Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»‘ଦି ଗଭର୍ଣ୍ଣାନ୍ସ ଚ୍ୟାଲେଞ୍ଜ’ ର ଦ୍ୱିତୀୟ ସଂସ୍କରଣ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ସମାପନ
ବିଶେଷ ଖବର

‘ଦି ଗଭର୍ଣ୍ଣାନ୍ସ ଚ୍ୟାଲେଞ୍ଜ’ ର ଦ୍ୱିତୀୟ ସଂସ୍କରଣ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ସମାପନ

December 11, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link
egovernance
‘ଦି ଗଭର୍ଣ୍ଣାନ୍ସ ଚ୍ୟାଲେଞ୍ଜ’ ର ଦ୍ୱିତୀୟ ସଂସ୍କରଣ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ସମାପନ

ଭୁବନେଶ୍ବର: ଇଲେକେଫ୍ରାନିକ୍ସ ଓ ସୂଚନା-ପ୍ରଯୁକ୍ତିବିଦ୍ୟା ଏବଂ ‘ସମଗ୍ର’ ସହଭାଗିତାରେ ‘ଦି ଗଭର୍ଣ୍ଣାନ୍ସ ଚ୍ୟାଲେଞ୍ଜ, ୨୦୨୩’ର ଚୂଡ଼ାନ୍ତ ପର୍ଯ୍ୟାୟ ରାଜ୍ୟ ଲୋକସେବା ଭବନ କନଭେନସନ୍‌ ହଲରେ ଅନୁଷ୍ଠିତ ହୋଇଯାଇଛି। ଚଳିତବର୍ଷ ଏ ସଂପର୍କିତ ପ୍ରତିଯୋଗିତା ପାଇଁ ‘ମହିଳା ସଶକ୍ତୀକରଣ’ ଶୀର୍ଷକ ବିଷୟବସ୍ତୁ ସ୍ଥିର କରଯାଇଥିଲା।

ଏଥିରେ ଦେଶର ୩୫ଟି ପ୍ରମୁଖ ବିଜିନେସ ସ୍କୁଲର ୩,୧୦୦ଟି ଦଳର ପାଖାପାଖି ୧୦ ହଜାର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଏହି ପ୍ରତିଯୋଗିତାର ଚୂଡ଼ାନ୍ତ ପର୍ଯ୍ୟାୟକୁ ଆଇ.ଆଇ.ଏମ୍‌. ବାଙ୍ଗାଲୋର, ବି.ଆଇ.ଟି.ଏସ୍‌. ସ୍କୁଲ ଅଫ୍‌ ମ୍ୟାନେଜମେଣ୍ଟ, ଏଫ.ଏମ.ଏସ. ଦିଲ୍ଲୀ, ଆଇ.ଆଇ.ଏମ୍‌. କଲିକତା, ଆଇ.ଆଇ.ଏମ୍‌. ଲକ୍ଷ୍ନୌ ଏବଂ ଏକ୍ସ.ଆଇ.ଏମ.ବି. ଭୁବନେଶ୍ୱରର ୧୮ଜଣ ବିଦ୍ୟାର୍ଥୀ ଉତ୍ତୀର୍ଣ୍ଣ ହୋଇଥିଲେ।

ସମାପନ ସମାରୋହରେ ଏହି ସଫଳ ପ୍ରତିଯୋଗୀମାନେ ସେମାନଙ୍କ ଅଧ୍ୟୟନ ବିଷୟବସ୍ତୁକୁ ନେଇ ପାୱାରପଏଣ୍ଟ ପ୍ରେଜେଣ୍ଟେସନ ଉପସ୍ଥାପନ କରିଥିଲେ। ଏଥିରେ ଆଇ.ଆଇ.ଏମ୍‌. ବାଙ୍ଗାଲୋରକୁ ବିଜେତା ଭାବେ ୫ ଲକ୍ଷ ଟଙ୍କା, ଏକ୍ସ.ଆଇ.ଏମ.ବି. ଭୁବନେଶ୍ୱରକୁ ପ୍ରଥମ ଉପବିଜେତା ଭାବେ ୩ ଲକ୍ଷ ଟଙ୍କା ଏବଂ ଏଫ୍‌.ଏମ୍‌.ଏସ୍‌. ଦିଲ୍ଲୀକୁ ଦ୍ୱିତୀୟ ଉପବିଜେତା ଭାବେ ୧ ଲକ୍ଷ ଟଙ୍କା ସହିତ ବିଜେତା-ପ୍ରମାଣପତ୍ର ପ୍ରଦାନ କରଯାଇଥିଲା।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପ୍ରତିଯୋଗୀମାନଙ୍କୁ ସ୍ୱାଗତ କରି କହିଥିଲେ ଯେ, ‘ମହିଳା ସଶକ୍ତୀକରଣ’ କ୍ଷେତ୍ରରେ ଓଡ଼ିଶା ଆଜି ଦେଶରେ ଏକ ସ୍ୱତନ୍ତ୍ର ପରିଚିତି ହାସଲ କରିଛି। ରାଜ୍ୟର ମହିଳାମାନେ ସରକାରୀ ପ୍ରୋତ୍ସାହନ ଯୋଗୁ ସଫଳତାର ଶୀର୍ଷରେ ପହଞ୍ଚିପାରିଛନ୍ତି। ରାଜ୍ୟ ସରକାର ମିଶନ ଶକ୍ତି ମାଧ୍ୟମରେ ବାର୍ଷିକ ୫,୦୦୦ କୋଟି ଟଙ୍କାର ବ୍ୟବସାୟ ସୁନିଶ୍ଚିତ କରିଥିବାବେଳେ ପ୍ରତ୍ୟେକ ଗୋଷ୍ଠୀକୁ ବାର୍ଷିକ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସୁଧମୁକ୍ତ ଋଣ ପ୍ରଦାନ କରୁଛନ୍ତି।

