Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ରାଜ୍ୟର ବିଭିନ୍ନ ଜିଲ୍ଲାରେ ସ୍ଥାପନ ହେବ ୧୦୦୦ଟି ସୌର ଚାଳିତ ଶୀତଳ ଗୃହ
ବିଶେଷ ଖବର

ରାଜ୍ୟର ବିଭିନ୍ନ ଜିଲ୍ଲାରେ ସ୍ଥାପନ ହେବ ୧୦୦୦ଟି ସୌର ଚାଳିତ ଶୀତଳ ଗୃହ

December 31, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
ରାଜ୍ୟର ବିଭିନ୍ନ ଜିଲ୍ଲାରେ ସ୍ଥାପନ ହେବ ୧୦୦୦ଟି ସୌର ଚାଳିତ ଶୀତଳ ଗୃହ

ଭୁବନେଶ୍ବର: ରାଜ୍ୟରେ ୧୦୦୦ଟି ସୌରଚାଳିତ ଶୀତଳ ଗୃହ ସ୍ଥାପନ କରାଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିବା ପରିପ୍ରେକ୍ଷୀରେ ସମସ୍ତ ପ୍ରକଳ୍ପଗୁଡ଼ିକୁ ଯଥାଶୀଘ୍ର ସଂପୂର୍ଣ୍ଣ କରିବା ନିମନ୍ତେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଏଥି ସହିତ ସ୍ଥାନୀୟ ଚାହିଦାକୁ ଦୃଷ୍ଟିରେ ରଖି ୧୦ ଟନରୁ ଆରମ୍ଭ କରି ୩୦ ମେଟି୍ରକ୍‌ ଟନ କ୍ଷମତା ବିଶିଷ୍ଟ ଶୀତଳ ଗୃହ ସ୍ଥାପନ ପାଇଁ ବ୍ୟୟ ଅଟକଳ ଆସନ୍ତା ୭ ଦିନ ମଧ୍ୟରେ ପ୍ରସ୍ତୁତ କରିବାକୁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ନିର୍ଦ୍ଦେଶ ଦେଇଛନ୍ତି। ଜାତୀୟ ଉଦ୍ୟାନ କୃଷି ମିଶନ, ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ସମବାୟ ବିଭାଗ ଏବଂ ଓରେଡ଼ାର ସହାୟତାରେ ଏହି ଶୀତଳ ଗୃହ ସ୍ଥାପନ କରାଯିବ।

ଆଜି ଲୋକସେବା ଭବନଠାରେ ଉଦ୍ୟାନ କୃଷିଜାତ ଦ୍ରବ୍ୟ ଯଥା-ପନିପରିବା ଆଦି ସାଇତି ରଖିବା ପାଇଁ ସୌରଚାଳିତ ଶୀତଳ ଗୃହ ସ୍ଥାପନର ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି ଯେ ଶୀତଳ ଗୃହ ସ୍ଥାପନ ଦ୍ୱାରା ଫସଲ ଅମଳ ପରବର୍ତ୍ତୀ କ୍ଷତିକୁ ୨୫ରୁ ୩୦ ପ୍ରତିଶତ ପର୍ଯ୍ୟନ୍ତ କମ୍‌ କରାଯାଇପାରିବ।

ଏହା ଦ୍ୱାରା ଚାଷୀଙ୍କୁ ଅଭାବୀ ବିକ୍ରି କରିବାକୁ ପଡ଼ିବ ନାହିଁ। ଫଳ ଓ ପନିପରିବାର ଉପଯୁକ୍ତ ସଂରକ୍ଷଣ ଦ୍ୱାରା ବିକି୍ରରୁ ଅଧିକ ଆୟ ମିଳିପାରିବ। ଏହା ଦ୍ୱାରା ହିତାଧିକାରୀଙ୍କୁ ବିଦୁ୍ୟତ ଶୁÂରୁ ରକ୍ଷା ମିଳିବା ସହ ସୌରଚାଳିତ ବିଦୁ୍ୟତର ଅଧିକ ଉପଯୋଗ ହୋଇପାରିବ। ରାଜ୍ୟର ସମସ୍ତ ହିତାଧିକାରୀଙ୍କୁ ଶୀତଳ ଗୃହ ସ୍ଥାପନ ପାଇଁ ଶତକଡ଼ା ୭୦ ପ୍ରତିଶତ ସରକାରୀ ରିହାତି ଯୋଗାଇ ଦିଆଯିବ।

