Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବିଜେତା ପ୍ରାର୍ଥୀଙ୍କୁ ସାର୍ଟିଫିକେଟ ସହ ରାୟପୁରରେ ପହଞ୍ଚିବାକୁ ଛତିଶଗଡ଼ କଂଗ୍ରେସର ନିର୍ଦ୍ଦେଶ: ବୁକ୍ ହେଲା ଚାର୍ଟର ବିମାନ
ବିଶେଷ ଖବର

ବିଜେତା ପ୍ରାର୍ଥୀଙ୍କୁ ସାର୍ଟିଫିକେଟ ସହ ରାୟପୁରରେ ପହଞ୍ଚିବାକୁ ଛତିଶଗଡ଼ କଂଗ୍ରେସର ନିର୍ଦ୍ଦେଶ: ବୁକ୍ ହେଲା ଚାର୍ଟର ବିମାନ

November 30, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଛତିଶଗଡ଼ ବିଧାନସଭା ନିର୍ବାଚନ ଫଳାଫଳ ଆସିବା ପୂର୍ବରୁ ଘୋଡ଼ାବେପାରକୁ ଏଡ଼ାଇବା ପାଇଁ ପ୍ରସ୍ତୁତି କରିଛି ଛତିଶଗଡ଼ କଂଗ୍ରେସ। ଦଳୀୟ ସୂତ୍ରରୁ ପ୍ରକାଶ ଯେ ଫଳାଫଳ ଆସିବାମାତ୍ରେ ବିଜୟୀ ପ୍ରାର୍ଥୀଙ୍କୁ ବେଙ୍ଗାଲୁରୁ ପଠାଇବା ପାଇଁ ପ୍ରସ୍ତୁତି ଚାଲିଛି। ଏଥିପାଇଁ କଂଗ୍ରେସ ୭୨ ସିଟ୍ ବିଶିଷ୍ଟ ଚାର୍ଟର ବିମାନ ମଧ୍ୟ ବୁକ୍ କରିଛି। ବିଜୟୀ ବିଧାୟକଙ୍କ ସହ ଦଳୀୟ ନେତା ମଧ୍ୟ ରହିବେ। କର୍ଣ୍ଣାଟକ କଂଗ୍ରେସ ପାଇଁ ସବୁଠାରୁ ସୁରକ୍ଷିତ ସ୍ଥାନ। ସେଠାରେ ମଧ୍ୟ କଂଗ୍ରେସ ସରକାର ରହିଛି। ଛତିଶଗଡ଼ରେ ନଭେମ୍ବର ୭ ଓ ୧୭ତାରିଖରେ ଦୁଇଟି ପର୍ଯ୍ୟାୟରେ ମତଦାନ ହୋଇଥିଲା। ଡିସେମ୍ବର ୩ତାରିଖରେ ଫଳାଫଳ ପ୍ରକାଶ ପାଇବ।

ବିଜୟ ପରେ ସିଧାସଳଖ ରାୟପୁର ଆସିବାକୁ ନିର୍ଦ୍ଦେଶ

ମିଳିଥିବା ସୂଚନା ଅନୁଯାୟୀ, ଦଳ ସମସ୍ତ ପ୍ରାର୍ଥୀଙ୍କୁ ବିଜୟ ପ୍ରମାଣପତ୍ର ସିଧାସଳଖ ରାୟପୁର ନେବାକୁ କହିଛି। ଭିଆଇପି ରୋଡସ୍ଥିତ ଏକ ହୋଟେଲରେ ନବନିର୍ବାଚିତ ବିଧାୟକଙ୍କ ରହିବା ପାଇଁ ବ୍ୟବସ୍ଥା କରାଯାଉଛି। ସମସ୍ତ ପ୍ରାର୍ଥୀ ଏଠାରେ ରାତିସାରା ଏକାଠି ରହିବେ।

ଏକାଠି ବେଙ୍ଗାଲୁରୁ ଗସ୍ତରେ ଯିବେ ନବନିର୍ବାଚିତ ବିଧାୟକ

ସୂତ୍ରରୁ ପ୍ରକାଶ ଯେ ବସ୍ତରରୁ ସରଗୁଜା ପର୍ଯ୍ୟନ୍ତ କଂଗ୍ରେସ ଦଳର ନବନିର୍ବାଚିତ ବିଧାୟକଙ୍କୁ ଆସିବାକୁ ସମୟ ଲାଗିବ। ଏହାକୁ ଦୃଷ୍ଟିରେ ରଖି ଦ୍ୱିତୀୟ ଦିନ ଅର୍ଥାତ୍ ଡିସେମ୍ବର ୪ତାରିଖରେ ସମସ୍ତ ବିଜୟୀ ବିଧାୟକଙ୍କୁ ବେଙ୍ଗାଲୁରୁ ପଠାଯିବ।

ବିଜେପି ଓ କଂଗ୍ରେସ ମଧ୍ୟରେ କଡ଼ା ଟକ୍କର

ଏଥର ବିଜେପି-କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ରହିଛି। କୌଣସି ଗୋଟିଏ ଦଳର ପ୍ରବାହ ନାହିଁ। ଏହାକୁ ଆଧାର କରି ରାଜନୈତିକ ଦଳଗୁଡ଼ିକ ମଧ୍ୟ ପ୍ରସ୍ତୁତି କରୁଥିବା ଦେଖିବାକୁ ମିଳୁଛି। ଯଦି ବିଜୟ-ପରାଜୟର ସଂଖ୍ୟା ଅଧିକ ନୁହେଁ, ତେବେ ବିଧାୟକମାନଙ୍କୁ କିପରି ସୁରକ୍ଷିତ ରଖାଯିବ?

