Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ସ୍କୁଲ ରୂପାନ୍ତରଣର ୪ର୍ଥ ପର୍ଯ୍ୟାୟର ଦ୍ବିତୀୟ ଦିନରେ ୬ଟି ଜିଲ୍ଲାର ୩୨୭ଟି ସ୍କୁଲ ଲୋକାର୍ପିତ
ବିଶେଷ ଖବର

ସ୍କୁଲ ରୂପାନ୍ତରଣର ୪ର୍ଥ ପର୍ଯ୍ୟାୟର ଦ୍ବିତୀୟ ଦିନରେ ୬ଟି ଜିଲ୍ଲାର ୩୨୭ଟି ସ୍କୁଲ ଲୋକାର୍ପିତ

January 13, 2024No Comments4 Mins Read
Share Facebook Twitter LinkedIn Email WhatsApp Copy Link
ସ୍କୁଲ ରୂପାନ୍ତରଣର ୪ର୍ଥ ପର୍ଯ୍ୟାୟର ଦ୍ବିତୀୟ ଦିନରେ ୬ଟି ଜିଲ୍ଲାର ୩୨୭ଟି ସ୍କୁଲ ଲୋକାର୍ପିତ

ଭୁବନେଶ୍ବର: 5-T ସ୍କୁଲ ରୂପାନ୍ତରଣ ଅଭିଯାନର ଚତୁର୍ଥ ପର୍ଯ୍ୟାୟର ଦ୍ବିତୀୟ ଦିନରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ମାଲକାନଗିରି, ବାଲେଶ୍ବର, ଗଜପତି, ଢେଙ୍କାନାଳ, କେନ୍ଦୁଝର ଓ କଟକ ଆଦି ୬ଟି ଜିଲ୍ଲାର ୩୨୭ଟି ରୂପାନ୍ତରିତ ସ୍କୁଲକୁ ଲୋକାର୍ପିତ କରିଛନ୍ତି ।

ଏଥିରେ ମାଲକାନଗିରି ଜିଲ୍ଲାର ୩୫ଟି ହାଇସ୍କୁଲ, ବାଲେଶ୍ବରର ୭୬ଟି, ଗଜପତିର ୨୮ଟି, ଢେଙ୍କାନାଳର ୬୩ଟି, କେନ୍ଦୁଝରର ୪୫ଟି ଓ କଟକର ୮୦ଟି ହାଇସ୍କୁଲ ଅନ୍ତର୍ଭୁକ୍ତ।

ସୂଚନାଯୋଗ୍ୟ ଯେ ପୂର୍ବରୁ ତିନୋଟି ପର୍ଯ୍ୟାୟରେ ରାଜ୍ୟରେ ୬୮୮୩ଟି ସ୍କୁଲ ରୂପାନ୍ତରିତ ହୋଇଛି । ଚତୁର୍ଥ ପର୍ଯ୍ୟାୟରେ ସମୁଦାୟ ୧୭୯୪ଟି ରୂପାନ୍ତରିତ ହାଇସ୍କୁଲ ଲୋକାର୍ପିତ ହେବ। ଏହି ପର୍ଯ୍ୟାୟ ସଂପୂର୍ଣ୍ଣ ହେବା ପରେ ରାଜ୍ୟରେ ସମୁଦାୟ ୮୬୭୭ଟି ସ୍କୁଲ ରୂପାନ୍ତରିତ ହେବ।

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏହି ଅବସରରେ ସଂପୃକ୍ତ ଜିଲ୍ଲାର ବିଧାୟକ, ପଞ୍ଚାୟତ ପ୍ରତିନିଧି, ସ୍କୁଲ ପରିଚାଳନା କମିଟି, ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଭିଭାବକ ମାନଙ୍କୁ ଏହି କାର୍ଯ୍ୟକ୍ରମରେ ସହଯୋଗ ପାଇଁ ଧନ୍ୟବାଦ ଦେଇଥିଲେ।

ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ଏବେ ଓଡିଶାରେ ରୂପାନ୍ତରର ଯୁଗ ଚାଲିଛି। ଶିକ୍ଷା ହିଁ ଆମ ସମାଜର ସାମୁହିକ ଚିନ୍ତାଧାରକୁ ଉଚ୍ଚସ୍ତରକୁ ନେଇଥାଏ। ସ୍କୁଲ ରୂପାନ୍ତର ଓଡିଆ ଜାତିରେ ନୂଆ ଜାଗରଣ ର ମାର୍ଗ ପ୍ରଶସ୍ତ କରିଛି ବୋଲି ସେ କହିଥିଲେ।

