Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ମଧ୍ୟପ୍ରଦେଶରେ ଯାଦବ ମୁଖ୍ୟମନ୍ତ୍ରୀ: ମୋଦି ସରକାର ଓ ବିଜେପି ଆଉ କେତେ ଯାଦବଙ୍କୁ ପଦ ଦେଇଛନ୍ତି?
ବିଶେଷ ଖବର

ମଧ୍ୟପ୍ରଦେଶରେ ଯାଦବ ମୁଖ୍ୟମନ୍ତ୍ରୀ: ମୋଦି ସରକାର ଓ ବିଜେପି ଆଉ କେତେ ଯାଦବଙ୍କୁ ପଦ ଦେଇଛନ୍ତି?

December 13, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ
ମଧ୍ୟପ୍ରଦେଶରେ ବିଷାକ୍ତ ମଦ ପିଇ ୯ ଜଣଙ୍କ ମୃତ୍ୟୁ: କଡ଼ା କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି (ବିଜେପି) ଜଣେ ଯାଦବ ନେତା ମୋହନ ଯାଦବଙ୍କୁ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀଭାବେ ନିଯୁକ୍ତ କରିଛି। ଦଳର ଏହି ପଦକ୍ଷେପକୁ ହିନ୍ଦୀ ହାର୍ଟଲ୍ୟାଣ୍ଡ ଏବଂ ଅନ୍ୟାନ୍ୟ ରାଜ୍ୟରେ ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି)ଙ୍କ ନିକଟରେ ପହଞ୍ଚିବା ଭଳି ଦେଖାଯାଉଛି। ଓବିସି ହେଉଛନ୍ତି ଦେଶର ସବୁଠାରୁ ବଡ଼ ସମୁଦାୟ। ମୋହନ ଯାଦବ ମୁଖ୍ୟମନ୍ତ୍ରୀ ହେବା ବ୍ୟତୀତ ଦଳର ୪ ଜଣ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ, ରାଓ ଇନ୍ଦ୍ରଜିତ୍ ସିଂହ, ନିତ୍ୟାନନ୍ଦ ରାୟ ଏବଂ ଅନ୍ନପୂର୍ଣ୍ଣା ଦେବୀ ଯାଦବ ସମ୍ପ୍ରଦାୟର ଅଛନ୍ତି।

ସୁଧା ଓ ହଂସରାଜ ମଧ୍ୟ ଯାଦବ ସମ୍ପ୍ରଦାୟର

ଦଳର ସର୍ବୋଚ୍ଚ ନିଷ୍ପତ୍ତି ଗ୍ରହଣକାରୀ ସଂସ୍ଥା ସଂସଦୀୟ ବୋର୍ଡରେ ସୁଧା ଯାଦବ ଏବଂ ହଂସରାଜ ଗଙ୍ଗାରାମ ଅହିର ଜାତୀୟ ପଛୁଆ ବର୍ଗ ଆୟୋଗର ଅଧ୍ୟକ୍ଷ ଅଛନ୍ତି। ଭୂପେନ୍ଦ୍ର ଯାଦବ ବିଜେପିର ଏକ ଗୁରୁତ୍ୱପୂର୍ଣ୍ଣ ସଂସ୍ଥା କେନ୍ଦ୍ରୀୟ ନିର୍ବାଚନ କମିଟିର ସଦସ୍ୟ ମଧ୍ୟ ଅଛନ୍ତି। ସମସ୍ତ ଯାଦବ ନେତାମାନେ ବିଭିନ୍ନ ରାଜ୍ୟରୁ ଆସିଛନ୍ତି। ଭୂପେନ୍ଦ୍ର ଯାଦବ ରାଜସ୍ଥାନରୁ ରାଜ୍ୟସଭା ସଦସ୍ୟ ଥିବାବେଳେ ରାଓ ଇନ୍ଦ୍ରଜିତ୍ ସିଂହ ହରିୟାଣାରୁ, ନିତ୍ୟାନ୍ଦ ରାୟ ବିହାରରୁ ଏବଂ ଅନ୍ନପୂର୍ଣ୍ଣା ଦେବୀ ଝାଡ଼ଖଣ୍ଡରୁ ଅଛନ୍ତି। ସେହିପରି ସୁଧା ଯାଦବ ହରିୟାଣାର ଓ ହଂସରାଜ ଗଙ୍ଗାରାମ ଅହିର ମହାରାଷ୍ଟ୍ରର ମୂଳ ବାସିନ୍ଧା।

ଏହି ରାଜ୍ୟଗୁଡ଼ିକରେ ଯାଦବଙ୍କ ସଂଖ୍ୟା ଅଧିକ ରହିଛି

ହିନ୍ଧୀ ହାର୍ଟଲ୍ୟାଣ୍ଡ ସମସ୍ତ ରାଜ୍ୟରେ ଯାଦବମାନେ ପ୍ରାୟ ବହୁ ସଂଖ୍ୟାରେ ଉପସ୍ଥିତ ଅଛନ୍ତି। ଏଥିରେ ହରିୟାଣା, ରାଜସ୍ଥାନ, ଗୁଜରାଟ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଓ ଝାଡ଼ଖଣ୍ଡ ରହିଛି। ରାଜନୈତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଉତ୍ତରପ୍ରଦେଶ ଏବଂ ବିହାରରେ ମଧ୍ୟ ସେମାନେ ଭଲ ସଂଖ୍ୟାରେ ଉପସ୍ଥିତ ଅଛନ୍ତି। ତେବେ ଉତ୍ତରପ୍ରଦେଶରେ ସମାଜବାଦୀ ପାର୍ଟି ଓ ବିହାରରେ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ଏହି ଦୁଇ ରାଜ୍ୟରେ ଯାଦବମାନେ ନିଜର ରାଜନୈତିକ ଦଳ ଗଠନ କରିଛନ୍ତି।