୫୦ରୁ ୫୫ ସିଟରେ ବୃଦ୍ଧି ପାଇବ ଉତ୍ତେଜନା

୨୦୧୮ରେ କଂଗ୍ରେସ ଦଳ ଐତିହାସିକ ବିଜୟ ହାସଲ କରିଥିଲା। ଫଳାଫଳ ଆସିବାବେଳକୁ କଂଗ୍ରେସର ୬୮ ଜଣ ପ୍ରାର୍ଥୀ ବିଜୟୀ ହୋଇ ବିଧାୟକ ହୋଇଥିଲେ। ଏଥର କଂଗ୍ରେସ ପାଇଁ ସ୍ଥିତି ସେତେଟା ଅନୁକୂଳ ନୁହେଁ। ଯଦି ସଂଖ୍ୟାଗରିଷ୍ଠତା ଆସେ ଏବଂ ବିଜୟୀ ବିଧାୟକଙ୍କ ସଂଖ୍ୟା ୫୦ରୁ ୫୫ ମଧ୍ୟରେ ରହେ ତେବେ ଘୋଡ଼ା ବେପାର ହେବାର ଆଶଙ୍କା ବଢ଼ିବ ବୋଲି ଦଳ ଆଶଙ୍କା କରୁଛି।

ଛତିଶଗଡ଼ ମଧ୍ୟପ୍ରଦେଶରୁ ଶିକ୍ଷା ନେଇଛି

୨୦୧୮ରେ ମଧ୍ୟପ୍ରଦେଶରେ କଂଗ୍ରେସ ଦଳ ସରକାର ଗଠନ କରିଥିଲା। ସରକାର ଗଢ଼ିବାର ଦେଢ଼ବର୍ଷ ପରେ କିଛି ବିଧାୟକ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଥିଲେ। ଏହି କାରଣରୁ କଂଗ୍ରେସ ସରକାର ଭାଙ୍ଗିଯାଇଥିଲା। ମଧ୍ୟପ୍ରଦେଶ ବ୍ୟତୀତ ମହାରାଷ୍ଟ୍ର ଭଳି ଅନେକ ରାଜ୍ୟରୁ ଶିକ୍ଷା ନେଇ ଛତିଶଗଡ଼ କଂଗ୍ରେସ ପ୍ରସ୍ତୁତି ଆରମ୍ଭ କରିଛି।

କଂଗ୍ରେସ ଛତିଶଗଡ କଂଗ୍ରେସ ରାୟପୁର
Share. Facebook Twitter LinkedIn Email WhatsApp Copy Link

Related Posts

ଇରାନକୁ ଖୋଲାଖୋଲି ସମର୍ଥନ କଲେ ରୁଷ ଏବଂ ଚୀନ୍!: ଜାତିସଂଘରେ ହେଲା କଡ଼ା ବିତର୍କ

March 13, 2026

ପଶ୍ଚିମ ଏସିଆ ଘଟଣାକ୍ରମ ସମ୍ପର୍କରେ ଆନ୍ତଃମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀ

March 13, 2026

ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା: କଟକ, ସୁନ୍ଦରଗଡ଼ ଜିଲ୍ଲାରେ ସାମୂହିକ ବିବାହ ଆୟୋଜିତ

March 12, 2026

ସଂସଦରେ ଅଭିବ୍ୟକ୍ତିର ସ୍ୱାଧୀନତା ଧାର୍ଯ୍ୟ ନିୟମାଧୀନ ଅଟେ: ଲୋକସଭା ବାଚସ୍ପତି

March 12, 2026
Latest News

ଇରାନକୁ ଖୋଲାଖୋଲି ସମର୍ଥନ କଲେ ରୁଷ ଏବଂ ଚୀନ୍!: ଜାତିସଂଘରେ ହେଲା କଡ଼ା ବିତର୍କ

March 13, 2026

ଟି-୨୦ ବିଶ୍ୱକପ୍ ଜିତିବା ପରେ ଟିମ୍ ଇଣ୍ଡିଆର ବ୍ୟସ୍ତବହୁଳ କାର୍ଯ୍ୟସୂଚୀ: ଜାଣନ୍ତୁ କେଉଁଠି ଆଉ କେବେ?

March 13, 2026

ଟ୍ରମ୍ପଙ୍କ ପାଇଁ ବଡ଼ ଝଟକା!: ଇରାକରେ ଆମେରିକୀୟ KC-135 ବିମାନ ଦୁର୍ଘଟଣାଗ୍ରସ୍ତ

March 13, 2026

ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରଠାରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଜାରି

March 13, 2026

ଓଡ଼ିଶା ଆସିଲା କତାରରେ ମୃତ୍ୟୁବରଣ କରିଥିବା ଓଡ଼ିଆ ଶ୍ରମିକଙ୍କ ମୃତ ଶରୀର

March 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.