Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଇଣ୍ଡି ମେଣ୍ଟରୁ ଓହରିଯାଉଛି କି ଆପ୍?: କେଜ୍ରିୱାଲଙ୍କ ବୟାନକୁ ନେଇ ଜୋର ଧରିଛି ଚର୍ଚ୍ଚା
ବିଶେଷ ଖବର

ଇଣ୍ଡି ମେଣ୍ଟରୁ ଓହରିଯାଉଛି କି ଆପ୍?: କେଜ୍ରିୱାଲଙ୍କ ବୟାନକୁ ନେଇ ଜୋର ଧରିଛି ଚର୍ଚ୍ଚା

December 18, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଆସନ୍ତା ବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନ ୨୦୨୪ ପାଇଁ ସବୁ ଦଳର ପ୍ରସ୍ତୁତି ଜୋର ଧରିଛି। ବିଜେପିକୁ କେନ୍ଦ୍ରରୁ ହଟାଇବା ପାଇଁ ଦଳ ‘ଇଣ୍ଡି ମେଣ୍ଟ’ ତା’ର ଅଭିଯାନ ଆରମ୍ଭ କରିଛି। ଇଣ୍ଡି ମେଣ୍ଟରେ ସମସ୍ତ ପ୍ରମୁଖ ଓ ଛୋଟ ଛୋଟ ଦଳ ଏକାଠି ଲଢ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ସେପଟେ କିଛି ଦଳ ‘ଏକଲା ଚଲୋ’ର ରଣନୀତିକୁ କାର୍ଯ୍ୟକାରୀ କରୁଥିବା ଦେଖିବାକୁ ମିଳିଛି। ଆମ୍ ଆଦମୀ ପାର୍ଟି ପକ୍ଷରୁ ମଧ୍ୟ ସମାନ କିଛି ଦେଖିବାକୁ ମିଳିଛି। ଆପ୍ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ ରବିବାର ପଞ୍ଜାବର ସମସ୍ତ ୧୩ଟି ଲୋକସଭା ଆସନ ଏବଂ ଚଣ୍ଡିଗଡ଼ର ଗୋଟିଏ ଲୋକସଭା ଆସନ ଜିତିବା ପାଇଁ ଭଟିଣ୍ଡାର ଲୋକଙ୍କୁ ଆହ୍ୱାନ ଦେଇଛନ୍ତି। ଏଥିରୁ ଜଣାପଡ଼ୁଛି ଯେ ଆପ୍ ଏକାକୀ ନିର୍ବାଚନ ଲଢ଼ିବାକୁ ଚିନ୍ତା କରୁଛି। ଆପ୍‍ ଇଣ୍ଡି ମେଣ୍ଟ ଅଂଶ ବିଶେଷ ନୁହେଁ।

ଚଳିତ ଲୋକସଭାରେ ପଞ୍ଜାବରେ ‘ଇଣ୍ଡିଆ’ ମେଣ୍ଟର ଦଳଗୁଡ଼ିକର ୯ଟି ଆସନ ରହିଛି। ଏଥିରେ କଂଗ୍ରେସର ୮ ଜଣ ସଦସ୍ୟ ଥିବା ବେଳେ ଆପ୍ ର ମାତ୍ର ଜଣେ ସଦସ୍ୟ ଅଛନ୍ତି। ତେବେ ଭଟିଣ୍ଡାରେ ତାଙ୍କ ବିକାଶ କ୍ରାନ୍ତି ରାଲିରେ କେଜ୍ରିୱାଲ ୧୧୨୫ କୋଟି ଟଙ୍କାର ଉନ୍ନୟନ ମୂଳକ କାର୍ଯ୍ୟ ଘୋଷଣା କରିଥିଲେ। କେଜ୍ରିଓ୍ଵାଲ ସ୍ପଷ୍ଟ କରିଛନ୍ତି ଯେ କଂଗ୍ରେସ ମଧ୍ୟ ରାଜ୍ୟରେ ଆପ୍ ର ଅନ୍ୟତମ ପ୍ରତିଦ୍ୱନ୍ଦ୍ୱୀ।

