Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଦାମୋଦର ରାଉତଙ୍କ ଉପରୁ ବହିସ୍କାର ପ୍ରତ୍ୟାହାର ହେଲେ ସେ କଣ ବିଜେଡି ହୋଇଯିବେ ?
ବିଶେଷ ଖବର

ଦାମୋଦର ରାଉତଙ୍କ ଉପରୁ ବହିସ୍କାର ପ୍ରତ୍ୟାହାର ହେଲେ ସେ କଣ ବିଜେଡି ହୋଇଯିବେ ?

January 1, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଦାମୋଦର ରାଉତ
ଦାମୋଦର ରାଉତଙ୍କ ଉପରୁ ବହିସ୍କାର ପ୍ରତ୍ୟାହାର ହେଲେ ସେ କଣ ବିଜେଡି ହୋଇଯିବେ ?

ଭୁବନେଶ୍ବର: ଶେଷରେ ବିଜେଡିର ତୁଣ୍ଡ ବୋଲି କୁହାଯାଉଥିବା ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତଙ୍କ ଉପରୁ ଦଳ ବହିସ୍କାର ଆଦେଶ ପ୍ରତ୍ୟାହାର କରିଛି। ତାଙ୍କୁ ଦଳ ବିରୋଧୀ କାର୍ଯ୍ୟପାଇଁ ୨୦୧୮ ମସିହାରେ ଦଳ ବହିସ୍କାର କରିଥିଲା। ଏହାପରେ ସେ ବିଜେପିରେ ଯୋଗଦେଇ ୨୦୧୯ ରେ ବାଲିକୂଦା ଏରସମାରୁ ନିର୍ବାଚନ ଲଢି ହାରି ଯାଇଥିଲେ।

ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ, ଦାମୋଦର ରାଉତଙ୍କ ଉପରୁ ବହିସ୍କାର ଆଦେଶ ଉଠାଇ ଦେଲେ ସେ କଣ ବିଜେଡି ହୋଇଯିବେ କି? ଏପରି ଏକ ସାଧାରଣ ପ୍ରଶ୍ନ ଚର୍ଚ୍ଚାର ବିଷୟ ପାଲଟିଛି। କାରଣ ସାଧାରଣତଃ ଦଳୀୟ ନିୟମ ଅନୁସାରେ ଜଣଙ୍କ ଉପରୁ ବହିସ୍କାର ଉଠାଇ ଦେଲେ ସେ ସେହି ଦଳକୁ ପୁଣି ଫେରି ଆସେ। ହେଲେ ଯଦି ସେହି ବ୍ୟକ୍ତି ବା ନେତା ଅନ୍ୟ କୌଣସି ଦଳକୁ ଯାଇ ନ ଥିବେ ତେବେ ସେ ପୂର୍ବପରି ସେହି ଦଳରେ ରହିବେ।

ହେଲେ ଦାମୋଦର ରାଉତଙ୍କ କଥା ଭିନ୍ନ ପ୍ରକାରର। କାରଣ ସେ ଦଳରୁ ବହିସ୍କାର ହେବା ପରେ ନୂଆ ଦିଲ୍ଲୀରେ ଏକ ରଂଗାରଂଗ ପରିବେଶରେ ବିଜେପିରେ ମିଶିଥିଲେ। ସେତିକି ନୁହେଁ ସେ ବିଜେପିର ପ୍ରଚାର କମିଟର ଅଧ୍ୟକ୍ଷ ମଧ୍ୟ ହୋଇଥିଲେ। ଏପରିକି ସେ ବିଜେପି ଟିକେଟରୁ ବାଲିକୂଦା ଏରସମାରେ ନିର୍ବାଚନ ମଧ୍ୟ ଲଢେଇ କରିଥିଲେ। ସେ ସେହି ନିର୍ବାଚନ ହାରିବା ସହିତ ତୃତୀୟ ସ୍ଥାନକୁ ଆସିଥିଲେ।

ଏହାପରେ ତାଙ୍କୁ ବିଜେପି ଯେପରି ଗୁରୁତ୍ବ ଦେବା କଥା ତାହା ହେଲା ନାହିଁ। ଫଳରେ ସେ ସେଠାରେ କଣଠୋସା ହେବା ଦ୍ବାରା ବିଜେପିରୁ ଇସ୍ତପା ଦେଲେ।  ସେ ଏବେ କୌଣସି ଦଳରେ ନାହାଁନ୍ତି। ତେଣୁ ଏପରି କ୍ଷେତ୍ରରେ ବିଜେଡି ତାଙ୍କୁ ଦଳରୁ ବହିସ୍କାର ଆଦେଶ ହଟାଇ ଦେଲେ ସେ କେବେ ବିଜେଡି ହୋଇ ପାରିବେ ନାହିଁ। ଏଥିପାଇଁ ସେ ପୁଣି ଥରେ ବିଜେଡିରେ ଯୋଗ ଦେବାକୁ ପଡିବ ବା ମିଶ୍ରଣ ପର୍ବ ମାଧ୍ୟମରେ ତାଙ୍କୁ ଆସିବାକୁ ପଡିବ।

