Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’କୁ କଂଗ୍ରେସ ବିରୋଧ କରୁଛି: ଖଡଗେ
ବିଶେଷ ଖବର

‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’କୁ କଂଗ୍ରେସ ବିରୋଧ କରୁଛି: ଖଡଗେ

January 21, 2024No Comments3 Mins Read
Share Facebook Twitter LinkedIn Email WhatsApp Copy Link
ପେପର୍ ଲିକ୍ ପ୍ରସଙ୍ଗ: ମୋଦି ସରକାରଙ୍କ ସମ୍ମୁଖରେ ଏହି ସର୍ତ୍ତ ରଖିଲା କଂଗ୍ରେସ
ପେପର୍ ଲିକ୍ ପ୍ରସଙ୍ଗ: ମୋଦି ସରକାରଙ୍କ ସମ୍ମୁଖରେ ଏହି ସର୍ତ୍ତ ରଖିଲା କଂଗ୍ରେସ

ନୂଆଦିଲ୍ଲୀ: ଗୋଟିଏ ଦେଶ, ଗୋଟିଏ ନିର୍ବାଚନ ନେଇ ଗଠିତ ଉଚ୍ଚସ୍ତରୀୟ କମିଟିର ସମ୍ପାଦକଙ୍କୁ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଚିଠି ଲେଖିଛନ୍ତି। ଏଥିରେ ସେ କହିଛନ୍ତି ଯେ କଂଗ୍ରେସ ଦେଶରେ ଏକାସାଙ୍ଗରେ ନିର୍ବାଚନ କରିବାକୁ ବିରୋଧ କରୁଛି। ଖଡଗେ କହିଛନ୍ତି ଯେ ଯେଉଁ ଦେଶରେ ସଂସଦୀୟ ଶାସନ ବ୍ୟବସ୍ଥା ଗ୍ରହଣ କରାଯାଇଛି, ସେଠାରେ ଏକକାଳୀନ ନିର୍ବାଚନ ପାଇଁ କୌଣସି ସ୍ଥାନ ନାହିଁ। ଏହା ସମ୍ବିଧାନର ମୌଳିକ ଢାଞ୍ଚା ବିରୁଦ୍ଧରେ। ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେଲେ ସମ୍ବିଧାନର ମୌଳିକ ଢାଞ୍ଚାରେ ପରିବର୍ତ୍ତନ ଆଣିବାକୁ ପଡ଼ିବ।

ବାସ୍ତବରେ ଦେଶରେ ଏକାସାଙ୍ଗରେ ନିର୍ବାଚନ କରିବା ପାଇଁ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନେତୃତ୍ୱରେ ଏକ କମିଟି ଗଠନ କରାଯାଇଛି। ଏଥିରେ ୮ ଜଣ ସଦସ୍ୟ ଅଛନ୍ତି। ୧୮ ଅକ୍ଟୋବର ୨୦୨୩ରେ କମିଟି ଏହି ମାମଲାରେ କଂଗ୍ରେସଠାରୁ ପରାମର୍ଶ ମାଗିଥିଲା। ଜାନୁଆରୀ ୧୭ତାରିଖରେ ଖଡଗେ କମିଟି ସମ୍ପାଦକ ନୀତିନ ଚନ୍ଦ୍ରାଙ୍କୁ ୪ ପୃଷ୍ଠାର ଏକ ଚିଠି ଲେଖି ଜବାବ ଦେଇଛନ୍ତି। ଏଥିରେ ୧୭ ପଏଣ୍ଟ ରହିଛି। ଗଣତନ୍ତ୍ର ବଜାୟ ରଖିବାକୁ ହେଲେ ଏକାସାଙ୍ଗରେ ନିର୍ବାଚନ କରାଇବା ଓ ହାଇପାୱାର କମିଟିକୁ ଭଙ୍ଗ କରିବା ଜରୁରୀ ବୋଲି କଂଗ୍ରେସ କହିଛି।

