Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଓଡିଶାରେ ଇଣ୍ଡିଆ ମେଣ୍ଟର ଆସନ ବୁଝାମଣା ନେଇ ବୈଠକ, ଯୋଗଦେଲେ ଡ. ଅଜୟ କୁମାର
ବିଶେଷ ଖବର

ଓଡିଶାରେ ଇଣ୍ଡିଆ ମେଣ୍ଟର ଆସନ ବୁଝାମଣା ନେଇ ବୈଠକ, ଯୋଗଦେଲେ ଡ. ଅଜୟ କୁମାର

January 7, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link
ଓଡିଶାରେ ଇଣ୍ଡିଆ ମେଣ୍ଟର ଆସନ ବୁଝାମଣା ନେଇ ବୈଠକ, ଯୋଗଦେଲେ ଡ. ଅଜୟ କୁମାର

ଭୁବନେଶ୍ୱର: ଆଜି କଂଗ୍ରେସ ସମେତ ରାଜ୍ୟର ୧୭ ଗୋଟି ସମଭାବାପନ୍ନ ରାଜନୈତିକ ଦଳ (ବିଜେଡ଼ି ଓ ବିଜେପି ବ୍ୟତୀତ) ମୁଖ୍ୟମାନଙ୍କର ଏକ ବୈଠକ ରାଜ୍ୟ ଅତିଥି ଭବନ ଭୁବନେଶ୍ୱର ଠାରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ଶ୍ରୀ ଶରତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ନବନିଯୁକ୍ତ ଓଡ଼ିଶା ପ୍ରଭାରୀ ଡ. ଅଜୟ କୁମାର ଯୋଗଦେଇ ଥିଲେ।

ଆଗାମୀ ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଆସନ ବୁଝାମଣା ପ୍ରସଙ୍ଗରେ କଂଗ୍ରେସ ପକ୍ଷରୁ ପିସିସି ସଭାପତି ଶ୍ରୀ ଶରତ ପଟ୍ଟନାୟକ ଏହି ମେଂଟର ଅଧ୍ୟକ୍ଷ ଏବଂ ଶ୍ରୀ ପ୍ରସାଦ ହରିଚନ୍ଦନ ଇଣ୍ଡିଆମେଂଟ ଓଡ଼ିଶାର ଆବାହକ ଏବଂ ସାଂସଦ ସପ୍ତଗିରି ଉଲ୍ଲାକାଙ୍କୁ ନେଇ ଏକ ତିନିଜଣିଆ କମିଟି ସର୍ବସମ୍ମତିକ୍ରମେ ଗଠନ କରାଗଲା।

ଉକ୍ତ କମିଟି ଅନ୍ୟ ରାଜନୈତିକ ଦଳମାନଙ୍କ ସହ ଏ ସମ୍ପର୍କରେ ଆସନ୍ତା ନିର୍ବାଚନ ପାଇଁ ଆସନ ବୁଝାମଣା ସଂପର୍କରେ ଆଲୋଚନା କରିବେ। ଆସନ୍ତା ଜାନୁଆରୀ ମାସ ୧୭ ତାରିଖ ପାଖରୁ ଇଣ୍ଡିଆ ମେଂଟର ସମସ୍ତ ନେତୃବୃନ୍ଦ ବସ ଯାତ୍ରା ମାଧ୍ୟମରେ ରାଜ୍ୟର ପ୍ରତ୍ୟେକ ପଂଚାୟତ, ବ୍ଲକ ଏବଂ ଜିଲ୍ଲାଗ୍ରସ୍ତ କରି ପ୍ରତ୍ୟେକ ଜିଲ୍ଲାରେ ଏବଂ ବ୍ଲକରେ ମିଳିତ ଭାବରେ ସଭାସମିତି କରିବେ ବୋଲି ବୈଠକରେ ନିଷ୍ପତି ଗ୍ରହଣ କରାଗଲା। ଉଭୟ ବିଜେଡ଼ି ଓ ବିଜେପିର ଜନମାରଣ ନୀତି ଓ ନିଷ୍ପତିକୁ ଜନସାଧାରଣଙ୍କ ନିକଟରେ ଉପସ୍ଥାପନ କରାଯିବ।

ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ପକ୍ଷରୁ ଜୟଦେବ ଜେନା, ସିପିଏମର ଜନାର୍ଦ୍ଦନ ପତି, ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାର ଅଞ୍ଜଳି ସୋରେନ, ଦିଗମ୍ବର ନାୟକ, ସିପିଆଇଏମର ଅଳିକିଶୋର ପଟ୍ଟନାୟକ, ସିପିଆଇର ସନ୍ତୋଷ ମିଶ୍ର, ସମାଜବାଦୀ ପାର୍ଟିର ସଭାପତି ରବିନ୍ଦ୍ର ବେହେରା, ଏନ୍‌.ସି.ପିର ବିକ୍ରମ ସ୍ୱାଇଁ, ସିପିଆଇଏମଏଲର ଅଶୋକ ପ୍ରଧାନ, ସିପିଆଇଏମଏଲ ୟୁନାଇଟେ ଯୁଧିଷ୍ଠୀର ମହାପାତ୍ର, କ୍ରାନ୍ତିଦଳର ପ୍ରଭାସ ସାମନ୍ତରାୟ, ଜେଡ଼ିୟୁର ସରୋଜ କୁମାର ପୃଷ୍ଟି, ଚନ୍ଦ୍ରମଣି ନାୟକ, ଆରଜେଡ଼ିର ହରିଷ ମହାପାତ୍ର, ଆପର ସୌମ୍ୟରଞ୍ଜନ ସ୍ୱାଇଁ, ସିବାଜୀ ମୌଳିକ ପ୍ରମୁଖ ଉପସ୍ଥିତ ଥିଲେ।

Election2024 ଇଣ୍ଡିଆ ମେଣ୍ଟ ନିର୍ବାଚନ2024
Share. Facebook Twitter LinkedIn Email WhatsApp Copy Link

Related Posts

ମ୍ୟାନେଜମେଣ୍ଟ ଶିକ୍ଷା କ୍ଷେତ୍ରରେ ଆଇଆଇଏମ ବିଶ୍ୱ ପାଇଁ ମଡେଲ – ଧର୍ମେନ୍ଦ୍ର ପ୍ରଧାନ

May 14, 2026

ଓଡ଼ିଶାରେ ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ବିଶେଷ ପଦକ୍ଷେପ

May 14, 2026

ଶ୍ରଦ୍ଧା ଫାଉଣ୍ଡେସନ ତରଫରୁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ

May 14, 2026

ପୁରୁଣାଗଡ଼ରେ ପ୍ରତ୍ନତାତ୍ୱିକ ଗବେଷଣା କାର୍ଯ୍ୟ ଆରମ୍ଭ

May 14, 2026
Latest News

ଆପାର୍ଟମେଣ୍ଟ ପଞ୍ଜୀକରଣ ସଂଶୋଧନ ଅଧ୍ୟାଦେଶ

May 14, 2026

ମ୍ୟାନେଜମେଣ୍ଟ ଶିକ୍ଷା କ୍ଷେତ୍ରରେ ଆଇଆଇଏମ ବିଶ୍ୱ ପାଇଁ ମଡେଲ – ଧର୍ମେନ୍ଦ୍ର ପ୍ରଧାନ

May 14, 2026

ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ କଲେ ରୁଷବୈଦେଶିକ ମନ୍ତ୍ରୀ

May 14, 2026

ଓଡ଼ିଶାରେ ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ବିଶେଷ ପଦକ୍ଷେପ

May 14, 2026

ଶ୍ରଦ୍ଧା ଫାଉଣ୍ଡେସନ ତରଫରୁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ

May 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.