Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଭାରତ ଏବେ ବଳିୟାନ୍: ଡ଼୍ରାଗନ ହେଉ ସାବଧାନ
ବିଶେଷ ଖବର

ଭାରତ ଏବେ ବଳିୟାନ୍: ଡ଼୍ରାଗନ ହେଉ ସାବଧାନ

October 21, 2023No Comments6 Mins Read
Share Facebook Twitter LinkedIn Email WhatsApp Copy Link
ଭାରତ-ଚୀନ୍
ଭାରତ-ଚୀନ୍ ସୀମା ବିବାଦ: ସୁଧୁରିବ କି ସମ୍ପର୍କ?, ପୁଣି ଥରେ ଆରମ୍ଭ ହେଲା ଆଲୋଚନା

ପ୍ରଦୀପ ସେନାପତି
ବିଶ୍ୱରେ ଭାରତର ସ୍ଥାନ ଓ ସମ୍ମାନ ଏକ ସ୍ୱତନ୍ତ୍ର। ବିଶ୍ୱରେ ଏକ ଦୃଢ ଶକ୍ତିଶାଳୀ ଗଣତାନ୍ତ୍ରିକ ଓ ବିଶ୍ୱ ମହାଶକ୍ତି ଭାବରେ ନିଜର ପରିଚୟ ସୃଷ୍ଟି କରିବାରେ ସକ୍ଷମ ହୋଇପାରିଛି। ଯାହାକି ଆଜି ସାରା ବିଶ୍ୱ ମାନିବା ପାଇଁ ବାଧ୍ୟ ହୋଇଛି। ଦେଶର ଗୌରବ ବଢିଛି। ପରିବର୍ଦ୍ଧିତ ବୈଶ୍ୱିକ ପରିସ୍ଥିତିରେ ଭାରତର ମର୍ଯ୍ୟାଦା ଓ ଶକ୍ତି ବୃଦ୍ଧି ପାଇଛି ଏବଂ ହୃଦୟଙ୍ଗମ କରି ବିଶ୍ୱ ସମୁଦାୟ ଭାରତ ସହିତ ବନ୍ଧୁତ୍ୱ ସ୍ଥାପନ କରିଛି। ଆମେରିକା ସମେତ ପାଶ୍ଚାତ୍ୟ ରାଷ୍ଟ୍ର ସମୂହ ଭାରତକୁ ଚୀନର ଆର୍ଥିକ ଓ ସାମରିକ ପ୍ରତିଦ୍ୱନ୍ଦି ଭାବେ ବିଚାର କରି ଆସିଛନ୍ତି। ବିଶ୍ୱର ବିକସିତ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଭାରତ ନିଜର ସ୍ଥିତି, ପ୍ରଗତି ଜାହିରି କରିଛି। ସର୍ବୋପରି ଭାରତ ଏବେ ବିଶ୍ୱର ଅର୍ଥନୈତିକ ଇଞ୍ଜିନ୍ ଭାବେ ଉଭା ହୋଇଛି।

୧୯୬୨ ମସିହା ଯୁଦ୍ଧ ପର ଠାରୁ ବର୍ତ୍ତମାନର ସ୍ଥିତି ଭାରତ-ଚୀନ ସମ୍ପର୍କ ସବୁଠୁ ନିମ୍ନ ସ୍ତରରେ। ସୀମାରେ ଚୀନ ଯେଉଁ ଉତ୍ତେଜନା ସୃଷ୍ଟି କରି ଚାଲିଛି ତାହା ଆମ ଦେଶ ପାଇଁ ସୃଷ୍ଟି କରିଛି ବିରାଟ ଆହ୍ୱାନ। ଚାଣକ୍ୟଙ୍କ ନୀତି ଅନୁସାରେ ପ୍ରତିବେଶୀ ରାଷ୍ଟ୍ର ହିଁ ହେଉଛି ସବୁଠାରୁ ବଡ ଶତୃ। ଚୀନ ହେଉଛି ଏହାର ପ୍ରକୃଷ୍ଟ ଉଦାହରଣ। ଚୀନର ଉଚ୍ଚାରଣ ଓ ଆଚ୍ଚରଣରେ ଦେଖାଦେଇଛି ବିରାଟ ପାର୍ଥକ୍ୟ। ସୀମା ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ଚୀନ ଚାହୁଁନାହିଁ।

