Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଆଜି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଯୋଧ୍ୟା ଗସ୍ତ: ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ଅନେକ ରେଳ ପ୍ରକଳ୍ପ
ବିଶେଷ ଖବର

ଆଜି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଯୋଧ୍ୟା ଗସ୍ତ: ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ଅନେକ ରେଳ ପ୍ରକଳ୍ପ

December 30, 2023No Comments5 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଡିସେମ୍ବର ୩୦, ୨୦୨୩ରେ ଉତ୍ତର ପ୍ରଦେଶର ଅଯୋଧ୍ୟା ଗସ୍ତ କରିବେ।

ପୂର୍ବାହ୍ନ ପ୍ରାୟ ୧୧ଟା ୧୫ରେ ପ୍ରଧାନମନ୍ତ୍ରୀ ପୁନଃବିକଶିତ ଅଯୋଧ୍ୟା ରେଳ ଷ୍ଟେସନକୁ ଉଦଘାଟନ କରିବା ସହ ନୂତନ ଅମୃତ ଭାରତ ଟ୍ରେନ୍ ଏବଂ ବନ୍ଦେ ଭାରତ ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିବେ। ସେ ଅନ୍ୟାନ୍ୟ ଅନେକ ରେଳ ପ୍ରକଳ୍ପକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ। ଅପରାହ୍ନ ପ୍ରାୟ ୧୨ଟା ୧୫ରେ ପ୍ରଧାନମନ୍ତ୍ରୀ ନବନିର୍ମିତ ଅଯୋଧ୍ୟା ବିମାନବନ୍ଦରର ଉଦଘାଟନ କରିବେ। ଅପରାହ୍ନ ପ୍ରାୟ ୧ଟା ରେ ପ୍ରଧାନମନ୍ତ୍ରୀ ଏକ ସାର୍ବଜନୀନ କାର୍ଯ୍ୟକ୍ରମରେ ଯୋଗଦେବେ ଯେଉଁଠାରେ ସେ ରାଜ୍ୟରେ ୧୫,୭୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ, ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ ଏବଂ ଶିଳାନ୍ୟାସ କରିବେ। ଏଥିରେ ଅଯୋଧ୍ୟା ଏବଂ ଏହାର ଆଖପାଖ ଅଞ୍ଚଳର ବିକାଶ ପାଇଁ ପ୍ରାୟ ୧୧,୧୦୦ କୋଟି ଟଙ୍କାର ପ୍ରକଳ୍ପ ଏବଂ ଉତ୍ତରପ୍ରଦେଶର ଅନ୍ୟାନ୍ୟ ପ୍ରକଳ୍ପ ସହିତ ଜଡିତ ପ୍ରାୟ ୪୬୦୦ କୋଟି ଟଙ୍କାର ପ୍ରକଳ୍ପ ଅନ୍ତର୍ଭୁକ୍ତ।

ଅଯୋଧ୍ୟାରେ ଆଧୁନିକ ବିଶ୍ୱସ୍ତରୀୟ ଭିତ୍ତିଭୂମିର ବିକାଶ, ଯୋଗାଯୋଗରେ ଉନ୍ନତି ଆଣିବା ଏବଂ ଏହାର ନାଗରିକ ସୁବିଧାର ପୁନରୁଦ୍ଧାର କରିବା ସହିତ ସହରର ସମୃଦ୍ଧ ଇତିହାସ ଏବଂ ଐତିହ୍ୟ କୁ ଅନୁସରଣ କରିବା ପ୍ରଧାନମନ୍ତ୍ରୀଙ୍କ ଲକ୍ଷ୍ୟ। ଏହି ପରିକଳ୍ପନାକୁ ସାକାର କରିବା ପାଇଁ ସହରରେ ଏକ ନୂତନ ବିମାନବନ୍ଦର, ନୂତନ ପୁନଃବିକଶିତ ରେଳ ଷ୍ଟେସନ, ନୂତନ ପୁନଃବିକଶିତ, ପ୍ରଶସ୍ତ ଓ ସୌନ୍ଦର୍ଯ୍ୟକରଣ ରାସ୍ତା ଏବଂ ଅନ୍ୟାନ୍ୟ ନାଗରିକ ଭିତ୍ତିଭୂମି ଉଦଘାଟିତ ହେଉଛି। ଏହାବ୍ୟତୀତ ଅଯୋଧ୍ୟା ଓ ଏହାର ଆଖପାଖ ଅଞ୍ଚଳରେ ନାଗରିକ ସୁବିଧାର ସୌନ୍ଦର୍ଯ୍ୟକରଣ ଓ ପୁନରୁଦ୍ଧାର ଦିଗରେ ଅନେକ ନୂତନ ପ୍ରକଳ୍ପର ଶିଳାନ୍ୟାସ କରାଯିବ।

