Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ପାଣି ପଂଚାୟତ ରଥ ପରିକ୍ରମାର ଶୁଭାରମ୍ଭ କଲେ ମନ୍ତ୍ରୀ ଓ ବିଧାୟକ
ବିଶେଷ ଖବର

ପାଣି ପଂଚାୟତ ରଥ ପରିକ୍ରମାର ଶୁଭାରମ୍ଭ କଲେ ମନ୍ତ୍ରୀ ଓ ବିଧାୟକ

January 17, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ପାଣି ପଂଚାୟତ ରଥ ପରିକ୍ରମାର ଶୁଭାରମ୍ଭ କଲେ ମନ୍ତ୍ରୀ ଓ ବିଧାୟକ

ଭୁବନେଶ୍ବର: ଜଳ ପରିଚାଳନାରେ ଉପଯୁକ୍ତ ତଦାରଖ , ଭାଗିଦାରୀ ଜଳସେଚନ ଓ ତୃଣମୂଳ ସ୍ତରରେ ଗୁଣାତ୍ମକଜଳ ପରିଚାଳନା ଏବଂ ସମାନତାକୁ  ସୁନିଶ୍ଚିତ କରିବା ଲକ୍ଷ୍ୟରେ  ପାଣି ପଞ୍ଚାୟତର ଗୁରୁତ୍ୱକୁ ସ୍ୱୀକାର କରିବା ଉଦ୍ଦେଶ୍ୟରେ  ଚଳିତ ବର୍ଷ ଜାନୁଆରୀ ୧୬ରୁ ୩୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପାଣି ପଞ୍ଚାୟତ ପକ୍ଷ-୨୦୨୪ ପାଳନ କରାଯାଉଛି। ଏହି ପରିପ୍ରେକ୍ଷୀରେ ଆଜିଠାରୁ ରାଜ୍ୟରେ ଥିବା  ୧୧୭ଟି ଜଳସେଚନ ଡିଭିଜନସ୍ତରରେ ପାଣି ପଂଚାୟତ ପକ୍ଷ ପାଳନର ଶୁଭାରମ୍ଭ କରାଯାଇଛି।

ଆଜି ଆରମ୍ଭ ହୋଇଥିବାଡିଭିଜନସ୍ତରୀୟ ପାଣିପଂଚାୟତ ପକ୍ଷ ପାଳନ ଅବସରରେ ବିଭିନ୍ନ ଜିଲ୍ଲାରେ ଏବଂ ଡିଭିଜନରେ ମାନ୍ୟବର ମନ୍ତ୍ରୀ, ସାଂସଦ, ବିଧାୟକ, ଜିଲ୍ଲାପାଳ ଏବଂ ନିର୍ବାଚିତ ଜନପ୍ରତିନିଧିମାନେ ସ୍ଥାନୀୟ  କୃଷକ ପ୍ରତିନିଧି, ପାଣି ପଂଚାୟତ ସଦସ୍ୟ, ସଦସ୍ୟା, ମାନ୍ୟଗଣ୍ୟ ବ୍ୟକ୍ତି, କୃଷି ଉତ୍ପାଦକ ସଂଘର ପ୍ରତିନିଧି, ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟାମାନେ ଉପସ୍ଥିତ ରହି ପାଣି ପଂଚାୟତ ରଥକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।

ଏହି ପରିପ୍ରେକ୍ଷୀରେ ଡିଭିଜନସ୍ତରରେ ଆୟୋଜିତ  ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗମାନଙ୍କୁ ପୁରସ୍କାର ଓ ପ୍ରମାଣପତ୍ର ବଣ୍ଟନ କରାଯାଇଥିଲା।

ଏହି ଅବସରରେ ରାଜ୍ୟ ଜଳସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ବଲାଙ୍ଗୀର ଜିଲ୍ଲାରେ ପାଣି ପଞ୍ଚାୟତ ରଥକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ମାନ୍ୟବର ଦକ୍ଷତା ବିକାଶ ଓ  ବୈଷୟିକ ଶିକ୍ଷା ଏବଂ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ପ୍ରୀତି ରଞ୍ଜନ ଘଡେଇଯାଜପୁରରେ,  ନିମାପଡ଼ାରେ ଆଇଟି, କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା;ମାନ୍ୟବର ମନ୍ତ୍ରୀ, ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ମନ୍ତ୍ରୀଶ୍ରୀ ସାରଦା ପ୍ରସାଦ ନାୟକ, ରାଉରକେଲା ଠାରେ,  ମାନ୍ୟବର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ସୂଚନା ଓ ଲୋକ ସଂପର୍କ ମନ୍ତ୍ରୀ ଶ୍ରୀ ପ୍ରଦୀପ କୁମାର ଅମାତ ବୌଦ୍ଧ ଠାରେପାଣି ପଂଚାୟତ ରଥକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।

