Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଲକ୍ଷ୍ମୀ ଯୋଜନାର ବସ୍‌ କର୍ମଚାରୀଙ୍କ ସହ 5T ସଚିବଙ୍କ ଆଲୋଚନା, ୬ଟି ଜିଲ୍ଲାରେ ଗଡିବ ବସ୍‌
ବିଶେଷ ଖବର

ଲକ୍ଷ୍ମୀ ଯୋଜନାର ବସ୍‌ କର୍ମଚାରୀଙ୍କ ସହ 5T ସଚିବଙ୍କ ଆଲୋଚନା, ୬ଟି ଜିଲ୍ଲାରେ ଗଡିବ ବସ୍‌

October 9, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଲକ୍ଷ୍ମୀ ଯୋଜନାର ବସ୍‌ କର୍ମଚାରୀଙ୍କ ସହ 5T ସଚିବଙ୍କ ଆଲୋଚନା, ୬ଟି ଜିଲ୍ଲାରେ ଗଡିବ ବସ୍‌

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ସଚିବ (5T) ଶ୍ରୀ ଭି.କେ. ପାଣ୍ଡିଆନ ଆଜି ଲକ୍ଷ୍ମୀ ଯୋଜନାର ବସ୍‌ କର୍ମଚାରୀ ମାନଙ୍କ ସହିତ ଆଲୋଚନା କରି ସେମାନଙ୍କୁ ନିଃସ୍ବାର୍ଥପର ସେବା ଯୋଗାଇ ଦେବାକୁ ପରାମର୍ଶ ଦେଇଛନ୍ତି। ଏହି ଆଲୋଚନାରେ ବସ୍‌ ଡ୍ରାଇଭର, କଣ୍ଡକ୍ଟର ଓ ମ୍ୟାନେଜର ମାନଙ୍କୁ ମିଶାଇ ୬୫୦ ଜଣ କର୍ମଚାରୀ ଯୋଗ ଦେଇଥିଲେ।

ସୂଚନାଯୋଗ୍ୟ ଯେ ପ୍ରଥମ ପର୍ଯ୍ୟାୟରେ ଦକ୍ଷିଣାଞ୍ଚଳର ୬ଟି ଜିଲ୍ଲାରେ ଲକ୍ଷ୍ମୀ ବସ୍‌ ଯୋଜନାରେ ବସ୍‌ ଚଳାଚଳ ଆରମ୍ଭ କରିବ । ଏହି ଜିଲ୍ଲା ଗୁଡିକ ହେଲା – ମାଲକାନଗିରି, ନବରଙ୍ଗପୁର, କୋରାପୁଟ, ରାୟଗଡା, ଗଜପତି ଓ କନ୍ଧମାଳ। ଚଳିତ ମାସ ୧୨ ତାରିଖ ଦିନ ମୁଖ୍ୟମନ୍ତ୍ରୀ ମାଲକାନଗିରି ଜିଲ୍ଲା ପାଇଁ ଏହି ଯୋଜନାର ଶୁଭାରମ୍ଭ କରିବେ। ଲକ୍ଷ୍ମୀ ଯୋଜନାରେ ବସ୍‌ ଗୁଡିକ ପଞ୍ଚାୟତରୁ ବ୍ଲକ୍‌ ଓ ବ୍ଲକ୍‌ରୁ ଜିଲ୍ଲା ମୁଖ୍ୟାଳୟ ପର୍ଯ୍ୟନ୍ତ ଚାଲିବା ପାଇଁ ଯୋଜନା ରହିଛି।

କର୍ମଚାରୀ ମାନଙ୍କୁ ସମ୍ବୋଧନ କରି 5T ସଚିବ ଶ୍ରୀ ପାଣ୍ଡିଆନ କହିଲେ ଯେ ଯୋଗାଯୋଗ ହେଉଛି ଅର୍ଥନୈତିକ ଓ ସାମାଜିକ ଉନ୍ନତିର ମୌଳିକ ଆଧାର। ତେଣୁ ଲୋକମାନଙ୍କୁ ଉଚ୍ଚମାନର ସେବା ଯୋଗାଇ ଦେବା ଆମର ପ୍ରଥମ ଦାୟିତ୍ବ ହେବା ଉଚିତ। ଏହି ବସ୍‌ ଯୋଜନାରେ ଛୋଟ ପିଲା ଠାରୁ ଆରମ୍ଭ କରି ଚାଷୀ, ବ୍ୟବସାୟୀ, ମିଶନ ଶକ୍ତି ମା ମାନେ, ସମସ୍ତେ ଉପକୃତ ହେବେ।

ସ୍କୁଲ କଲେଜର ପିଲାମାନେ ସେମାନଙ୍କ ଶିକ୍ଷାନୁଷ୍ଠାନକୁ ଯାଇପାରିବେ। ଚାଷୀ ତାର ଉତ୍ପାଦିତ ଦ୍ରଦ୍ୟକୁ ନେଇ ବଜାରରେ ବିକ୍ରିବଟା କରିପାରିବ। ବ୍ୟବସାୟୀମାନେ ସୁରୁଖୁରୁରେ ବ୍ୟବସାୟ କରିପାରିବେ। ରୋଗୀମାନେ ଡାକ୍ତରଖାନାରେ ସୁବିଧାରେ ପହଞ୍ଚିପାରିବେ। ମିଶନ ଶକ୍ତି ମା ମାନେ ମଧ୍ୟ ସେମାନଙ୍କ କାର୍ଯ୍ୟ ପାଇଁ ଯାତାୟତ କରିବା ସହଜ ହେବ।