ଯାଦବ ଭୋଟରଙ୍କ ଉପରେ ଲଗାମ ଲଗାଇବା ପାଇଁ ଉଦ୍ୟମ

ଏବେ ୪ ଜଣ କେନ୍ଦ୍ରମନ୍ତ୍ରୀ, ଜଣେ ମୁଖ୍ୟମନ୍ତ୍ରୀ ଓ ୨ ଜଣ ପଦାଧିକାରୀଙ୍କୁ ନେଇ ବିଜେପି ଆଗାମୀ ଲୋକସଭା ନିର୍ବାଚନ ପୂର୍ବରୁ ଏହି ସମ୍ପ୍ରଦାୟ ନିକଟରେ ପହଞ୍ଚିଛି। ବିଜେପିର ଜଣେ ବରିଷ୍ଠ ନେତା କହିଛନ୍ତି ଯେ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନା ସମେତ ଦକ୍ଷିଣ ରାଜ୍ୟ ଏବଂ ବଙ୍ଗଳାରେ ଯାଦବମାନେ ଉପସ୍ଥିତ ଅଛନ୍ତି। ଯାଦବ ପାରମ୍ପରିକ ଭାବରେ ହିନ୍ଦୁ ଧର୍ମ ଏବଂ ଏହାର ପ୍ରଥାରେ ଦୃଢ଼ ବିଶ୍ୱାସ ରଖିଛନ୍ତି ଏବଂ ଦଳ ତାଙ୍କୁ ନିଜର ପ୍ରଥମ ପସନ୍ଦ କରିବାକୁ ଚାହୁଁଛି ବୋଲି ସେ କହିଛନ୍ତି।

ଓଡ଼ିଶାରେ ୨୦%ରୁ ଅଧିକ ଯାଦବ ମତଦାତା, କିନ୍ତୁ ବିଜେପିର ଅଣଦେଖା

ଓଡ଼ିଶାରେ ଓବିସିର ମୁଖ୍ୟ ଜନସଂଖ୍ୟା ଯାଦବ ଜାତିର ଅଛନ୍ତି। ଏହି ଜାତିର ନେତାମାନେ ନିଜର ଦାବି ଉପସ୍ଥାପିତ କରିବାରେ ବିଫଳ ହୋଇଛନ୍ତି। ଫଳରେ କୌଣସି ରାଜନୈତିକ ଦଳ ଏତେ ସଂଖ୍ୟାର ଭୋଟରଙ୍କ ମଧ୍ୟରୁ ନେତା ବାଛିବାରେ ପଛଘୁଞ୍ଚା ଦେଉଛନ୍ତି।

ଓବିସି ଭାରତୀୟ ଜନତା ପାର୍ଟି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ
Share. Facebook Twitter LinkedIn Email WhatsApp Copy Link

Related Posts

ବିଶ୍ୱ ବାଣିଜ୍ୟ ସଂଗଠନ (WTO) ମୁଖ୍ୟଙ୍କୁ ଭେଟିଲେ ପୀୟୁଷ ଗୋୟଲ 

September 13, 2026

ପଶ୍ଚିମବଙ୍ଗରେ ସ୍ଥାପନ ହେବ ଡିଆରଡିଓର ନୂଆ କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ର

September 13, 2026

ଚୀନ୍‌ର ଦ୍ୱିତୀୟ ସର୍ବାଧିକ ଶକ୍ତିଶାଳୀ ନେତା କାଇ କି’

September 13, 2026

ବ୍ରିକ୍ସ ସହଯୋଗର ଦୁଇ ଦଶନ୍ଧି ପୂର୍ତ୍ତି ଅବସରରେ ସ୍ମାରକ ଡାକ ଟିକଟ ଉନ୍ମୋଚନ

September 13, 2026
Latest News

ଖୋର୍ଦ୍ଧାରେ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

September 13, 2026

ବିଶ୍ୱ ବାଣିଜ୍ୟ ସଂଗଠନ (WTO) ମୁଖ୍ୟଙ୍କୁ ଭେଟିଲେ ପୀୟୁଷ ଗୋୟଲ 

September 13, 2026

ରେଳପଥ ବଢ଼ିଲେ ବଦଳିବ ଅର୍ଥନୀତି! ମୟୂରଭଞ୍ଜରେ ନୂଆ ସଂଯୋଗକୁ ନେଇ ଆଶା

September 13, 2026

ପଶ୍ଚିମବଙ୍ଗରେ ସ୍ଥାପନ ହେବ ଡିଆରଡିଓର ନୂଆ କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ର

September 13, 2026

ଚୀନ୍‌ର ଦ୍ୱିତୀୟ ସର୍ବାଧିକ ଶକ୍ତିଶାଳୀ ନେତା କାଇ କି’

September 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.