Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଅଭିଜିତ୍ ଆୟାର ମିତ୍ର! ଯାଅ, ଓଡ଼ିଶାବାସୀ ତମକୁ ଉଦାର ଭାବରେ କ୍ଷମା କରିଦେଲେ
ବିଶେଷ ଖବର

ଅଭିଜିତ୍ ଆୟାର ମିତ୍ର! ଯାଅ, ଓଡ଼ିଶାବାସୀ ତମକୁ ଉଦାର ଭାବରେ କ୍ଷମା କରିଦେଲେ

December 5, 2018No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ଅଭିଜିତ ଆୟାର ମିତ୍ରଙ୍କୁ ପରିଶେଷରେ ସବୁ ମାମଲାରୁ ମୁକ୍ତ କରିବା ପାଇଁ ଓ ସେ ଯେଉଁ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିଛନ୍ତି ତାକୁ ଗ୍ରହଣ କରିବା ପାଇଁ ଓଡ଼ିଶା ସରକାର ଉଚିତ୍ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଓଡ଼ିଶା ଓ ଓଡ଼ିଶାବାସୀଙ୍କ ଉପରେ ଅଭିଜିତ ଯେଉଁ ପ୍ରକାର ମନ୍ତବ୍ୟ ଦେଇଥିଲେ, ତାହା ଅତ୍ୟନ୍ତ ଅଶ୍ଳୀଳ, ହିଂସା ଉଦ୍ରେକକାରୀ ଓ ଅନେକାଂଶରେ ଅମାନବୀୟ। ପ୍ରାଥମିକ ଭାବରେ ଓଡ଼ିଶାରେ ଏହି ତରୁଣ ସାମ୍ବାଦିକଙ୍କ ପ୍ରତି ଲୋକଙ୍କର କ୍ରୋଧ ରହିଥିବାବେଳେ, ପରବର୍ତ୍ତୀ ସମୟରେ ଏହା ପ୍ରଶମିତ ହୋଇଛି। ଲୋକ ଅଭିଜିତଙ୍କୁ କ୍ଷମା କରିଦେଇଛନ୍ତି। ଅବଶ୍ୟ ଏ କ୍ଷେତ୍ରରେ ନିଜେ ଅଭିଜିତ ଅତ୍ୟନ୍ତ ନମ୍ର ଭାବରେ ସର୍ବସାଧାରଣରେ କ୍ଷମା ପ୍ରାର୍ଥନା କରିସାରିଥିଲେ। ତାଙ୍କୁ ଓଡ଼ିଶାର ବିଧାନସଭା ଗତ ୧୬ ନଭେମ୍ବରରେ କ୍ଷମା କରିସାରିଥିବା ବେଳେ ଆଜି ଓଡ଼ିଶା ସରକାର ଏକ ପ୍ରେସ୍ ବିଜ୍ଞପ୍ତି ଜରିଆରେ ତାଙ୍କ ଉପରେ କରାଯାଇଥିବା ସବୁ ମାମଲା କୁ ପ୍ରତ୍ୟାହାର କରିନିଆଯିବ ବୋଲି କହିଛନ୍ତି। ଉପଯୁକ୍ତ ଆଇନଗତ ପ୍ରକ୍ରିୟାରେ ଅଭିଜିତଙ୍କୁ ଓଡ଼ିଶା ସରକାର ମୁକ୍ତି ଦେଇଛନ୍ତି।

ତେବେ ଅଭିଜିତଙ୍କ ଗିରଫଦାରିକୁ ବାକ୍ ସ୍ଵାଧୀନତା ଉପରେ ଆକ୍ରମଣ ବୋଲି ଜାତୀୟ ଗଣମାଧ୍ୟମରେ ଯେଉଁ ଚର୍ଚ୍ଚା ଚାଲିଥିଲା, ତାହାର କୌଣସି ପ୍ରଭାବ ଓଡ଼ିଶାରେ ପଡ଼ିନାହିଁ। କେବଳ ଅଭିଜିତଙ୍କୁ ଓଡ଼ିଶା ଆଣି ବୁଲେଇଥିବା ତାଙ୍କର ବନ୍ଧୁ ବୈଜୟନ୍ତ ପଣ୍ଡା ଓ ତାଙ୍କ କମ୍ପାନୀ ଅନୁଗ୍ରହରେ ଥିବା କେତେଜଣ ସାମ୍ବାଦିକଙ୍କୁ ବାଦ୍ ଦେଲେ ଓଡ଼ିଶାରେ କେହି ଅଭିଜିତଙ୍କ ସପକ୍ଷରେ କହିନଥିଲେ। ପ୍ରଥମ କଥା ହେଉଛି, ଅଭିଜିତ୍ କୋଣାର୍କକୁ ନେଇ କେବଳ ରସିକତା କରୁନଥିଲେ, ସେ କୋଣାର୍କର ଶୃଙ୍ଗାର ସ୍ଥାପତ୍ୟ ଆଳରେ ଏକ ସାମ୍ପ୍ରଦାୟିକ ବିଭାଜନ ପାଇଁ ଲୋକଙ୍କୁ ଉସୁକାଉଥିଲେ। ଓଡ଼ିଶାର ଇତିହାସ, ସଂସ୍କୃତି ଓ ଜନ ଜୀବନ ପ୍ରତି ତାଙ୍କର ଦୃଷ୍ଟିକୋଣ ନିହାତି ନିମ୍ନ ସ୍ତରର ଥିଲା। ତାଙ୍କୁ ସମର୍ଥନ କରି ଜାତୀୟ ଗଣମାଧ୍ୟମରେ ଯେଉଁମାନେ ଲେଖାଲେଖି କରୁଥିଲେ, ସେମାନେ ଅଭିଜିତଙ୍କ ରାଜନୀତି ଓ ଘୃଣା ସୃଷ୍ଟିକାରୀ ବକ୍ତବ୍ୟ ବିଷୟରେ କିଛି ଉଲ୍ଲେଖ କରୁନଥିଲେ।