ଓଡ଼ିଶାରେ ‘ମହିଳା ସଶକ୍ତୀକରଣ’ ଏକ ସ୍ଲୋଗାନ ନୁହେଁ ବରଂ ଏହା ଏକ ଯୁଗାନ୍ତକାରୀ ପଦକ୍ଷେପ। ଲୋକସଭାରେ ରାଜ୍ୟର ୨୧ଟି ଲୋକସଭା ଆସନରୁ ୩୩ ପ୍ରତିଶତ ମହିଳା ଏବଂ ପଞ୍ଚାୟତ ଓ ପୌରପାଳିକାରେ ୫୦ ପ୍ରତିଶତରୁ ଅଧିକ ନିର୍ବାଚିତ ମହିଳାଙ୍କ ପ୍ରତିନିଧିି ରାଜ୍ୟ ସରକାରଙ୍କ ଦୃଢ଼ ପ୍ରତିବଦ୍ଧତାକୁ ପ୍ରମାଣିତ କରିଛି।

ଓଡ଼ିଶା ଆଜି ମହିଳା ସଶକ୍ତିକରଣ କ୍ଷେତ୍ରରେ ଦେଶରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବାବେଳେ ଅନ୍ୟ ରାଜ୍ୟମାନଙ୍କ ପାଇଁ ପଥ ପ୍ରଦର୍ଶକ ହୋଇପାରିଛି। ରାଜ୍ୟରେ ‘ଦି ଗଭର୍ଣ୍ଣାନ୍ସ ଚ୍ୟାଲେଞ୍ଜ’ ଦ୍ୱିତୀୟ ସଂସ୍କରଣ ତାହାର ଏକ ଦୃଷ୍ଟାନ୍ତ। ପ୍ରତିଯୋଗିତାରେ ଛାତ୍ରଛାତ୍ରୀମାନେ ସମାଧାନର ଯେଉଁ ପନ୍ଥା ଦେଖାଇଛନ୍ତି ତାହା ଅତ୍ୟନ୍ତ ପ୍ରଶଂସନୀୟ। ଏସବୁ ଆହ୍ୱାନଗୁଡ଼ିକର ସମାଧାନ କ୍ଷେତ୍ରରେ ବ୍ୟାପକ ପ୍ରଭାବ ପକାଇବ ବୋଲି ସେ ଆଶାବ୍ୟକ୍ତ କରିଥିଲେ।

ଏହି ବୈଠକରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଶ୍ରୀ ଅସିତ ତି୍ରପାଠୀ ବିଚାରକ ଭାବେ ଯୋଗଦେଇ ରାଜ୍ୟର ବିକାଶରେ ମହିଳା ଓ ଯୁବବର୍ଗଙ୍କ ପ୍ରମୁଖ ଭୂମିକା ବିଷୟରେ ବର୍ଣ୍ଣନା କରିଥିଲେ। ସେହିଭଳି ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ କହିଲେ ଯେ ରାଜ୍ୟ ତଥା ଦେଶରେ ପ୍ରଣୟନ ହେଉଥିବା ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସଂପର୍କରେ ମହିଳାମାନେ ସଚେତନ ହୋଇପାରିଲେ ରାଜ୍ୟର ଉନ୍ନତି ସମ୍ଭବପର।

ସେହିପରି ଆଜି ସମଗ୍ର ଦେଶରେ ଯୁବକଯୁବତୀମାନେ ପରିବର୍ତ୍ତନର ବାହକ ରୂପେ କାର୍ଯ୍ୟ କରୁଛନ୍ତି ବୋଲି ମିଶନ ଶକ୍ତି ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀମତୀ ସୁଜାତା କାର୍ତ୍ତିକେୟନ୍‌ ଉଲ୍ଲେଖ କରିବା ସହ ମିଶନ ଶକ୍ତି କାଫେ ମହିଳାମାନଙ୍କୁ ସଶକ୍ତ କରିବା ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ବୋଲି ପ୍ରକାଶ କରିଥିଲେ।

ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ମନୋଜ ମିଶ୍ର ତାଙ୍କ ଅଭିଭାଷଣରେ ଦେଶର ଜଟିଳ ଆହ୍ୱାନଗୁଡ଼ିକର ମୁକାବିଲା ପାଇଁ ଶ୍ରେଷ୍ଠ ପ୍ରତିଭା ଅନେ୍ୱଷଣର ଦୃଢ଼ ଆବଶ୍ୟକତା ରହିଛି ବୋଲି କହିଥିଲେ। ସେ କହିଲେ ଯେ ଏଭଳି ପ୍ରତିଯୋଗିତା ଛାତ୍ରଛାତ୍ରୀମାନଙ୍କୁ ସାମାଜିକ ସମସ୍ୟାଗୁଡ଼ିକର ବାସ୍ତବିକ ଚିତ୍ର ସଂପର୍କରେ ଅବଗତ କରାଇବା ସହିତ ଦେଶର ବିକାଶରେ ସେମାନଙ୍କ ସହଭାଗିତା ପାଇଁ ସୁଯୋଗ ଦେଇଥାଏ। ଏଭଳି ପ୍ରତିଯୋଗିତା ଆୟୋଜନ ଦ୍ୱାରା ଛାତ୍ରଛାତ୍ରୀମାନେ ବିଶେଷ ଲାଭବାନ୍‌ ହେବେ ଏବଂ ସେମାନଙ୍କ ଅଭିଜ୍ଞତା ଓ ଦକ୍ଷତା ବୃଦ୍ଧି ପାଇବ ବୋଲି ସେ ପ୍ରକାଶ କରିଥିଲେ।

ଏହି ଅବସରରେ ବି.ଏମ.ଜି.ଏଫର ପବ୍ଲିକ ପଲିସି ତଥା ଫାଇନାନ୍ସ ଜାତୀୟ ମୁଖ୍ୟ ଡ. ସନ୍ତୋଷ ମାଥ୍ୟì, କମିଶନର ତଥା ସଚିବ ଶ୍ରୀମତୀ ରୂପା ରୋଶନ ସାହୁ, ଓକାକ୍‌ର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ମାନସ ରଞ୍ଜନ ପଣ୍ଡା, ଓକାକ୍‌ର ଜେନେରାଲ ମ୍ୟାନେଜର ଶ୍ରୀମତୀ ମଧୁମିତା ରଥ ଏବଂ ଆୟୋଜକ ‘ସମଗ୍ର’ର ପ୍ରତିଷ୍ଠାତା ତଥା ସି.ଇ.ଓ. ଗୌରବ ଗୋଏଲ ପ୍ରମୁଖ ଉପସ୍ଥିତ ଥିଲେ। ‘ସମଗ୍ର’ ପକ୍ଷରୁ ଅତିଥିମାନଙ୍କୁ ସମ୍ମାନିତ କରାଯାଇଥିଲା।

ନବୀନ ପଟ୍ଟନାୟକ
Share. Facebook Twitter LinkedIn Email WhatsApp Copy Link

Related Posts

ଦୁର୍ଗାପୂଜା ପାଇଁ ଭୁବନେଶ୍ୱରରେ ୧୯ ରୁ ୨୪ ପର୍ଯ୍ୟନ୍ତ ନୂଆ ଟ୍ରାଫିକ୍ କଟକଣା

October 14, 2026

୬୨ତମ ଆଇଏଚଜିଏଫ୍ ଦିଲ୍ଲୀ ଅଟମ୍ ଫେୟାରରେ ‘ଓଡ଼ିଶା ମଣ୍ଡପ’ ଉଦଘାଟିତ

October 14, 2026

ମୁକ୍ତ ବାଣିଜ୍ୟ ରାଜିନାମା ମାଧ୍ୟମରେ ବିଶ୍ୱ ବଜାରରେ ସୁଯୋଗ ଖୋଜୁଛି ଓଡ଼ିଶା

October 14, 2026

ନବମ, ଦଶମ ଛାତ୍ରଛାତ୍ରୀଙ୍କୁ ମିଳିବ ମାଗଣା ପୁସ୍ତକ

October 13, 2026
Latest News

ଭାରତ ଗସ୍ତରେ ଆସିବେ ଆମେରିକା ବୈଦେଶିକ ସଚିବ ମାର୍କୋ ରୁବିଓ

October 14, 2026

ଦିଲ୍ଲୀ କ୍ୟାପିଟାଲ୍ସର ଆସିଷ୍ଟାଣ୍ଟ୍ ଓ ବ୍ୟାଟିଂ କୋଚ୍ ହେଲେ ଯୁବରାଜ ସିଂହ

October 14, 2026

ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ପାଇଁ ଭାରତୀୟ ହକି ଟିମ୍ ଘୋଷିତ

October 14, 2026

ନବରାତ୍ରୀ ସମୟରେ ଆପଣ ଏହି ସବୁ ସ୍ଵପ୍ନ ଦେଖୁଛନ୍ତି କି?: ତେବେ ମାତା ଦୂର୍ଗାଙ୍କ ପାଇବେ ଆଶୀର୍ବାଦ

October 14, 2026

ଦୁର୍ଗାପୂଜା ପାଇଁ ଭୁବନେଶ୍ୱରରେ ୧୯ ରୁ ୨୪ ପର୍ଯ୍ୟନ୍ତ ନୂଆ ଟ୍ରାଫିକ୍ କଟକଣା

October 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.