Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ରାମ ମନ୍ଦିର କାର୍ଯ୍ୟକ୍ରମରେ ଯୋଗ ଦେବା ଲାଗି ନିଜ ନେତାଙ୍କୁ ସବୁଜ ସଙ୍କେତ ଦେଲା କଂଗ୍ରେସ
ବିଶେଷ ଖବର

ରାମ ମନ୍ଦିର କାର୍ଯ୍ୟକ୍ରମରେ ଯୋଗ ଦେବା ଲାଗି ନିଜ ନେତାଙ୍କୁ ସବୁଜ ସଙ୍କେତ ଦେଲା କଂଗ୍ରେସ

January 6, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟାରେ ରାମ ମନ୍ଦିର ଉଦ୍‌ଘାଟନ ସମାରୋହରେ ଯୋଗ ଦେବାକୁ ଇଚ୍ଛୁକ ଦଳୀୟ ନେତାମାନଙ୍କୁ କଂଗ୍ରେସ ହାଇକମାଣ୍ଡ ସବୁଜ ସଙ୍କେତ ଦେଇଛନ୍ତି ।

ବିଜେପିରେ ଅନ୍ୟ ବିରୋଧୀ ସହଯୋଗୀଙ୍କ ସହ ଆସନ ବୁଝାମଣା ପୂର୍ବରୁ କଂଗ୍ରେସ ହାଇକମାଣ୍ଡ ଗୁରୁବାର ଦିଲ୍ଲୀସ୍ଥିତ ଦଳୀୟ ମୁଖ୍ୟାଳୟରେ ଦଳର ରାଜ୍ୟ ନେତାମାନଙ୍କ ସହ ବୈଠକ କରିଥିଲେ । ଏହି ବୈଠକରେ ରାମ ମନ୍ଦିର ପ୍ରସଙ୍ଗ ଉଠିବାରୁ ଉତ୍ତରପ୍ରଦେଶ ଓ ବିହାରର କଂଗ୍ରେସ ନେତାମାନେ ଜାନୁଆରୀ ୨୨ ଉଦ୍‌ଘାଟନ ସମାରୋହରେ ଯୋଗ ଦେବେ କି ନାହିଁ ସେ ନେଇ ହାଇକମାଣ୍ଡଙ୍କଠାରୁ ସ୍ପଷ୍ଟୀକରଣ ମାଗିଥିଲେ ।

କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ସଙ୍କେତ ଦେଇଛନ୍ତି ଯେ ବିରୋଧୀ ଦଳ ନେତା (ରାଜ୍ୟସଭା) ଏବଂ କଂଗ୍ରେସ ସଂସଦୀୟ ବୋର୍ଡଅଧ୍ୟକ୍ଷ ଭାବରେ ସଂସଦରେ ସେମାନଙ୍କ ସ୍ଥିତିକୁ ଦୃଷ୍ଟିରେ ରଖି ତାଙ୍କୁ ଏବଂ ସୋନିଆ ଗାନ୍ଧୀଙ୍କୁ ନିମନ୍ତ୍ରଣ କରାଯାଇଛି ।

ନେତାଙ୍କ ପାଇଁ ଦଳର କୌଣସି ନିର୍ଦ୍ଦେଶ ନାହିଁ ଏବଂ ଯେଉଁମାନେ ମନ୍ଦିରରେ ପୂଜା ର୍ଚ୍ଚନା କରିବାକୁ ଚାହୁଁଛନ୍ତି ସେମାନେ ଯିବାକୁ ସ୍ୱାଧୀନ ବୋଲି ଖଡଗେ କହିଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ, କଂଗ୍ରେସ ଉତ୍ତରପ୍ରଦେଶ ସଭାପତି ଅଜୟ ରାୟ ଏବଂ ବିହାର ୟୁନିଟ୍ ମୁଖ୍ୟ ଅଖିଳେଶ ପ୍ରସାଦ ସିଂହ ଯଥାକ୍ରମେ ଜାନୁଆରୀ ୨୦ ଓ ୨୧ତାରିଖରେ ରାମ ମନ୍ଦିର ପରିଦର୍ଶନ କରିବାର ସମ୍ଭାବନା ରହିଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦଳର ଶୀର୍ଷ ନେତାମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ ବୋଲି ଉଦ୍‌ଘାଟନୀ ସମାରୋହରେ ବିଜେପିର ରାଜନୀତିକରଣକୁ ପ୍ରତିହତ କରିବା ପାଇଁ ଏହା ଜରୁରୀ ବୋଲି କଂଗ୍ରେସ ସୂତ୍ରରୁ ପ୍ରକାଶ ।