ବର୍ତ୍ତମାନ ବିଶ୍ୱ କୁଟନୀତିରେ ଯେଉଁ କାୟା ପରିବର୍ତ୍ତନ ଘଟିଛି ସେଥିରେ ଭାରତ ଅନ୍ୟତମ ପ୍ରମୁଖ ଶକ୍ତି ରୂପେ ଉଭା ହୋଇଛି ଯାହାକୁ ଚୀନ ଗ୍ରହଣ କରିବାକୁ ନାରାଜ। ଏକବିଂଶ ଶତାଦ୍ଦୀରେ ଆର୍ଥିକ ନୀତି ହିଁ କୁଟନୀତିକ ମୁଖ୍ୟ ଆୟୁଧ। ଯୁଦ୍ଧ ହେଉଛି ଉନବିଂଶ ଶତାଦ୍ଦୀୟ ଅସ୍ତ୍ର। ତେଣୁ ଉଭୟ ଦେଶ ଏବେ ଶାନ୍ତି ଓ ସ୍ଥିରତା ରକ୍ଷା ପାଇଁ ପ୍ରୟାସ କଲେ ସୁଧା ଚୀନର ଚରିତ୍ରକୁ ଚିହ୍ନି ତା’ର ରଣନୀତି ଓ କୁଟନୀତି ପାଇଁ ପ୍ରସ୍ତୁତ କରି ସାରିଛି ଭାରତ ଏବଂ ଏହା ହିଁ ହେଉଛି ଚୀନ ଡ଼୍ରାଗନ୍‌କୁ ଜବତ କରିବାରେ ସହାୟକ ଓ ସଫଳତା।

୨୦୨୦ ମସିହା ଜୁନ୍ ୧୫ ତାରିଖରେ ଲଦାଖର ଗଲୱାନ୍ ଘାଟିରେ ଚୀନର ପିପୁଲସ ଲିବେରେସନ ଆର୍ମି ଓ ଭାରତୀୟ ସେନା ମଧ୍ୟରେ ଘଟିଥିବା ରକ୍ତାକ୍ତ ସଂଘର୍ଷ ଦେଶରେ ସୃଷ୍ଟି କରିଥିଲା ଯୁଦ୍ଧ ଉନ୍ମାଦ। ଗଲୱାନ ଘାଟିରେ ଚୀନ ସେନାର ଯୋଜନା ବଦ୍ଧ ଆକ୍ରମଣ ପାଇଁ ପିଏଲଏ ହାତା ହାତି -ଯୁଦ୍ଧରେ ପାରଙ୍ଗମ ସୈନ୍ୟ ନିୟୋଜିତ କରିଥିଲା ଯେଉଁଥିରେ ଆମର ୨୦ଜଣ ବୀର ଜୱାନ ସହିଦ ହୋଇଥିଲେ। ଚୀନ ସୈନ୍ୟଙ୍କ ମାରଣାସୁ ପ୍ରୟୋଗ ଓ ମାରଣାସ୍ତ୍ର ଆକ୍ରମଣ କୌଣସି ସଭ୍ୟ ତଥା ପ୍ରଫେସନାଲ ସୈନ୍ୟଙ୍କ କାର୍ଯ୍ୟ ନୁହେଁ ବୋଲି ବିବେଚନା କରାଯାଏ।

