Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»କେନ୍ଦ୍ରମନ୍ତ୍ରୀଙ୍କୁ ସାକ୍ଷାତ କଲେ ଧାରଣାରତ ଓଡିଶା ଆୟୁଷ ଛାତ୍ରଛାତ୍ରୀ, ଦାବୀ ପୁରଣ ପାଇଁ ଅନୁରୋଧ
ବିଶେଷ ଖବର

କେନ୍ଦ୍ରମନ୍ତ୍ରୀଙ୍କୁ ସାକ୍ଷାତ କଲେ ଧାରଣାରତ ଓଡିଶା ଆୟୁଷ ଛାତ୍ରଛାତ୍ରୀ, ଦାବୀ ପୁରଣ ପାଇଁ ଅନୁରୋଧ

September 22, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
କେନ୍ଦ୍ରମନ୍ତ୍ରୀଙ୍କୁ ସାକ୍ଷାତ
କେନ୍ଦ୍ରମନ୍ତ୍ରୀଙ୍କୁ ସାକ୍ଷାତ କଲେ ଓଡିଶା ଆୟୁଷ ଛାତ୍ରଛାତ୍ରୀ, ଦାବୀ ପୁରଣ ପାଇଁ କଲେ ଅନୁରୋଧ

ନୂଆଦିଲ୍ଲୀ: ଆଜି ଅପରାହ୍ନ ୨ଟା ସମୟରେ ନୂଆଦିଲ୍ଲୀ ସ୍ଥିତ ଟ୍ରାନ୍ସପୋର୍ଟ ଭବନ ରେ କେନ୍ଦ୍ର ଆୟୁଷ ବିଭାଗ ମନ୍ତ୍ରୀ ଶ୍ରୀ ସର୍ବାନନ୍ଦ ସାନୁୱାଲ ଙ୍କ ସହିତ ଓଡ଼ିଶାର ଆୟୁଷ ଛାତ୍ରଛାତ୍ରୀଙ୍କ ଏକ ପ୍ରତିନିଧି ଦଳ ସାକ୍ଷାତ ଆଲୋଚନା କରିଛନ୍ତି।

ଓଡିଶା ସାଂସଦ ଜୁଏଲ ଓରାମଙ୍କ ଉପସ୍ଥିତରେ ଏହି ପ୍ରତିନିଧି ଦଳ ପକ୍ଷରୁ ହୋମିଓପ୍ୟାଥିକ ପ୍ରତିନିଧି ଭାବେ ଡା ନିଶିକାନ୍ତ ଆଚାର୍ଯ୍ୟ, ଡା ପୀୟୂଷ କୁମାର ବାରିକ,ଡା ହିତେଶ କୁମାରଗିରି, ଡାସନ୍ତୋଷ ସାହୁ,ଡା ସୁକଦେବ ଦାସ,ଡା ମନୋଜ ହାଲଦାର ଆୟୁର୍ବେଦ ପ୍ରତିନିଧି ଦଳ ପକ୍ଷରୁ ଡା ଶ୍ରେୟା ଶର୍ମା, ଡା ଆଶୁତୋଷ ପ୍ରଧାନ, ଡା ନିତେଶ ପାଣ୍ଡେ ପ୍ରମୁଖ ଉପସ୍ଥିତ ରହି ଓଡ଼ିଶାର ଆୟୁଷ ବର୍ତ୍ତମାନ ଅଧପତନ ସ୍ଥିତି ଉପରେ ଆଲୋଚନା କରିବା ସହିତ ଏକ ନିବେଦନ ପତ୍ର ପ୍ରଦାନ କରିଥିଲେ।

କେନ୍ଦ୍ର ଆୟୁଷ ମନ୍ତ୍ରୀ ଆଲୋଚନା କରି କହିଥିଲେ କେନ୍ଦ୍ର ସରକାରଙ୍କ ଆୟୁଷ ବିଭାଗ ପକ୍ଷରୁ ରାଜ୍ୟର ଆୟୁଷର ବିକାଶ ପାଇଁ ପର୍ଯ୍ୟାପ୍ତ ଅର୍ଥ ଦିଆଯାଇଛି। ଏଥିରେ ଆୟୁଷ ହସ୍ପିଟାଲର ଉନ୍ନତି, ବିଭିନ୍ନ ଆୟୁଷ ଭେଷଜ ମହାବିଦ୍ୟାଳୟ ର ଭିତ୍ତିଭୂମି ବିକାଶ, ରାଜ୍ୟ ଆୟୁଷ ପଦ୍ଧତି ର ଉନ୍ନତି ପାଇଁ ରାଜ୍ୟ ସରକାରଙ୍କୁ ସମସ୍ତ ପ୍ରକାର ସାହାଯ୍ୟ ଦିଆଯାଇଛି। ମାତ୍ର ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହାକୁ ଠିକ ରୂପେ ପରିଚାଳନା ନ କରିବା ଦ୍ୱାରା ଅର୍ଥ ଫେରି ଆସୁଥିବା ପ୍ରକାଶ କରିଥିଲେ। ଏ ସମ୍ପର୍କରେ ଏକ ରିପୋର୍ଟ ସେ ଆଜି ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗକୁ ପଠାଇଥିବା ଜଣାଯାଇଛି।

