Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ସରକାରୀ ପାଣ୍ଠିର ସଠିକ ବ୍ୟବହାର ସୁନିଶ୍ଚିତ କରିବାକୁ ସିଭିଓଙ୍କୁ ଭିଜିଲାନ୍ସ ନିର୍ଦ୍ଦେଶକଙ୍କ ପରାମର୍ଶ
ବିଶେଷ ଖବର

ସରକାରୀ ପାଣ୍ଠିର ସଠିକ ବ୍ୟବହାର ସୁନିଶ୍ଚିତ କରିବାକୁ ସିଭିଓଙ୍କୁ ଭିଜିଲାନ୍ସ ନିର୍ଦ୍ଦେଶକଙ୍କ ପରାମର୍ଶ

November 5, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
vigilance
ସରକାରୀ ପାଣ୍ଠିର ସଠିକ ବ୍ୟବହାର ସୁନିଶ୍ଚିତ କରିବାକୁ ସିଭିଓଙ୍କୁ ଭିଜିଲାନ୍ସ ନିର୍ଦ୍ଦେଶକଙ୍କ ପରାମର୍ଶ

ଭୁବନେଶ୍ୱର: ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଭୁବନେଶ୍ୱର ସୂର୍ଯ୍ୟନଗରସ୍ଥିତ ରାଜ୍ୟ ଭିଜିଲାନ୍ସ ଏକାଡେମୀରେ ଦିନିକିଆ ରାଜ୍ୟ ବାର୍ଷିକ ସିଭିଓ ୨୦୨୩ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।
ଏଥିରେ ରାଜ୍ୟ ସରକାରଙ୍କ ଦ୍ୱାରା ମନୋନୀତ ବିଭିନ୍ନ ବିଭାଗର ମୁଖ୍ୟ ଭିଜିଲାନ୍ସ ଅଧିକାରୀମାନେ ଉପସ୍ଥିତ ଥିବା ବେଳେ ବିଭାଗୀୟ ମୁଖ୍ୟ ଓ ରାଜ୍ୟର ବିଭିନ୍ନ କ୍ଷେତ୍ରରେ ସରକାରୀ ସିଭିଓମାନେ ଆଭାସୀ ମାଧ୍ୟମରେ ଯୋଗ ଦେଇଥିଲେ।

ଏହି ସମ୍ମିଳନୀକୁ ଭିଜିଲାନ୍ସ ନିର୍ଦ୍ଦେଶକ ଯଶବନ୍ତ କୁମାର ଜେଠୱା ଉଦଘାଟନ କରିଥିଲେ। ସରକାରୀ ପାଣ୍ଠିର ସଠିକ୍ ବ୍ୟବହାର ସୁନିଶ୍ଚିତ କରିବା ସହ ଆଭ୍ୟନ୍ତରୀଣ ଭିଜିଲାନ୍ସ ଉପରେ ଧ୍ୟାନ ଦେବାକୁ ସେ ସିଭିଓମାନଙ୍କୁ ପରାମର୍ଶ ଦେଇଥିଲେ। ନିୟମ ଓ ପଦ୍ଧତି ଯେପରି ତ୍ରୁଟିମୁକ୍ତ ହେବ, ଯାହା ଦୁର୍ନୀତିଗ୍ରସ୍ତ କାର‌୍ୟ୍ୟକଳାପକୁ ସୁଯୋଗ ଦେଇପାରିବ, ତାହା ସୁନିଶ୍ଚିତ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।

ପ୍ରତ୍ୟେକ ସରକାରୀ ବିଭାଗ ତଥା ରାଜ୍ୟ ସରକାରୀ ପ୍ରତିଷ୍ଠାନମାନଙ୍କରେ ସିଭିଓମାନେ ସ୍ୱଚ୍ଛତା ଏବଂ ଉତ୍ତରଦାୟିତ୍ୱର ବାତାବରଣ ସୃଷ୍ଟି କରିବା ଉଚିତ ବୋଲି ସେ କହିଥିଲେ। କାର‌୍ୟ୍ୟାଳୟଗୁଡିକରେ ଅଧିକ ପ୍ରଭାବଶାଳୀ ଆଭ୍ୟନ୍ତରୀଣ ସତର୍କତା ପାଇଁ ସିଭିଓମାନଙ୍କୁ ମାର୍ଗଦର୍ଶନ କରିବା ଉଦ୍ଦେଶ୍ୟରେ ଭିଜିଲାନ୍ସ ନିର୍ଦ୍ଦେଶକ ପ୍ରତିଷେଧକ ଭିଜିଲାନ୍ସ ସମ୍ପର୍କିତ ସୂଚନା ଏବଂ ମାର୍ଗଦର୍ଶିକା ସମ୍ବଳିତ ଇ-ବୁକ୍ ଉନ୍ମୋଚନ କରିଥିଲେ।