ତେବେ ଏହି ସଂଘର୍ଷରେ ଚୀନର ୪୫ରୁ ଉର୍ଦ୍ଧ୍ୱ ସୈନ୍ୟ ନିହତ ହୋଇଥିଲେ ମଧ୍ୟ କାପୁରୁଷର ପରିଚୟ ଦେଇ ଏହାକୁ ଲୁଚାଇ ରଖିଥିଲା। ଏକ ବିଲିଅନରୁ ଉର୍ଦ୍ଧ୍ୱ ଜନସଂଖ୍ୟା ବିଶିଷ୍ଟ ଭାରତ-ଚୀନ ଦୁଇ ପରମାଣୁ ଶକ୍ତି ସଂପନ୍ନ ରାଷ୍ଟ୍ରଙ୍କ ମଧ୍ୟରେ ୩୪୮୮ କି.ମି. ଦୀର୍ଘ ଏଲ ଏ ସି ରହିଛି ଯାହାକି ପୃଥିବୀର ଦୀର୍ଘତମ ଅସମାହିତ ସ୍ଥଳ-ସୀମା-ବିବାଦ। ଏକଦା ବିଶ୍ୱରେ ଶାନ୍ତିର ବାତାବରଣ ସୃଷ୍ଟି କରିବାରେ ଆଗୁଆ ହୋଇ ‘ପଞ୍ଚଶୀଳ’ନୀତି ଗ୍ରହଣ କରିଥିଲେ ମଧ୍ୟ ସୀମା ବିବାଦ କାରଣରୁ ୧୯୬୨ ମସିହାରେ ଯୁଦ୍ଧ ଭୂମିରେ ଅବତୀର୍ଣ୍ଣ ହୋଇଥିଲେ। ଗଲୱାନ୍‌ରେ ଘଟିଥିବା ସଂଘର୍ଷ ପରେ ଦୁଇଦେଶ ମଧ୍ୟରେ ବହୁବାର କୂଟନୈତିକ ଆଲୋଚନା ତଥା ସାମରିକ କମାଣ୍ଡସ୍ତରୀୟ ଆଲୋଚନା କାରଣରୁ ଉତ୍ତେଜନା କିଛି ପରିମାଣରେ ପ୍ରଶମିତ ହେବାରୁ ଯୁଦ୍ଧ ବାଦଲ ହଟି ଯାଇଥିଲା। ଏବେ ସେହି ନିଆଁକୁ କୁହୁଳାଇ ରଖି ଚୀନ ମଝିରେ ମଝିରେ ପୁଣି ଉତ୍ତେଜନା ସୃଷ୍ଟି କରି ଚାଲିଛି। ଏହି କାରଣରୁ ଆଜି ପର୍ଯ୍ୟନ୍ତ ଦୁଇ ଦେଶର ୬୦ ହଜାରରୁ ଉର୍ଦ୍ଧ୍ୱ ସୈନ୍ୟ ସୀମାନ୍ତରେ ନିୟୋଜିତ ରହିଛନ୍ତି। ଭାରତୀୟ ସେନାର ସୈନ୍ୟବଳ, ଆଇ.ଟି.ବି.ପି ଲାଦାଖ ସ୍କାଉଟସ, ଟ୍ୟାଙ୍କ ଆଟିଲାରୀ ଗନ୍‌, ରକେଟ, ଅଲଟ୍ରା ଲାଇଟ ହାୱାଇଜରସ୍‌, ମୃତୟନ ହେବାସହ ଗୁଇନ୍ଦା ଉପଗ୍ରହ ଦ୍ୱାରା ଚୀନ ସେନାର ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି।

