Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଉଦଯାପିତ ହେଲା ରାଜ୍ୟସ୍ତରୀୟ ଜନଜାତି କବି ସମ୍ମିଳନୀ
ବିଶେଷ ଖବର

ଉଦଯାପିତ ହେଲା ରାଜ୍ୟସ୍ତରୀୟ ଜନଜାତି କବି ସମ୍ମିଳନୀ

November 23, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଉଦଯାପିତ ହେଲା ରାଜ୍ୟସ୍ତରୀୟ ଜନଜାତି କବି ସମ୍ମିଳନୀ

ଭୁବନେଶ୍ବର: ସ୍ବତନ୍ତ୍ର ଉନ୍ନୟନ ପରିଷଦ ମାଧ୍ୟମରେ ବର୍ତ୍ତମାନ ମୁଖ୍ୟସ୍ରୋତରେ ଜନଜାତି ସମ୍ପ୍ରଦାୟ ସାମିଲ ହୋଇପାରିଛନ୍ତି। ଜନଜାତି ଛାତ୍ରଛାତ୍ରୀ ମାନେ ବର୍ତ୍ତମାନ ଉଚ୍ଚଶିକ୍ଷିତ ହେଉଛନ୍ତି । ସବୁ କ୍ଷେତ୍ରରେ ସେମାନେ ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣି ଦେଉଛନ୍ତି ବୋଲି ମତ ପ୍ରକାଶ କରିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତଥା ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ଶ୍ରୀ ସୁଦାମ ମାର୍ଣ୍ଡି।

ଜନଜାତୀୟ ଗୌରବ ଦିବସ ପାଳନ ଅବସରରେ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଗବେଷଣ ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ( ଏସସିଏସଟିଆରଟିଆଇ ) ରେ ଆୟୋଜିତ ହୋଇଥିବା ଦୁଇ ଦିନିଆ ଜନଜାତି କବି ସମ୍ମିଳନୀର ଉଦଯାପନୀ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଉଦଯାପନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀ ମାର୍ଣ୍ଡି କହିଛନ୍ତି, ଗାଁ-ଗାଁରେ ଜନଜାତୀୟ ଗୌରବ ଦିବସ ପାଳନ ହେବା ଆବଶ୍ୟକ। ଏହାଦ୍ବାରା ପ୍ରତ୍ୟେକ ଗାଁରେ ଜନଜାତିଙ୍କ କାହାଣୀ ପହଞ୍ଚିବା ସହ ଆମ ଦେଶ ପାଇଁ ବଳିଦାନ ଦେଇଥିବା ଜନଜାତି ସଂଗ୍ରାମୀଙ୍କ ବିଷୟରେ ଜନସାଧାରଣ ଜାଣିବାକୁ ପାଇବେ।

ଉଦଯାପନୀ କାର୍ଯ୍ୟକ୍ରମରେ 23 ଜଣ ଜନଜାତି କବି କବିତା ପାଠ କରିଥିଲେ। ହୋ ସମ୍ପ୍ରଦାୟରୁ 5 ଜଣ, ମୁଣ୍ଡାରୀ ସମ୍ପ୍ରଦାୟରୁ 5 ଜଣ, ସାନ୍ତାଳୀ ସମ୍ପ୍ରଦାୟରୁ 6 ଜଣ, ଖଡିଆ ସମ୍ପ୍ରଦାୟରୁ 2 ଜଣ, କିସାନ ସମ୍ପ୍ରଦାୟରୁ 2 ଜଣ, ଭୂମିଜ ସମ୍ପ୍ରଦାୟରୁ ଜଣେ, ଓରାଓଁ ସମ୍ପ୍ରଦାୟରୁ ଜଣେ, ମୁଣ୍ଡା ସମ୍ପ୍ରଦାୟରୁ ଜଣେ କବି ଜନଜାତିଙ୍କ ଐତିହ୍ୟ, ସଂସ୍କୃତି, ଖାଦ୍ୟପେୟ. ବେଶଭୂଷା ସମ୍ପର୍କରେ କବିତା ପାଠ କରିଥିଲେ। ଉଦଯାପନୀ କାର୍ଯ୍ୟକ୍ରମରେ ଚୈତନ୍ୟ ପ୍ରସାଦ ମାଝୀଙ୍କ ସଂଯୋଜନାରେ ପ୍ରକାଶ ପାଇଥିବା ସାନ୍ତାଳୀ ଅଭିଧାନକୁ ମୁଖ୍ଯ ଅତିଥି ଶ୍ରୀ ସୁଦାମ ମାର୍ଣ୍ଡିଙ୍କୁ ପ୍ରଦାନ କରାଯିବା ସହ ଜନଜାତି ଚିତ୍ରଶିଳ୍ପୀଙ୍କ ଦ୍ବାରା ଅଙ୍କିତ ଫଟୋଚିତ୍ର ଦେଇ ସମ୍ମାନିତ କରାଯାଇଛି।

କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ବିଭାଗର ଶାସନ ସଚିବ ଶ୍ରୀମତୀ ରୂପା ରୋଶନ ସାହୁ ଯୋଗ ଦେଇ ବିଭାଗର କାର୍ଯ୍ୟକାରିତା ସମ୍ପର୍କରେ ସୂଚନା ଦେଇଥିଲେ । ସେ କହିଛନ୍ତି, ଜନଜାତି ସମ୍ପ୍ରଦାୟରୁ ଅଧିକ ଲୋକେ ମୁଖ୍ୟସ୍ରୋତରେ ସାମିଲ ହୋଇ ପାରିଛନ୍ତି। ଜନଜାତି ଛାତ୍ରଛାତ୍ରୀଙ୍କ ପାଇଁ ହାଇସ୍କୁଲ ଗୁଡିକରେ 100 ଟି ଜନଜାତି ଭାଷା ଲ୍ୟାବ୍ ନିର୍ମାଣ କରାଯିବା ନେଇ ପ୍ରସ୍ତାବ ଦିଆଯାଇଛି। ସ୍ବତନ୍ତ୍ର ଉନ୍ନୟନ ପରିଷଦ ମାଧ୍ୟମରେ କେବଳ ଭିତ୍ତିପ୍ରସ୍ତର ନୁହେଁ ବରଂ ଜ୍ଞାନ ବୃଦ୍ଧି ନେଇ ମଧ୍ୟ ବ୍ୟବସ୍ଥା କରାଯାଉଛି। ବର୍ତ୍ତମାନ ଆଦିବାସୀ ଜୀବନଶୈଳୀରେ ଆସିଥିବା ପରିବର୍ତ୍ତନକୁ ଦର୍ଶାଇ 3 ଗୋଟି ଫଟୋ ବୁକ୍ ପ୍ରସ୍ତୁତ କରାଯିବ। ଜନଜାତି ସଂସ୍କୃତି ପ୍ରଗତି ହିଁ ବିଭାଗର ମୂଳ ଉଦ୍ଦେଶ୍ୟ ବୋଲି ସେ କହିଛନ୍ତି।

କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଓଡିଶା ଭାଷା ବିଭାଗର ପୂର୍ବତନ ପ୍ରଫେସର ଡ଼ ପ୍ରମୋଦ କୁମାର ପରିଡା ଯୋଗ ଦେଇ ସାହିତ୍ୟ ଓ କବିତା ବିଷୟରେ ବର୍ଣ୍ଣନା କରି ସେ କହିଛନ୍ତି, କବିତା ବାସ୍ତବିକତାକୁ ବର୍ଣ୍ଣନା କରେ। ଅତୀତର କଥାବସ୍ତୁକୁ ନେଇ କବିତା ରଚନା କରାଯାଏ । ଜଡଧର୍ମ, ଜୀବଧର୍ମ, ଦେବଧର୍ମକୁ କବିତାର ଜନ୍ମ। ବିଭାଗର ଅର୍ଥ ପରାମର୍ଶଦାତା ତଥା ସ୍ବତନ୍ତ୍ର ସଚିବ ଶ୍ରୀ ବିଜୟ ବସନ୍ତ ଖାଲକୋ ଯୋଗ ଦେଇ ଜନଜାତି ଭାଷା ସଂରକ୍ଷଣକୁ ଗୁରୁତ୍ବ ଦେଇଥିଲେ।