ଆଗାମୀ ଦିନରେ ମୁଖ୍ୟ ଭୂମିକା ଗ୍ରହଣ କରିବ ବୋଲି ସେ କହିଥିଲେ।

ସ୍କୁଲ କଲେଜ ଠାରୁ ଆରମ୍ଭ କରି ହସ୍‌ପିଟାଲ, ପର୍ଯ୍ୟଟନ କ୍ଷେତ୍ର, ମଠ ମନ୍ଦିର, ପଞ୍ଚାୟତ, ଗାଁ ସବୁଠାରେ ରୂପାନ୍ତର କାର୍ଯ୍ୟ ଚାଲିଛି। ଏକ ନୂଆ ଓଡିଶା, ସଶକ୍ତ ଓଡିଶା ଗଠନ ପାଇଁ ଏହି ରୂପାନ୍ତର ରାସ୍ତା ପ୍ରସ୍ତୁତ କରୁଛି। ମୁଖ୍ୟମନ୍ତ୍ରୀ ଆହୁରି କହିଲେ ଯେ ଏସବୁ ରୂପାନ୍ତର କାର୍ଯ୍ୟକ୍ରମ ମଧ୍ୟରେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଓ ଶ୍ରେଷ୍ଠ ହେଉଛି ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମ। ସ୍କୁଲରୁ ହିଁ ଗୋଟିଏ ଜାତିର ଭବିଷ୍ୟତ ନିର୍ମାଣ ହୋଇଥାଏ।

ପିଲାମାନଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ 5-T ଉପକ୍ରମରେ ଏହି ରୂପାନ୍ତର କାର୍ଯ୍ୟକ୍ରମରେ ତୁମ ସ୍କୁଲରେ ସ୍ମାର୍ଟ କ୍ଲାସ ରୁମ୍‌, କମ୍ପ୍ୟୁଟର, ଅତ୍ୟାଧୁନିକ ଲାବୋରେଟେରୀର ବ୍ୟବସ୍ଥା କରାଯାଇଛି। ଏହା ହେଉଛି ଟେକ୍‌ନୋଲୋଜିର ପ୍ରୟୋଗ। ସେହିଭଳି ଟିମ୍‌ୱାର୍କ ଜରିଆରେ ସମସ୍ତେ ମିଳିମିଶି କାମ କରୁଛନ୍ତି।

ସମସ୍ତଙ୍କ ସହ ଆଲୋଚନା କରି ସବୁ କାମ ସ୍ବଚ୍ଛତାର ସହ କରାଯାଉଛି। ଏହିସବୁର ଉପଯୋଗରେ ତୁମ ସ୍କୁଲ ମାନଙ୍କରେ ଆସିଛି ରୂପାନ୍ତର। ଯାହାକୁ ତୁମେ ଏବେ ଦେଖୁଛ ଓ ଅନୁଭବ କରୁଛ।

ପିଲାମାନଙ୍କ ଭବିଷ୍ୟତ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ସରକାରୀ ସ୍କୁଲର ପିଲାମାନଙ୍କ ପାଇଁ ମେଡିକାଲ ଓ ଇଂଜିନିଅରିଂ କଲେଜରେ ୧୫ ପ୍ରତିଶତ ସ୍ଥାନ ସଂରକ୍ଷଣ କରାଯାଇଛି। ସରକାରୀ ସ୍କୁଲ ମାନଙ୍କରେ ପିଲାମାନଙ୍କ ଶିକ୍ଷାଦାନ କ୍ଷେତ୍ରରେ ବହୁ ଉନ୍ନତି ଆସିଛି।

ଏବେ ସରକାରୀ ସ୍କୁଲରେ ପାଠ ପଢିବା ପାଇଁ ପିଲା ଓ ଅଭିଭାବକ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହେଉଛି। ଏକ ଉଜ୍ଜଳ ଭବିଷ୍ୟତ ଗଠନ ପାଇଁ ଏବେ ସରକାରୀ ସ୍କୁଲ ଗୁଡିକ ଶ୍ରେଷ୍ଠ ମାଧ୍ୟମ ହୋଇଛି। ତେଣୁ ତୁମେମାନେ ଏହି ରୂପାନ୍ତରିତ ସ୍କୁଲର ସଠିକ ଉପଯୋଗ କରି ଭଲ ପାଠ ପଢି ଏକ ସୁନ୍ଦର ଭବିଷ୍ୟତ ଗଢିବା ପାଇଁ ମୁଖ୍ୟମନ୍ତ୍ରୀ ପିଲାମାନଙ୍କୁ ପରାମର୍ଶ ଦେଇଥିଲେ।