ଭାରତ -ଚୀନ କୋର୍ କମାଣ୍ଡରସ୍ତରୀୟ ଆଲୋଚନା ୧୮ଥର ହୋଇଯାଇଛି। ଶେଷ ବୈଠକ ୨୦୨୩ ଏପ୍ରିଲ ୨୩ରେ ବସିଥିଲା। ମାତ୍ର ଗଲୱାନ ସଂଘର୍ଷ ପରେ ୧୬ତମ କମାଣ୍ଡରସ୍ତରୀୟ ଆଲୋଚନା (୨୦୨୨ ଜୁଲାଇ ୧୭) ବିଶେଷ ଗୁରୁତ୍ୱ ବହନ କରେ। ଏହି ବୈଠକ ପରେ ଉଭୟ ଦେଶର ସୈନ୍ୟ ଗୋଗ୍ରା – ହଟସ୍ପ୍ରିଙ୍ଗ୍ ଅଞ୍ଚଳରେ ଥିବା ପେଟ୍ରୋଲିଂ ପଏଣ୍ଟ (ପି.ପି. -୧୫)ରୁ ଓହରି ଆସିଥିଲେ। ଗଲୱାନ୍‌ରେ ଥିବା(ପି.ପି. ୧୪, ପି.ପି.୧୭ -ଏ) ଗୋଗ୍ରା ଏବଂ ପେଙ୍ଗଙ୍ଗ୍ ହ୍ରଦର ଉତ୍ତର ଓ ଦକ୍ଷିଣ କୂଳରୁ ସେନା ଅପସାରିତ ହୋଇସାରିଛି। ଏଲ୍‌. ଏ.ସି.ର ଚାଙ୍ଗ – ଚେନମୋ ସବ୍ ସେକ୍ଟର ଅଞ୍ଚଳକୁ ଚୀନ ତା’ର ‘୧୯୫୯ କ୍ଲେମ୍ – ଲାଇନ’ରେ ଦର୍ଶାଇ ଥିଲା। ଭାରତର ‘ଇଣ୍ଡୋତିବତାନ ବୋର୍ଡ଼ର ଫୋର୍ସ’ ପୂର୍ବରୁ ‘କରମସିଂହ – ହିଲ’ ଅଞ୍ଚଳରେ ଥିବା ଆଉଟ୍ ପୋଷ୍ଟରୁ ଗୋଗ୍ରାରେ ଥିବା ଆଉଟପୋଷ୍ଟ ପର୍ଯ୍ୟନ୍ତ ପେଟ୍ରୋଲିଂ କରି ଆସୁଥିଲେ ମାତ୍ର ପି.ଏଲ. ଏ ଭାରତୀୟ ସେନାର ସାମର୍ଥ୍ୟ ଆକଳନ କଲାପରେ ଚୀନ ସେହି ଅଞ୍ଚଳକୁ ନିଜର ବୋଲି ଦାବି କରି ଆସୁଛି। ଏହି ଅଞ୍ଚଳକୁ ‘ବଫର-ଜୋନ’ ସୃଷ୍ଟି କରିବା ଚୀନ ସେନାର ଲକ୍ଷ୍ୟ। ଏହା ଦ୍ୱାରା ତାଙ୍ଗଲୁଙ୍ଗ ନାଲା, ପି.ପି. ୧୭-ଏ କୁଗ୍ରାଙ୍ଗ୍ ନଦୀ ଅଞ୍ଚଳକୁ କରାୟତ କରିବାକୁ ଭାରତୀୟ ସେନାପାଇଁ ଭବିଷ୍ୟତରେ ଅଧିକ କଠିନ ହେବ। ଫିଙ୍ଗର -୪ରୁ ଫିଙ୍ଗର -୮ ମଧ୍ୟରେ ପ୍ରାୟ ୮ କିଲୋମିଟର ଦୀର୍ଘ ଏକ ‘ବଫର ଜୋନ୍‌’ ଏବଂ ‘ପି ପି-୧୫’ରୁ ‘ପି.ପି. ୧୭ଏ’ ମଧ୍ୟରେ ପ୍ରାୟ ୩୦ କି.ମି. ଦୀର୍ଘ ଓ ୩ରୁ ୪ କି.ମି. ଓସାରରେ ଏକ ‘ବଫର ଜୋନ୍‌’ ସୃଷ୍ଟି ହେବା ବେଶ୍ ଗୁରୁତ୍ୱ ବହନ କରେ।

