Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»‘ପଣ୍ଡିତ ନେହେରୁଙ୍କ ଆଦିବାସୀ ପତ୍ନୀ’, ଯିଏ କି ସାରା ଜୀବନ ବହିଷ୍କାରର ଶିକାର ହୋଇଥିଲେ
ବିଶେଷ ଖବର

‘ପଣ୍ଡିତ ନେହେରୁଙ୍କ ଆଦିବାସୀ ପତ୍ନୀ’, ଯିଏ କି ସାରା ଜୀବନ ବହିଷ୍କାରର ଶିକାର ହୋଇଥିଲେ

November 21, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଝାଡ଼ଖଣ୍ଡରେ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଆଦିବାସୀ ପତ୍ନୀ ବୁଦ୍ଧନୀ ମାଝୀଁଙ୍କ ପାଇଁ ସାନ୍ଥାଲିରେ ଏକ ସ୍ମାରକୀ ନିର୍ମାଣ ପାଇଁ ଦାବି ହୋଇଛି। ଶୁକ୍ରବାର ରାତିରେ ୮୦ ବର୍ଷୀୟା ବୁଧନୀ ମାଝୀଁଙ୍କର ଏହି ଦୁନିଆରୁ ବିଦାୟ ହୋଇଯାଇଛି। ଗତ ୬୪ ବର୍ଷ ଧରି ସେ ନିଜ ଜାତି ଓ ସମାଜରେ ବହିଷ୍କାରର ଶିକାର ହୋଇ ଆସୁଥିଲେ। ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଉପସ୍ଥିତିରେ ଦାମୋଦର ଭ୍ୟାଲି କର୍ପୋରେସନର ପଞ୍ଚେତ ଡ୍ୟାମ ଓ ଜଳ ବିଦ୍ୟୁତ ପ୍ଲାଣ୍ଟକୁ ବୁଦ୍ଧନି ଉଦଘାଟନ କରିଥିଲେ। ସେହି ସମୟରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ସମ୍ମାନରେ ମିଳିଥିବା ମାଳ ଉଠାଇ ବୁଧନୀ ମାଝୀଁଙ୍କୁ ପିନ୍ଧାଇଥିଲେ। ସେତେବେଳେ ବୁଧନୀଙ୍କୁ ୧୬ ବର୍ଷ ହୋଇଥିଲା।

ପଣ୍ଡିତ ନେହେରୁ ପଞ୍ଚେତ ବନ୍ଧ ଉଦଘାଟନ ଅବସରରେ ବୁଧନୀଙ୍କୁ ମାଲ୍ୟାର୍ପଣ କରିଥିବା ମାଳ ତାଙ୍କ ପାଇଁ ଆଜୀବନ ଯନ୍ତ୍ରଣା ପାଲଟିଥିଲା। ବାସ୍ତବରେ ସାନ୍ଥାଲ ଆଦିବାସୀ ଅଞ୍ଚଳରେ ଜଣେ ପୁରୁଷ ଜଣେ ମହିଳା କିମ୍ବା ଝିଅଙ୍କୁ ମାଲ୍ୟାର୍ପଣ କରିବାକୁ ବିବାହଭାବେ ବିବେଚନା କରୁଥିଲେ। ସେହି ସମୟରେ ସମ୍ପ୍ରଦାୟ ବାହାରେ ବିବାହ କରିବା ଲୋକ ସମାଜରୁ ବହିଷ୍କୃତ ହେଉଥିଲା। ଆଦିବାସୀ ସମ୍ପ୍ରଦାୟ ତତ୍କାଳୀନ ପ୍ରଧାନମନ୍ତ୍ରୀ ନେହେରୁଙ୍କ ମାଳପିନ୍ଧାକୁ ବିବାହ ବୋଲି ବିବେଚନା କରିଥିଲେ। ସମ୍ପ୍ରଦାୟ ବାହାରେ ଜଣେ ଅଣ ଆଦିବାସୀ ବ୍ୟକ୍ତିଙ୍କୁ ‘ବିବାହ’ କରିଥିବାରୁ ବୁଦ୍ଧି ମାଝୀଁଙ୍କୁ ସମାଜରୁ ବହିଷ୍କାର କରାଯାଇଥିଲା। ବୁଦ୍ଧନୀଙ୍କୁ ତାଙ୍କ ଗାଁକୁ ପ୍ରବେଶ କରିବାକୁ ବାରଣ କରାଯାଇଥିଲା। ନଭେମ୍ବର ୧୭ ତାରିଖରେ ବୁଦ୍ଧନୀ ମାଝୀଁଙ୍କ ଏହି କାହାଣୀ ସାମ୍ନାକୁ ଆସିଥିଲା, ଯେତେବେଳେ ବୁଦ୍ଧନୀଙ୍କ ପଞ୍ଚେତ ଏକ କୁଡ଼ିଆରେ ମୃତ୍ୟୁବରଣ କରିଥିଲେ। ଏଠାରେ ଥିବା କୁଡ଼ିଆରେ ସେ ତାଙ୍କ ଝିଅ ରତ୍ନାଙ୍କ ସହ ରହୁଥିଲେ।