ଅଭିଜିତଙ୍କ ମତ ସବୁବେଳେ ଅତି ନିମ୍ନ ରୁଚିର ଓ ବିଭାଜନକାରୀ ରହିଆସିଛି। ତେଣୁ ତାଙ୍କୁ ମୁକ୍ତ ବିଚାର ଓ ଅଭିବ୍ୟକ୍ତିର ପ୍ରତୀକ ଭାବରେ ଉପସ୍ଥାପନ କରିବା ନିହାତି ନିନ୍ଦନୀୟ। ଅନ୍ୟମାନଙ୍କ ତୁଳନାରେ ଏହି ପ୍ରସଙ୍ଗରେ ଓଡ଼ିଶାରେ ଦୀର୍ଘଦିନ ଧରି କାମ କରିଥିବା ଜଣେ ବଙ୍ଗାଳୀ ସାମ୍ବାଦିକଙ୍କ ମତ ସବୁଠୁ ଭୟଙ୍କର ଥିଲା। ସେ ଅଭିଜିତଙ୍କ ସବୁ ପୁରୁଣା ଟୁଇଟରେ ଟୁଇଟ କରି ଜେଲ ଯିବାକୁ ପ୍ରସ୍ତୁତ ବୋଲି ଖୋଲାଖୋଲି ଲେଖିଥିଲେ। ସୌଭାଗ୍ୟର ବିଷୟ ଏହି ଭଦ୍ରଲୋକଙ୍କ କଥାର କୌଣସି ପ୍ରଭାବ ଓଡ଼ିଆଙ୍କ ମନରେ ପଡିନଥିଲା।

ପରିଶେଷରେ ଓଡ଼ିଶା ସରକାର ଅଭିଜିତଙ୍କୁ କ୍ଷମା କରି ଦେଇଥିବାରୁ, ଏହି ଘଟଣା ଉପରେ ପୂର୍ଣ୍ଣଚ୍ଛେଦ ପଡିଛି। ତେବେ ଏହି ପ୍ରସଙ୍ଗ ଅଭିଜିତଙ୍କୁ ଉଚିତ୍ ଶିକ୍ଷା ଦେଇଥିବ ବୋଲି ଆଶା କରାଯାଏ ।

Share. Facebook Twitter LinkedIn Email WhatsApp Copy Link

Related Posts

UP CM Birthday: ଯୋଗୀ ଆଦିତ୍ୟନାଥଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

June 5, 2026

ବିଜେପିକୁ ବଡ଼ ଝଟକା! ଦଳ ଛାଡ଼ି ନୂଆ ରାଜନୈତିକ ଆନ୍ଦୋଳନର ଆରମ୍ଭ କଲେ ଅନ୍ନାମଲାଇ

June 5, 2026

ଚିଲିକା ମୁହାଣ ଖନନ ପାଇଁ ବିଶ୍ୱ ବ୍ୟାଙ୍କ ପ୍ରଦତ୍ତ ୧୨୫ କୋଟି ଟଙ୍କା କୁଆଡେ ଗଲା : ପ୍ରସାଦ ହରିଚନ୍ଦନ

June 5, 2026

ଚିକିତ୍ସା ଅବହେଳା ନା ଦୁର୍ଭାଗ୍ୟ ? ଆମ୍ବୁଲାନ୍ସ ଅପେକ୍ଷାରେ ଚାଲିଗଲା ଜୀବନ

June 5, 2026
Latest News

UP CM Birthday: ଯୋଗୀ ଆଦିତ୍ୟନାଥଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

June 5, 2026

ବିଜେପିକୁ ବଡ଼ ଝଟକା! ଦଳ ଛାଡ଼ି ନୂଆ ରାଜନୈତିକ ଆନ୍ଦୋଳନର ଆରମ୍ଭ କଲେ ଅନ୍ନାମଲାଇ

June 5, 2026

RBI Repo Rate: ଅପରିବର୍ତ୍ତିତ ରହିଲା ଚଳିତ ଆର୍ଥିକ ବର୍ଷର ରେପୋ ରେଟ, ଆରବିଆଇର ଘୋଷଣା

June 5, 2026

ଉଚ୍ଚ ଯୋଗ୍ୟତା ଲୁଚାଇ ଚାକିରି ପାଇବା ଅନ୍ୟାୟ: ସୁପ୍ରିମକୋର୍ଟ

June 5, 2026

ଚିଲିକା ମୁହାଣ ଖନନ ପାଇଁ ବିଶ୍ୱ ବ୍ୟାଙ୍କ ପ୍ରଦତ୍ତ ୧୨୫ କୋଟି ଟଙ୍କା କୁଆଡେ ଗଲା : ପ୍ରସାଦ ହରିଚନ୍ଦନ

June 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.