Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ରାଜ୍ୟପାଳଙ୍କ ଦ୍ବାରା ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ “ଅକ୍ଷର’ର ଉଦଯାପନ
ବିଶେଷ ଖବର

ରାଜ୍ୟପାଳଙ୍କ ଦ୍ବାରା ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ “ଅକ୍ଷର’ର ଉଦଯାପନ

December 10, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
Book Fair
ରାଜ୍ୟପାଳଙ୍କ ଦ୍ବାରା ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ "ଅକ୍ଷର'ର ଉଦଯାପନ

ଭୁବନେଶ୍ୱର: ବହିର ବିକଳ୍ପ ନାହିଁ। ସମୟର ଆହ୍ୱାନ ଓ ଆବଶ୍ୟକତା ମୁତାବକ ନିଜକୁ ପ୍ରସ୍ତୁତ କରିବାକୁ ରାଜ୍ୟପାଳ ରଘୁବର ଦାସ ଆହ୍ୱାନ ଦେଇଛନ୍ତି। ଆଜି ଭୁବନେଶ୍ୱରରେ ଆୟୋଜିତ ପଂଚମ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ “ଅକ୍ଷର’ର ସମାପନ ସମାରୋହରେ ଯୋଗଦେଇ ରାଜ୍ୟପାଳ କହିଛନ୍ତି ଯେ, ପୁସ୍ତକ ହେଉଛି ଜ୍ଞାନର ଗବାକ୍ଷ।

ଏହା ଅସୀମ ଦୁନିଆକୁ ପ୍ରବେଶ ପଥ। ପୁସ୍ତକ ମାଧ୍ୟମରେ ଚିନ୍ତାଚେତନା ଓ ଭାବଭାବନାର ଅଭିବୃଦ୍ଧି ଘଟିଥାଏ। ବୌଦ୍ଧିକ ପରିସରକୁ ପରିପୁଷ୍ଟ କରିଥାଏ। ପୁସ୍ତକର ଶକ୍ତି ବନ୍ଧୁକର ଗୁଳିଠୁ ବି ଅଧିକ ବୋଲି ରାଜ୍ୟପାଳ ପ୍ରକାଶ କରିଛନ୍ତି।

ପୁସ୍ତକକୁ ଆଦରିବାର ଅର୍ଥ ହେଉଛି ଜ୍ଞାନ ଓ ଧର୍ମକୁ ସମ୍ମାନ କରିବା। ପୁସ୍ତକର ଯାତ୍ରା ମୌଖିକ ମାଧ୍ୟମରୁ ଆରମ୍ଭ କରି ଏଠି ପହଂଚିଛି। ଆଧୁନିକ ଜ୍ଞାନ କୌଶଳର ଉପଯୋଗ କରି ପୁସ୍ତକ ନୂଆ ରୂପ ନେବାରେ ଲାଗିଛି। ଏହାକୁ ଆପଣେଇବା ହିଁ ଆଜିର ବାସ୍ତବତା ବୋଲି ରାଜ୍ୟପାଳ କହିଛନ୍ତି।

ପଠନାଭ୍ୟାସକୁ ଗୁରୁତ୍ୱ ଦେବା ଦରକାର। ବ୍ୟକ୍ତିଗତ ତଥା ସାମାଜିକସ୍ତରରେ ବେଶୀ ପାଠାଗାର ସ୍ଥାପନ ହେବା ଆବଶ୍ୟକ। ଆମ ଦେଶର ସାହିତ୍ୟର ଏକ ଦୀର୍ଘ ଓ ସମୃଦ୍ଧ ପରଂପରା ରହିଛି। ଓଡ଼ିଆ ସାହିତ୍ୟ ସହ ଅନ୍ୟ ଭାଷାର ସାହିତ୍ୟ ମଧ୍ୟରେ ସଂପର୍କକୁ ଗଠନମୂଳକ ଓ କ୍ରିୟାଶୀଳ କରିବାକୁ ରାଜ୍ୟପାଳ ଶ୍ରୀ ଦାସ ପରାମର୍ଶ ଦେଇଛନ୍ତି।

ଓଡ଼ିଆ ସାହିତ୍ୟ, ଭାଷା ଓ ସଂସ୍କୃତି ବିଭାଗର କମିଶନର ତଥା ଶାସନ ସଚିବ ସୁଜାତା ରାଉତ କାର୍ତ୍ତିକେୟନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଯାପନ ସମାରୋହରେ ବିଭାଗୀୟ ନିର୍ଦ୍ଦେଶକ ଦିଲ୍ଲୀପ ରାଉତରାୟ, ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳପତି ଡ.ପ୍ରସନ୍ନ କୁମାର ସ୍ୱାଇଁ ପ୍ରମୁଖ ଅଭିଭାଷଣ ପ୍ରଦାନ କରିଥିଲେ।

