Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ପଶ୍ଚିମବଙ୍ଗରେ ବିଜେପିକୁ ହରାଇ ପାରିବେ କି ମମତା ବାନାର୍ଜୀ?: ଆସିଲା ସର୍ଭେ ରିପୋର୍ଟ
ବିଶେଷ ଖବର

ପଶ୍ଚିମବଙ୍ଗରେ ବିଜେପିକୁ ହରାଇ ପାରିବେ କି ମମତା ବାନାର୍ଜୀ?: ଆସିଲା ସର୍ଭେ ରିପୋର୍ଟ

December 14, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
ମମତା-ଶୁଭେନ୍ଦୁ
ବଙ୍ଗଳାର ସମସ୍ତ ତିନୋଟି ରାଜ୍ୟସଭା ଆସନ ଜିତିବ ବିଜେପି!: ଜାଣନ୍ତୁ ସମୀକରଣ

ନୂଆଦିଲ୍ଲୀ: ଅର୍ଥ ନେଇ ପ୍ରଶ୍ନ ପଚାରିବା ମାମଲାରେ ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୋଇତ୍ରା ସାଂସଦ ବରଖାସ୍ତ ହୋଇଛନ୍ତି। ସେବେଠାରୁ ପଶ୍ଚିମବଙ୍ଗ ରାଜନୀତି ସରଗରମ ହୋଇଛି। ଏହି ପ୍ରସଙ୍ଗରେ ତୃଣମୂଳ କଂଗ୍ରେସ (ଟିଏମସି) ଆକ୍ରମଣାତ୍ମକ ରହିଛି। ୨୦୨୪ ଲୋକସଭା ନିର୍ବାଚନରେ ପଶ୍ଚିମବଙ୍ଗରେ କ’ଣ ଚିତ୍ର ସାମ୍ନାକୁ ଆସିପାରେ? ଟାଇମ୍ସ ନାଓ-ଇଟିଜି ରିସର୍ଚ୍ଚ ପକ୍ଷରୁ ରାଜ୍ୟବ୍ୟାପୀ ଏକ ସର୍ଭେ କରାଯାଇଛି। ପଶ୍ଚିମବଙ୍ଗର ୪୨ଟି ଲୋକସଭା ଆସନ ଉପରେ ପୂର୍ବାନୁମାନ କରାଯାଇଛି। ଏବେ ନିର୍ବାଚନ ହେଲେ ପଶ୍ଚିମବଙ୍ଗରେ କେଉଁ ଦଳକୁ କେତେ ଆସନ ଓ କେତେ ପ୍ରତିଶତ ଭୋଟ ମିଳିବ ବୋଲି କୁହାଯାଇଛି। ୨୦୧୯ ଲୋକସଭା ନିର୍ବାଚନରେ ବିଜେପି ନିଜର ପ୍ରଦର୍ଶନ କରି ସମସ୍ତଙ୍କୁ ଚକିତ କରିଥିଲା। ଦଳ ପଶ୍ଚିମବଙ୍ଗରେ ୧୮ଟି ଆସନରେ ବିଜୟୀ ହୋଇଥିଲା।

କିଏ ପାଇବ କେତେ ଆସନ?

ଟାଇମ୍ସ ନାଓ-ଇଟିଜି ରିସର୍ଚ୍ଚ ତା’ର ସଦ୍ୟତମ ସର୍ଭେରେ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ତୃଣମୂଳ କଂଗ୍ରେସକୁ ଲୋକସଭା ନିର୍ବାଚନରେ ୨୦ରୁ ୨୪ ଆସନ ମିଳିବ ବୋଲି ପୂର୍ବାନୁମାନ କରିଛି। ସର୍ଭେରେ ବିଜେପିକୁ ୧୭ରୁ ୧୯ ଓ ସିପିଆଇଏମକୁ ୧ରୁ ୨ ଟି ଆସନ ମିଳିବ ବୋଲି ଆକଳନ କରାଯାଇଛି। ସେହିପରି କଂଗ୍ରେସକୁ ୧ରୁ ୨ଟି ଆସନ ମିଳିପାରେ। ଏଭଳି ପରିସ୍ଥିତିରେ ଏନଡିଏକୁ ମୋଟ ୧୭ରୁ ୧୯ ଟି ଆସନ ମିଳିବାର ସମ୍ଭାବନା ରହିଛି ଏବଂ ଇଣ୍ଡି ମେଣ୍ଟକୁ ୨୨ରୁ ୨୬ ଟି ଆସନ ମିଳିବାର ସମ୍ଭାବନା ରହିଛି।

୨୦୧୯ରେ କିଏ କେତେ ପ୍ରତିଶତ ଭୋଟ ପାଇଥିଲା?