ସେହିପରି ବ୍ରହ୍ମପୁରରେ  ସାଂସଦ ଚନ୍ଦ୍ରଶେଖର ସାହୁ ଏହି ଉପଲକ୍ଷେ ଅନୁଷ୍ଠିତ           ପ୍ରତିଯୋଗିତାର ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ। ବିଭିନ୍ନ ଡିଭିଜନରେ ସମ୍ପୃକ୍ତ           ମାନ୍ୟବର ବିଧାୟକମାନେ ମଧ୍ୟ ନିଜ ନିଜ ଜିଲ୍ଲା ତଥା ଡିଭିଜନସ୍ତରରେ ପାଣି ପଂଚାୟତ ରଥକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।

ବ୍ରଜରାଜନଗର, ନିମାପଡା, ସୁନ୍ଦରଗଡ, ନବରଙ୍ଗପୁର, ଧର୍ମଗଡ, ଉମରକୋଟ, ଲକ୍ଷ୍ମୀପୁର,ଜୟପୁର ଆଦି ଡିଭିଜନରେ ସମ୍ପୃକ୍ତ ବିଧାୟକମାନେ ପାଣି ପଂଚାୟତ ରଥ ଯାତ୍ରାର ଶୁଭାରମ୍ଭ କରିଥିଲେ। ନୟାଗଡ, ଢେଙ୍କାନାଳ, ନୂଆପଡା, ମୟୂରଭଂଜ,ବାଲେଶ୍ୱର, ଅନୁଗୋଳ, କୋରାପୁଟ, ଯାଜପୁର, ଜଗତସିଂହପୁର,ବୌଦ୍ଧ,ସୁବର୍ଣ୍ଣପୁର, ନବରଙ୍ଗପୁର,  ଆଦି ବିଭିନ୍ନଜିଲ୍ଲାରେ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନେ ପାଣି ପଂଚାୟତ ରଥ ପରିକ୍ରମା କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

ଅନ୍ୟ  ବିଭିନ୍ନ ଜିଲ୍ଲାରେ  ଜିଲ୍ଲାପାଳମାନେ ମଧ୍ୟ ପତାକା ଦେଖାଇ ପାଣି ପଂଚାୟତ  ରଥ ପରିକ୍ରମା ଯାତ୍ରାର ଶୁଭାରମ୍ଭ କରିଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

ହରମୁଜରେ ଚାଲିଥିବା ଉତ୍ତେଜନା ମଧ୍ୟରେ ରୁଷ ସହିତ ଭାରତ ନେଲା ପଦକ୍ଷେପ!: ଶେଷ ହେବ ତୈଳ ବିବାଦ 

April 21, 2026

ଇସ୍ପାତ ସହର ରାଉରକେଲାରେ ମହାମହିମ

April 21, 2026

ଜଳିବ ପଶ୍ଚିମ ଓଡ଼ିଶା

April 21, 2026

‘ଭାରତୀୟ ନାବିକଙ୍କ ସୁରକ୍ଷା ସର୍ବୋଚ୍ଚ ପ୍ରାଥମିକତା’: ଭାରତ ସରକାର

April 21, 2026
Latest News

ହରମୁଜରେ ଚାଲିଥିବା ଉତ୍ତେଜନା ମଧ୍ୟରେ ରୁଷ ସହିତ ଭାରତ ନେଲା ପଦକ୍ଷେପ!: ଶେଷ ହେବ ତୈଳ ବିବାଦ 

April 21, 2026

ଇସ୍ପାତ ସହର ରାଉରକେଲାରେ ମହାମହିମ

April 21, 2026

ଆଜି ପ୍ରଧାନମନ୍ତ୍ରୀଙ୍କ ରାଜସ୍ଥାନ ଗସ୍ତ

April 21, 2026

ଜଳିବ ପଶ୍ଚିମ ଓଡ଼ିଶା

April 21, 2026

ତିନି ମାସ ମଧ୍ୟରେ ୧୮,୨୬୨ଟି ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ୍ ଟ୍ରିପ 

April 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.