ଶ୍ରୀ ପାଣ୍ଡିଆନ ପୁଣି କହିଥିଲେ ଯେ, ଲକ୍ଷ୍ମୀ ସମୃଦ୍ଧିର ପ୍ରତୀକ। ତେଣୁ ଏହି ପରିବହନ ସେବା ଗାଁ ଗାଁରେ ସମୃଦ୍ଧି ଆଣିବ। ଅର୍ଥନୈତିକ ବିକାଶକୁ ସୁନିଶ୍ଚିତ କରିବ। ଗ୍ରାମାଞ୍ଚଳ କ୍ଷେତ୍ରକୁ ରୂପାନ୍ତରିତ କରିବ। ତେଣୁ ବସ୍‌ର କର୍ମଚାରୀ ମାନେ ଯାତ୍ରୀମାନଙ୍କୁ ସେମାନଙ୍କ ନିଜ ପରିବାରର ସଦସ୍ୟ ଭାବେ ବ୍ୟବହାର କରିବାକୁ ସେ ପରାମର୍ଶ ଦେଇଥିଲେ।

ଏଥିରେ ସେ ୩-ଏସ୍‌ ଉପରେ ଗୁରୁତ୍ବ ଦେଇଥିଲେ। ଏହି ତିନୋଟି ଏସ୍‌ ହେଲା – ସୁରକ୍ଷା, ସୁବିଧା ଓ ସମ୍ମାନ। ସମସ୍ତଙ୍କ ସୁରକ୍ଷା, ଯାତ୍ରୀଙ୍କ ସୁବିଧା ଓ ପ୍ରତ୍ୟେକ ଯେପରି ସମ୍ମାନର ସହିତ ଯାତାୟତ କରିବେ, ସେଥିପ୍ରତି ଧ୍ୟାନ ଦେବା ହେଉଛି କର୍ମଚାରୀ ମାନଙ୍କ କର୍ତ୍ତବ୍ୟ ବୋଲି ଶ୍ରୀ ପାଣ୍ଡିଆନ କହିଥିଲେ।

ଆଲୋଚନା ପରେ ସମସ୍ତ କର୍ମଚାରୀମାନେ 5T ସଚିବଙ୍କୁ ଧନ୍ୟବାଦ ଦେଇଥିଲେ।

5T ସଚିବ bus vkpandian ଭି.କେ ପାଣ୍ଡିଆନ ଲକ୍ଷ୍ମୀ ଯୋଜନା
Share. Facebook Twitter LinkedIn Email WhatsApp Copy Link

Related Posts

ବାଲେଶ୍ବର ରାଜନୀତିରେ ହଲଚଲ, ବିଜେଡିରେ ମିଶିଲେ ରଘୁନାଥ ମହାନ୍ତି, ଜୀବନ ପ୍ରଦୀପ ଦାସ

March 25, 2026

ବିଶ୍ୱ ସଙ୍କଟ ସମୟରେ କୃଷି କ୍ଷେତ୍ରରେ ସ୍ଥିରତା ପାଇଁ ଶିବରାଜ ସିଂହ ଚୌହାନଙ୍କ ଉଚ୍ଚସ୍ତରୀୟ ବୈଠକ

March 25, 2026

ଯୁଦ୍ଧକୁ ନେଇ ସାରା ବିଶ୍ୱ ଚିନ୍ତିତ, କିନ୍ତୁ ଭାରତ ପାଇଁ କିଛି ଭଲ ଖବର: ଜାଣନ୍ତୁ…

March 25, 2026

ଭାରତ ସରକାରଙ୍କ ବଡ଼ ପଦକ୍ଷେପ: ତିନି ମାସ ମଧ୍ୟରେ PNG ସଂଯୋଗ ନକଲେ ମିଳିବନି LPG

March 25, 2026
Latest News

ଆଞ୍ଚଳିକ ସଂଯୋଗୀକରଣ ଯୋଜନା-ସଂଶୋଧିତ ଉଡ଼ାନ ଯୋଜନାକୁ କ୍ୟାବିନେଟ୍‌ ଅନୁମୋଦନ

March 25, 2026

“ପେଟ୍ରୋଲ ଏବଂ ଡିଜେଲର କୌଣସି ଅଭାବ ନାହିଁ”: ସର୍ବଦଳୀୟ ବୈଠକରେ କହିଲେ ସରକାର

March 25, 2026

ହୋଟେଲ ଏବଂ ରେଷ୍ଟୁରାଣ୍ଟରେ “ଏଲପିଜି ଚାର୍ଜ” କୁ ବେଆଇନ କହିଲେ ସରକାର: ଲାଗୁ କଲେ ନିଷେଧାଦେଶ

March 25, 2026

କ’ଣ ଏଲପିଜି ରିଫିଲ୍‌ ବୁକିଂ ସମୟସୀମା ୪୫ ଦିନ?: ସ୍ପଷ୍ଟିକରଣ ଦେଲେ ସରକାର

March 25, 2026

ବାଲେଶ୍ବର ରାଜନୀତିରେ ହଲଚଲ, ବିଜେଡିରେ ମିଶିଲେ ରଘୁନାଥ ମହାନ୍ତି, ଜୀବନ ପ୍ରଦୀପ ଦାସ

March 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.