ମୁଖ୍ୟମନ୍ତ୍ରୀ ପିଲାମାନଙ୍କୁ ଆହ୍ବାନ ଦେଇ କହିଥିଲେ ଯେ ତୁମେମାନେ ତୁମ ଜୀବନରେ 5-T ନୀତିର ପ୍ରୟୋଗ କର। ଏହା ତୁମ ମାନଙ୍କ ପାଇଁ ସଫଳତା ଆଣିଦେବ। ତୁମେ ମାନେ ନୂଆ ନୂଆ ବୈଷୟିକ ଜ୍ଞାନକୌଶଳ ବିଷୟରେ ଜାଣିବାକୁ ଚେଷ୍ଟା କର। ମିଳିମିଶି କାମ କର। ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ କ୍ରୀଡା କ୍ଷେତ୍ରରେ ଟିମ୍‌ ୱାର୍କର ବିଶେଷ ଭୂମିକା ରହିଛି।

ସ୍ବଚ୍ଛତା ଓ ସାଧୁତା ହେଉଛି ମଣିଷ ଜୀବନର ଶ୍ରେଷ୍ଠ ଗୁଣ। ଜୀବନର ସବୁ କ୍ଷେତ୍ରରେ ସାଧୁତା ଅବଲମ୍ବନ କରିବାକୁ ଚେଷ୍ଟା କର। ସମୟ ହେଉଛି ତୁମ ମାନଙ୍କ ପାଇଁ ସବୁଠାରୁ ମୂଲ୍ୟବାନ। ସମୟକୁ ନଷ୍ଟ ନ କରି ତାର ଉପଯୋଗ କର। ଏହି ଚାରୋଟି ନୀତିକୁ ଅନୁସରଣ କଲେ ଜୀବନରେ ସଫଳତା ହାସଲ କରି ରୂପାନ୍ତର ଆସିବ।

କାର୍ଯ୍ୟକ୍ରମରେ ଯୋଗ ଦେଇ 5-T ତଥା ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ କାର୍ତ୍ତିକ. ପାଣ୍ଡିଆନ କହିଲେ ଯେ 5-T ସ୍କୁଲ ରୂପାନ୍ତର ଆଜି ପିଲାଙ୍କ ମଧ୍ୟରେ ଭଲ ପାଠ ପଢି ବଡ ହେବାର ସ୍ବପ୍ନକୁ ଜାଗ୍ରତ କରିପାରିଛି। ସରକାରୀ ସ୍କୁଲରେ ପାଠ ପଢି ବହୁତ ପିଲା ବଡ଼ ମଣିଷ ହୋଇଛନ୍ତି। ତୁମ ମାନଙ୍କ ସ୍ବପ୍ନ ମଧ୍ୟ ନିଶ୍ଚୟ ପୂରଣ ହେବ।

ଏହି ଅବସରରେ 5-T ସ୍କୁଲ ରୂପାନ୍ତର ସଂପର୍କରେ ବିଭିନ୍ନ ସ୍ଥାନରେ ଛାତ୍ରଛାତ୍ରୀମାନେ ସେମାନଙ୍କର ଅଭିଜ୍ଞତା ବର୍ଣ୍ଣନା କରିଥିଲେ। ମାଲକାନଗିରିର ଦଶମ ଶ୍ରେଣୀର ଛାତ୍ରୀ ସୁକାନ୍ତି ଖରା, ବାଲେଶ୍ବରର ଦଶମ ଶ୍ରେଣୀ ଛାତ୍ରୀ ପ୍ରିୟଙ୍କା ପ୍ରଧାନ, ଗଜପତିର ଦଶମ ଶ୍ରେଣୀ ଛାତ୍ରୀ ମନୀଷା ପାଲ, ଢେଙ୍କାନାଳର ନବମ ଶ୍ରେଣୀ ଛାତ୍ରୀ ସ୍ବାତୀ ମହାପାତ୍ର, କେନ୍ଦୁଝରର ନବମ ଶ୍ରେଣୀ ଛାତ୍ରୀ ସୁଦୀପ୍ତା ନନ୍ଦ ଏବଂ କଟକର ଦଶମ ଶ୍ରେଣୀ ଛାତ୍ରୀ ଅଙ୍କିତା ପ୍ରିୟଦର୍ଶିନୀ ପ୍ରମୁଖ ସେମାନଙ୍କ ମତାମତ ଦେଇ କହିଲେ ଯେ ସ୍କୁଲ ରୂପାନ୍ତର ଯୋଗୁ ଆଜି ଆମ ସ୍କୁଲର କାନ୍ଥ କଥା କହୁଛି। ସ୍ମାର୍ଟ୍ ବୋର୍ଡ଼ ଜରିଆରେ ପାଠ ପଢା ଏବେ ଖୁବ୍ ଆକର୍ଷଣୀୟ ହୋଇ ପାରିଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ଆମ ସରକାରୀ ସ୍କୁଲକୁ ପ୍ରାଇଭେଟ ସ୍କୁଲ ସହିତ ସମକକ୍ଷ କରି ଆମର ସ୍ବପ୍ନକୁ ସାକାର କରିଛନ୍ତି । 5-T ଉପକ୍ରମରେ ଆମ ବିଦ୍ୟାଳୟର ପରିବେଶ ଓ ଶିକ୍ଷା ବ୍ୟବସ୍ଥା ସଂପୂର୍ଣ୍ଣ ଭାବେ ବଦଳି ଯାଇଛି ବୋଲି ସେମାନେ କହିଥିଲେ ।