ଦୁଇ ଦେଶର ସହମତି ତଥା ମିଳିତ ଉଦ୍ୟମରେ ପେଟ୍ରୋଲିଂ ପଏଣ୍ଟ ଗୁଡ଼ିକ ୧୯୭୬ ମସିହାରେ ସ୍ଥାପିତ ହୋଇଥିଲା। ସେତେବେଳେ ଏହା ଭବିଷ୍ୟତରେ ଏଲ୍‌. ଏ.ସି. ନିର୍ଦ୍ଧାରଣରେ ଯେପରି କୌଣସି ପ୍ରକାର ବାଧକ ସାଜିବ ନାହିଁ ବୋଲି ଲକ୍ଷ ରହିଥିଲା ମାତ୍ର ବର୍ତ୍ତମାନର ସୃଷ୍ଟ ‘ବଫର ଜୋନ୍‌’ ଭବିଷ୍ୟତେରେ ଏଲ ଏ ସି. ନିର୍ଦ୍ଧାରଣରେ ଏହା ପ୍ରମୁଖ ଭୂମିକା ଗ୍ରହଣ କରିବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରେ ବୋଲି କେତେକ ସାମରିକ ବିଶେଷଜ୍ଞଙ୍କ ମତ। ସେହିଭଳି ଡ଼େମ୍‌ଚୋକ୍ ସବସେକ୍ଟରରେ ଚୀନର ପିଏଲ ଏ ଚାରଡ଼ିଙ୍ଗ ନିଙ୍ଗଲୁଙ୍ଗ୍ ନାଲା’ ଅଞ୍ଚଳକୁ ପ୍ରବେଶ କରି ସାମରିକ ଭିତ୍ତିଭୂମି ବିକାଶରେ ବେଶ୍ ତତ୍ପର। ବଫରଜୋନ୍ ସୃଷ୍ଟି ଆଳରେ ଚୀନ ତା’ର ମନ୍ଦ ଉଦ୍ଦେଶ୍ୟ ସାଧନରେ ଅଧିକ ସଜାଗ ଥିବାର ଅନୁଭୂତ ହୁଏ। ଗଲୱାନ ସଂଘର୍ଷ ପରବର୍ତ୍ତୀ ସମୟରେ ଚୀନ ସେନା କେତେକ ଅଞ୍ଚଳରୁ ଓହରି ଯାଇଥିଲେ ମଧ୍ୟ ଫେଙ୍ଗଙ୍ଗ୍ ହ୍ରଦରେ ଦୁଇଟି ପୋଲ ନିର୍ମାଣ ସହ ଜିନ୍‌ଆଙ୍ଗ୍‌ରୁ ତିବ୍‌ବତ ପର୍ଯ୍ୟନ୍ତ ଦ୍ୱିତୀୟ ରାଜମାର୍ଗ ନିର୍ମାଣ ଏବଂ ସାମରିକ ଭିତ୍ତିଭୂମି ନିର୍ମାଣ ତଥା ବିକାଶ ଦିଗରେ ଅଧିକ ତତ୍ପର। ଚୀନ ସେନାର ଭାରତ ଭୂମିରେ ଘନଘନ ଅନୁପ୍ରବେଶ ଅରୁଣାଚଳ ପ୍ରଦେଶର ୧୧ଟି ଗ୍ରାମର ନାମ ବଦଳାଯିବା ଚୀନର ଓøଦ୍ଧତ୍ୟକୁ ଦର୍ଶାଏ। ଗଲୱାନ୍ ଡ଼ୋକଲାମ, ୟାଙ୍ଗସେ, ଉତ୍ତରାଖଣ୍ଡ ସୀମାବର୍ତ୍ତୀ ବରାହୋତି ସଂଲଗ୍ନ ଅଞ୍ଚଳରେ ଚୀନ ତା’ର ପ୍ରାଧାନ୍ୟ ବଜାୟ ରଖିବାକୁ ଚେଷ୍ଟିତ। ଭାରତ-ଚୀନ ଭୂଟାନ ତ୍ରିକୋଣ ଅଞ୍ଚଳରେ ଚୀନ୍ ଏକ ହଜାର ଗୃହ ନିର୍ମାଣ କରୁଛି। ଯେଉଁଥିରେ ତା’ର ସୈନ୍ୟମାନେ ରହିପାରିବେ।

ସୀମାନ୍ତରେ ଚୀନ୍ ଟାୱାର ସ୍ଥାପନ କରି ଆମ ସେନାର ଗତିବିଧି ଉପରେ ନଜର ରଖିବାକୁ ଅହରହ ଚେଷ୍ଟିତ। ତିବ୍‌ତର ସ୍ଥାନୀୟ ଅଧିବାସୀଙ୍କ ଜରିଆରେ ସାମରିକ ଭିତ୍ତିଭୂମି ବିକାଶ, ଡ଼ିଫେନ୍ସ ସିଲ୍ଡ ବା ପ୍ରତିରକ୍ଷା ଢାଲ ସ୍ଥାପନ ଡ଼ିଫେନ୍ସ ଆଇନକୁ ଅଧିକ ଶକ୍ତିଶାଳୀ କରି ବୋର୍ଡ଼ର ଆଇନକୁ ଚୀନ୍ କାର୍ଯ୍ୟକାରୀ କରିଛି। ୬୪୦ ସଂଖ୍ୟକ ବର୍ଡ଼ର ଗ୍ରାମ ବସାଉଛି ଯାହାକି ଚିନ୍ ସେନାର ଆଉଟପୋଷ୍ଟ ଭାବେ କାର୍ଯ୍ୟ କରିବ ତାଙ୍କ ସାମରିକ ଢାଲ ସାଜିବ। ଭାରତର ଅରୁଣାଚଳ ପ୍ରଦେଶକୁ ସଂପୂର୍ଣ୍ଣ କବଳିତ କରିବାକୁ ଚୀନ୍ ତା’ର ମନ ବଳାଇଛି। ଚୀନ ତା’ର ‘ବର୍ଡ଼ର-ଗାର୍ଡ଼-ବଟାଲିୟନ’ ଗୁଡ଼ିକୁ ସାମରିକ ହତିଆରରେ ସଜ୍ଜିତ କରି ପି.ଏଲ.ଏ. ସହ ଅନେକ ମିଲଟାରୀ ଅପରେସନରେ ଭାଗ ନେଉଥିବାର ଗୁଇନ୍ଦା ସୂତ୍ରରୁ ଜଣାଯାଏ। ବର୍ତ୍ତମାନ ସମୟରେ ଆମେ ଅନୁଭବ କରିବା – ପଡ଼ୋଶୀ ପାକିସ୍ଥାନ ଏକ ନିମ୍ନ ମାନର ଉତ୍ତେଜନା ସୃଷ୍ଟିକାରୀ ଶତ୍ରୁ ମାତ୍ର ଚୀନ୍ ଷ୍ଟାଟାଜିକ ଶତ୍ରୁତା -ସୁଦୂର ପ୍ରସାରୀ। ଚୀନ୍‌ର ମୁକାବିଲା ପାଇଁ ଭାରତ ଏଲଏସି ନିକଟ ପାଙ୍ଗଙ୍ଗ୍ ହ୍ରଦର ପଶ୍ଚିମରେ ଥିବା ‘ଲୁକୁଙ୍ଗ’ ଗ୍ରାମର ଦକ୍ଷିଣ ପଟେ ଥିବା ‘ଫିଙ୍ଗର -୧’ ପାଖରେ ଥିବା ସାର୍ସେ ଗ୍ରାମ ପର୍ଯ୍ୟନ୍ତ ୩୮ କି.ମି. ଦୀର୍ଘ ସଡ଼କ ନିର୍ମାଣ କରୁଛି ଯାହାକି ହ୍ରଦର ଡ଼ାହାଣ ପଟୁ ହଟ୍ ସ୍ପ୍ରିଙ୍ଗକୁ ଦୂରତା ହ୍ରାସ ପାଇବ।

