Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଶଙ୍ଖ ଭବନକୁ ପ୍ରବେଶ କରିବେ ଭି କେ ପାଣ୍ଡିଆନ, ଚାଲିଛି ବଡ ପ୍ରସ୍ତୁତି
ବିଶେଷ ଖବର

ଶଙ୍ଖ ଭବନକୁ ପ୍ରବେଶ କରିବେ ଭି କେ ପାଣ୍ଡିଆନ, ଚାଲିଛି ବଡ ପ୍ରସ୍ତୁତି

November 17, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
pandian
ଶଙ୍ଖ ଭବନକୁ ପ୍ରବେଶ କରିବେ ଭି କେ ପାଣ୍ଡିଆନ, ଚାଲିଛି ବଡ ପ୍ରସ୍ତୁତି

ଭୁବନେଶ୍ବର: ଆଇଏଏସ ରୁ ଅବସର ନେବା ପରେ ବର୍ତ୍ତମାନ 5ଟି ତଥା ଆମ ଓଡିଶା ନବୀନ ଓଡିଶା ଅଧ୍ୟକ୍ଷ ଭି କେ ପାଣ୍ଡିଆନ ବିଜେଡିରେ ଯୋଗ ଦେବେ। ସେଥିପାଇଁ ଶଙ୍ଖ ଭବନରେ ପ୍ରସ୍ତୁତି ଚାଲିଛି ବୋଲି ଜଣାପଡିଛି। ସେ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହେବେ। ତାଙ୍କୁ ନବୀନ ଦଳୀୟ ଉତ୍ତରୀୟ ପିନ୍ଧାଇ ଦଳର ସଭ୍ୟ ଭାବେ ଗ୍ରହଣ କରିବେ।

ସେ ଆଇଏଏସ ଚାକିରୀ ଛାଡିବା ପରେ ତାଙ୍କର ରାଜନୀତିରେ ଯୋଗଦାନକୁ ନେଇ ଚର୍ଚ୍ଚା ଜୋର ଚାଲିଛି। ଚାକିରୀ ଛାଡିବାର କିଛି ଘଣ୍ଟା ପରେ ତାଙ୍କୁ ନବୀନ କ୍ୟାବିନେଟ ପ୍ୟାହାରେ ନିଯୁକ୍ତି ପ୍ରଦାନ କଲେ। ଫଳରେ ସେ ବିଜେଡି ସାମିଲ ହେବା ସନ୍ଦେହ ଧିରେଧିରେ ଘନିଭୂତ ହେବାରେ ଲାଗିଲା। ସେ ସିଧା ରାଜନୀତିରେ ଯୋଗଦେଇ ଓଡିଶାର ବିକାଶ କାମକୁ ତଦାରଖ କରିବେ ବୋଲି ବିଜେଡି ମହଲରୁ ଜଣାପଡିଛି।

ପାଣ୍ଡିଆନ ଯେତେବେଳେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ କାମ କରି ବିଭିନ୍ନ ଜିଲ୍ଲା ଗସ୍ତ କଲେ ସେତେବେଳେ ବିରୋଧୀ ପ୍ରବଳ ବିରୋଧ ଆରମ୍ଭ କଲେ। ଉଭୟ କଂଗ୍ରେସ ଓ ବିଜେପି ପାଣ୍ଡିଆନଙ୍କୁ ଆହ୍ବାନ ଦେଲେ ଯେ, ସେ ଚାକିରୀ ଛାଡି ସିଧା ରାଜନୀତିରେ ଯୋଗ ଦିଅନ୍ତୁ। ସେହି ଆହ୍ବାନ ବର୍ତ୍ତମାନ ପାଣ୍ଡିଆନଙ୍କ ପାଇଁ ବରଦାନ ସଦୃଶ୍ୟ ହୋଇପଡିଛି। କାରଣ ସେ ଦଳରେ ଯୋଗଦେଲେ ଆଉ ବିରୋଧୀ ଦଳର କିଛି କହିବାର ସାମର୍ଥ୍ୟ ରହିବ ନାହିଁ।

ବହୁ ବର୍ଷ ଧରି ପାଣ୍ଡିଆନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂତ ଭାବରେ ଓଡିଶାର ବିକାଶର ମଙ୍ଗ ଧରି ଆସିଛନ୍ତି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ହେଉ କିମ୍ବା ସମଲେଶ୍ବରୀ ଉନ୍ନୟନ। ସେହିପରି ଚାଷୀଙ୍କ ସମସ୍ୟା ହେଉ କିମ୍ବା ମହିଳା ଶସକ୍ତିକରଣ। ସବୁ କ୍ଷେତ୍ରରେ ପାଣ୍ଡିଆନଙ୍କ ଅବଦାନକୁ ସ୍ବୀକାର କରିବାକୁ ପଡିବ। ଭୋର 4 ଟାରୁ ଉଠି ଶୀତକାକରରେ ଓଡିଶା ବିକାଶର ଚିତ୍ର ଅଙ୍କନ କରୁଥିବା ବ୍ୟକ୍ତି ହେଉଛନ୍ତି ପାଣ୍ଡିଆନ।