ଅଯୋଧ୍ୟା ବିମାନବନ୍ଦର

୧୪୫୦ କୋଟିରୁ ଅଧିକ ଟଙ୍କା ବ୍ୟୟରେ ଅତ୍ୟାଧୁନିକ ବିମାନବନ୍ଦରର ପ୍ରଥମ ପର୍ଯ୍ୟାୟ ନିର୍ମାଣ କରାଯାଇଛି। ବିମାନବନ୍ଦରର ଟର୍ମିନାଲ ବିଲ୍ଡିଂର କ୍ଷେତ୍ରଫଳ ୬୫୦୦ ବର୍ଗମିଟର ହେବ, ଯାହା ବାର୍ଷିକ ପ୍ରାୟ ୧୦ ଲକ୍ଷ ଯାତ୍ରୀଙ୍କୁ ସେବା ପ୍ରଦାନ କରିବ। ଟର୍ମିନାଲ ବିଲଡିଂର ପ୍ରାଙ୍ଗଣରେ ଅଯୋଧ୍ୟାର ଆଗାମୀ ଶ୍ରୀରାମ ମନ୍ଦିରର ସ୍ଥାପତ୍ୟକୁ ଚିତ୍ରିତ କରାଯାଇଛି। ଟର୍ମିନାଲ ବିଲ୍ଡିଂର ଆଭ୍ୟନ୍ତରୀଣ ଭାଗ ଭଗବାନ ଶ୍ରୀରାମଙ୍କ ଜୀବନୀକୁ ଦର୍ଶାଉଥିବା ସ୍ଥାନୀୟ କଳା, ଚିତ୍ର କଳା ଏବଂ ଭିତ୍ତିଚିତ୍ରରେ ସଜ୍ଜିତ ହୋଇଛି। ଅଯୋଧ୍ୟା ବିମାନବନ୍ଦରର ଟର୍ମିନାଲ ବିଲ୍ଡିଂରେ ଜିଆରଆଇଏଚଏ – ୫ ଷ୍ଟାର ରେଟିଂ ପୂରଣ କରିବା ପାଇଁ ଇନସୁଲେଟେଡ୍ ଛାତ ବ୍ୟବସ୍ଥା, ଏଲଇଡି ଲାଇଟିଂ, ବର୍ଷା ଜଳ ସଂରକ୍ଷଣ, ଝରଣା ସହିତ ଲ୍ୟାଣ୍ଡସ୍କେପିଂ, ଜଳ ବିଶୋଧନ ପ୍ଲାଣ୍ଟ, ସ୍ୱେରେଜ ଟ୍ରିଟମେଣ୍ଟ ପ୍ଲାଣ୍ଟ, ସୌର ଶକ୍ତି ପ୍ଲାଣ୍ଟ ଏବଂ ଅନ୍ୟାନ୍ୟ ଅନେକ ବୈଶିଷ୍ଟ୍ୟ ପ୍ରଦାନ କରାଯାଇଛି। ଏହି ବିମାନବନ୍ଦର ଅଞ୍ଚଳରେ ଯୋଗାଯୋଗରେ ଉନ୍ନତି ଆଣିବ ଏବଂ ପର୍ଯ୍ୟଟନ, ବ୍ୟବସାୟିକ କାର୍ଯ୍ୟକଳାପ ଏବଂ ନିଯୁକ୍ତି ସୁଯୋଗକୁ ପ୍ରୋତ୍ସାହିତ କରିବ।

