Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଓଡ଼ିଶାରେ ଫିଫାର ‘ଫୁଟବଲ ଫର୍ ସ୍କୁଲ’ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ
ବିଶେଷ ଖବର

ଓଡ଼ିଶାରେ ଫିଫାର ‘ଫୁଟବଲ ଫର୍ ସ୍କୁଲ’ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

December 2, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ମୁଣ୍ଡଳୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ସ୍କୁଲ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଫୁଟବଲ ଖେଳ ପ୍ରତି ଉତ୍ସାହ ତଥା ଖେଳୁଆଡ ମନୋଭାବ ତିଆରି କରିବା ଉଦ୍ଦେଶ୍ୟରେ ଆଜି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କଟକର ମୁଣ୍ଡଳୀ ଠାରେ ପିଏମ  ଜବାହର ନବୋଦୟ ବିଦ୍ୟାଳୟରେ ଫିଫାର ଫୁଟବଲ ଫର୍ ସ୍କୁଲ୍ (F4S) କାର୍ଯ୍ୟକ୍ରମର ଶୁଭାରମ୍ଭ ସହ ବିଭିନ୍ନ କେନ୍ଦ୍ରୀୟ ବିଦ୍ୟାଳୟ ଓ  ନବୋଦୟ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଫୁଟବଲ ବିତରଣ କରିଛନ୍ତି।

କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଦ୍ଵାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଫିଫା, ସର୍ବଭାରତୀୟ ଫୁଟବଲ ମହାସଂଘ(ଏଆଇଏଫ୍ଏଫ୍) ଓ ଜବାହର ନବୋଦୟ ବିଦ୍ୟାଳୟ(ଜେଏନଭି)ର ମିଳିତ ପ୍ରୟାସରେ ଏହି ମହତ୍ୱକାଂକ୍ଷୀ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଫିଫା ସମଗ୍ର ବିଶ୍ୱରେ ୪୦ ଲକ୍ଷ ଫୁଟବଲ ବିତରଣ କରୁଥିବା ବେଳେ କେବଳ ଭାରତରେ ମୋଟ ୭୪୨ଟି ଜିଲ୍ଲାରେ ୧ ଲକ୍ଷ ୫୩ ହଜାର ସ୍କୁଲରେ ପ୍ରାୟ ୧୧ ଲକ୍ଷରୁ ଉର୍ଦ୍ଧ୍ୱ ଫୁଟବଲ ବଣ୍ଟନ କରାଯିବ । ସେହିପରି ଓଡ଼ିଶାରେ ପ୍ରାୟ ସାଢେ ୫ ହଜାର ସ୍କୁଲରେ ପାଖାପାଖି ୩୦ ହଜାର ଫୁଟବଲ ବିତରଣ କରାଯିବ । ଆଗାମୀ ଦୁଇ ମାସ ମଧ୍ୟରେ ଫୁଟବଲ ଖେଳକୁ ନେଇ ଥିବା ଅନୁକୂଳଯୁକ୍ତ ବାତାବରଣକୁ ଲକ୍ଷ୍ୟ କରି ସେହି ସ୍କୁଲ ଗୁଡିକୁ ଫୁଟବଲ ଦିଆଯିବ । କେବଳ ଏତିକି ନୁହେଁ ଖେଳ ଶିକ୍ଷକ ମାନଙ୍କୁ ଆଧୁନିକ କୌଶଳର ପ୍ରଶିକ୍ଷଣ ଦେବା ପାଇଁ ମଧ୍ୟ ଯୋଜନା ହୋଇଥିବା ଶ୍ରୀ ପ୍ରଧାନ କହିଛନ୍ତି ।

କେନ୍ଦ୍ରମନ୍ତ୍ରୀ ଛାତ୍ରଛାତ୍ରୀଙ୍କୁ ଫୁଟବଲ ଖେଳିବା ପାଇଁ ଉପଦେଶ ଦେବା ସହ କହିଛନ୍ତି ଯେ ଫୁଟବଲ ଏକ ରୁଚିପୂର୍ଣ୍ଣ ଖେଳ । ଫୁଟବଲ ଖେଳରେ କେବଳ ଖେଳାଳୀ ନୁହେଁ ଦର୍ଶକମାନେ ଆନନ୍ଦିତ ହୁଅନ୍ତି । ମୁଁ ମଧ୍ୟ ପିଲାବେଳେ ଫୁଟବଲ ଭାବେ ଖେଳୁଥିଲି । ଫୁଟବଲରେ ରେଜଲ୍ଟ ତୁରନ୍ତ ମିଳିଥାଏ। ଏଥିପାଇଁ ଏହା ମୋର ପ୍ରିୟ ଖେଳ ।  ଛାତ୍ରଛାତ୍ରୀଙ୍କ ପକ୍ଷେ ଖେଳ ସ୍ୱାସ୍ଥ୍ୟ ଓ ଶରୀର ପାଇଁ ବେଶ୍ ଉପଯୋଗୀ ।  ଖେଳ ପିଲାଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ସହ ଖେଳୁଆଡ ମାନସିକତା ଜାଗ୍ରତ କରିଥାଏ । ଯେଉଁ ପିଲାମାନେ ମଇଦାନରେ ଫୁଟବଲ୍ ଖେଳିବେ, ସେମାନେ ଜୀବନରେ ନିଶ୍ଚୟ ସଫଳତା ପାଇବେ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