ଖଡଗେଙ୍କ ଚିଠିର ୬ଟି ଗୁରୁତ୍ୱପୂର୍ଣ୍ଣ କଥା

ଗୋଟିଏ ଦେଶ, ଗୋଟିଏ ନିର୍ବାଚନକୁ ନେଇ ଗଠିତ ଉଚ୍ଚସ୍ତରୀୟ କମିଟି ପକ୍ଷପାତିତା କରୁଛି। କାରଣ ବିରୋଧୀ ଦଳର କୌଣସି ପ୍ରତିନିଧି ନାହାନ୍ତି।

ଏକାସାଙ୍ଗରେ ନିର୍ବାଚନ ପାଇଁ ସରକାର ନିଜର ମତ ପ୍ରକାଶ କରିସାରିଛନ୍ତି। ସେମାନେ ଦେଶରେ ଏଭଳି ନିର୍ବାଚନ କରିବାକୁ ଚାହୁଁଛନ୍ତି। ଏଭଳି ସ୍ଥିତିରେ ଏହାକୁ ନେଇ କମିଟି ଗଠନ କରିବା କେବଳ ଏକ ପ୍ରଦର୍ଶନ।

ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଏହି କମିଟି ଗଠନ କରାଯାଇଛି। ୨୦୧୮ରେ ସେ ସଂସଦରେ କହିଥିଲେ ଯେ ବାରମ୍ବାର ନିର୍ବାଚନ ବିକାଶ କାର୍ଯ୍ୟକୁ ବନ୍ଦ କରିଦେଇଥାଏ। କଂଗ୍ରେସ କହିବାକୁ ଚାହୁଁଛି ଯେ ପ୍ରଧାନମନ୍ତ୍ରୀ ମୋଦି କାମ କରିବା ପରିବର୍ତ୍ତେ ନିର୍ବାଚନ ରଖୁଥିବାରୁ ବିକାଶ ହୋଇପାରୁନାହିଁ।

ଏକାସାଙ୍ଗରେ ନିର୍ବାଚନ ହେଲେ ଖର୍ଚ୍ଚ ବଞ୍ଚିବ ବୋଲି କମିଟି ଯୁକ୍ତି ବାଢ଼ିଛି। ଏହା ସମ୍ପୂର୍ଣ୍ଣ ଭିତ୍ତିହୀନ। ୨୦୧୪ ଲୋକସଭା ନିର୍ବାଚନରେ ୩୮୭୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା, ଯାହା କି ଯଥେଷ୍ଟ ବୋଲି କମିଟି ଦାବି କରିଛି। ଅପରପକ୍ଷରେ ୨୦୧୬ରୁ ୨୦୨୨ ମଧ୍ୟରେ ବିଜେପିକୁ ୧୦,୧୨୨ କୋଟି ଟଙ୍କା ଦାନ ମିଳିଥିବାବେଳେ ସେଥିମଧ୍ୟରୁ ୫,୨୭୧.୯୭ କୋଟି ଟଙ୍କା ବେନାମୀ ବଣ୍ଡ ଥିଲା। ଯଦି କମିଟି ଓ ସରକାର ପ୍ରକୃତରେ ନିର୍ବାଚନ ଖର୍ଚ୍ଚକୁ ନେଇ ଗମ୍ଭୀର, ତେବେ ଇଲେକ୍ଟୋରାଲ ବଣ୍ଡ ପ୍ରକ୍ରିୟାକୁ ସ୍ୱଚ୍ଛ କରନ୍ତୁ।