ଅଯୋଧ୍ୟା ଧାମ ରେଳ ଷ୍ଟେସନ

ଅଯୋଧ୍ୟା ଧାମ ଜଙ୍କସନ ରେଳ ଷ୍ଟେସନ ନାମରେ ପରିଚିତ ପୁନଃବିକଶିତ ଅଯୋଧ୍ୟା ରେଳ ଷ୍ଟେସନର ପ୍ରଥମ ପର୍ଯ୍ୟାୟ ୨୪୦ କୋଟି ରୁ ଅଧିକ ଟଙ୍କା ବ୍ୟୟରେ ବିକଶିତ ହୋଇଛି। ତିନି ମହଲା ବିଶିଷ୍ଟ ଏହି ଅତ୍ୟାଧୁନିକ ରେଳଷ୍ଟେସନ ବିଲ୍ଡିଂରେ ଲିଫ୍ଟ, ଏସ୍କେଲେଟର, ଫୁଡ୍ ପ୍ଲାଜା, ପୂଜା ଆବଶ୍ୟକତା ପାଇଁ ଦୋକାନ, କ୍ଲକ୍ ରୁମ୍, ଶିଶୁ ଯତ୍ନ କକ୍ଷ, ପ୍ରତୀକ୍ଷା ଗୃହ ଭଳି ସମସ୍ତ ଅତ୍ୟାଧୁନିକ ସୁବିଧା ରହିଛି। ଷ୍ଟେସନ ବିଲ୍ଡିଂ ‘ସମସ୍ତଙ୍କ ପାଇଁ ଉପଲବ୍ଧ’ ଏବଂ ‘ଆଇଜିବିସି ସାର୍ଟିଫାଏଡ୍ ଗ୍ରୀନ୍ ଷ୍ଟେସନ୍ ବିଲ୍ଡିଂ’ ହେବ।

ଅମୃତ ଭାରତ ଟ୍ରେନ୍, ବନ୍ଦେ ଭାରତ ଟ୍ରେନ୍ ଏବଂ ଅନ୍ୟାନ୍ୟ ରେଳ ପ୍ରକଳ୍ପ

ଅଯୋଧ୍ୟା ଧାମ ଜଙ୍କସନ ରେଳ ଷ୍ଟେସନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଦେଶର ଏକ ନୂତନ ବର୍ଗର ସୁପରଫାଷ୍ଟ ପାସେଞ୍ଜର ଟ୍ରେନ – ଅମୃତ ଭାରତ ଏକ୍ସପ୍ରେସକୁ ପତାକା ଦେଖାଇ ଶୁଭାରମ୍ଭ କରିବେ। ଅମୃତ ଭାରତ ଟ୍ରେନ୍ ହେଉଛି ଏକ ଏଲ୍ଏଚବି ପୁସ୍ ପୁଲ୍ ଟ୍ରେନ୍ ଯେଉଁଥିରେ ଅଣ-ବାତାନୁକୂଳିତ କୋଚ୍ ରହିଛି। ଉନ୍ନତ ଗତି ପାଇଁ ଏହି ଟ୍ରେନ୍ ର ଉଭୟ ପାର୍ଶ୍ୱରେ ଲୋକୋ ରହିଛି। ଏଥିରେ ରେଳ ଯାତ୍ରୀଙ୍କ ପାଇଁ ସୁନ୍ଦର ଓ ଆକର୍ଷଣୀୟ ସିଟ୍, ଉନ୍ନତ ଲଗେଜ୍ ରାକ୍, ଉପଯୁକ୍ତ ମୋବାଇଲ ହୋଲଡର ସହିତ ମୋବାଇଲ ଚାର୍ଜିଂ ପଏଣ୍ଟ, ଏଲଇଡି ଲାଇଟ୍, ସିସିଟିଭି, ପବ୍ଲିକ୍ ଇନଫର୍ମେସନ୍ ସିଷ୍ଟମ ଭଳି ଉନ୍ନତ ସୁବିଧା ଉପଲବ୍ଧ ହେବ। ପ୍ରଧାନମନ୍ତ୍ରୀ ୬ଟି ନୂଆ ବନ୍ଦେ ଭାରତ ଟ୍ରେନକୁ ମଧ୍ୟ ପତାକା ଦେଖାଇ ଶୁଭାରମ୍ଭ କରିବେ।