ସିଭିଓ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱର ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗୁର୍ଗ ଯୋଗଦେଇ ସାର୍ବଜନୀନ କ୍ଷେତ୍ରରେ ଦୁର୍ନୀତିର ମୁକାବିଲା ପାଇଁ ଭିଜିଲାନ୍ସ ସଂଗଠନ ସହ ସମନ୍ୱୟ ରକ୍ଷା କରି ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେବାକୁ ସେ ସିଭିଓମାନଙ୍କୁ ପରାମର୍ଶ ଦେଇଥିଲେ।

ସେ ଆହୁରି ମଧ୍ୟ ଉଲ୍ଲେଖ କରିଥିଲେ ଯେ, ଓଡ଼ିଶା ଲୋକସେବା ଅଧିକାର ଆଇନ କାର‌୍ୟ୍ୟକାରୀ କରିବା ମାଧ୍ୟମରେ ଜନସେବା ପ୍ରଦାନରେ ସ୍ୱଚ୍ଛତା ଏବଂ ଦକ୍ଷତା ବୃଦ୍ଧି ପାଇଁ ବିଭିନ୍ନ ସରକାରୀ ବିଭାଗରେ ଜନସେବା ସମୟ ସୀମା ଧାର‌୍ୟ୍ୟ କରାଯାଇଛି। ସେ ଆଇ୩ଏମ୍ଏସ୍ ଏବଂ ଓସ୍ୱାସ ପୋର୍ଟାଲ ଭଳି ପ୍ରଯୁକ୍ତି ବିଦ୍ୟାଭିତ୍ତିକ ହସ୍ତକ୍ଷେପର ଉଦାହରଣ ଦେଇଥିଲେ।

ଦୁର୍ନୀତି ନିରାକରଣ କ୍ଷେତ୍ରରେ ଓଡିଶା ସରକାର ଶୂନ ସହନଶୀଳତା( ଜିରେ ଟଲେରାନ୍ସ ନୀତି) ରଖି ତଦନୁସାରେ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି। ପ୍ରତ୍ୟେକ ବିଭାଗ ମଧ୍ୟରେ ଆଭ୍ୟନ୍ତରୀଣ ସତର୍କତା ଓ ସ୍ୱଚ୍ଛତାକୁ ଆହୁରି ସୁଦୃଢ଼ କରିବା ପାଇଁ ସର୍ବୋତ୍ତମ ଅଭ୍ୟାସକୁ ଅନୁକରଣ କରାଯିବ ବୋଲି ସେ କହିଥିଲେ।

ଏହି ସମ୍ମିଳନୀରେ ଗୃହରକ୍ଷୀ ଓ ଅଗ୍ନିଶମ ସେବାର ପୂର୍ବତନ ଡିଜି (ଅବସରପ୍ରାପ୍ତ) ଏମ୍ ଅକ୍ଷୟ,’ଓଡ଼ିଶାରେ ସିଭିଓ ବ୍ୟବସ୍ଥା ଗଠନ ଓ କାର୍ଯ୍ୟକାରିତା’ ଶୀର୍ଷକ ଆଲୋଚନାଚକ୍ରରେ ନାଲ୍କୋ କର୍ପୋରେଟ୍ ଅଫିସ୍, ଭୁବନେଶ୍ୱରର ସିଭିଓ ସୋମନାଥ ହାଁସଦା ଆଭ୍ୟନ୍ତରୀଣ ଦୁର୍ନୀତି ରୋକିବାରେ ସିଭଓମାନଙ୍କର ଭୂମିକା ଏବଂ ବିଶ୍ୱ ଇଞ୍ଜିନିୟରିଂ ସଂଗଠନ ମହାସଂଘର କାର‌୍ୟ୍ୟନିର୍ବାହୀ ଉପାଧ୍ୟକ୍ଷ ଅଶୋକ ବାସା ଯୋଗଦେଇ “ସାର୍ବଜନୀନ ଜୀବନରେ ଦୁର୍ନୀତିର ମୁକାବିଲା ପାଇଁ ପ୍ରଯୁକ୍ତିବିଦ୍ୟାର ପରିସର ଏବଂ ପ୍ରୟୋଗ” ଶୀର୍ଷକରେ ବକ୍ତବ୍ୟ ରଖିଥିଲେ।

