Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଲୋକସଭା ନିର୍ବାଚନରେ ୨୯୧ ଆସନରେ ଏକାକୀ ଲଢ଼ିବ କଂଗ୍ରେସ, ୯ଟି ରାଜ୍ୟରୁ ମାଗିବ ୮୫ଟି ଆସନ
ବିଶେଷ ଖବର

ଲୋକସଭା ନିର୍ବାଚନରେ ୨୯୧ ଆସନରେ ଏକାକୀ ଲଢ଼ିବ କଂଗ୍ରେସ, ୯ଟି ରାଜ୍ୟରୁ ମାଗିବ ୮୫ଟି ଆସନ

December 31, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ଇଣ୍ଡି ମେଣ୍ଟରେ ଆସନ ବୁଝାମଣା ପୂର୍ବରୁ ଶୁକ୍ରବାର-ଶନିବାର (ଡିସେମ୍ବର ୨୯-୩୦) କଂଗ୍ରେସର ଜାତୀୟ ମେଣ୍ଟ କମିଟି ମାରାଥନ୍ ଆଲୋଚନା କରିଥିଲା।

ଏଥିରେ ଦଳ ୧୦ଟି ରାଜ୍ୟର ରାଜ୍ୟ ସଭାପତି ଓ ବିଧାୟକ ଦଳ ନେତାଙ୍କୁ କହିଛି ଯେ ଦଳ ଏକାକୀ ୨୯୧ଟି ଆସନରେ ଲଢ଼ିବ ଏବଂ ୯ଟି ରାଜ୍ୟରୁ ୮୫ଟି ଆସନ ଇଣ୍ଡି ମେଣ୍ଟରୁ ଦାବି କରାଯିବ।

କମିଟି ବୈଠକରେ ବିହାର, ବଙ୍ଗଳା, ଝାଡ଼ଖଣ୍ଡ, ଦିଲ୍ଲୀ, ପଞ୍ଜାବ, ମହାରାଷ୍ଟ୍ର, ତାମିଲନାଡୁ, କେରଳର ନେତାମାନଙ୍କୁ କୁହାଯାଇଛି ଯେ ଲୋକସଭାର ଚିତ୍ରକୁ ଦୃଷ୍ଟିରେ ରଖି ଇଣ୍ଡି ମେଣ୍ଟରେ ଆସନ ବଣ୍ଟନ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ।

ମେଣ୍ଟ ଦଳମାନଙ୍କ ସହ ସମନ୍ୱୟ ପାଇଁ କିଛି ମାନଦଣ୍ଡ ସ୍ଥିର କରାଯାଇଛି। ଏହା ଅନୁଯାୟୀ ଗତ ନିର୍ବାଚନରେ ଯେଉଁ ସଂସଦୀୟ ଆସନରେ କଂଗ୍ରେସ ପ୍ରାର୍ଥୀ ଦ୍ୱିତୀୟ ସ୍ଥାନରେ ଥିଲେ, ସେଠାରେ କୌଣସି ଆପୋଷ ବୁଝାମଣା କରାଯିବ ନାହିଁ। ୨୦୧୪ ପରେ ହୋଇଥିବା ଦୁଇଟି ସଂସଦୀୟ ଓ ବିଧାନସଭା ନିର୍ବାଚନର ଫଳାଫଳକୁ ଆଧାର କରି ଦଳ ଆସନ ମାଗିବ।

ଏହି ସବୁ ଆସନରେ କଂଗ୍ରେସ ଏକାକୀ ଲଢ଼ିବ

ଉତ୍ତର-ପୂର୍ବ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ୨୦ଟି ଆସନ। ଆନ୍ଧ୍ରପ୍ରଦେଶ, ଆସାମ, ଗୁଜରାଟ, ହରିୟାଣା, ହିମାଚଳ, କର୍ଣ୍ଣାଟକ, କେରଳ, ମଧ୍ୟପ୍ରଦେଶ, ଓଡ଼ିଶା, ରାଜସ୍ଥାନର ସମସ୍ତ ଆସନ ଏବଂ ତେଲେଙ୍ଗାନା ଓ ଉତ୍ତରାଖଣ୍ଡର ୨୨ଟି ଆସନ ରହିଛି।

ଏହି ସବୁ ରାଜ୍ୟରେ ମେଣ୍ଟ: ଆସନ ଉପରେ ଦାବି

ବିହାର ୯
ଦିଲ୍ଲୀ ୫
ପଞ୍ଜାବ ୮
ତାମିଲନାଡୁ ୧୦
ୟୁପି ୧୦
ପଶ୍ଚିମବଙ୍ଗ ୫
ଜମ୍ମୁ-କଶ୍ମୀର ୩
ମହାରାଷ୍ଟ୍ର ୨୬
ମୋଟ- ୮୫

୨୦୨୪ ଲୋକସଭା ନିର୍ବାଚନରେ କଂଗ୍ରେସ ୩୭୫ରୁ ଅଧିକ ଆସନରେ ଲଢ଼ିବ ବୋଲି ନିଶ୍ଚିତ। ୨୦୧୪ ନିର୍ବାଚନରେ ଦଳ ୪୬୪ ଓ ୨୦୧୯ରେ ୪୨୧ ଜଣ ପ୍ରାର୍ଥୀ ଦେଇଥିଲା। ସେଥିମଧ୍ୟରୁ ୨୦୧୪ ନିର୍ବାଚନରେ ୨୨୪ ଟି ଆସନରେ ଏହାର ପ୍ରାର୍ଥୀ ଦ୍ୱିତୀୟ ଏବଂ ୨୦୧୯ ନିର୍ବାଚନରେ ୨୦୯ ଟି ଆସନରେ ଦ୍ୱିତୀୟ ସ୍ଥାନରେ ଥିଲେ।

