Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»କୃଷି କ୍ଷେତ୍ରରେ ନୂଆ ସଫଳତା, ପ୍ରଥମ ଥର ପାଇଁ ବାଙ୍ଗଲାଦେଶକୁ କାଜୁ ରପ୍ତାନୀ କଲା ଓଡ଼ିଶା
ବିଶେଷ ଖବର

କୃଷି କ୍ଷେତ୍ରରେ ନୂଆ ସଫଳତା, ପ୍ରଥମ ଥର ପାଇଁ ବାଙ୍ଗଲାଦେଶକୁ କାଜୁ ରପ୍ତାନୀ କଲା ଓଡ଼ିଶା

November 24, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
କୃଷି କ୍ଷେତ୍ରରେ ନୂଆ ସଫଳତା, ବାଙ୍ଗଲାଦେଶକୁ କାଜୁ ରପ୍ତାନୀ କଲା ଓଡ଼ିଶା

ଭୁବନେଶ୍ୱର: ଓଡ଼ିଶାର କାଜୁ ବାଙ୍ଗଲାଦେଶକୁ ରପ୍ତାନୀ ହେଲା। ଗତକାଲି ଜାତୀୟ କାଜୁ ଦିବସ ଅବସରରେ ପ୍ରଥମ କରି ବାଙ୍ଗଲାଦେଶକୁ ଓଡ଼ିଶା କାଜୁ ରପ୍ତାନୀ କରିଛି। ଭାରତ ସରକାରଙ୍କ ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରଣାଳୟ ଅଧିନସ୍ଥ ଓପେଡ଼ା ସଂସ୍ଥା, ଓଡ଼ିଶା ସରକାରଙ୍କ ଏମ୍‌ଏସ୍‌ଏମ୍‌ଇ ବିଭାଗ ଓ ବିଶ୍ୱ ବାଣିଜ୍ୟ କେନ୍ଦ୍ରର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗଦେଇ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ, ଏମ୍‌ଏସ୍‌ଏମ୍‌ଇ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଶାଶ୍ୱତ ମିଶ୍ର କାଜୁ ଟ୍ରକ୍‌କୁ ପତାକା ଦେଖାଇ ଉଦ୍‌ଘାଟନ କରିଥିଲେ।

ଏହି ଅବସରରେ ଶ୍ରୀ ଶାଶ୍ୱତ ମିଶ୍ର ଏକ୍ସପୋର୍ଟ ଓ ମାର୍କେଟିଂ ଉପରେ ଗୁରୁତ୍ୱାରୋପ କରି କହିଥିଲେ ଯେ ଯେକୌଣସି ଉତ୍ପାଦର ରପ୍ତାନୀ ଓ ବାଣିଜ୍ୟ ପାଇଁ ଅନୁ୍ୟନପକ୍ଷେ ୩ ଗୋଟି ମାର୍କେଟ ରହିଥିବା ଦରକାର। କାରଣ ଗ୍ରାହକଙ୍କ ଚାହିଦା ଯଦି ବିପରୀତମୁଖୀ ହୁଏ ତେବେ ଯେକୌଣସି ସମୟରେ ମାର୍କେଟ୍‌ ବନ୍ଦ ହୋଇଯିବାର ସମ୍ଭାବନା ଥାଏ। ସେଥି ପାଇଁ ଉଭୟ ରାଜ୍ୟ, ଅନ୍ୟ ରାଜ୍ୟ ଓ ବିଦେଶକୁ ଉତ୍ପାଦ ରପ୍ତାନୀ କରିବା ବାଣିଜ୍ୟ ପାଇଁ ଶୁଭଙ୍କର ଅଟେ।