ବିଶ୍ୱ ହିନ୍ଦୁ ପରିଷଦ (ଭିଏଚପି)ର କାର୍ଯ୍ୟକାରୀ ସଭାପତି ଆଲୋକ କୁମାରଙ୍କ କହିବାନୁଯାୟୀ, ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ବରିଷ୍ଠ କଂଗ୍ରେସ ନେତା ସୋନିଆ ଗାନ୍ଧୀ, ମନମୋହନ ସିଂହ, ମଲ୍ଲିକାର୍ଜୁନ ଖଡଗେ, ଅଧୀର ରଞ୍ଜନ ଚୌଧୁରୀଙ୍କୁ ଜାନୁଆରି ୨୨ରେ ରାମ ମନ୍ଦିର ଉଦ୍‌ଘାଟନ ପାଇଁ ନିମନ୍ତ୍ରଣ ପଠାଇଛି ।

ଅଯୋଧ୍ୟା କଂଗ୍ରେସ ନରେନ୍ଦ୍ର ମୋଦି ବିଜେପି ବିଶ୍ୱ ହିନ୍ଦୁ ପରିଷଦ ମଲ୍ଲିକାର୍ଜୁନ ଖଡଗେ ରାମ ମନ୍ଦିର
Share. Facebook Twitter LinkedIn Email WhatsApp Copy Link

Related Posts

ବିଧାୟକଙ୍କ ପ୍ରଶିକ୍ଷଣ ଶିବିରକୁ ବୟକଟ୍ କଲେ ବିଜେଡି ଓ କଂଗ୍ରେସ

November 16, 2026

ନଭେମ୍ବର ୧୮ ରୁ ବିଧାନସଭା ଶୀତକାଳୀନ ଅଧିବେଶନ

November 16, 2026

ପଞ୍ଚୁକ ପାଇଁ ଶ୍ରୀମନ୍ଦିରରେ ବ୍ୟାପକ ପ୍ରସ୍ତୁତି: ସୁରକ୍ଷା ଦାୟିତ୍ୱରେ ୫୦ ପ୍ଲାଟୁନ୍‌ ପୁଲିସ ଫୋର୍ସ

November 16, 2026

ଜନଜାତି ସାହିତ୍ୟ ଓ ଭାଷା ସଂରକ୍ଷଣ ଦେଶର ସାଂସ୍କୃତିକ ଐତିହ୍ୟକୁ ସମୃଦ୍ଧ କରିବ : ରାଜ୍ୟପାଳ

November 16, 2026
Latest News

ଓଡ଼ିଶାର କ୍ରୀଡ଼ା ଭିତ୍ତିଭୂମିକୁ ବଡ଼ ଉପହାର : ୩୧୪ ବ୍ଲକରେ ନିର୍ମାଣ ହେବ ଅତ୍ୟାଧୁନିକ ଷ୍ଟାଡିୟମ୍‌

November 16, 2026

ଗୋଦାବରୀଶ ମହାବିଦ୍ୟାଳୟରେ ପୁରୁଣା ବସ୍ତ୍ର ସଂଗ୍ରହ ଅଭିଯାନର ଶୁଭାରମ୍ଭ

November 16, 2026

ବିଲକିସ ବାନୋ ମାମଲା: ୨ ଦୋଷୀଙ୍କୁ ସୁପ୍ରିମକୋର୍ଟଙ୍କ ସର୍ତ୍ତମୂଳକ ଜାମିନ

November 16, 2026

ଆଇଡିଏ ଓଡ଼ିଶା ଶାଖାର ସାଧାରଣ ସମ୍ପାଦକ ଭାବେ ସୋଆ ଅଧ୍ୟାପକ ଡାକ୍ତର ରାଧା ପ୍ରସନ୍ନ ଦଳାଇ ନିର୍ବାଚିତ

November 16, 2026

ବିଧାୟକଙ୍କ ପ୍ରଶିକ୍ଷଣ ଶିବିରକୁ ବୟକଟ୍ କଲେ ବିଜେଡି ଓ କଂଗ୍ରେସ

November 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.