ପାଇଲଟ୍, ଡାକ୍ତର, ଆଇ.ଏ.ଏସ, ଆଇ. ପି. ଏସ, ଆର୍ମି ଅଫିସର ହେବାକୁ ପିଲାମାନଙ୍କ ଲକ୍ଷ୍ୟ । ପିଲାମାନେ ସମସ୍ତେ ସେମାନଙ୍କ ଲକ୍ଷ୍ୟ ପୁରଣ ରେ ସଫଳ ହେବେ ବୋଲି ଆତ୍ମବିଶ୍ବାସ ସହ ପ୍ରକାଶ କରିଥିଲେ ।

କାର୍ଯ୍ୟକ୍ରମରେ ମାଲକାନଗିରିରେ ନବରଙ୍ଗପୁର ସାଂସଦ ଶ୍ରୀ ରମେଶ ଚନ୍ଦ୍ର ମାଝୀ, ବାଲେଶ୍ବରରେ ବିଧାୟକ ଶ୍ରୀ ସ୍ବରୂପ କୁମାର ଦାସ, ଗଜପତିରେ ବ୍ରହ୍ମପୁର ସାଂସଦ ଶ୍ରୀ ଚନ୍ଦ୍ରଶେଖର ସାହୁ, ଢେଙ୍କାନାଳରେ ମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ, କେନ୍ଦୁଝରରେ ବିଧାୟକ ଶ୍ରୀ ଜଗନ୍ନାଥ ନାୟକ ଏବଂ କଟକରେ ବିଧାୟକ ଶ୍ରୀ ଚନ୍ଦ୍ରସାରଥୀ ବେହେରା ପ୍ରମୁଖ ଯୋଗ ଦେଇ ଶିକ୍ଷା କ୍ଷେତ୍ରରେ ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୃଢ ନେତୃତ୍ବରେ ଉଚ୍ଚ ପ୍ରଶଂସା କରି କହିଥିଲେ ଏଥି ପାଇଁ ଅଭିଭାବକ ଓ ପିଲା ମାନଙ୍କ ମଧ୍ୟରେ ସରକାରୀ ସ୍କୁଲ ପ୍ରତି ଆଗ୍ରହ ଫେରି ଆସିଛି । ବେସରକାରୀ ସ୍କୁଲରୁ ପିଲାମାନେ ଏବେ ସରକାରୀ ସ୍କୁଲ ମୁହାଁ ହେଲେଣି ବୋଲି ସେମାନେ ମତ ଦେଇଥିଲେ।

ଏହି ଅବସରରେ କଟକ ଜିଲ୍ଲା କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତ ମନ୍ତ୍ରୀ, ସାଂସଦ ଓ ବିଧାୟକ ମାନେ ସେମାନଙ୍କ ମତାମତ ଦେଇଥିଲେ। ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ, ସାଂସଦ ଡ ଅଚ୍ୟୁତ ସାମନ୍ତ, ସାଂସଦ ଡ ରାଜଶ୍ରୀ ମଲ୍ଲିକ, ବିଧାୟକ ଶ୍ରୀ ଦେବୀ ପ୍ରସାଦ ମିଶ୍ର, ବିଧାୟକ ଡ ପ୍ରମୋଦ ମଲ୍ଲିକ, ବିଧାୟକ ଶ୍ରୀ ସୋଭିକ ବିଶ୍ଵାଳ ପ୍ରମୁଖ ସ୍କୁଲ ରୂପାନ୍ତର ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଓ 5T ଅଧ୍ୟକ୍ଷଙ୍କ ଉଚ୍ଚ ପ୍ରଶଂସା କରିଥିଲେ।