ଓଡ଼ିଶାର ଏକ ଅନୁକୂଳ ରପ୍ତାନୀ ନୀତି ପ୍ରଣୀତ ହୋଇଛି। ଏହି ରପ୍ତାନୀ ନୀତି ଅନୁଯାୟୀ ବାହାର ଦେଶକୁ ଉତ୍ପାଦ ପଠାଯାଇପାରିବ। କିନ୍ତୁ କାଜୁ ପ୍ରୋସେସିଂ କ୍ଷେତ୍ରରେ ଏହାର ଗୁଣବତ୍ତା ବଢ଼ାଯିବାର ଆବଶ୍ୟକତା ରହିଛି। ରାଜ୍ୟର ମୁଖ୍ୟତଃ କୋରାପୁଟ, ଗଞ୍ଜାମ ଓ ବ୍ରହ୍ମଗିରି ସ୍ଥାନରେ କାଜୁ ପୁଞ୍ଜ ଥିବାରୁ ସେହିସ୍ଥାନରେ ଓଡ଼ିଶା ସରକାରଙ୍‌କ କମନ୍‌ ଫାସିଲିଟି ସେଣ୍ଟରର ଉପଯୋଗିତା କରାଯିବା ଉଚିତ। ପ୍ରୋସେସିଂ ମେସିନ୍‌ ସ୍ଥାପନ, ଏୟାର କାର୍ଗୋ ରପ୍ତାନୀ ଓ ନିଜେ ରପ୍ତାନୀ କରିବା ଭଳି ଆହ୍ୱାନମୂଳକ ପଦକ୍ଷେପକୁ ସାମ୍‌ନା କରି ଆଗକୁ ବଢ଼ିଚାଲିଲେ ଘରୋଇ ରପ୍ତାନୀ ଓ ବିଦେଶ ରପ୍ତାନୀ ଲାଭଜନକ ହୋଇଥାଏ ବୋଲି ଶ୍ରୀ ମିଶ୍ର କହିଥିଲେ।

କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ରାଜ୍ୟରେ ଧାନ, କପା, ମାଣ୍ଡିଆର ଉତ୍ପାଦନ ଓ ବ୍ୟବସାୟ ସଂପର୍କରେ ଉଲ୍ଲେଖ କରି ପ୍ରୋତ୍ସାହନମୂଳକ ବକ୍ତବ୍ୟ ରଖି କହିଥିଲେ ଯେ ଉତ୍କୃଷ୍ଟ ମାନର କାଜୁ ଚାଷ ହେବା ଆବଶ୍ୟକ।କୋରାପୁଟ, ଗଞ୍ଜାମ ସମେତ ଦକ୍ଷିଣ ଓଡ଼ିଶାରେ ମାଟି ଓ ଜଳବାୟୁ କାଜୁ ଚାଷ ପାଇଁ ବେଶ୍‌ ଉପଯୋଗୀ ଅଟେ। ସେଥିପାଇଁ ଯୋଜନାମୂଳକ ଭାବେ ଚାଷ କରିବା ଉଚିତ। ହେକ୍ଟର ପିଛା ୭୬୦ କିଗ୍ରା କାଜୁ ଉତ୍ପାଦନ ରପ୍ତାନୀ ପ୍ରକ୍ରିୟା ପାଇଁ ଯଥାର୍ଥ ଅଟେ।

ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଉଦ୍ୟୋଗୀମାନଙ୍କୁ ଏକ କୋଟି ସବ୍‌ସିଡି ମଧ୍ୟ ପ୍ରଦାନ ହେବାର ନଜିର ଅଛି। ତେଣୁ କାଜୁ ଚାଷ ପାଇଁ ମଧ୍ୟ ସବ୍‌ସିଡି ପ୍ରଦାନ କରାଯାଉଛି। ଓଡ଼ିଶାର କାଜୁ ସିଙ୍ଗାପୁର, ବ୍ୟାଙ୍କକ୍‌ ଓ ଦୁବାଇକୁ ରପ୍ତାନୀ ହେଉଛି। ବାର୍ଷିକ ୧୨୦୦ କୋଟିର କାଜୁ ବ୍ୟବସାୟ ହେଉଛି ବୋଲି ଡ. ପାଢ଼ୀ ସୂଚନା ଦେଇଥିଲେ।

ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ଡିନ୍‌ ବୈଷୟିକ କୌଶଳ ଯୋଗାଇଦେବା ବିଷୟରେ ସୂଚନା ଦେଇଥିଲେ। କାଜୁ ଚାଷ, କାଜୁ ପ୍ରୋସେସିଂ ପାଇଁ ଓୟୁଏଟି ଟେକ୍‌ନୋଲୋଜିକାଲ୍‌ ସହାୟତା ଦେଉଛି ଓ ଆଗାମୀ ଦିନରେ କାଜୁ ଚାଷର ଅନ୍ୟାନ୍ୟ ଦିଗ ପ୍ରତି ସହାୟତା ଦେବ ବୋଲି କହିଥିଲେ।