ପ୍ରଧାନମନ୍ତ୍ରୀ ଦରଭଙ୍ଗା-ଅଯୋଧ୍ୟା- ଆନନ୍ଦ ବିହାର ଟର୍ମିନାଲ ଅମୃତ ଭାରତ ଏକ୍ସପ୍ରେସ୍ ଏବଂ ମାଲଦା ଟାଉନ୍-ସାର୍ ଏମ୍ ବିଶ୍ୱେଶ୍ୱରୟା ଟର୍ମିନାସ୍ (ବେଙ୍ଗାଲୁରୁ) ଅମୃତ ଭାରତ ଏକ୍ସପ୍ରେସ୍ ଭଳି ଦୁଇଟି ନୂତନ ଅମୃତ ଭାରତ ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିବେ।

ପ୍ରଧାନମନ୍ତ୍ରୀ ୬ଟି ନୂଆ ବନ୍ଦେ ଭାରତ ଟ୍ରେନକୁ ମଧ୍ୟ ପତାକା ଦେଖାଇ ଶୁଭାରମ୍ଭ କରିବେ। ସେଗୁଡ଼ିକ ମଧ୍ୟରେ ରହିଛି ଶ୍ରୀମାତା ବୈଷ୍ଣୋ ଦେବୀ କଟ୍ରା-ନୂଆଦିଲ୍ଲୀ ବନ୍ଦେ ଭାରତ ଏକ୍ସପ୍ରେସ୍; ଅମୃତସର-ଦିଲ୍ଲୀ ବନ୍ଦେ ଭାରତ ଏକ୍ସପ୍ରେସ; କୋଏମ୍ବାଟୁର-ବାଙ୍ଗାଲୋର କ୍ୟାଣ୍ଟ ବନ୍ଦେ ଭାରତ ଏକ୍ସପ୍ରେସ; ମାଙ୍ଗାଲୋର-ମଡଗାଓଁ ବନ୍ଦେ ଭାରତ ଏକ୍ସପ୍ରେସ; ଜାଲନା-ମୁମ୍ବାଇ ବନ୍ଦେ ଭାରତ ଏକ୍ସପ୍ରେସ୍ ଏବଂ ଅଯୋଧ୍ୟା-ଆନନ୍ଦ ବିହାର ଟର୍ମିନାଲ ବନ୍ଦେ ଭାରତ ଏକ୍ସପ୍ରେସ୍।