୨୦୧୯ ଲୋକସଭା ନିର୍ବାଚନରେ ପଶ୍ଚିମବଙ୍ଗରେ ବିଜେପିକୁ ଏକ ଅପ୍ରତ୍ୟାଶିତ ସଫଳତା ମିଳିଥିଲା। ଦଳ ୨ଟି ଲୋକସଭା ଆସନରୁ ସିଧାସଳଖ ୧୮ଟିଆସନରେ ବିଜୟୀ ହୋଇଥିଲା। ଏହାର କ୍ଷତି ସହିଥିଲା ତୃଣମୂଳ କଂଗ୍ରେସ। ଟିଏମସି ୩୪ ଲୋକସଭା ଆସନରୁ ୨୨କୁ ଖସି ଆସିଛି। ଟାଇମ୍ସ ନାଓ ଇଟିଜି ରିସର୍ଚ୍ଚ ସର୍ଭେରେ ୨୦୧୯ ବେଳର ସ୍ଥିତି ଅପରିବର୍ତ୍ତିତ ରହିବ ବୋଲି ଆକଳନ କରାଯାଇଛି। ଗତ ନିର୍ବାଚନରେ ତୃଣମୂଳ କଂଗ୍ରେସକୁ ୪୩.୩ ପ୍ରତିଶତ ଭୋଟ୍ ମିଳିଥିବାବେଳେ ବିଜେପିକୁ ୪୦.୭ ପ୍ରତିଶତ ଭୋଟ୍ ମିଳିଥିଲା। ଲୋକସଭା ନିର୍ବାଚନରେ କଂଗ୍ରେସକୁ ୫.୬୭ ପ୍ରତିଶତ ଓ ସିପିଆଇଏମକୁ ୬.୩୩ ପ୍ରତିଶତ ଭୋଟ୍ ମିଳିଥିଲା।

କଂଗ୍ରେସ ପଶ୍ଚିମବଙ୍ଗ ବିଜେପି ମମତା ବାନାର୍ଜୀ ଲୋକସଭା ନିର୍ବାଚନ ସର୍ଭେ ରିପୋର୍ଟ
Share. Facebook Twitter LinkedIn Email WhatsApp Copy Link

Related Posts

ଖୋର୍ଦ୍ଧା ରୋଡ୍ ଡିଭିଜନରେ ଆଧୁନିକୀକରଣ କାର୍ଯ୍ୟ ଯୋଗୁଁ ବାତିଲ ହେଲା ଏହି ଟ୍ରେନ୍

August 26, 2026

ଏସୀୟ କ୍ରୀଡ଼ା ପାଇଁ କ୍ରିକେଟ୍ ସୂଚୀ ଜାରି: ଜାଣନ୍ତୁ କେବେ ଖେଳିବ ଟିମ୍ ଇଣ୍ଡିଆ?

August 26, 2026

LAC ପ୍ରସଙ୍ଗରେ ଚୀନକୁ ଜବାବ ଦେଲେ ଡୋଭାଲ!: ଜାଣନ୍ତୁ କ’ଣ ହେଲା ଆଲୋଚନା?

August 26, 2026

ଦେଶବ୍ୟାପୀ ଋତୁକାଳୀନ ଇନ୍‌ଫ୍ଲୁଏଞ୍ଜା ସ୍ଥିତି ଉପରେ କେନ୍ଦ୍ର ସରକାରଙ୍କ କଡ଼ା ନଜର

August 26, 2026
Latest News

ଦୁର୍ଘଟଣାରେ ଜୀବନ ହାରିଲେ ପୂର୍ବତନ ସରପଞ୍ଚ ତଥା ପିଇଓ ମୁନେସ ପ୍ରଧାନ

August 27, 2026

ପୂର୍ବତନ ବିଧାୟକ ସତ୍ୟ ଭୂଷଣ ସାହୁଙ୍କ ବିୟୋଗରେ ବାଚସ୍ପତିଙ୍କ ଗଭୀର ଶୋକବ୍ୟକ୍ତ

August 27, 2026

ଆଜି ଅଗଷ୍ଟ ୨୭ରେ ଏହି ସାତୋଟି ରାଶିର ବ୍ୟକ୍ତିଙ୍କ ବଢିବ ଧନ, ଜାଣନ୍ତୁ ରାଶିଫଳ

August 27, 2026

ଭଉଣୀଙ୍କ ପାଇଁ ରାକ୍ଷୀ ଉପହାର: ରକ୍ଷାବନ୍ଧନରେ ମାଗଣା ‘ଆମ ବସ୍’ ସେବା

August 27, 2026

ନଭେମ୍ବର ୨୪ରୁ ବାଲିଯାତ୍ରା: ମହାନଦୀରେ ଜଳକ୍ରୀଡ଼ା ହେବ ମୁଖ୍ୟ ଆକର୍ଷଣ

August 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.