Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଓଡିଶାରେ ଇଣ୍ଡିଆ ମେଣ୍ଟର ଆସନ ବୁଝାମଣା ନେଇ ବୈଠକ, ଯୋଗଦେଲେ ଡ. ଅଜୟ କୁମାର
ବିଶେଷ ଖବର

ଓଡିଶାରେ ଇଣ୍ଡିଆ ମେଣ୍ଟର ଆସନ ବୁଝାମଣା ନେଇ ବୈଠକ, ଯୋଗଦେଲେ ଡ. ଅଜୟ କୁମାର

January 7, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link
ଓଡିଶାରେ ଇଣ୍ଡିଆ ମେଣ୍ଟର ଆସନ ବୁଝାମଣା ନେଇ ବୈଠକ, ଯୋଗଦେଲେ ଡ. ଅଜୟ କୁମାର

ଭୁବନେଶ୍ୱର: ଆଜି କଂଗ୍ରେସ ସମେତ ରାଜ୍ୟର ୧୭ ଗୋଟି ସମଭାବାପନ୍ନ ରାଜନୈତିକ ଦଳ (ବିଜେଡ଼ି ଓ ବିଜେପି ବ୍ୟତୀତ) ମୁଖ୍ୟମାନଙ୍କର ଏକ ବୈଠକ ରାଜ୍ୟ ଅତିଥି ଭବନ ଭୁବନେଶ୍ୱର ଠାରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ଶ୍ରୀ ଶରତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ନବନିଯୁକ୍ତ ଓଡ଼ିଶା ପ୍ରଭାରୀ ଡ. ଅଜୟ କୁମାର ଯୋଗଦେଇ ଥିଲେ।

ଆଗାମୀ ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଆସନ ବୁଝାମଣା ପ୍ରସଙ୍ଗରେ କଂଗ୍ରେସ ପକ୍ଷରୁ ପିସିସି ସଭାପତି ଶ୍ରୀ ଶରତ ପଟ୍ଟନାୟକ ଏହି ମେଂଟର ଅଧ୍ୟକ୍ଷ ଏବଂ ଶ୍ରୀ ପ୍ରସାଦ ହରିଚନ୍ଦନ ଇଣ୍ଡିଆମେଂଟ ଓଡ଼ିଶାର ଆବାହକ ଏବଂ ସାଂସଦ ସପ୍ତଗିରି ଉଲ୍ଲାକାଙ୍କୁ ନେଇ ଏକ ତିନିଜଣିଆ କମିଟି ସର୍ବସମ୍ମତିକ୍ରମେ ଗଠନ କରାଗଲା।

ଉକ୍ତ କମିଟି ଅନ୍ୟ ରାଜନୈତିକ ଦଳମାନଙ୍କ ସହ ଏ ସମ୍ପର୍କରେ ଆସନ୍ତା ନିର୍ବାଚନ ପାଇଁ ଆସନ ବୁଝାମଣା ସଂପର୍କରେ ଆଲୋଚନା କରିବେ। ଆସନ୍ତା ଜାନୁଆରୀ ମାସ ୧୭ ତାରିଖ ପାଖରୁ ଇଣ୍ଡିଆ ମେଂଟର ସମସ୍ତ ନେତୃବୃନ୍ଦ ବସ ଯାତ୍ରା ମାଧ୍ୟମରେ ରାଜ୍ୟର ପ୍ରତ୍ୟେକ ପଂଚାୟତ, ବ୍ଲକ ଏବଂ ଜିଲ୍ଲାଗ୍ରସ୍ତ କରି ପ୍ରତ୍ୟେକ ଜିଲ୍ଲାରେ ଏବଂ ବ୍ଲକରେ ମିଳିତ ଭାବରେ ସଭାସମିତି କରିବେ ବୋଲି ବୈଠକରେ ନିଷ୍ପତି ଗ୍ରହଣ କରାଗଲା। ଉଭୟ ବିଜେଡ଼ି ଓ ବିଜେପିର ଜନମାରଣ ନୀତି ଓ ନିଷ୍ପତିକୁ ଜନସାଧାରଣଙ୍କ ନିକଟରେ ଉପସ୍ଥାପନ କରାଯିବ।

ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ପକ୍ଷରୁ ଜୟଦେବ ଜେନା, ସିପିଏମର ଜନାର୍ଦ୍ଦନ ପତି, ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାର ଅଞ୍ଜଳି ସୋରେନ, ଦିଗମ୍ବର ନାୟକ, ସିପିଆଇଏମର ଅଳିକିଶୋର ପଟ୍ଟନାୟକ, ସିପିଆଇର ସନ୍ତୋଷ ମିଶ୍ର, ସମାଜବାଦୀ ପାର୍ଟିର ସଭାପତି ରବିନ୍ଦ୍ର ବେହେରା, ଏନ୍‌.ସି.ପିର ବିକ୍ରମ ସ୍ୱାଇଁ, ସିପିଆଇଏମଏଲର ଅଶୋକ ପ୍ରଧାନ, ସିପିଆଇଏମଏଲ ୟୁନାଇଟେ ଯୁଧିଷ୍ଠୀର ମହାପାତ୍ର, କ୍ରାନ୍ତିଦଳର ପ୍ରଭାସ ସାମନ୍ତରାୟ, ଜେଡ଼ିୟୁର ସରୋଜ କୁମାର ପୃଷ୍ଟି, ଚନ୍ଦ୍ରମଣି ନାୟକ, ଆରଜେଡ଼ିର ହରିଷ ମହାପାତ୍ର, ଆପର ସୌମ୍ୟରଞ୍ଜନ ସ୍ୱାଇଁ, ସିବାଜୀ ମୌଳିକ ପ୍ରମୁଖ ଉପସ୍ଥିତ ଥିଲେ।

Election2024 ଇଣ୍ଡିଆ ମେଣ୍ଟ ଇଣ୍ଡିଆ ମେଣ୍ଟ ଓଡିଶା ଓଡିଶାଇଣ୍ଡିଆ ମେଣ୍ଟ ନିର୍ବାଚନ2024
Share. Facebook Twitter LinkedIn Email WhatsApp Copy Link

Related Posts

ୟୁପିଆଇ ଯୋଗେ ଭାରତରେ ୮୫% ଓ ବିଦେଶରେ ପ୍ରାୟ ୫୦% କାରବାର

July 20, 2025

ଭାରତ-ଚୀନ୍ ସୀମାରେ ଶାନ୍ତିର ସଙ୍କେତ! କୈଳାସ ମାନସରୋବର ଯାତ୍ରା ବିଷୟରେ ବଡ଼ କଥା କହିଲେ ଚୀନ୍ ରାଷ୍ଟ୍ରଦୂତ

July 20, 2025

ସଂସଦର ମୌସୁମୀ ଅଧିବେସନ ହେବ ଆରମ୍ଭ, ଓଡିଶା ଛାତ୍ରୀ ନିର୍ଯ୍ୟାତନା ପ୍ରମୁଖ ପ୍ରସଂଗ ହେବ କି ?

July 20, 2025

କଚ୍ଛ ଯିବା ପାଇଁ ମୋଟରସାଇକେଲ ଚାଳକମାନଙ୍କୁ ଉତ୍ସାହିତ କରିବା ଦିଗରେ ପ୍ରୟାସକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

July 20, 2025
Latest News

ୟୁପିଆଇ ଯୋଗେ ଭାରତରେ ୮୫% ଓ ବିଦେଶରେ ପ୍ରାୟ ୫୦% କାରବାର

July 20, 2025

ଭାରତ-ଚୀନ୍ ସୀମାରେ ଶାନ୍ତିର ସଙ୍କେତ! କୈଳାସ ମାନସରୋବର ଯାତ୍ରା ବିଷୟରେ ବଡ଼ କଥା କହିଲେ ଚୀନ୍ ରାଷ୍ଟ୍ରଦୂତ

July 20, 2025

ସଂସଦର ମୌସୁମୀ ଅଧିବେସନ ହେବ ଆରମ୍ଭ, ଓଡିଶା ଛାତ୍ରୀ ନିର୍ଯ୍ୟାତନା ପ୍ରମୁଖ ପ୍ରସଂଗ ହେବ କି ?

July 20, 2025

କଚ୍ଛ ଯିବା ପାଇଁ ମୋଟରସାଇକେଲ ଚାଳକମାନଙ୍କୁ ଉତ୍ସାହିତ କରିବା ଦିଗରେ ପ୍ରୟାସକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

July 20, 2025

ରୁଷ-ୟୁକ୍ରେନ ଯୁଦ୍ଧ: ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଶାନ୍ତି ଆଲୋଚନା ପାଇଁ ପ୍ରସ୍ତୁତ, ରଖିଲେ ଏହି ବଡ଼ ସର୍ତ୍ତ

July 20, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.