ ଓ ଗଣେଶ ଚତୁର୍ଥୀ ଅବସରରେ ଲୋକମାନ୍ୟ ତିଳକ ଗଣେଶ ଚତୁର୍ଥୀକୁ ଦେଶରେ ସ୍ୱରାଜର ଏକ ଆଲୋକ ବର୍ତ୍ତିକାରେ ପରିଣତ କରିବାକୁ ଏକ ମାଧ୍ୟମ ବା ମଂଚରେ ପରିଣତ କରିଥିଲେ । ଆଜି ମଧ୍ୟ ଆମେ ସମାନ ପ୍ରେରଣା ନେଇ ଆଗକୁ ବଢୁଛୁ ।

ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ଯେ ଆଜି ମଧ୍ୟ ସମ୍ଭତ୍ସାରି ପର୍ବ ପାଳିତ ହେଉଛି । ଏହା କ୍ଷମା କରିବା ବା କ୍ଷମା ଦେବାର ଉତ୍ସବ । କେହି ଯଦି କାହା ପ୍ରତି ଉଦ୍ଦେଶ୍ୟମୂଳକ ବା ଅଣ ଉଦ୍ଦେଶ୍ୟମୂଳକ ଭାବେ କିଛି କାମ କରି କ୍ଷତି ସାଧନ କରିଥାଏ ତା’ ହେଲେ ସେଥିରୁ ମୁକ୍ତି ବା କ୍ଷମା ପାଇବା ପାଇଁ ଏହି ପର୍ବ ପାଳିତ ହୋଇଥାଏ । ଏହି ଉତ୍ସବର ମହତ୍ୱ ହେଲା ମିଚ୍ଛାମି ଦୁକ୍କଦମ ବା ସମସ୍ତଙ୍କୁ କ୍ଷମା କରି ଦେଇ ବା ନିଜ କୃତକର୍ମ ପାଇଁ କ୍ଷମା ଯାଚନା କରି ଅତୀତରେ ସବୁ ତିକ୍ତତାକୁ ଭୁଲି ଆଗକୁ ବଢିବା ।

ଲୋକସଭାରେ ସ୍ଥାପିତ ହୋଇଥିବା ପବିତ୍ର ସେଙ୍ଗଲ ବା ରାଜଦଣ୍ଡ ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହା ନୂଆ ଓ ପୁରୁଣା ମଧ୍ୟରେ ଏକ ସଂଯୋଗ । ଏହି ରାଜଦଣ୍ଡ ସ୍ୱାଧୀନତାର ପ୍ରଥମ ଆଲୋକ । ଦେଶରେ ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁ ଏହି ପବିତ୍ର ସେଙ୍ଗଲକୁ ପ୍ରଥମେ ସ୍ପର୍ଶ କରିଥିଲେ । ତେଣୁ ସେଙ୍ଗଲ ଆମକୁ ଆମ ଇତିହାସର ଏକ ଅତି ଗୁରୁତ୍ୱପୂର୍ଣ୍ଣ ଅଂଶ ସହିତ ସଂଯୁକ୍ତ କରୁଛି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ନୂଆ ସଂସଦ ଭବନର ଭବ୍ୟତା ଅମୃତକାଳକୁ ଅଭିଷିକ୍ତ କରୁଛି । ଏହା ମଧ୍ୟ ଏହି ଭବନ ନିର୍ମାଣେରେ ନିୟୋଜିତ ଇଞ୍ଜିନିୟର ଓ ଶ୍ରମିକମାନଙ୍କ ଶ୍ରମ ତଥା ଅବଦାନକୁ ସ୍ମରଣ କରାଉଛି । ମହାମାରୀ ସମୟରେ ମଧ୍ୟ ସେମାନେ ଏହାର ନିର୍ମାଣ କାର୍ଯ୍ୟରେ ଲାଗିଥିଲେ ।

ପ୍ରଧାନମନ୍ତ୍ରୀଙ୍କ ସହିତ ଗୃହର ସମସ୍ତ ସଦସ୍ୟ ଇ-ଇଞ୍ଜିନିୟର ଓ ଶ୍ରମିକମାନଙ୍କ ଅବଦାନର ଉଚ୍ଚ ପ୍ରଶଂସା କରିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ୩୦ହଜାରରୁ ଅଧିକ ଶ୍ରମିକ ସଂସଦ ଭବନ ନିର୍ମାଣରେ ନିୟୋଜିତ ଥିଲେ । ସଂସଦରେ ରହିଥିବା ଏକ ଡିଜିଟାଲ ବୁକ୍ରେ ସବୁ ଶ୍ରମିକଙ୍କ ନାମ, ଧାମ ଓ ଠିକଣା ସବିଶେଷ ଉଲ୍ଲେଖ ଅଛି ।ଏହି ଭବନ ନିର୍ମାଣରେ ଆମ ଇଞ୍ଜିନିୟର ଓ ଶ୍ରମିକମାନଙ୍କର ଝାଳ ଲାଗିଛି ।