କଷ୍ଟମ୍‌ କମିଶନର ଶ୍ରୀ ମାଧବ ମିଶ୍ର ମଧ୍ୟ ସମସ୍ତ ପ୍ରକାର ସହାୟତା ଯୋଗାଇଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଓଡ଼ିଶା କାଜୁ ଉନ୍ନୟନ ନିଗମ ଓ ଓଡ଼ିଶା କାଜୁ ପ୍ରସ୍ତୁତି ସଂଘର ସୂଚନା ଅନୁସାରେ ଓଡ଼ିଶାରେ ୨.୨୩ ଲକ୍ଷ ହେକଫର ଜମିରେ କାଜୁ ଚାଷ କରାଯାଉଛି। ସେଥି ମଧ୍ୟରୁ ୬୦ ହଜାର ହେକ୍ଟର ହେଉଛି ସରକାରୀ ଜମି। ବାର୍ଷିକ ପ୍ରାୟ ୧ ଲକ୍ଷ ୪୦ ହଜାର ମେଟି୍ରକ୍‌ ଟନ୍‌ କାଜୁ ଉତ୍ପାଦିତ ହେଉଥିବାବେଳେ ୫୦୦ଟି କାଜୁ ପ୍ରୋସେସିଂ ୟୁନିଟ୍‌ ସଫଳତାର ସହ ଚାଲୁରହିଛି। କାର୍ଯ୍ୟକ୍ରମରେ କାଜୁ ଉତ୍ପାଦକ, କାଜୁ ପ୍ରସ୍ତୁତ କର୍ତ୍ତା ଓ ରପ୍ତାନୀ ସଦସ୍ୟମାନେ ଯୋଗ ଦେଇଥିଲେ।

କାଜୁ କୃଷି
Share. Facebook Twitter LinkedIn Email WhatsApp Copy Link

Related Posts

ଓଡ଼ିଶା ବିଦ୍ୟୁତ୍ କ୍ଷେତ୍ର ପ୍ରଶାସନିକ କର୍ମଚାରୀ ସଂଘର ବାର୍ଷିକ ସାଧାରଣ ଅଧିବେଶନ ସଂକଳ୍ପ ଅନୁଷ୍ଠିତ

July 12, 2026

ରୁଷଠାରୁ ୪୯,୦୦୦ କୋଟିର ତେଲ କିଣିଲା ଭାରତ: ଚୀନ୍ ପରେ ହେଲା ଦ୍ୱିତୀୟ ସର୍ବାଧିକ କ୍ରେତା

July 12, 2026

ICC ଟି-୨୦ ରାଙ୍କିଙ୍ଗରେ କ’ଣ ପରିବର୍ତ୍ତନ ଆସିଛି?: ଦେଖନ୍ତୁ ଶ୍ରେଷ୍ଠ ୧୦ ଦଳ

July 12, 2026

ମାଗଣା ଶିକ୍ଷାଦାନ ବ୍ୟବସ୍ଥାର ସଫଳ ରୂପାୟନ ପାଇଁ ସବୁ ବିଦ୍ୟାଳୟକୁ ସରକାରୀକରଣ କରାଯାଉ: ଓଷ୍ଟା

July 12, 2026
Latest News

ଓଡ଼ିଶା ବିଦ୍ୟୁତ୍ କ୍ଷେତ୍ର ପ୍ରଶାସନିକ କର୍ମଚାରୀ ସଂଘର ବାର୍ଷିକ ସାଧାରଣ ଅଧିବେଶନ ସଂକଳ୍ପ ଅନୁଷ୍ଠିତ

July 12, 2026

ଗାନ୍ଧୀନଗର ଲୋକସଭା କ୍ଷେତ୍ରରେ ଗୋଟିଏ ଦିନରେ ଏକ କୋଟିରୁ ଅଧିକ ବୃକ୍ଷରୋପଣ

July 12, 2026

ରୁଷଠାରୁ ୪୯,୦୦୦ କୋଟିର ତେଲ କିଣିଲା ଭାରତ: ଚୀନ୍ ପରେ ହେଲା ଦ୍ୱିତୀୟ ସର୍ବାଧିକ କ୍ରେତା

July 12, 2026

ଟାଇଟଲ୍ ଦୌଡ଼ରେ ଏବେ ଚାରୋଟି ଦଳ: ଦେଖନ୍ତୁ ଫିଫା ବିଶ୍ୱକପ୍ ର ସେମିଫାଇନାଲ କାର୍ଯ୍ୟସୂଚୀ

July 12, 2026

ICC ଟି-୨୦ ରାଙ୍କିଙ୍ଗରେ କ’ଣ ପରିବର୍ତ୍ତନ ଆସିଛି?: ଦେଖନ୍ତୁ ଶ୍ରେଷ୍ଠ ୧୦ ଦଳ

July 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.