ବିଜେପି, ଅକାଳୀ ଓ କଂଗ୍ରେସ ଉପରେ ଆକ୍ରମଣ

କେଜ୍ରିଓ୍ଵାଲ ବିଜେପି, ଅକାଳୀ ଓ କଂଗ୍ରେସକୁ ଟାର୍ଗେଟ କରିଛନ୍ତି। କେଜ୍ରିଓ୍ଵାଲ କହିଛନ୍ତି ଯେ, ଏସଏଡି, କଂଗ୍ରେସ କିମ୍ବା ବିଜେପି-ଅକାଳୀ ସରକାର କେବେବି ଏକାଥରକେ ୧୧୨୫ କୋଟି ଟଙ୍କାର ପ୍ୟାକେଜ୍ ଆବଣ୍ଟନ କରିନାହାନ୍ତି। ସେ କହିଛନ୍ତି ଯେ ପଞ୍ଜାବକୁ ଅନୁଦାନ ବନ୍ଦ କରିବା ପାଇଁ ତାଙ୍କ ଦଳର ସମସ୍ତ ପ୍ରତିଦ୍ୱନ୍ଦ୍ୱୀ କେନ୍ଦ୍ର ସରକାରଙ୍କ ସହ ହାତ ମିଳାଇଛନ୍ତି କାରଣ ସେମାନେ ଅନୁଭବ କରୁଛନ୍ତି ଯେ ଯଦି ଆପ୍ ପଞ୍ଜାବରେ ସଫଳତାର ସହ ବିକାଶ ମୂଳକ କାର୍ଯ୍ୟ କରେ ତେବେ ସେମାନେ ନିର୍ବାଚନରେ ପରାଜିତ ହୋଇଯିବେ।

ଆପ୍ ପଞ୍ଜାବରେ ମେଣ୍ଟ ଚାହୁଁନାହିଁ

ଲୋକସଭା ନିର୍ବାଚନ ପାଇଁ ପଞ୍ଜାବରେ ଆପ୍ ସହ କୌଣସି ସମ୍ଭାବ୍ୟ ମେଣ୍ଟକୁ କଂଗ୍ରେସର ରାଜ୍ୟ ୟୁନିଟ୍ ମଧ୍ୟ ବିରୋଧ କରୁଛି। କିଛିଦିନ ତଳେ ଦଳ ପକ୍ଷରୁ ସର୍ଭେ କରି ଦୁଇ ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ ରାଜ୍ୟ ଶାଖାକୁ କୁହାଯାଇଥିଲା।

ଅରବିନ୍ଦ କେଜ୍ରିୱାଲ ଆମ୍ ଆଦମୀ ପାର୍ଟି ଇଣ୍ଡି ମେଣ୍ଟ ପଞ୍ଜାବ ଲୋକସଭା ନିର୍ବାଚନ
Share. Facebook Twitter LinkedIn Email WhatsApp Copy Link

Related Posts

ସିଆରପିଏଫର ୮୭ତମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗ ଦେଲେ ଅମିତ ଶାହ

February 21, 2026

ଆମେରିକା ସୁପ୍ରିମକୋର୍ଟଙ୍କ ରାୟ ପରେ ଭାରତ ଉପରେ କେତେ ଶୁଳ୍କ ଲଗାଇବେ ଟ୍ରମ୍ପ?: ଜାଣନ୍ତୁ

February 21, 2026

ଏଆଇ ଇମ୍ପାକ୍ସ ସମ୍ମିଳନୀ ଅବସରରେ ଭାରତ ସଂକ୍ରାନ୍ତରେ ବିଶ୍ୱର ବୈଷୟିକ ନେତୃତ୍ୱଙ୍କ ମତ

February 21, 2026

ପୂର୍ବତଟ ରେଳପଥର ସାର ଓ ଖାଦ୍ୟଶସ୍ୟ ଲୋଡିଂ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା

February 21, 2026
Latest News

ରାଜ୍ୟରେ ସୃଷ୍ଟି ହୋଇଛନ୍ତି ୧୬ଲକ୍ଷରୁ ଅଧିକ ଲକ୍ଷପତି ଦିଦି, ଗୃହରେ ତଥ୍ୟ ରଖିଲେ ମନ୍ତ୍ରୀ

February 21, 2026

ସିଆରପିଏଫର ୮୭ତମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗ ଦେଲେ ଅମିତ ଶାହ

February 21, 2026

ଆମେରିକା ସୁପ୍ରିମକୋର୍ଟଙ୍କ ରାୟ ପରେ ଭାରତ ଉପରେ କେତେ ଶୁଳ୍କ ଲଗାଇବେ ଟ୍ରମ୍ପ?: ଜାଣନ୍ତୁ

February 21, 2026

ମୁଟୁରୁମୁଣ୍ଡା ସେବାଶ୍ରମ ବିଦ୍ୟାଳୟରେ ଆନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ

February 21, 2026

୪୦ ବର୍ଷ ବୟସରେ ଦ୍ୱିତୀୟ ବିବାହ କଲେ ଟିମ୍ ଇଣ୍ଡିଆର ‘ଗବ୍ବର’ ଶିଖର ଧାୱନ

February 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.