ଏହି କାର୍ଯ୍ୟକ୍ରମରେ ସ୍କୁଲ ଓ ଗଣଶିକ୍ଷା ବିଭାଗର କମିଶନର ତଥା ସଚିବ ଅଶ୍ବଥୀ ଏସ୍‌ ସ୍ବାଗତ ଭାଷଣ ଦେଇଥିଲେ ଏବଂ ଓସେପାର ସ୍ବତନ୍ତ୍ର ପ୍ରୋଜେକ୍ଟ ଡାଇରେକ୍ଟର ଧନ୍ୟବାଦ ଅର୍ପଣ କରିଥିଲେ । ଉନ୍ନୟନ କମିଶନର, ବିଭିନ୍ନ ବିଭାଗର ପ୍ରମୁଖ ସଚିବ, ସଚିବ ଓ ଅନ୍ୟ ପଦାଧିକାରୀମାନେ ଉପସ୍ଥିତ ଥିଲେ।

vkpandian ସ୍କୁଲ ରୂପାନ୍ତରଣ
Share. Facebook Twitter LinkedIn Email WhatsApp Copy Link

Related Posts

ପିସି, ପିଏନଡିଟି ଜିଲ୍ଲାସ୍ତରୀୟ ପରାମର୍ଶଦାତା ମଣ୍ଡଳୀ ବୈଠକ

December 19, 2025

ଓଡିଶା ଖାଦ୍ୟ ମହୋତ୍ସବ: ଭୁବନେଶ୍ବରରେ ପ୍ରଦର୍ଶିତ ହେବ ବିଭିନ୍ନ ଜିଲ୍ଲାର ପ୍ରସିଦ୍ଧ ଖାଦ୍ୟ ପଦାର୍ଥ

December 19, 2025

କଂଗ୍ରେସ ତରଫରୁ ଭୁବନେଶ୍ବରରେ କରାଗଲା ମଶାଲ ଶୋଭାଯାତ୍ରା, ଜାଣନ୍ତୁ କାରଣ

December 19, 2025

ସରକାରୀ କାର୍ଯ୍ୟରେ ଏଆଇ ବ୍ୟବହାର ନେଇ ରାଜ୍ୟ ସରକାର ଆଗ୍ରହୀ: ମନ୍ତ୍ରୀ ଡଃ ମହାଲିଙ୍ଗ

December 19, 2025
Latest News

ପଞ୍ଚମ ଟି-୨୦ରେ ହାର୍ଦ୍ଦିକ-ତିଲକଙ୍କ ବିସ୍ଫୋରଣ: ଦକ୍ଷିଣ ଆଫ୍ରିକାକୁ ହରାଇ ୩-୧ ରେ ସିରିଜ ଜିତିଲା ଭାରତ

December 19, 2025

ପିସି, ପିଏନଡିଟି ଜିଲ୍ଲାସ୍ତରୀୟ ପରାମର୍ଶଦାତା ମଣ୍ଡଳୀ ବୈଠକ

December 19, 2025

ଓଡିଶା ଖାଦ୍ୟ ମହୋତ୍ସବ: ଭୁବନେଶ୍ବରରେ ପ୍ରଦର୍ଶିତ ହେବ ବିଭିନ୍ନ ଜିଲ୍ଲାର ପ୍ରସିଦ୍ଧ ଖାଦ୍ୟ ପଦାର୍ଥ

December 19, 2025

ଆଦିବାସୀ ବିକାଶକୁ ତ୍ୱରାନ୍ୱିତ କରିବାକୁ ଜୁଏଲ୍ ଓରାମଙ୍କ ନେତୃତ୍ୱରେ ଆଦିବାସୀ ସାଂସଦମାନଙ୍କ ଏକତା

December 19, 2025

‘ବନ୍ଦର ସୁରକ୍ଷା ବ୍ୟୁରୋ’ ଗଠନ ସମ୍ପର୍କରେ ଅମିତ ଶାହଙ୍କ ସମୀକ୍ଷା ବୈଠକ

December 19, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.