ଏହି ଅଞ୍ଚଳରେ ରେଳ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ପ୍ରଧାନମନ୍ତ୍ରୀ ୨୩୦୦ କୋଟି ଟଙ୍କାର ତିନୋଟି ରେଳ ପ୍ରକଳ୍ପକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ। ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ରୁମା ଚକେରୀ-ଚାନ୍ଦେରୀ ତୃତୀୟ ଲାଇନ୍ ପ୍ରକଳ୍ପ ଅନ୍ତର୍ଭୁକ୍ତ; ଜୌନପୁର-ଅଯୋଧ୍ୟା-ବାରାବାଙ୍କୀ ଦୋହରୀକରଣ ପ୍ରକଳ୍ପର ଜୌନପୁର-ତୁଳସୀ ନଗର, ଆକବରପୁର-ଅଯୋଧ୍ୟା, ସୋହାଓ୍ଵାଲ-ପଟ୍ଟରାଙ୍ଗା ଏବଂ ସଫଦରଗଞ୍ଜ-ରାସୌଲି ସେକ୍ସନ; ଏବଂ ମାଲହୋର-ଡାଲିଗଞ୍ଜ ରେଳ ସେକ୍ସନର ଦୋହରୀକରଣ ଏବଂ ବିଦ୍ୟୁତୀକରଣ ପ୍ରକଳ୍ପ ରହିଛି।

ଅଯୋଧ୍ୟାରେ ଉନ୍ନତ ନାଗରିକ ଭିତ୍ତିଭୂମି

ଆଗାମୀ ଶ୍ରୀରାମ ମନ୍ଦିରର ଉପଲବ୍ଧତା ବୃଦ୍ଧି କରିବା ପାଇଁ ପ୍ରଧାନମନ୍ତ୍ରୀ ଅଯୋଧ୍ୟାରେ ୪ଟି ନବବିକଶିତ, ପ୍ରଶସ୍ତ ଏବଂ ସୌନ୍ଦର୍ଯ୍ୟକରଣ ରାସ୍ତା – ରାମପଥ, ଭକ୍ତିପଥ, ଧର୍ମପଥ ଏବଂ ଶ୍ରୀରାମ ଜନ୍ମଭୂମି ପଥକୁ ଉଦଘାଟନ କରିବେ।

ଅଯୋଧ୍ୟା ଏବଂ ଏହାର ଆଖପାଖରେ ଥିବା ନାଗରିକ ଭିତ୍ତିଭୂମିକୁ ସୁଦୃଢ଼ କରିବା ଏବଂ ସାର୍ବଜନୀନ ସ୍ଥାନଗୁଡ଼ିକର ସୌନ୍ଦର୍ଯ୍ୟକରଣ କରିବା ପାଇଁ ପ୍ରଧାନମନ୍ତ୍ରୀ ଅନେକ ପ୍ରକଳ୍ପର ଉଦଘାଟନ ଏବଂ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ। ଉଦଘାଟନ ହୋଇଥିବା ପ୍ରକଳ୍ପଗୁଡ଼ିକ ମଧ୍ୟରେ ରହିଛି ରାଜର୍ଷି ଦଶରଥ ସ୍ୱୟଂଶାସିତ ରାଜ୍ୟ ମେଡିକାଲ କଲେଜ; ଅଯୋଧ୍ୟା-ସୁଲତାନପୁର ରୋଡ୍-ଏୟାରପୋର୍ଟକୁ ସଂଯୋଗ କରୁଥିବା ୪ ଲେନ୍ ବିଶିଷ୍ଟ ରାସ୍ତା; ୨୭ ନମ୍ବର ଜାତୀୟ ରାଜପଥ ବାଇପାସ୍ ମହୋବ୍ରା ବଜାର ଦେଇ ତେଢ଼ୀ ବଜାର ଶ୍ରୀରାମ ଜନ୍ମଭୂମି ପର୍ଯ୍ୟନ୍ତ ୪ ଲେନ୍ ରାସ୍ତା; ସହରର ଅନେକ ସୌନ୍ଦର୍ଯ୍ୟକରଣ ରାସ୍ତା ଏବଂ ଅଯୋଧ୍ୟା ବାଇପାସ୍; ଜାତୀୟ ରାଜପଥ-୩୩୦ଏର ଜଗଦୀଶପୁର-ଫୈଜାବାଦ ସେକ୍ସନ; ମହୋଲି-ବଡ଼ଗାଁ-ଦେଓଧି ରାସ୍ତା ଏବଂ ଜସରପୁର-ଭାଉପୁର-ଗଙ୍ଗାରମଣ-ସୁରେଶନଗର ରାସ୍ତାର ପ୍ରଶସ୍ତୀକରଣ ଓ ସୁଦୃଢ଼ୀକରଣ; ପଞ୍ଚକୋଶୀ ପରିକ୍ରମା ମାର୍ଗର ବଡ଼ ବୁଆ ରେଳ କ୍ରସିଂରେ ଆରଓବି; ପିଖରୌଲି ଗ୍ରାମରେ କଠିନ ବର୍ଜ୍ୟବସ୍ତୁ ବିଶୋଧନ ପ୍ଲାଣ୍ଟ; ଡକ୍ଟର ବ୍ରଜକିଶୋର ହୋମିଓପ୍ୟାଥିକ କଲେଜ ଓ ହସ୍ପିଟାଲରେ ନୂତନ କୋଠା ଓ ଶ୍ରେଣୀଗୃହ ଆଦି ରହିଛି। ପ୍ରଧାନମନ୍ତ୍ରୀ ମଧ୍ୟ ମୁଖ୍ୟମନ୍ତ୍ରୀ ନଗର ସୃଜନ ଯୋଜନା କାର୍ଯ୍ୟ ଏବଂ ପାଞ୍ଚଟି ପାର୍କିଂ ଓ ବାଣିଜ୍ୟିକ ସୁବିଧା ସମ୍ପର୍କିତ କାର୍ଯ୍ୟର ଉଦଘାଟନ କରିବେ।