ଉଦଯାପନୀ କାର୍ଯ୍ୟକ୍ରମରେ ଏସସିଏସଟିଆରଟିଆଇର ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣୀ ତ୍ରିପାଠୀ ସ୍ବାଗତ ଅଭିଭାଷଣ ଦେଇଥିବା ବେଳେ ସଂଯୋଜନା କରିଛନ୍ତି ସ୍ବତନ୍ତ୍ର ଅଧିକାରୀ ଶ୍ରୀ ସମରେନ୍ଦ୍ର ଭୂତିଆ ଓ ଧନ୍ୟବାଦ ଅର୍ପଣ କରିଛନ୍ତି ସହକାରୀ ନିର୍ଦ୍ଦେଶିକା ମଧୁସ୍ମିତା ସାହୁ।

ରୂପା ରୋଶନ ସାହୁ ସୁଦାମ ମାର୍ଣ୍ଡି
Share. Facebook Twitter LinkedIn Email WhatsApp Copy Link

Related Posts

ଛଅ ବର୍ଷ ପରେ ପୁଣି ଥରେ LAC ରେ ଉତ୍ତେଜନା: ମୁହାଁମୁହିଁ ହେଲେ ଭାରତ ଏବଂ ଚୀନ୍ ସୈନିକ 

August 12, 2026

ଭୁବନେଶ୍ୱରରେ ଆୟୋଜିତ ହେଲା ଆଇସିଏମ୍‍ଆର-ଶାଇନ୍‍ ୨୦୨୬

August 12, 2026

ଓଡିଶା ବିଧାନସଭାର ବିଭାଗୀୟ ସ୍ଥାୟୀ କମିଟି – ୭ ର ସଦସ୍ୟମାନଙ୍କ ତାମିଲନାଡ଼ୁ ଗସ୍ତ

August 12, 2026

ଡ. ଜିତେନ୍ଦ୍ର ସିଂହଙ୍କୁ ସାକ୍ଷାତ କଲେ ଓଡ଼ିଶାର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର

August 12, 2026
Latest News

ରାଞ୍ଚି ଛାତ୍ର ଆନ୍ଦୋଳନ: ବନ୍ଦ ହେଲା ବିଦ୍ୟୁତ୍ ଯୋଗାଣ, ପ୍ରତିବାଦକାରୀଙ୍କୁ ହଟାଇବା ପାଇଁ ପ୍ରୟାସ

August 12, 2026

ଚେନ୍ନାଇରେ ଇଣ୍ଡିଗୋ ବିମାନର ଜରୁରୀକାଳୀନ ଅବତରଣ: ୨୨୪ ଯାତ୍ରୀ ସୁରକ୍ଷିତ

August 12, 2026

ଛଅ ବର୍ଷ ପରେ ପୁଣି ଥରେ LAC ରେ ଉତ୍ତେଜନା: ମୁହାଁମୁହିଁ ହେଲେ ଭାରତ ଏବଂ ଚୀନ୍ ସୈନିକ 

August 12, 2026

ଅମିତ ଶାହଙ୍କୁ ଭେଟିଲେ ଦୁଇ ବିଦ୍ରୋହୀ ଏସପି ବିଧାୟକ: ଏହି ପ୍ରସଙ୍ଗଗୁଡ଼ିକ ଉପରେ କଲେ ଆଲୋଚନା

August 12, 2026

ଜାପାନ ଭ୍ରମଣର ସୁଯୋଗ: ଏକ ସ୍ୱତନ୍ତ୍ର ୧୦ ଦିନିଆ ପ୍ୟାକେଜ୍ ଆରମ୍ଭ କଲା IRCTC

August 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.