ଏହି ଅବସରରେ ବିଭିନ୍ନ ସ୍ତରରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଅନୁଷ୍ଠିତ ବକ୍ତୃତା ଓ ପ୍ରବନ୍ଧ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ଓଡ଼ିଶା ଭିଜିଲାନ୍ସ ଦୁର୍ନୀତି ବିରୋଧରେ ଶୃଙ୍ଖଳିତ ଓ ନିଷ୍ଠାର ସହ ପଦକ୍ଷେପ ନେଉଛି ଏବଂ ରାଜ୍ୟରେ ଦୁର୍ନୀତି ନିବାରଣ ପଦକ୍ଷେପକୁ ଆହୁରି ସୁଦୃଢ଼ କରିବା ଏହି ସମ୍ମିଳନୀର ଉଦ୍ଦେଶ୍ୟ।

VIGILANCE
Share. Facebook Twitter LinkedIn Email WhatsApp Copy Link

Related Posts

ସ୍ୱାଧୀନତା ଦିବସ ପାଇଁ ପ୍ରସ୍ତୁତି ବୈଠକ: ସକାଳ ୯:୧୫ ରେ ପତାକା ଉତ୍ତୋଳନ

July 24, 2026

“ପେପର୍ ଲିକ୍ ସମ୍ପର୍କରେ ଆଜି କ୍ୟାବିନେଟ୍ ବୈଠକରେ ବଡ଼ ନିଷ୍ପତ୍ତି”: ଭିଡିଓ ବାର୍ତ୍ତା ଜାରି କଲେ ପ୍ରଧାନମନ୍ତ୍ରୀ

July 24, 2026

ନିର୍ବାଚନୀ ତାଲିମ୍ ପର୍ଯ୍ୟବେକ୍ଷକଙ୍କ ଖୋରଧା ଜିଲ୍ଲା ପରିଦର୍ଶନ ଏବଂ ଏସଆଇଆର କାର୍ଯ୍ୟ ସମୀକ୍ଷା

July 24, 2026

ଓଡ଼ିଶାର ପାରମ୍ପରିକ କଳାର ସଂରକ୍ଷଣ ଓ ପ୍ରେତ୍ସାହନ

July 23, 2026
Latest News

ସ୍ୱାଧୀନତା ଦିବସ ପାଇଁ ପ୍ରସ୍ତୁତି ବୈଠକ: ସକାଳ ୯:୧୫ ରେ ପତାକା ଉତ୍ତୋଳନ

July 24, 2026

“ପେପର୍ ଲିକ୍ ସମ୍ପର୍କରେ ଆଜି କ୍ୟାବିନେଟ୍ ବୈଠକରେ ବଡ଼ ନିଷ୍ପତ୍ତି”: ଭିଡିଓ ବାର୍ତ୍ତା ଜାରି କଲେ ପ୍ରଧାନମନ୍ତ୍ରୀ

July 24, 2026

ନିର୍ବାଚନୀ ତାଲିମ୍ ପର୍ଯ୍ୟବେକ୍ଷକଙ୍କ ଖୋରଧା ଜିଲ୍ଲା ପରିଦର୍ଶନ ଏବଂ ଏସଆଇଆର କାର୍ଯ୍ୟ ସମୀକ୍ଷା

July 24, 2026

ଆଜି ଜୁଲାଇ ୨୪ ତାରିଖ ଶୁକ୍ରବାରରେ ଏହି ଛଅଟି ରାଶି ପାଇଁ ରହିଛି ଶୁଭ ଖବର

July 24, 2026

ଓଡ଼ିଶାର ପାରମ୍ପରିକ କଳାର ସଂରକ୍ଷଣ ଓ ପ୍ରେତ୍ସାହନ

July 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.