ଅଯୋଧ୍ୟାରେ ନୂଆ ପ୍ରକଳ୍ପର ଶିଳାନ୍ୟାସ

ଅଯୋଧ୍ୟାରେ ନାଗରିକ ସୁବିଧାର ପୁନରୁଦ୍ଧାର ସହ ସହରର ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ସୁଦୃଢ଼ କରିବାରେ ସହାୟକ ହେବ ବୋଲି ପ୍ରଧାନମନ୍ତ୍ରୀ ନୂତନ ପ୍ରକଳ୍ପର ଶିଳାନ୍ୟାସ କରିବେ। ଏଥିରେ ଅଯୋଧ୍ୟାର ଚାରିଟି ଐତିହାସିକ ପ୍ରବେଶ ଦ୍ୱାରର ସଂରକ୍ଷଣ ଏବଂ ସୌନ୍ଦର୍ଯ୍ୟକରଣ ଅନ୍ତର୍ଭୁକ୍ତ ; ଗୁପ୍ତର ଘାଟ ଓ ରାଜଘାଟ ମଧ୍ୟରେ ନୂତନ କଂକ୍ରିଟ ଘାଟ ଏବଂ ପୂର୍ବ ନିର୍ମିତ ଘାଟର ଥଇଥାନ; ନୟା ଘାଟରୁ ଲକ୍ଷ୍ମଣ ଘାଟ ପର୍ଯ୍ୟନ୍ତ ପର୍ଯ୍ୟଟନ ସୁବିଧାର ବିକାଶ ଓ ସୌନ୍ଦର୍ଯ୍ୟକରଣ; ରାମ କି ପେଡ଼ିରେ ଦୀପୋତ୍ସବ ଓ ଅନ୍ୟାନ୍ୟ ମେଳା ପାଇଁ ଭିଜିଟର ଗ୍ୟାଲେରୀ ନିର୍ମାଣ; ରାମ କି ପେଡିଠାରୁ ରାଜ ଘାଟ ଏବଂ ରାଜ ଘାଟରୁ ରାମ ମନ୍ଦିର ପର୍ଯ୍ୟନ୍ତ ତୀର୍ଥଯାତ୍ରୀ ପଥର ସୁଦୃଢୀକରଣ ଓ ନବୀକରଣ ଅନ୍ତର୍ଭୁକ୍ତ।