ଏହିପରି ଆରମ୍ଭ ହୋଇଥିଲା ବୁଦ୍ଧନୀଙ୍କ ଜୀବନର ଉତ୍‍ଥାନ-ପତନ

କୁହାଯାଏ ଯେ ବୁଦ୍ଧନୀଙ୍କ ଜୀବନରେ ଉତ୍‍ଥାନ-ପତନ ୧୯୫୨ ମସିହାରୁ ଆରମ୍ଭ ହୋଇଥିଲା। ଡ୍ୟାମ୍ ନିର୍ମାଣ ସମୟରେ ତାଙ୍କ ପୈତୃକ ଜମି ଜଳମଗ୍ନ ହୋଇଯାଇଥିଲା। ଜମି ବ୍ୟତୀତ ତାଙ୍କର ରୋଜଗାରର ଅନ୍ୟ କୌଣସି ଉତ୍ସ ନ ଥିଲା। ତେବେ ଏହାପରେ ବି ବୁଦ୍ଧନୀ ହାର ମାନିନଥିଲେ। ଡ୍ୟାମ୍ ନିର୍ମାଣ ସମୟରେ ସେ ଶ୍ରମିକଭାବେ କାମ କରୁଥିଲେ। ବୁଦ୍ଧନୀ ପ୍ରଥମ ଠିକା ଶ୍ରମିକଙ୍କ ମଧ୍ୟରେ ଥିଲେ।

ତା’ପରେ ୧୯୫୯ ଡିସେମ୍ବର ୫ ତାରିଖରେ ଉଦଘାଟନୀ ଉତ୍ସବରେ ନେହେରୁ ତାଙ୍କୁ ମାଲ୍ୟାର୍ପଣ କରିବା ପରେ ସମସ୍ୟା ପୁଣି ସାମ୍ନାକୁ ଆସିଥିଲା। ନେହେରୁଙ୍କୁ ସ୍ୱାଗତ କରିବା ପାଇଁ ଡିଭିସି ମ୍ୟାନେଜମେଣ୍ଟ ସାନ୍ଥାଲିମାନ ରାବଣ ମାଝୀଙ୍କ ସହ ମିଶି ବୁଦ୍ଧନୀଙ୍କୁ ବାଛିଥିଲେ। ସ୍ଥାନୀୟ ଲୋକଙ୍କ ବିଶ୍ୱାସ ରହିଛି ଯେ ବୁଦ୍ଧନୀ ଡ୍ୟାମ୍ ଆରମ୍ଭ କରିବା ପାଇଁ ବଟନ ଦବାଇଥିଲେ।

୧୯୬୨ମସିହାରେ ବୁଦ୍ଧନୀଙ୍କୁ ଅନ୍ୟ କେତେକ ଡିଭିସି ଠିକା କର୍ମଚାରୀଙ୍କ ସହ ହଟାଇ ଦିଆଯାଇଥିଲା। ସେ ପଡ଼ୋଶୀ ବଙ୍ଗଳାର ପୁରୁଲିଆର ସାଲଟୋରାକୁ ଚାଲି ଆସି ଦିନ ମଜୁରିଆ ଭାବେ କାମ କରିବା ଆରମ୍ଭ କରିଥିଲେ। ସେଠାରେ ବୁଦ୍ଧନୀ ଏକ କୋଲିୟରିର ଠିକା କର୍ମଚାରୀ ସୁଧୀର ଦତ୍ତଙ୍କୁ ଭେଟିଥିଲେ, ଯିଏ ତାଙ୍କୁ ଆଶ୍ରୟ ଦେଇଥିଲେ ଏବଂ ପରେ ତାଙ୍କୁ ବିବାହ କରିଥିଲେ।