ଏହାଦ୍ୱାରା ‘ଫିଙ୍ଗର-୧’ ଓ ‘ଫିଙ୍ଗର-୨’ରେ ଥିବା ସେନା ଶିବିର ମଧ୍ୟରେ ଯୋଗାଯୋଗ ସୁବିଧା ହେବ। ଲାଦାଖର ଚୁସୁଲ – ଡ଼ୁଙ୍ଗଟି – ଫୁକ୍‌ତେ- ଡ଼େମ୍ ଚୋକ୍ ମଧ୍ୟରେ ୧୪୫ କି.ମି. ଦୀର୍ଘ ସଡ଼କପଥ ଆମ ‘଼ବି.ଆର.ଓ.’ ନିର୍ମାଣ କରୁଛି। ରଣନୀତିକ ଦୃଷ୍ଟିରୁ ଏହା ବେଶ୍ ଗୁରୁତ୍ୱପୂର୍ଣ୍ଣ। ଯୁଦ୍ଧ ବିମାନ ମୃତୟନ ପାଇଁ ନିଓମା ଠାରେ ବିମାନଘାଟି ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ଏହା ହେବ ବିଶ୍ୱର ଉଚ୍ଚତମ ବିମାନଘାଟି।

ଭାରତକୁ ଘେରିବାକୁ ଚୀନ୍ ଡ଼୍ରାଗନ୍ ସବୁବେଳେ ସଚେତନ। ଏକ ଗଣତାନ୍ତ୍ରିକ ସାର୍ବଭୌମ ରାଷ୍ଟ୍ର ‘ଭାରତ’ ବର୍ତ୍ତମାନ ବିକାଶ ପଥରେ ଆଗେଇ ଯାଉଥିଲା ବେଳେ ଚୀନ୍ ତା’ର ପ୍ରତିପତ୍ତି ଜାହିର କରିବା ଉଦ୍ଦେଶ୍ୟରେ ଭାରତକୁ ତା’ର ଶତ୍ରୁ ଭାବରେ ସ୍ଥାନିତ କରିଛି। ଅପରପକ୍ଷେ ଭାରତ-ଚୀନ ସୀମା ବିବାଦ, ଚୀନ-ଋଷିଆ ସହଯୋଗିତା, ଚୀନ-ପାକିସ୍ଥାନ ନିବିଡ଼ତା ଏବଂ ନେପାଳ, ଭୁଟାନ, ଶ୍ରୀଲଙ୍କା ଆଦି ରାଷ୍ଟ୍ରରେ ଚିନ୍‌ର ବର୍ଦ୍ଧିଷ୍ଣୁ ହସ୍ତକ୍ଷେପ ଭାରତକୁ କରିଛି ବିବ୍ରତ। ଚିନ୍ ଭାରତ ଭୂଖଣ୍ଡର ଅକ୍‌ସାଇ -ଚୀନ୍ ଅଞ୍ଚଳକୁ କବଳିତ କରିଛି ଏବଂ ପାକ୍ ଅଧିକୃତ କାଶ୍ମୀର ଅଞ୍ଚଳରେ ‘ଚାଇନା – ପାକିସ୍ଥାନ- ଇକନୋମିକ କରିଡ଼ର’ ନିର୍ମାଣରେ ବ୍ୟସ୍ତ।