ଏହି ଅବସରରେ ପ୍ରଖ୍ୟାତ କବି ରମାକାନ୍ତ ରଥଙ୍କ କବିତାର ଇଂରାଜୀ ଅନୁବାଦ ଉନ୍ମୋଚିତ ହୋଇଥିଲା। କବି ଶ୍ରୀ ରଥଙ୍କ ସହ ଅନୁବାଦକ ଜିତେନ୍ଦ୍ରନାଥ ମିଶ୍ର ମଂଚରେ ଉପସ୍ଥିତ ଥିଲେ। ବିଭାଗୀୟ ଉପନିର୍ଦ୍ଦେଶକ ଶୁଚିସ୍ମିତା ମନ୍ତ୍ରୀ ଧନ୍ୟବାଦ ଅର୍ପଣ କରିଥିବା ବେଳେ ବିଶିଷ୍ଟ ଲେଖିକା ତଥା ରାଜ୍ୟ ସଂଗ୍ରାହାଳୟର ଅଧ୍ୟକ୍ଷା ଭାଗ୍ୟଲିପି ମଲ୍ଲ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

bookfair ଅକ୍ଷର
Share. Facebook Twitter LinkedIn Email WhatsApp Copy Link

Related Posts

ଲିଙ୍ଗରାଜ ମହାପ୍ରଭୁଙ୍କ ଶୃଙ୍ଖଳିତ ରୀତିନୀତି ଓ ପୂଜାବିଧି ଉପରେ ମୁଖ୍ୟ ଶାସନ ସଚିବଙ୍କ ବୈଠକ

February 5, 2026

ଭାରତ ନେତ୍ର ଅଧୀନରେ ଭୁବନେଶ୍ୱରରେ ଅନୁଷ୍ଠିତ ହେବ ବ୍ଲାକ୍‌ ସ୍ୱାନ୍‌ ଶିଖର ସମ୍ମିଳନୀ

February 5, 2026

ବୁଣାକାରଙ୍କ ପାଇଁ ନିଶୁଳ୍କ ଚକ୍ଷୁ ପରୀକ୍ଷା ଶିବିର: ଉଦଘାଟନ କଲେ ମନ୍ତ୍ରୀ ପ୍ରଦିପ ବଳ ସାମନ୍ତ

February 5, 2026

ଚଳିତ ଖରିଫ ଋତୁରେ ଧାନ ଚାଷୀଙ୍କ ପାଇଁ ଡିଜିଟାଲ୍ ସଂସ୍କାର ବ୍ୟବସ୍ଥାକୁ ଗୁରୁତ୍ଵ

February 5, 2026
Latest News

PCB ପାଇଁ ବଢିଲା ସମସ୍ୟା!: ପାକିସ୍ତାନର ଅଭ୍ୟାସ ମ୍ୟାଚ୍ ବାତିଲ କଲା ICC, ଜାଣନ୍ତୁ କାରଣ

February 5, 2026

ଲିଙ୍ଗରାଜ ମହାପ୍ରଭୁଙ୍କ ଶୃଙ୍ଖଳିତ ରୀତିନୀତି ଓ ପୂଜାବିଧି ଉପରେ ମୁଖ୍ୟ ଶାସନ ସଚିବଙ୍କ ବୈଠକ

February 5, 2026

ଭାରତ ନେତ୍ର ଅଧୀନରେ ଭୁବନେଶ୍ୱରରେ ଅନୁଷ୍ଠିତ ହେବ ବ୍ଲାକ୍‌ ସ୍ୱାନ୍‌ ଶିଖର ସମ୍ମିଳନୀ

February 5, 2026

ଜନଜାତିଙ୍କ ସଂଖ୍ୟା ଏବଂ ଓଡ଼ିଶାକୁ କେନ୍ଦ୍ରୀୟ ଅନୁଦାନ

February 5, 2026

ବୁଣାକାରଙ୍କ ପାଇଁ ନିଶୁଳ୍କ ଚକ୍ଷୁ ପରୀକ୍ଷା ଶିବିର: ଉଦଘାଟନ କଲେ ମନ୍ତ୍ରୀ ପ୍ରଦିପ ବଳ ସାମନ୍ତ

February 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.