୧୯୮୫ ମସିହାରେ ରାଜୀବ ଗାନ୍ଧୀ ପ୍ରଧାନମନ୍ତ୍ରୀଭାବେ ବଙ୍ଗଳାର ଆସାନସୋଲ ଯାଇଥିବାବେଳେ ଜଣେ ସ୍ଥାନୀୟ କଂଗ୍ରେସ ନେତା ତାଙ୍କୁ ବୁଦ୍ଧନୀଙ୍କ ସହ ପରିଚିତ କରାଇ ତାଙ୍କର ଦୁଃଖ ଦୃଶ୍ୟ ବର୍ଣ୍ଣନା କରିଥିଲେ। ଏହାପରେ ବୁଦ୍ଧନୀଙ୍କୁ ଡିଭିସିରେ ଚାକିରି ମିଳିଥିଲା, ଯେଉଁଠାରୁ ସେ ୨୦୦୫ରେ ଅବସର ନେଇଥିଲେ।

ଝାଡ଼ଖଣ୍ଡ ପଣ୍ଡିତ ନେହେରୁ
Share. Facebook Twitter LinkedIn Email WhatsApp Copy Link

Related Posts

ରାମ ମନ୍ଦିରରେ ଦାନ ଚୋରି ମାମଲା: ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଏହି କାର୍ଯ୍ୟକୁ ପ୍ରଶଂସା କଲେ ଶଙ୍କରାଚାର୍ଯ୍ୟ

June 22, 2026

ପୁଣି କଂଗ୍ରେସର ମତଠାରୁ ଭିନ୍ନ!: ଜମ୍ମୁ କାଶ୍ମୀର ସମ୍ପର୍କରେ ବଡ଼ ବିବୃତ୍ତି ଦେଲେ ଶଶି ଥରୁର

June 22, 2026

ଦୁର୍ଘଟଣାଗ୍ରସ୍ତ ଓଡ଼ିଆ ଶ୍ରମିକ ମାନଙ୍କ ସହାୟତା ପାଇଁ ୩ ବରିଷ୍ଠ ଅଧିକାରୀଙ୍କ ତାମିଲନାଡୁ ଗସ୍ତ

June 21, 2026

ରାମ ମନ୍ଦିର ଦାନ ଚୋରି ମାମଲାରେ VHP କ୍ଷୁବ୍ଧ: ସରକାରଙ୍କ ନିକଟରେ କଲା ବଡ଼ ଦାବି

June 21, 2026
Latest News

ସମ୍ବଲପୁରରେ ଭିଡ ହିଂସା! ପିଲାଚୋର ସନ୍ଦେହରେ ପ୍ରବାସୀ ଶ୍ରମିକଙ୍କୁ ଆକ୍ରମଣ

June 22, 2026

୪୦ ପରେ ସ୍ୱାସ୍ଥ୍ୟକୁ ଅଣଦେଖା ନୁହେଁ: ପ୍ରତ୍ୟେକ ପୁରୁଷଙ୍କ ପାଇଁ ଜରୁରୀ ଏହି ସ୍ୱାସ୍ଥ୍ୟ ପରୀକ୍ଷା

June 22, 2026

ଉଦ୍ଧବ ସେନାକୁ ବଡ଼ ଝଟକା! ୫୦ରୁ ଅଧିକ ପଦାଧିକାରୀ ବିଜେପିରେ, ‘ଅପରେସନ୍ ଟାଇଗର’କୁ ନେଇ ଚର୍ଚ୍ଚା ତୀବ୍ର

June 22, 2026

କାହା ବିରୁଦ୍ଧରେ ଟିମ୍ ଇଣ୍ଡିଆ ପରବର୍ତ୍ତୀ ସିରିଜ?: ପଢନ୍ତୁ ଜୁନ୍ ଏବଂ ଜୁଲାଇ ମାସର ସଂପୂର୍ଣ୍ଣ କାର୍ଯ୍ୟସୂଚୀ

June 22, 2026

ବର୍ଷା ଆସିଲେ କାହିଁକି କେଶ ବେଶି ଝଡେ ? ଏହି ୫ଟି ସରଳ ଅଭ୍ୟାସ ରଖିବ ଆପଣଙ୍କ କେଶକୁ ସୁସ୍ଥ

June 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.