‘ନ୍ୟୁକ୍ଲିଅର ସପ୍ଲାୟର୍ସ ଗ୍ରୁପ’ରେ ଭାରତର ସଦସ୍ୟତାକୁ ପ୍ରତିହତ କରିବାରେ ଚିନ୍ ସାଜିଛି ମୁଖ୍ୟ ଖଳନାୟକ। ଜାତିସଂଘ ଦ୍ୱାରା କେତେକ ଦୁର୍ଦ୍ଦାନ୍ତ ଆତଙ୍କବାଦୀ ଘୋଷଣାରେ ଚୀନ୍ ପ୍ରତିବନ୍ଧକ ସାଜିଛି। ଆମ ଅରୁଣାଚଳ ପ୍ରଦେଶକୁ ତା’ର ବୋଲି ଦାବି କରିବା ସହ ପାକିସ୍ଥାନକୁ ସବୁପ୍ରକାର ଯୁଦ୍ଧାସ୍ତ୍ର ଯୋଗାଇ ଭାରତ ବିପକ୍ଷରେ ସଂଗ୍ରାମ ଜାରି ରଖିବାକୁ ଚୀନର ପ୍ରୋତ୍ସାହନ ଏବଂ ଅନ୍ୟ ପଡ଼ୋଶୀ ରାଷ୍ଟ୍ରଙ୍କୁ ଭାରତ ବିପକ୍ଷରେ ମତାଇବାକୁ ତତ୍ପର।

ଚୀନ୍‌ର ମନ୍ଦ ଉଦ୍ଦେଶ୍ୟ ପ୍ରତିହତ କରିବାକୁ ଆମେ ଆମର ସାମରିକ ପ୍ରସ୍ତୁତି ପ୍ରତି ଗୁରୁତ୍ୱ ଦେବା ସହ ପାର୍ବତ୍ୟ ଇଲାକାରେ ଚିନ୍‌ର ମୁକାବିଲା କରିବାକୁ ସେନାର ଗଠନ କରାଯାଇଥିବା ‘ମାଉଣ୍ଟେନ – ଷ୍ଟ୍ରାଇକ୍‌-କୋର’କୁ ଅଧିକ ଶକ୍ତିଶାଳୀ କରାଯାଇଛି।

ଯୁଦ୍ଧକାଳୀନ ଭିତ୍ତିରେ ଚୀନ୍ – ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଭିତ୍ତିଭୂମି ବିକାଶକୁ ତ୍ୱରାନ୍ୱିତ କରାଯାଇଛି। କୂଟନୈତିକ ସ୍ତରରେ ଆମେ ‘କ୍ୱାଡ଼୍‌’ ମାଧ୍ୟମରେ ଚୀନକୁ ଏକ ଘରିଆ କରିବା, ହଂକଂର ଗଣତାନ୍ତ୍ରିକ ମୁଭମେଣ୍ଟରେ ସ୍ୱର ମିଶାଇ ଅଧିକ ଶକ୍ତିଶାଳୀ କରିବା ଦିଗରେ ପ୍ରଚେଷ୍ଟା ଜାରି ରଖିବା, ତାଇୱାନ୍ ସହ ହାତ ମିଳାଇ ଦକ୍ଷିଣ-ଚିନ୍ ସାଗର ଅଞ୍ଚଳରେ ଚୀନ୍‌ର କତ୍ତୃତ୍ୱ ହାସଲ ପ୍ରତିହତ କରିବା ଦିଗରେ ପଦକ୍ଷେପ ନେବା ଉଚିଦ ହେବ। ଆମ ଦେଶକୁ ଚୀନ୍ ରପ୍ତାନି କରୁଥିବା ସାମଗ୍ରୀ ଉପରେ ଆମେ ଧିରେ ଧିରେ କମାଇବା ଦିଗରେ ଦେଶବାସୀ ପଦକ୍ଷେପ ନେବା ସହ ଭିତ୍ତିଭୂମି ବିକାଶ କ୍ଷେତ୍ରରେ ଚୀନ୍‌ର ଅମାପ ଅର୍ଥ ବିନିଯୋଗ ଏବଂ ସେଥିରୁ ଚୀନ୍‌କୁ ମିଳୁଥିବା ପ୍ରଚୁର ଲାଭାଂଶ ହ୍ରାସ ଦିଗରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାର ସମୟ ଏବେ ଦେଶବାସୀଙ୍କ ଉପରେ ନିର୍ଭର କରୁଛି। ଏହା ହେଲେ ଭାରତ ଏବେ ଚିନ୍‌କୁ ଉଚିତ୍ ଶିକ୍ଷା ଦେଲା ବୋଲି ଭାଳେଣି ପଡ଼ିଯିବ। ଚିନ୍ତାଶୀଳ ହେବ। ନିଦ ହଜିଯିବ, ଭୋକଶୋଷ ମରିଯିବ ଏବଂ ଡ଼୍ରାଗନ୍ ସାବଧାନ ହୋଇଯିବ।