ଆଚରଣ ବିଧି ଉନ୍ନୟନ ମୂଳକ କାର୍ଯ୍ୟକୁ ପ୍ରଭାବିତ କରୁଛି ବୋଲି ଯେଉଁ ଯୁକ୍ତି କରାଯାଉଛି ତାହା ମଧ୍ୟ ଭିତ୍ତିହୀନ। ନିର୍ବାଚନ ସମୟରେ ବିଦ୍ୟମାନ ଯୋଜନା ଓ ପ୍ରକଳ୍ପ ଜାରି ରହିଛି।
ଏକକାଳୀନ ନିର୍ବାଚନ କରାଇବା ପାଇଁ ଅନେକ ବିଧାନସଭା ଭଙ୍ଗ କରିବାକୁ ପଡ଼ିବ, ଯାହା ଏବେବି ସେମାନଙ୍କ କାର୍ଯ୍ୟକାଳର ଅଧା (ବା ତା’ଠାରୁ କମ୍) ଅଟେ। ସେହି ସବୁ ରାଜ୍ୟର ଭୋଟରଙ୍କ ପାଇଁ ଏହା ଏକ ଠକେଇ ହେବ।

ସେପ୍ଟେମ୍ବର ୨୦୨୩ରେ ସରକାର ଏହି କମିଟି ଗଠନ କରିଥିଲେ

ସେପ୍ଟେମ୍ବର ୨ତାରିଖରେ କେନ୍ଦ୍ର ସରକାର ଏହି କମିଟି ଗଠନ କରିଥିଲେ। କମିଟିର ପ୍ରଥମ ବୈଠକ ସେପ୍ଟେମ୍ବର ୨୩ରେ ଦିଲ୍ଲୀର ଯୋଧପୁର ଅଫିସର୍ସ ହଷ୍ଟେଲରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଗୃହମନ୍ତ୍ରୀ ଅମିତ ଶାହା ଏବଂ ପୂର୍ବତନ ସାଂସଦ ଗୁଲାମ ନବୀ ଆଜାଦଙ୍କ ସମେତ ୮ ଜଣ ସଦସ୍ୟ ଥିଲେ।

କମିଟି ଏହାର ପ୍ରଥମ ବୈଠକରେ ଏହି ପ୍ରସଙ୍ଗରେ ଦେଶର ରାଜନୈତିକ ଦଳଗୁଡ଼ିକର ମତାମତ ନେବାକୁ ନିଷ୍ପତ୍ତି ନେଇଛି। ଏଥିପାଇଁ କମିଟି ଦେଶର ୪୬ଟି ରାଜନୈତିକ ଦଳକୁ ଚିଠି ଲେଖି ସେମାନଙ୍କ ମତାମତ ଲୋଡ଼ିଛି। ଏଥିରେ ୬ଟି ଜାତୀୟ ଦଳ, ୩୩ଟି ରାଜ୍ୟ ଦଳ ଓ ୭ଟି ଅଣସ୍ୱୀକୃତିପ୍ରାପ୍ତ ଦଳ ରହିଛି।

ଗୋଟିଏ ଦେଶ ଗୋଟିଏ ନିର୍ବାଚନ କ’ଣ?

ବର୍ତମାନ ଦେଶରେ ବିଭିନ୍ନ ସମୟରେ ରାଜ୍ୟ ବିଧାନସଭା ନିର୍ବାଚନ ଓ ଲୋକସଭା ନିର୍ବାଚନ ଅନୁଷ୍ଠିତ ହୋଇଥାଏ। ୱାନ୍ ନେସନ୍ ଓ୍ଵାନ୍ ଇଲେକ୍ସନ୍ ଅର୍ଥ ସମଗ୍ର ଦେଶରେ ଲୋକସଭା ଓ ବିଧାନସଭା ନିର୍ବାଚନ ଏକାସାଙ୍ଗରେ ହେବା। ଅର୍ଥାତ୍ ଲୋକସଭା ଓ ବିଧାନସଭାର ସଦସ୍ୟ ଚୟନ ପାଇଁ ଭୋଟରମାନେ ଗୋଟିଏ ଦିନ, ସଙ୍ଗେ ସଙ୍ଗେ କିମ୍ବା ପର୍ଯ୍ୟାୟକ୍ରମେ ଭୋଟ ଦେବେ।