ବୈଠକରେ କୃଷି ଓ କୃଷକ ସଶକ୍ତିକରଣ ବିଭଗାର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ କହିଲେ ଯେ ଚାଷୀ ବିନା ବ୍ୟାଙ୍କ ଋଣ ସହାୟତାରେ ନିଜସ୍ୱ ଖର୍ଚ୍ଚରେ ମଧ୍ୟ ଏହି ଶୀତଳ ଗୃହ ସ୍ଥାପନ କରିପାରିବେ ଓ ସରକାରୀ ରିହାତି ପାଇବା ପାଇଁ ଯୋଗ୍ୟ ବିବେଚିତ ହେବେ।

ବୈଠକରେ ଉଦ୍ୟାନ କୃଷି ନିର୍ଦ୍ଦେଶକ ଶ୍ରୀ ରୋହିତ କୁମାର ଲେଙ୍କାଙ୍କ ସମେତ ନିବନ୍ଧକ, ସମବାୟ ସମିତି ସମୂହ, ଓରେଡ଼ାର କର୍ତ୍ତୃପକ୍ଷ, ଓଡ଼ିଆ କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ଡିନ୍‌, କୃଷି ଇଂଜିନିୟର ଏବଂ ବିଭାଗୀୟ ବରିଷ୍ଠ ଅଧିକାରୀ ଯୋଗଦେଇଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

ଡ୍ରାଇଭିଂ ଲାଇସେନ୍ସ ଉପରେ ସରକାରଙ୍କ କଡ଼ା ନିୟମ: ଏବେ କଟିବ ପଏଣ୍ଟ, ବାତିଲ ହେବ ଲାଇସେନ୍ସ

September 3, 2026

ଟାଙ୍ଗୀ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟରେ ‘ଅମ୍ଳାନ’ ଅଭିଯାନ: ଛାତ୍ରୀମାନଙ୍କର ହେମୋଗ୍ଲୋବିନ୍ ପରୀକ୍ଷା

September 3, 2026

ଦୁର୍ଘଟଣାଗ୍ରସ୍ତ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

September 3, 2026

ବଙ୍ଗଳାରେ UCC ପ୍ରଚଳନ ଦ୍ୱାରା ପ୍ରତ୍ୟାହାର ହେବ ୧୩ ଟି ବିବାହ ଆଇନ: ଜାଣନ୍ତୁ କ’ଣ ବଦଳିବ?

September 3, 2026
Latest News

ଡ୍ରାଇଭିଂ ଲାଇସେନ୍ସ ଉପରେ ସରକାରଙ୍କ କଡ଼ା ନିୟମ: ଏବେ କଟିବ ପଏଣ୍ଟ, ବାତିଲ ହେବ ଲାଇସେନ୍ସ

September 3, 2026

ଟାଙ୍ଗୀ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟରେ ‘ଅମ୍ଳାନ’ ଅଭିଯାନ: ଛାତ୍ରୀମାନଙ୍କର ହେମୋଗ୍ଲୋବିନ୍ ପରୀକ୍ଷା

September 3, 2026

CJP ବନାମ CJP D: ଅଭିଜିତ ଦୀପକେଙ୍କୁ ବିରୋଧ କଲେ ମନୀଷ ବ୍ରହ୍ମଭଟ୍ଟ

September 3, 2026

ଦୁର୍ଘଟଣାଗ୍ରସ୍ତ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

September 3, 2026

ମଝି ଆକାଶରେ ଅସୁସ୍ଥ ହେଲେ ପାଇଲଟ: ମସ୍କଟରେ ଜରୁରୀକାଳୀନ ଅବତରଣ କଲା ଇଣ୍ଡିଗୋ ବିମାନ

September 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.