ଆମ କ୍ରିୟା ପରେ ସୃଷ୍ଟି ହେଉଥିବା ପ୍ରଭାବ ଓ ଭାବପ୍ରବଣତା ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆମର ଆଜିକାର ଭାବନା ଆମ ବ୍ୟବହାରରେ ପ୍ରତିଫଳିତ ହେବ । ଭବନ ବଦଳିଛି ତେଣୁ ଭାବ ମଧ୍ୟ ବଦଳିବା ଆବଶ୍ୟକ ।

ସଂସଦ ଦେଶସେବାର ସର୍ବୋଚ୍ଚ ପୀଠ । ଏହା କୌଣସି ରାଜନୀତିକ ଦଳର ଲାଭ ପାଇଁ ଉଦ୍ଦିଷ୍ଟ ନୁହେଁ । ଏହା କେବଳ ଦେଶର ବିକାଶ ପାଇଁ ଅଭିପ୍ରେତ । ଏହି ଗୃହର ସଦସ୍ୟ ଭାବେ ଆମେ ସମ୍ବିଧାନର ମର୍ଯ୍ୟାଦା ଓ ଚେତନାକୁ ବଜାୟ ରଖିବା ଆବଶ୍ୟକ । ଏହା ଆମର କଥା, ବିଚାର ଓ କାର୍ଯ୍ୟରେ ପ୍ରତିଫଳିତ ହେବା ଉଚିତ ।

ଶ୍ରୀ ମୋଦୀ ବାଚସ୍ପତିଙ୍କୁ ପ୍ରତିଶ୍ରୁତି ଦେଇଥିଲେ ଯେ ତାଙ୍କ ଦିଗ୍ଦର୍ଶନରେ ଗୃହର ପ୍ରତ୍ୟେକ ସଦସ୍ୟ ଆଶାନୁରୂପ ଆଚରଣ ପ୍ରଦର୍ଶନ କରି ସଂସଦର ଆଶା ଆକାଂକ୍ଷା ପୂରଣ କରିବେ । ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ଯେ ଗୃହରେ ସଦସ୍ୟମାନଙ୍କ ଆଚରଣ ଉପରେ ସର୍ବସାଧାରଣଙ୍କର ନଜର ରହୁଛି । ସେମାନେ ଶାସକ କିମ୍ବା ବିରୋଧୀ ଯେଉଁ ପକ୍ଷରୁ ହୁଅନ୍ତୁ ନା କାହିଁକି ସମସ୍ତଙ୍କ ଆଚରଣ ସମ୍ପର୍କରେ ଲୋକେ ଅବଗତ ହେଉଛନ୍ତି ।

ସାଧାରଣ କଲ୍ୟାଣ ପାଇଁ ସମ୍ମିଳିତ ଆଲୋଚନା ଓ କାର୍ଯ୍ୟ ଉପରେ ଗୁରୁତ୍ୱ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏକତା ବଳରେ ଆମେ ଲକ୍ଷ୍ୟ ସାଧନ ସହଜରେ କରିପାରିବା । ଆମେ ସମସ୍ତେ ସଂସଦୀୟ ପରମ୍ପରାର ଲକ୍ଷ୍ମଣରେଖାକୁ ମାନିବା ଆବଶ୍ୟକ ।