ସ୍ୱାଧୀନତା ପରେ ୧୯୫୨, ୧୯୫୭, ୧୯୬୨ ଓ ୧୯୬୭ରେ ଏକାସାଙ୍ଗରେ ଲୋକସଭା ଓ ବିଧାନସଭା ନିର୍ବାଚନ ହୋଇଥିଲା, କିନ୍ତୁ ୧୯୬୮ ଓ ୧୯୬୯ରେ ଅନେକ ବିଧାନସଭା ଅକାଳ ଭଙ୍ଗ ହୋଇଯାଇଥିଲା। ଏହାପରେ ୧୯୭୦ରେ ଲୋକସଭା ମଧ୍ୟ ଭଙ୍ଗ ହୋଇଥିଲା। ଏହି କାରଣରୁ ଗୋଟିଏ ଦେଶ-ଗୋଟିଏ ନିର୍ବାଚନର ପରମ୍ପରା ଭାଙ୍ଗି ଯାଇଥିଲା।

Congress election 2024 mallikarjun khadage one nation one election
Share. Facebook Twitter LinkedIn Email WhatsApp Copy Link

Related Posts

ବନ୍ୟା ମୁକାବିଲା ନିମନ୍ତେ କେନ୍ଦ୍ରର ୨,୧୧୭ କୋଟି ଟଙ୍କା ସହାୟତା, ଓଡ଼ିଶା ପାଇଁ ୫୦୦ କୋଟି

August 1, 2026

ମହାନଦୀ ଜଳ ବିବାଦ, ଆସନ୍ତା ଦୀପାବଳୀ ବେଳକୁ ଶୁଭ ଖବର ମିଳିବ ବୋଲି କହିଲେ ମୁଖ୍ୟମନ୍ତ୍ରୀ

August 1, 2026

ମୁଖ୍ୟମନ୍ତ୍ରୀଙ୍କ ବନ୍ୟାଞ୍ଚଳ ପରିଦର୍ଶନ, ୫ଟି ଜିଲ୍ଲାର ୧୨ରୁ ଅଧିକ ବ୍ଲକରେ ବନ୍ୟାସ୍ଥିତି ଅନୁଧ୍ୟାନ

August 1, 2026

ହକି ଦଳର ନୂତନ ଜର୍ସି ବିବାଦ ମାମଲା: ପ୍ରତିକ୍ରିୟା ଦେଲେ ମେଜର ଧ୍ୟାନଚାନ୍ଦଙ୍କ ପୁଅ

August 1, 2026
Latest News

ବନ୍ୟା ମୁକାବିଲା ନିମନ୍ତେ କେନ୍ଦ୍ରର ୨,୧୧୭ କୋଟି ଟଙ୍କା ସହାୟତା, ଓଡ଼ିଶା ପାଇଁ ୫୦୦ କୋଟି

August 1, 2026

ଯୁବତୀ ଅପହରଣ ମାମଲାରେ ୩ ଯୁବକଙ୍କୁ ନିର୍ଦ୍ଧୁମ ମାଡ଼, ପୋଲିସ ଭୂମିକାକୁ ନେଇ ପ୍ରଶ୍ନ

August 1, 2026

ମହାନଦୀ ଜଳ ବିବାଦ, ଆସନ୍ତା ଦୀପାବଳୀ ବେଳକୁ ଶୁଭ ଖବର ମିଳିବ ବୋଲି କହିଲେ ମୁଖ୍ୟମନ୍ତ୍ରୀ

August 1, 2026

ଖୋର୍ଦ୍ଧା ଜିଲ୍ଲାର A1 ଗ୍ରେଡ୍ ପ୍ରାପ୍ତ କୃତୀ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା କଲେ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ

August 1, 2026

ମୁଖ୍ୟମନ୍ତ୍ରୀଙ୍କ ବନ୍ୟାଞ୍ଚଳ ପରିଦର୍ଶନ, ୫ଟି ଜିଲ୍ଲାର ୧୨ରୁ ଅଧିକ ବ୍ଲକରେ ବନ୍ୟାସ୍ଥିତି ଅନୁଧ୍ୟାନ

August 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.