ରାଜ୍ୟ ସଭାପତି
ଓଡ଼ିଶା ସାମ୍ବାଦିକ ସୁରକ୍ଷା ସଂଗଠନ
ଆନ୍ତର୍ଜାତିକ ସ୍ତମ୍ଭକାର, ସାମନ୍ତରାପୁୁର, ପୁରୁଣା ଭୁବନେଶ୍ୱର-୨
ମୋ – ୭୮୪୮୮୯୮୪୫୬

ଚୀନ ଭାରତ
Share. Facebook Twitter LinkedIn Email WhatsApp Copy Link

Related Posts

PM Maan Ki Baat: ବିଶ୍ବର ଯୁଦ୍ଧ ପରିସ୍ଥିତିକୁ ମୁକାବିଲା କରିବାକୁ ମନ କୀ ବାତ୍ ରେ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ

March 29, 2026

ଦେଶର ସମସ୍ତ ପେଟ୍ରୋଲ ପମ୍ପରେ ପର୍ଯ୍ୟାପ୍ତ ପରିମାଣରେ ପେଟ୍ରୋଲ ଏବଂ ଡିଜେଲ ଉପଲବ୍ଧ: କେନ୍ଦ୍ର

March 29, 2026

ପ୍ରତିରକ୍ଷା ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ପ୍ରଥମ ଆଇଜିଓଏମ ବୈଠକ

March 29, 2026

ପାଣିନୀଙ୍କ ଠାରୁ ଏଆଇ ଷ୍ଟାକ୍ ପର୍ଯ୍ୟନ୍ତ: ଦିଲ୍ଲୀର ଏଆଇ ମଞ୍ଚରେ ଜାତୀୟ କ୍ଷମତାର ନୂତନ ପରିଭାଷା

March 28, 2026
Latest News

PM Maan Ki Baat: ବିଶ୍ବର ଯୁଦ୍ଧ ପରିସ୍ଥିତିକୁ ମୁକାବିଲା କରିବାକୁ ମନ କୀ ବାତ୍ ରେ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ

March 29, 2026

ବିଜେପିରେ କାହିଁକି ଯୋଗ ଦେଉଛନ୍ତି କଂଗ୍ରେସ ନେତା?: କାରଣ କହିଲେ ରାହୁଲ ଗାନ୍ଧୀଙ୍କ ସହଯୋଗୀ

March 29, 2026

ଆସନ୍ତା ୩ ଯାଏଁ ଜାରି ରହିବ କାଳବୈଶାଖୀ ପ୍ରକୋପ: ଏହି ଜିଲ୍ଲାଗୁଡିକରେ ବଜ୍ରପାତ ସହ ବର୍ଷା ଆଶଙ୍କା

March 29, 2026

ଆଜି ଆଇପିଏଲ ରେ ମୁମ୍ବାଇ ଏବଂ କୋଲକାତା ମଧ୍ୟରେ ମ୍ୟାଚ୍: ଜାଣନ୍ତୁ ପ୍ଲେଇଂ ଇଲେଭେନ

March 29, 2026

“ଡ୍ୟାନ୍ସ ଓଡ଼ିଶା ଡ୍ୟାନ୍ସ: ଆଜି ୬:୩୦ରୁ ସେଲିବ୍ରେଟି ୱିଥ୍ ଲିଟିଲ ମାଷ୍ଟର୍ ଗ୍ରାଣ୍ଡ ଫିନାଲେ

March 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.