ରାଜ୍ୟରେ ଆୟୁଷର ବିପର୍ଯ୍ୟୟ ସ୍ଥିତି କାରଣରୁ ଦୀର୍ଘ ୧୫ ଦିନ ଧରି ଆନ୍ଦୋଳନ କରିଥିବା ସମସ୍ତ ସରକାରୀ ଆୟୁଷ ଛାତ୍ରଛାତ୍ରୀ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ମନ୍ତ୍ରୀ, ସ୍ୱାସ୍ଥ୍ୟ ସଚିବ, ଆୟୁଷ ନିର୍ଦ୍ଦେଶକଙ୍କୁ ଗତ ୧୬ ତାରିଖରେ ସାକ୍ଷାତ ଆଲୋଚନା କରିବା ପରେ ସେମାନେ ଧର୍ମଘଟ ବନ୍ଦ କରି ଆଲୋଚନା କରିବା ପାଇଁ ପରାମର୍ଶ ଦେଇଥିଲେ।

ଗୋଟିଏ କାର୍ଯ୍ୟ ଦିବସରେ ଦାବୀ କୁ ଆନ୍ତଃ ମନ୍ତ୍ରୀସ୍ତରୀୟ କମିଟି କୁ ପଠାଇ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ କରିବାକୁ କହିଥିଲେ ମଧ୍ୟ କେବଳ ଆୟୁଷ ଛାତ୍ରଛାତ୍ରୀଙ୍କ ଦାବୀକୁ ମନ୍ତ୍ରୀ ସ୍ତରୀୟ କମିଟିକୁ ପ୍ରେରଣ କରି ଆୟୁଷ ଛାତ୍ରଛାତ୍ରୀ ଙ୍କୁ ଦେଖା ଦେଉ ନ ଥିବାର ଛାତ୍ରଛାତ୍ରୀମାନେ ଅଭିଯୋଗ କରିଛନ୍ତି।

ଏହାର ପ୍ରତିବାଦରେ ଆସନ୍ତା ୨୫ ତାରିଖଠାରୁ ପୁନଶ୍ଚ ଅନିର୍ଦ୍ଦିଷ୍ଟ କାଳ ପାଇଁ ରାଜ୍ୟର ସମସ୍ତ ସରକାରୀ ଆୟୁଷ କଲେଜ ଛାତ୍ରଛାତ୍ରୀ, ହସ୍ପିଟାଲରେ କାର୍ଯ୍ୟରତ ଆୟୁଷ ହାଉସ ସର୍ଜନ ଭୁବନେଶ୍ୱର ରାଜରାସ୍ତା କୁ ଆସି ସେମାନଙ୍କ ଅଧିକାର ପାଇଁ ଧାରଣା ଓ ଆନ୍ଦୋଳନ ଆରମ୍ଭ କରିବେ ବୋଲି ଗତକାଲି ରାଜ୍ୟ ମୁଖ୍ୟମନ୍ତ୍ରୀ, ସ୍ଵାସ୍ଥ୍ୟ ବିଭାଗ କୁ ଲିଖିତ ଭାବେ ଜଣାଇଛନ୍ତି।

ଏହି ଆୟୁଷ ଛାତ୍ରଛାତ୍ରୀଙ୍କୁ ଦାବୀ ପ୍ରତି ରାଜ୍ୟର ବିଭିନ୍ନ ସ୍ତରରୁ ସମର୍ଥନ ମିଳୁଥିବା ଦେଖିବାକୁ ମିଳିଛି।

ଆୟୁଷ ଆୟୁଷ ଛାତ୍ରଛାତ୍ରୀ କେନ୍ଦ୍ର ଆୟୁଷ ମନ୍ତ୍ରୀ
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟସଭା ନିର୍ବାଚନ ତାତି, ହୁଇପ ଜାରୀ କଲା ବିଜେଡି, ଭୁବନେଶ୍ବର ନ ଛାଡିବାକୁ ନିର୍ଦ୍ଦେଶ

March 11, 2026

କଂଗ୍ରେସକୁ ବାହୁଡ଼ିଲେ ନିମାପଡାର ବରିଷ୍ଠ ନେତା ସତ୍ୟବ୍ରତ ପାତ୍ର

March 11, 2026

ପଦ୍ମ ଧରିଲେ ରବୀନ୍ଦ୍ର ଜେନା: ଗତକାଲି ବିଜେଡ଼ି ରୁ ଦେଇଥିଲେ ଇସ୍ତଫା

March 11, 2026

ସରକାରଙ୍କ ବଡ ନିଷ୍ପତ୍ତି: ୧୧,୬୮୨ଟି ନୂତନ MBBS ସିଟ୍ ଏବଂ ୪୩ଟି ନୂତନ ମେଡିକାଲ୍ କଲେଜକୁ ମଞ୍ଜୁରୀ

March 11, 2026
Latest News

ରାଜ୍ୟସଭା ନିର୍ବାଚନ ତାତି, ହୁଇପ ଜାରୀ କଲା ବିଜେଡି, ଭୁବନେଶ୍ବର ନ ଛାଡିବାକୁ ନିର୍ଦ୍ଦେଶ

March 11, 2026

ସୋଆ ଆଇବିସିଏସ୍ ପକ୍ଷରୁ ବିଜିନେସ୍ ମେଳା ‘ମାର୍କ-ଆଇଟି’ ଅନୁଷ୍ଠିତ

March 11, 2026

ପ୍ରକାଶ ପାଇଲା ୨୦୨୬ ଆଇପିଏଲ ର କାର୍ଯ୍ୟସୂଚୀ: ପ୍ରଥମ ଦିନରେ RCB ବିରୋଧରେ ଖେଳିବ ଏହି ଦଳ

March 11, 2026

ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦଙ୍କ ବଡ଼ ଘୋଷଣା: ୮୧ ଦିନ ପାଇଁ କରିବେ ଉତ୍ତର ପ୍ରଦେଶ ପରିକ୍ରମା

March 11, 2026

କଂଗ୍ରେସକୁ ବାହୁଡ଼ିଲେ ନିମାପଡାର ବରିଷ୍ଠ ନେତା ସତ୍ୟବ୍ରତ ପାତ୍ର

March 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.