ଅଯୋଧ୍ୟାରେ ୨୧୮୦ କୋଟି ରୁ ଅଧିକ ଟଙ୍କା ବ୍ୟୟରେ ବିକଶିତ ହେବାକୁ ଥିବା ଗ୍ରୀନଫିଲ୍ଡ ଟାଉନସିପ୍ ଏବଂ ପ୍ରାୟ ୩୦୦ କୋଟି ଟଙ୍କା ବ୍ୟୟରେ ବିକଶିତ ହେବାକୁ ଥିବା ବଶିଷ୍ଠ କୁଞ୍ଜ ଆବାସିକ ଯୋଜନାର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ।

ପ୍ରଧାନମନ୍ତ୍ରୀ ଲକ୍ଷ୍ନୌ- ଅଯୋଧ୍ୟା ଜାତୀୟ ରାଜପଥ-୨୮ (ନୂତନ ଜାତୀୟ ରାଜପଥ-୨୭)ର ଶିଳାନ୍ୟାସ କରିବେ। ଏହା ସହିତ ଜାତୀୟ ରାଜପଥ-୨୮ (ନୂତନ ଜାତୀୟ ରାଜପଥ-୨୭) ର ସୁଦୃଢ଼ୀକରଣ ଓ ସଂଶୋଧନ ଅଯୋଧ୍ୟା ବାଇପାସ୍; ଅଯୋଧ୍ୟାରେ ସିପେଟ୍ କେନ୍ଦ୍ର ପ୍ରତିଷ୍ଠା ଏବଂ ଅଯୋଧ୍ୟା ମହାନଗର ନିଗମ ଅଯୋଧ୍ୟା ଏବଂ ଅଯୋଧ୍ୟା ଉନ୍ନୟନ କର୍ତ୍ତୃପକ୍ଷ ଙ୍କ କାର୍ଯ୍ୟାଳୟ ର ନିର୍ମାଣ କାର୍ଯ୍ୟ କରାଯିବ।

ଉତ୍ତରପ୍ରଦେଶରେ ଅନ୍ୟାନ୍ୟ ପ୍ରକଳ୍ପ

ସାର୍ବଜନୀନ କାର୍ଯ୍ୟକ୍ରମ ରେ ପ୍ରଧାନମନ୍ତ୍ରୀ ସମଗ୍ର ଉତ୍ତରପ୍ରଦେଶରେ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଉଦଘାଟନ ଏବଂ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ। ସେଗୁଡ଼ିକ ମଧ୍ୟରେ ଗୋସାଇଁ କି ବଜାର ବାଇପାସ୍-ବାରଣାସୀ (ଘଘରା ବ୍ରିଜ୍-ବାରାଣାସୀ) (ଜାତୀୟ ରାଜପଥ-୨୩୩)ର ଚାରି ଲେନ୍ ପ୍ରଶସ୍ତୀକରଣ ଅନ୍ତର୍ଭୁକ୍ତ। ୭୩୦ ନମ୍ବର ଜାତୀୟ ରାଜପଥର ଖୁତାରରୁ ଲକ୍ଷ୍ମୀପୁର ସେକ୍ସନକୁ ସୁଦୃଢ଼ ଓ ଉନ୍ନତିକରଣ; ଆମେଠି ଜିଲ୍ଲାର ତ୍ରିଶୁଣ୍ଡିରେ ଏଲପିଜି ପ୍ଲାଣ୍ଟର କ୍ଷମତା ବୃଦ୍ଧି; କାନପୁରର ଜାଜାମାଉରେ ୧୩୦ ଏମଏଲଡିର ସ୍ୱେରେଜ ଟ୍ରିଟମେଣ୍ଟ ପ୍ଲାଣ୍ଟ। ଉନ୍ନାଓ ଜିଲ୍ଲାରେ ଡ୍ରେନ୍ ଏବଂ ନର୍ଦ୍ଦମା ବିଶୋଧନ କାର୍ଯ୍ୟର ଇଣ୍ଟରସେପ୍‌ସନ ଏବଂ ଡାଇଭର୍ସନ୍; ଏବଂ କାନପୁରର ଜାଜାମାଉଠାରେ ଥିବା ଟାନେରି କ୍ଲଷ୍ଟର ପାଇଁ ସିଇଟିପି ଆଦି କାର୍ଯ୍ୟ ମଧ୍ୟ ଅନ୍ତର୍ଭୁକ୍ତ।