ଜିତିଥିବା ସଂଖ୍ୟା ଓ ଦ୍ୱିତୀୟ ସ୍ଥାନରେ ଥିବା ଆସନ ଆଧାରରେ ମେଣ୍ଟ ଶାସିତ ରାଜ୍ୟଗୁଡ଼ିକରେ ଦଳ ୮୫ରୁ ଅଧିକ ଆସନ ଦାବି କରିବ। ଅବଶିଷ୍ଟ ରାଜ୍ୟରେ କଂଗ୍ରେସ ୨୯୧ଟି ଆସନରେ ଲଢ଼ିବ।

ଜାନୁଆରୀ ୧୪ ପୂର୍ବରୁ ଆସନ ବୁଝାମଣା

ଜାତୀୟ କମିଟି ଏହାର ରିପୋର୍ଟ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ପ୍ରଦାନ କରିବ। ଜାନୁଆରି ପ୍ରଥମ ସପ୍ତାହରେ ଖଡ଼ଗେ ଇଣ୍ଡି ମେଣ୍ଟର ବାକି ନେତାଙ୍କ ସହ ଆଲୋଚନା ପାଇଁ ତାଙ୍କ ପ୍ରତିନିଧି ନିଯୁକ୍ତ କରିବେ।

ଜାନୁଆରୀ ୪ତାରିଖରେ ସେ ରାଜ୍ୟ କଂଗ୍ରେସ ସଭାପତି ଓ ବିଧାୟକ ଦଳ ନେତାଙ୍କ ବୈଠକ ଡକାଇଛନ୍ତି। ସେହିଦିନ ଦଳର ଇସ୍ତାହାର କମିଟିର ମଧ୍ୟ ବୈଠକ ବସିବ। ଜାନୁଆରୀ ୧୪ରୁ ଆରମ୍ଭ ହେବାକୁ ଥିବା ରାହୁଲ ଗାନ୍ଧୀଙ୍କ ଭାରତ ନ୍ୟାୟ ଯାତ୍ରା ପୂର୍ବରୁ ଆସନ ବୁଝାମଣା କରାଯିବ।

ଆସନ ବୁଝାମଣା ଇଣ୍ଡି ମେଣ୍ଟ କଂଗ୍ରେସ ଲୋକସଭା ନିର୍ବାଚନ
Share. Facebook Twitter LinkedIn Email WhatsApp Copy Link

Related Posts

୪୮ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ମିଳିବ ‘ଜାତୀୟ ଶିକ୍ଷକ ପୁରସ୍କାର’: ସମ୍ମାନିତ କରିବେ ରାଷ୍ଟ୍ରପତି

August 23, 2026

ସିଲିଗୁଡ଼ି କରିଡରର ସୁରକ୍ଷା ସମୀକ୍ଷା କଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

August 23, 2026

୧୪୯ତମ ଏସ୍ଏଲ୍ଏସ୍ଡବ୍ଲ୍ୟୁସିଏ ବୈଠକରେ ୨୭୮୦ କୋଟିର ୧୪ ଶିଳ୍ପ ପ୍ରସ୍ତାବକୁ ଅନୁମୋଦନ

August 23, 2026

ଭାରତ ପ୍ରତି ସତର୍କ ରହିବାକୁ ଚେତାବନୀ ଦେଲେ ପାକିସ୍ତାନର ମନ୍ତ୍ରୀ: ଜାଣନ୍ତୁ କାରଣ

August 22, 2026
Latest News

ଦିଲ୍ଲୀରେ ସ୍ୱାଇନ୍ ଫ୍ଲୁ ର ଆତଙ୍କ!: ଏପର୍ଯ୍ୟନ୍ତ ୧୭୭୭ ମାମଲା ଚିହ୍ନଟ

August 23, 2026

ରାସନ କାର୍ଡ ଧାରକଙ୍କୁ ମିଳୁଛି ଶସ୍ତା ଚିନି: ଜାଣନ୍ତୁ କେଉଁମାନଙ୍କ ପାଇଁ ପ୍ରଯୁଜ୍ୟ?

August 23, 2026

ଅଷ୍ଟ୍ରେଲିଆର ବିଜୟ ପରେ WTC ପଏଣ୍ଟ ଟେବୁଲରେ ପରିବର୍ତ୍ତନ: ଭାରତ ପାଇଁ ଖୁସି ଖବର

August 23, 2026

୪୮ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ମିଳିବ ‘ଜାତୀୟ ଶିକ୍ଷକ ପୁରସ୍କାର’: ସମ୍ମାନିତ କରିବେ ରାଷ୍ଟ୍ରପତି

August 23, 2026

ଦିଲ୍ଲୀରେ ପୋଲିସ କର୍ମଚାରୀଙ୍କୁ ଆକ୍ରମଣ: ଆଖିକୁ ଫିଙ୍ଗିଲେ ଲଙ୍କା ପାଉଡର

August 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.