Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଗ୍ଲୋବାଲ ଏନଭାଇରନମେଣ୍ଟ ଫାସିଲିଟି ଅନୁଦାନ ପ୍ରାପ୍ତ ପ୍ରକଳ୍ପଗୁଡ଼ିକର କଣ ହୋଇଛି କାମ ?
ବିଶେଷ ଖବର

ଗ୍ଲୋବାଲ ଏନଭାଇରନମେଣ୍ଟ ଫାସିଲିଟି ଅନୁଦାନ ପ୍ରାପ୍ତ ପ୍ରକଳ୍ପଗୁଡ଼ିକର କଣ ହୋଇଛି କାମ ?

January 9, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଗ୍ଲୋବାଲ ଏନଭାଇରନମେଣ୍ଟ ଫାସିଲିଟି ଅନୁଦାନ ପ୍ରାପ୍ତ ପ୍ରକଳ୍ପଗୁଡ଼ିକର କଣ ହୋଇଛି କାମ ?

ଭୁବନେଶ୍ୱର: ଓଡ଼ିଶାରେ କାର୍ଯ୍ୟକାରୀ ହେଉଥିବା ଗ୍ଲୋବାଲ ଏନଭାଇରନମେଣ୍ଟ ଫାସିଲିଟି (GEF) ଅନୁଦାନ ପ୍ରାପ୍ତ ପ୍ରକଳ୍ପଗୁଡ଼ିକର ଏକ ସ୍ଥିତି ସମୀକ୍ଷା କର୍ମଶାଳା କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ହୋଇଯାଇଅଛି । ପ୍ରକଳ୍ପ ଲକ୍ଷ୍ୟ ହାସଲ ସହିତ ଏହାର ସଫଳ ରୂପାୟନ ପାଇଁ ଆନ୍ତଃବିଭାଗୀୟ ସହଯୋଗକୁ ସୁଦୃଢ଼ କରିବାକୁ ଅଧିକାରୀମାନଙ୍କୁ ଡ. ପାଢ଼ୀ ପରାମର୍ଶ ଦେଇଥିଲେ ।

ଏହି କର୍ମଶାଳାରେ ଗ୍ରୀନ୍‌-ଏଜି ପ୍ରକଳ୍ପ ଏବଂ ସୁସ୍ଥାୟୀ ଧାନ ଓ ଗହମ ଚାଷ ପ୍ରଣାଳୀ ପ୍ରକଳ୍ପର ଅଦ୍ୟାବଧି କାର୍ଯ୍ୟକାରିତା ସ୍ଥିତି ସମ୍ପର୍କରେ ଉପସ୍ଥାପନ କରାଯାଇଥିଲା। ଏଥିସହିତ ପ୍ରକଳ୍ପର ନିର୍ଦ୍ଧାରିତ ଲକ୍ଷ୍ୟ ହାସଲ କରିବା ଏବଂ ପ୍ରକଳ୍ପର ସଫଳ ରୂପାୟନ ନିମନ୍ତେ ବିଭିନ୍ନ କାର୍ଯ୍ୟପନ୍ଥା/ ରଣନୀତି ଉପରେ ସମ୍ପୂର୍ଣ୍ଣ ଭାବରେ ଆଲୋଚନା କରାଯାଇଥିଲା।

ଏହି କର୍ମଶାଳାରେ ବିଭିନ୍ନ ସରକାରୀ ବିଭାଗର ନିର୍ଦ୍ଦେଶକ, ମୁଖ୍ୟ ବନ ସଂରକ୍ଷକ, ବନ୍ୟପ୍ରାଣୀ ଓ ଯୋଜନା ଅଧିକାରୀମାନେ ଉପସ୍ଥିତ ଥିଲେ। ଶ୍ରୀ ତାକାୟୁକି ହାଗିୱାରା, ମିଳିତ ଜାତିସଂଘର ଖାଦ୍ୟ ଓ କୃଷି ସଂଗଠନ ନେତୃତ୍ୱରେ ବିଶ୍ୱ ଖାଦ୍ୟ ଓ କୃଷି ସଂଗଠନର ଅନ୍ୟାନ୍ୟ ସଦସ୍ୟ ଉକ୍ତ କର୍ମଶାଳାରେ ଅଂଶଗ୍ରହଣ କରିଥିଲେ। ଗ୍ରୀନ- ଏଜି (ଜିଇଏଫ୍‌- ୬) ପ୍ରକଳ୍ପ, ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ଲ୍ୟାଣ୍ଡସ୍କେପର ୧୬୫୦ ଗୋଟି ଗ୍ରାମରେ କାର୍ଯ୍ୟକାରୀ ହୋଇଥିବା ବେଳେ ଏଫ୍‌ଓଏଲ୍ୟìଆର୍‌ (ଜିଇଏଫ୍‌-୭) ପ୍ରକଳ୍ପ ଗଞ୍ଜାମ ଓ କଳାହାଣ୍ଡି ଜିଲ୍ଲାର (ପ୍ରତି ଜିଲ୍ଲାର ୩ଟି ବ୍ଲକ୍‌)ରେ କାର୍ଯ୍ୟକାରୀ କରାଯିବ।