ଅଯୋଧ୍ୟା ଗସ୍ତ ଉତ୍ତର ପ୍ରଦେଶ ଡିସେମ୍ବର ୩୦ ନରେନ୍ଦ୍ର ମୋଦୀ
Share. Facebook Twitter LinkedIn Email WhatsApp Copy Link

Related Posts

କେନ୍ଦୁପତ୍ର ତୋଳାଳୀ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା, କେରି ପିଛା ୧୦ ପଇସା, ଫାଳ ପିଛା ୨୦ ପଇସା ବୃଦ୍ଧି

July 13, 2026

ପୁରୁଷ ଦଳର ପରାଜୟର ପ୍ରତିଶୋଧ ନେଲା ମହିଳା ଦଳ: ଇଂଲଣ୍ଡକୁ ପରାସ୍ତ କଲା ଭାରତ

July 13, 2026

ଧୂଆଁ ଧୂଆଁ ହେଲା ମଧ୍ୟପ୍ରାଚ୍ୟ: କୁୱେତ, ବହରିନ ଏବଂ ଜୋର୍ଡାନ ଉପରେ କ୍ଷେପଣାସ୍ତ୍ର କଲା ଇରାନ

July 13, 2026

ବ୍ରହ୍ମପୁରରେ ଜାହାଜ ନିର୍ମାଣ କାରଖାନା ପ୍ରତିଷ୍ଠା ପାଇଁ କେନ୍ଦ୍ର ମନ୍ତ୍ରୀଙ୍କୁ ଦାବି ଜଣାଇଲେ ପ୍ରଦୀପ ପାଣିଗ୍ରାହୀ

July 13, 2026
Latest News

ପିସି-ପିଏନଡିଟି ଆଇନ ଉଲ୍ଲଙ୍ଘନ ଅଭିଯୋଗ: ଅଲ୍ଟ୍ରାସାଉଣ୍ଡ କେନ୍ଦ୍ରକୁ ସିଲ୍ କଲା ସ୍ୱାସ୍ଥ୍ୟ ବିଭାଗ

July 14, 2026

୧୭୨୬ ବୈଷୟିକ ପଦବୀରେ ନିଯୁକ୍ତି ପାଇଁ ସ୍ୱାସ୍ଥ୍ୟ ବିଭାଗର ପଦକ୍ଷେପ

July 14, 2026

ଆଞ୍ଚଳିକ ସୁଭଦ୍ରା ଶକ୍ତି ଭିଜନ୍ ସମ୍ମିଳନୀରେ ଯୋଗଦେଲେ ପ୍ରଭାତୀ ପରିଡ଼ା

July 14, 2026

ବିସ୍ତୃତ ରାଶିଫଳ: ଜୁଲାଇ ୧୪ ତାରିଖ ମଙ୍ଗଳବାରରେ ଛଅଟି ରାଶିର ବ୍ୟକ୍ତି ହେବେ ମାଲାମାଲ

July 14, 2026

କେନ୍ଦୁପତ୍ର ତୋଳାଳୀ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା, କେରି ପିଛା ୧୦ ପଇସା, ଫାଳ ପିଛା ୨୦ ପଇସା ବୃଦ୍ଧି

July 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.