ସମାଜର ସଫଳ ପରିବର୍ତ୍ତନରେ ରାଜନୀତିର ଭୂମିକା ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିବା ବେଳେ ଖେଳକୁଦଠାରୁ ମହାକାଶ ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ମହିଳାଙ୍କ ଅବଦାନ ତଥା ସଫଳତା ବିଷୟରେ ଆଲୋକପାତ କରିଥିଲେ । ଜି-୨୦ ବୈଠକରେ ସମଗ୍ର ବିଶ୍ୱ କିପରି ମହିଳା ନେତୃତ୍ୱଧୀନ ବିକାଶ ସୂତ୍ରକୁ ଗ୍ରହଣ କଲା ସେ ବିଷୟରେ କହିଥିଲେ । ଏ ଦିଗରେ ସରକାରଙ୍କ ପ୍ରୟାସ ଅର୍ଥପୂର୍ଣ୍ଣ ଓ ସଫଳ ହୋଇଛି । ପ୍ରଧାନମନ୍ତ୍ରୀ କହିଥିଲେ ଯେ ୫୦କୋଟି ଜନଧନ ହିତାଧିକାରୀଙ୍କ ମଧ୍ୟରୁ ଅଧିକାଂଶ ମହିଳା ଓ ସେମାନଙ୍କର ବ୍ୟାଙ୍କ ଖାତା ରହିଛି । ମୁଦ୍ରା ଯୋଜନା ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମହିଳାମାନଙ୍କୁ କିପରି ଅଗ୍ରାଧିକାର ଦିଆଯାଉଛି ତାହା ମଧ୍ୟ ସେ ସୂଚାଇଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ, ଯେ କୌଣସି ରାଷ୍ଟ୍ରର ବିକାଶ ଯାତ୍ରାରେ ଏପରି ଏକ ସମୟ ଆସେ ଯେତେବେଳେ ଇତିହାସ ସୃଷ୍ଟି ହୁଏ । ଆଜି ସେମିତି ଭାରତର ବିକାଶ ଯାତ୍ରାରେ ଏକ ସମୟ ଆସିଛି ଯେଉଁଠି ଇତିହାସ ଲେଖା ହେଉଛି । ସଂସଦରେ ମହିଳା ସଂରକ୍ଷଣ ନେଇ ହୋଇ ଆସୁଥିବା ବିଚାର ଆଲୋଚନା ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏ ସଂକ୍ରାନ୍ତ ପ୍ରଥମ ବିଲ୍ ସଂସଦରେ ୧୯୯୬ରେ ଉପସ୍ଥାପିତ ହୋଇଥିଲା । ଅଟଳଜୀଙ୍କ ପ୍ରଧାନମନ୍ତ୍ରୀତ୍ୱ କାଳରେ ଏହି ବିଲ୍ ଏକାଧିକବାର ଉପସ୍ଥାପିତ ହୋଇ ପାରିତ ହୋଇ ପାରି ନ ଥିଲା। କାରଣ ଏଥିପାଇଁ ଆବଶ୍ୟକ ସମର୍ଥନର ଅଭାବ ଥିଲା । ତେଣୁ ମହିଳାମାନଙ୍କର ଏ ସଂକ୍ରାନ୍ତ ସ୍ୱପ୍ନକୁ ବାସ୍ତବ ରୂପ ଦେବା ସମ୍ଭବ ହୋଇ ନ ଥିଲା । ମୁଁ ଭାବୁଛି ଏହି କାମଟିକୁ କରିବା ପାଇଁ ଈଶ୍ୱର ମୋତେ ବାଛିଛନ୍ତି। ସେ କହିଥିଲେ ଯେ ସଂସଦର ମହିଳାମାନଙ୍କ ଏ ସଂକ୍ରାନ୍ତ ସ୍ୱପ୍ନକୁ ବାସ୍ତବ ରୂପ ଦେବା ସମ୍ଭବ ହୋଇ ନ ଥିଲା । ସେ କହିଥିଲେ ସଂସଦରେ ମହିଳାମାନଙ୍କ ପାଇଁ ଆସନ ସଂରକ୍ଷଣ ସଂକ୍ରାନ୍ତ ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ କରିଛି । “୨୦୨୩ ସେପ୍ଟେମ୍ବର ୧୯ର ଏହି ଐତିହାସିକ ଦିବସ ଭାରତ ଇତିହାସରେ ଅମର ହେବାକୁ ଯାଉଛି।” ମହିଳାମାନେ ସବୁ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖୁଥିବାରୁ ରାଷ୍ଟ୍ର ନିର୍ମାଣ ପାଇଁ ନୀତି ନିର୍ଦ୍ଧାରଣ ଓ ପ୍ରସ୍ତୁତିରେ ସେମାନଙ୍କୁ ଉଲ୍ଲେଖନୀୟ ଭାବେ ପ୍ରତିନିଧିତ୍ୱ ଦିଆଯିବା ଉଚିତ । ଏହି ଐତିହାସିକ ଦିବସରେ ମହିଳାମାନଙ୍କ ପାଇଁ ସୁଯୋଗର ଦ୍ୱାର ଖୋଲିବାକୁ ସେ ସବୁ ସଦସ୍ୟମାନଙ୍କୁ ଆହ୍ୱାନ ଜଣାଇଥିଲେ ।