ଶ୍ରୀ ଶୁଭମ ସାକ୍ସେନା, ନିର୍ଦ୍ଦେଶକ, ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ଉନ୍ନୟନ ନିର୍ଦ୍ଦେଶାଳୟ କର୍ମଶାଳାକୁ ସ୍ୱାଗତ କରିଥିଲେ । ମିଳିତ ଜାତିସଂଘର ଖାଦ୍ୟ ଓ କୃଷି ସଂଗଠନ ଟିମ୍‌ ଓ ରାଜ୍ୟ ପ୍ରକଳ୍ପ ପରିଚାଳନା ୟୁନିଟ୍‌ (ଏସ୍‌ ପିଏମ୍‌ ୟୁ) ଓଡ଼ିଶାଙ୍କ ଦ୍ୱାରା ପ୍ରକଳ୍ପ ସଂକ୍ର୍ରାନ୍ତରେ ସବିଶେଷ ଉପସ୍ଥାପନା ଓ ଆଲୋଚନା କରାଯାଇଥିଲା।

ପ୍ରକଳ୍ପ ସଂକ୍ରାନ୍ତରେ ସବିଶେଷ ଉପସ୍ଥାପନା ପରେ ପ୍ରକଳ୍ପ କାର୍ଯ୍ୟକାରିତାରେ ଉନ୍ନତି ଆଣିବା ପାଇଁ ବିଭିନ୍ନ କାର୍ଯ୍ୟପନ୍ଥା/ରଣନୀତି ସମ୍ବନ୍ଧରେ ଆଲୋଚନା କରାଯାଇଥିଲା। ଡ. ଅରବିନ୍ଦ କୁମାର ପାଢ଼ୀଙ୍କ ମାର୍ଗଦର୍ଶନ ସହିତ କର୍ମଶାଳା ଶେଷ କରାଯାଇଥିଲା।

ଅରବିନ୍ଦ କୁମାର ପାଢ଼ୀ ଡ. ଅରବିନ୍ଦ କୁମାର ପାଢ଼ୀ
Share. Facebook Twitter LinkedIn Email WhatsApp Copy Link

Related Posts

“ହୁମାୟୁନ୍ କବୀରଙ୍କ ସହିତ ବିଜେପି ର ୧ ହଜାର କୋଟିର ଡିଲ୍”: ଗମ୍ଭୀର ଅଭିଯୋଗ ଆଣିଲା ଟିଏମସି

April 9, 2026

ଖୋର୍ଦ୍ଧାରେ ୪୦, ୮୧୧ କୋଟି ଟଙ୍କା ନିବେଶରେ ୩୬ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ଓ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

April 9, 2026

ସିଜିମାଳିରେ ପୋଲିସ୍ ଦମନ ଓ ନିଷେଧାଦେଶ ଜାରିକୁ ଚାରି ବାମ ଦଳର ତୀବ୍ର ନିନ୍ଦା

April 9, 2026

ପଶ୍ଚିମ ଏସିଆରେ ସାମ୍ପ୍ରତିକ ଘଟଣାକ୍ରମ ଉପରେ ଆନ୍ତଃମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀ

April 9, 2026
Latest News

“ହୁମାୟୁନ୍ କବୀରଙ୍କ ସହିତ ବିଜେପି ର ୧ ହଜାର କୋଟିର ଡିଲ୍”: ଗମ୍ଭୀର ଅଭିଯୋଗ ଆଣିଲା ଟିଏମସି

April 9, 2026

୧୫,୦୦୦ ଟନ୍ ଏଲପିଜି ନେଇ ମୁମ୍ବାଇରେ ପହଞ୍ଚିଲା ଭାରତୀୟ ଜାହାଜ “ଗ୍ରୀନ୍ ଆଶା”

April 9, 2026

IPL 2026: କାହା ପାଖରେ ଅରେଞ୍ଜ ଏବଂ ପର୍ପଲ କ୍ୟାପ୍?

April 9, 2026

ହରମୁଜ୍ ପ୍ରଣାଳୀ ଖୋଲା ଅଛି, କିନ୍ତୁ ଏବେ ବି ଟଳିନି ବିପଦ: ଜାହାଜ ପଥ ପରିବର୍ତ୍ତନ କଲା ଇରାନ୍

April 9, 2026

ମଧ୍ୟପ୍ରାଚ୍ୟରେ ପୁଣି ଉତ୍ତେଜନା: ଲେବାନନ ଉପରେ ଭୟଙ୍କର ଆକ୍ରମଣ

April 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.