ବରିଷ୍ଠ ନେତା ପ୍ରଫୁଲ ଘଡେଇ ଯେତେବେଳେ ବିଜେଡିରୁ ବହିସ୍କୃତ ହେଲେ ସେତେବେଳେ ସେ ବିଜେଡି ଛାଡି ଅନ୍ୟ କୌଣସି ଦଳରେ ଯୋଗଦେଇ ନ ଥିଲେ। ସେପରି କ୍ଷେତ୍ରରେ ତାଙ୍କ ଉପରୁ କେବଳ ବହିସ୍କାର ବା ନିଲମ୍ବନ ଆଦେଶ ହଟାଇ ଦେଲେ ସେ ସିଧା ବିଜେଡି ହୋଇ ପାରିବେ। ଏପରି ନେତା ଆଉ ବିଜେଡିରେ ସାମିଲ ହେବା ବା ମିଶ୍ରଣ ପର୍ବ ମାଧ୍ୟମରେ ଆସିବାର ଆବଶ୍ୟକ ନାହିଁ। ହେଲେ ନିୟମ ଅନୁସାରେ ଦାମ ରାଉତ କ୍ଷେତ୍ରରେ ସେପରି ହୋଇପାରିବ ନାହିଁ।

damodarraut ଦାମୋଦର ରାଉତ
Share. Facebook Twitter LinkedIn Email WhatsApp Copy Link

Related Posts

ବିକେପିପିଇଆର୍ ପ୍ରକଳ୍ପ ପ୍ରସ୍ତାବକୁ ରାଜ୍ୟସ୍ତରୀୟ କମିଟିର ଅନୁମୋଦନ

August 3, 2026

ଏମ୍ସ ଭୁବନେଶ୍ୱରର ଚମକ “ଅଙ୍ଗ ପ୍ରତିରୋପଣରେ ଉଦୀୟମାନ ସରକାରୀ ପ୍ରତିଷ୍ଠାନ” ଭାବରେ ସମ୍ମାନିତ

August 3, 2026

ବନ୍ୟା ସହାୟତା ଘୋଷଣା, ପ୍ରଥମ ପର୍ଯ୍ୟାୟରେ ୧୧୦ କୋଟି ଟଙ୍କା, ଜାଣନ୍ତୁ କାହାକୁ ଦିଆଯିବ କେତେ 

August 3, 2026

ଓଡିଶା ରାଜନୀତିର ଭୀଷ୍ମ ପିତାମହ ବିଶ୍ବଭୂଷଣ ହରିଚନ୍ଦନଙ୍କ ୯୩ ତମ ଜନ୍ମଦିବସ ପାଳିତ

August 3, 2026
Latest News

ବାଙ୍କିପୁର ସମେତ ଦୁଇ ଆସନରେ ପରାଜୟ ପରେ ଆସିଲା ବିଜେପିର ପ୍ରଥମ ପ୍ରତିକ୍ରିୟା

August 3, 2026

ପେଟ୍ରୋଲ ଓ ଡିଜେଲ ରପ୍ତାନି ଉପରେ ବଢ଼ିଲା ୱିଣ୍ଡଫଲ୍ ଟ୍ୟାକ୍ସ, ଘରୋଇ ଦର ଅପରିବର୍ତ୍ତିତ

August 3, 2026

ବିକେପିପିଇଆର୍ ପ୍ରକଳ୍ପ ପ୍ରସ୍ତାବକୁ ରାଜ୍ୟସ୍ତରୀୟ କମିଟିର ଅନୁମୋଦନ

August 3, 2026

ଏମ୍ସ ଭୁବନେଶ୍ୱରର ଚମକ “ଅଙ୍ଗ ପ୍ରତିରୋପଣରେ ଉଦୀୟମାନ ସରକାରୀ ପ୍ରତିଷ୍ଠାନ” ଭାବରେ ସମ୍ମାନିତ

August 3, 2026

ବନ୍ୟା ସହାୟତା ଘୋଷଣା, ପ୍ରଥମ ପର୍ଯ୍ୟାୟରେ ୧୧୦ କୋଟି ଟଙ୍କା, ଜାଣନ୍ତୁ କାହାକୁ ଦିଆଯିବ କେତେ 

August 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.