ମହିଳା ନେତୃତ୍ୱାଧୀନ ବିକାଶ ସଂକଳ୍ପକୁ ଆଗକୁ ବଢାଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆମ ସରକାର ଆଜି ଏକ ବୃହତ୍ ସମ୍ବିଧାନ ସଂଶୋଧନ ବିଲ୍ ସଦନରେ ଉପସ୍ଥାପିତ କରୁଛି । ଏହି ବିଲ୍ର ଉଦ୍ଦେଶ୍ୟ ହେଲା ଲୋକସଭା ଓ ସବୁ ରାଜ୍ୟର ବିଧାନସଭାରେ ମହିଳା ପ୍ରତିନିଧିତ୍ୱ ବୃଦ୍ଧି କରାଇବା ଓ ସେମାନଙ୍କୁ ଅଧିକ ଆସନ ଦେବା । ନାରୀଶକ୍ତି ବନ୍ଦନ ଅଧିନିୟମ ପାଇଁ ମୁଁ ଆମର ମା’,ଭଉଣୀ ଓ ଝିଅମାନଙ୍କୁ ଅଭିନନ୍ଦନ ଜଣାଉଛି । ମୁଁ ଦେଶର ସବୁ ମା’, ଭଉଣୀ ଓ ଝିଅମାନଙ୍କୁ ପ୍ରତିଶ୍ରୁତି ଦେଉଛି ଯେ ଏହି ବିଲ୍କୁ ଆଇନରେ ପରିଣତ କରିବାକୁ ଆମେ ଦୃଢ ସଂକଳ୍ପ । ମୁଁ ସଦନରେ ଉପସ୍ଥିତ ଥିବା ସବୁ ସଦସ୍ୟମାନଙ୍କୁ ଅନୁରୋଧ କରୁଛି ଯେ ଏହି ବିଲ୍ଟି ଯଦି ସର୍ବସମ୍ମତିକ୍ରମେ ପାରିତ ହୋଇ ଆଇନରେ ପରିଣତ ହୁଏ ତା’ହେଲେ ଏହା ଆମ ପାଇଁ ଏକ ପବିତ୍ର ଶୁଭାରମ୍ଭ ହେବ । ତାହା ହୋଇପାରିଲେ ନୂଆ ଆଇନର ଶକ୍ତି ଓ ସାମର୍ଥ୍ୟ ଅନେକ ବଢିଯିବ ।

ଅତଏବ ଉଭୟ ଗୃହ ଏହି ମହିଳା ସଂରକ୍ଷଣ ବିଲ୍କୁ ସର୍ବସମ୍ମତିକ୍ରମେ ପାରିତ କରିବାକୁ ମୁଁ ସବୁ ସଦସ୍ୟଙ୍କୁ ଅନୁରୋଧ କରୁଛି ବୋଲି କହି ପ୍ରଧାନମନ୍ତ୍ରୀ ତାଙ୍କ ବକ୍ତବ୍ୟ ଶେଷ କରିଥିଲେ ।

ନୂଆ ସଂସଦ ଭବନ ଲୋକସଭା
Share. Facebook Twitter LinkedIn Email WhatsApp Copy Link

Related Posts

ମହାକାଶ ଷ୍ଟାର୍ଟଅପ୍‌ ସିଇଓମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା

August 24, 2026

LPG e-KYC ର ଆଜି ଶେଷ ଦିନ: ଶୀଘ୍ର ସମାପ୍ତ କରନ୍ତୁ ଏହି ପ୍ରକ୍ରିୟା, ନଚେତ ବଢିବ ସମସ୍ୟା

August 23, 2026

୪୮ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ମିଳିବ ‘ଜାତୀୟ ଶିକ୍ଷକ ପୁରସ୍କାର’: ସମ୍ମାନିତ କରିବେ ରାଷ୍ଟ୍ରପତି

August 23, 2026

ସିଲିଗୁଡ଼ି କରିଡରର ସୁରକ୍ଷା ସମୀକ୍ଷା କଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

August 23, 2026
Latest News

ଚମ୍ପୁଆରେ ଭୟାବହ ଭୂସ୍ଖଳନ: NH-520ର ବାରବାଙ୍କ ଘାଟିରେ ରାସ୍ତା ଅବରୋଧ

August 24, 2026

ମିସ୍ ୟୁନିଭର୍ସ ଇଣ୍ଡିଆ ୨୦୨୬: କେରଳର କାଜିଆ ଲିଜ୍ ମେଜୋଙ୍କ ମୁଣ୍ଡରେ ବିଜୟ ମୁକୁଟ

August 24, 2026

ଅମରାବତୀ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ: ୩ ନବଜାତ ଶିଶୁ ମୃତ, ୬ ଗୁରୁତର

August 24, 2026

କାହାକୁ ଅଧିକ କାମୁଡ଼େ ମଶା? ଜାଣନ୍ତୁ ଏହା ପଛର ବୈଜ୍ଞାନିକ କାରଣ

August 24, 2026

ବାରାଣସୀ ଠାରେ ଆୟୋଜିତ ‘ଓଡ଼ିଶା ପରବ’ କାର୍ଯ୍ୟକ୍ରମରେ ସାମିଲ୍ ହେଲେ ପ୍ରଭାତୀ ପରିଡା

August 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.