ତାଙ୍କର ଏହି କାର୍ଯ୍ୟ ଶୈଳୀକୁ ଦେଖି ବିରୋଧୀ ସବୁବେଳେ ଖପ୍ପା ହେଉଥିଲେ। ତାଙ୍କ ବିରୋଧରେ କେନ୍ଦ୍ର ସରକାରଙ୍କ ନିକଟରେ ଅଭିଯୋଗ ଉପରେ ଅଭିଯୋଗ କରିବାରେ ଲାଗିଲେ। ହେଲେ ଫଳ ହେଲା ଶୂନ। କାରଣ ହେଲା ସେ ଓଡିଶାର ବିକାଶ ସହିତ ରାଜନୈିକ ଦଳକୁ କିପରି ପରିଚାଳନା କରାଯାଇପାରିବ ତାହାର କଳାକୌଶଳ ପାଣ୍ଡିଆନଙ୍କୁ ବେଶ ଭଲଭାବରେ ଜଣା ଅଛି। ସେଥିପାଇଁ ସେ ବିଜେଡି ସହିତ ବିରୋଧୀ ଦଳକୁ କିପରି ନିୟନ୍ତ୍ରଣ କରାଯାଇପାରିବ ତାହା କରି ଆସୁଛନ୍ତି।

ତେବେ ଚାକିରୀର କଟକଣା ଭିତରେ ଓଡିଶାର ବିକାଶ କାମ କରିବା ତାଙ୍କ ପାଇଁ ବହୁ ବାଧା ସୃଷ୍ଟି ହେଉଥିଲା। ଫଳ ସ୍ବରୂପ ସେ ଆଇଏଏସ ପରି ଚାକିରୀରୁ ଇସ୍ତଫା ପ୍ରଦାନ କଲେ। ଏବେ ସେ ସିଧା ରାଜନୀତିରେ ଲମ୍ପ ପ୍ରଦାନ କରି ବିଜେଡିର ହର୍ତ୍ତାକର୍ତ୍ତା ପାଲଟି ଓଡିଶାର ବିକାଶକୁ ଆହୁରି ସୁଦୃଢ କରିବେ ବୋଲି ଆଶା କରାଯାଉଛି।

vkpandian ବିଜେଡି ଭିକେପାଣ୍ଡିଆନ
Share. Facebook Twitter LinkedIn Email WhatsApp Copy Link

Related Posts

ପଶ୍ଚିମବଙ୍ଗରେ ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ କଲା ବିଜେପି: ପୁଣି ମମତା-ଶୁଭେନ୍ଦୁ ମୁହାଁମୁହିଁ

March 16, 2026

ଏସସିବି ଅଗ୍ନିକାଣ୍ଡ ମାମଲା: ମୃତକଙ୍କ ପରିବାରକୁ ଅନୁକମ୍ପା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ

March 16, 2026

“ଉପାସନା ମହାପାତ୍ରଙ୍କ ଭୋଟ ଆଚରଣ ବିଧି ଉଲ୍ଲଂଘନ କରେ’: ଅଭିଯୋଗ କଲେ ନବୀନ ପଟ୍ଟନାୟକ

March 16, 2026

ରାଜ୍ୟସଭା ନିର୍ବାଚନ: ଉପାସନା ମହାପାତ୍ରଙ୍କ ଭୋଟକୁ ବିରୋଧ କଲେ ବିରୋଧୀ

March 16, 2026
Latest News

ପଶ୍ଚିମବଙ୍ଗରେ ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ କଲା ବିଜେପି: ପୁଣି ମମତା-ଶୁଭେନ୍ଦୁ ମୁହାଁମୁହିଁ

March 16, 2026

୨୦୨୬ ଆଇପିଏଲ: ଏହି ଦଳକୁ ମିଳିଲା ୨୪ ବର୍ଷୀୟ ଅଧିନାୟକ, ଦେଖନ୍ତୁ ସମ୍ପୂର୍ଣ୍ଣ ତାଲିକା

March 16, 2026

ଶରୀରରେ ଭିଟାମିନ୍ ଡି ଅଭାବ କେତେ ବିପଦପୂର୍ଣ୍ଣ ଏବଂ ଏହା କେଉଁ ରୋଗ ସୃଷ୍ଟି କରେ?

March 16, 2026

ଭାରତକୁ ଆସୁଥିବା ଶିବାଲିକ୍ ଏବଂ ନନ୍ଦା ଦେବୀ ଜାହାଜରେ କେତେ ଦିନର ଏଲପିଜି ଅଛି?: ଜାଣନ୍ତୁ….

March 16, 2026

ବାଂଲାଦେଶ ଠାରୁ ହାରିବା ପରେ ପାକିସ୍ତାନ ଉପରେ ଉଠିଲା ପ୍ରଶ୍ନ: ମୋହସିନ୍ ନକଭିଙ୍କୁ କଟାକ୍ଷ

March 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.