ଏହି ଅବସରରେ ଶ୍ରୀ ପ୍ରଧାନ ଏଆଇଏଫଏଫର ସଭାପତି କଲ୍ୟାଣ ଚୌବେଙ୍କ ସହ ପିଏମ ଶ୍ରୀ ନବୋଦୟ ବିଦ୍ୟାଳୟ ଓ କେନ୍ଦ୍ରୀୟ ବିଦ୍ୟାଳୟ ଢେଙ୍କାନାଳ ମଧ୍ୟରେ ଆୟୋଜିତ ବନ୍ଧୁତ୍ୱପୂର୍ଣ୍ଣ ଫୁଟବଲ ମ୍ୟାଚକୁ ଦେଖିଥିଲେ। ଶ୍ରୀ ପ୍ରଧାନ ବିଜୟୀ ଟିମ ନବୋଦୟ ବିଦ୍ୟାଳୟ ଓ ପ୍ରତିଦ୍ୱନ୍ଦୀ ଟିମକୁ ଶୁଭେଚ୍ଛା ଜଣାଇବା ସହ ପୁରସ୍କୃତ କରିଥିଲେ।

 

ଜବାହର ନବୋଦୟ ବିଦ୍ୟାଳୟ ଧର୍ମେନ୍ଦ୍ର ପ୍ରଧାନ ନରେନ୍ଦ୍ର ମୋଦି ମୁଣ୍ଡଳୀ
Share. Facebook Twitter LinkedIn Email WhatsApp Copy Link

Related Posts

କଟକରେ ଜଗଦଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟ ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

August 3, 2026

ବନ୍ୟା ସହାୟତା ଘୋଷଣା, ପ୍ରଥମ ପର୍ଯ୍ୟାୟରେ ୧୧୦ କୋଟି ଟଙ୍କା, ଜାଣନ୍ତୁ କାହାକୁ ଦିଆଯିବ କେତେ 

August 3, 2026

Bankipur Byepoll Result: ବିଜେପି ରାଷ୍ଟ୍ରୀୟ ସଭାପତି ନୀତିନ ନବୀନଙ୍କ ଗଡରେ ଜିତିଲେ ପ୍ରଶାନ୍ତ କିଶୋର

August 3, 2026

ଭୁବନେଶ୍ବରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ସ୍ବାଗତ କଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ

August 3, 2026
Latest News

ଆଜି ଅଗଷ୍ଟ 4 ତାରିଖ ମଙ୍ଗଳବାରରେ ଏହି 7ଟି ରାଶିର ବ୍ୟକ୍ତି ହେବେ ମାଲେମାଲ୍

August 4, 2026

ଆସନ୍ତାକାଲି ଏନଡିଏର ‘ମଙ୍ଗଳ ମିଳନ’ ବୈଠକ; ସଂସଦ ରଣନୀତି ଓ ସରକାରୀ ଏଜେଣ୍ଡା ଉପରେ ହୋଇପାରେ ଆଲୋଚନା

August 3, 2026

କଟକରେ ଜଗଦଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟ ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

August 3, 2026

ବାଙ୍କିପୁର ସମେତ ଦୁଇ ଆସନରେ ପରାଜୟ ପରେ ଆସିଲା ବିଜେପିର ପ୍ରଥମ ପ୍ରତିକ୍ରିୟା

August 3, 2026

ପେଟ୍ରୋଲ ଓ ଡିଜେଲ ରପ୍ତାନି ଉପରେ ବଢ଼ିଲା ୱିଣ୍ଡଫଲ୍ ଟ୍ୟାକ୍ସ, ଘରୋଇ ଦର ଅପରିବର୍ତ୍ତିତ

August 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.