Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଶ୍ରୀରାମ ଜନ୍ମଭୂମି ମନ୍ଦିର ଭାରତର ଭକ୍ତି ଓ ଏକତାର ଏକ ପ୍ରତୀକ
ବିଶେଷ ଖବର

ଶ୍ରୀରାମ ଜନ୍ମଭୂମି ମନ୍ଦିର ଭାରତର ଭକ୍ତି ଓ ଏକତାର ଏକ ପ୍ରତୀକ

January 21, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: କାଶ୍ମୀରର ବରଫାବୃତ ଗିରିଶୃଙ୍ଗରୁ କନ୍ୟାକୁମାରୀର ସୂର୍ଯ୍ୟସ୍ନାତ ବେଳାଭୂମି ପର୍ଯ୍ୟନ୍ତ ସବୁଠି ରାମନାମ ପ୍ରତିଧ୍ୱନିତ ହେଉଛି। ସମଗ୍ର ଭାରତ ଭକ୍ତି ଓ ଆଧ୍ୟାତ୍ମିକତାର ଏକ ଆବରଣରେ ଆଚ୍ଛାଦିତ ହୋଇଛି। ଅଯୋଧ୍ୟାରେ ନିର୍ମିତ ଭବ୍ୟ ଶ୍ରୀରାମ ଜନ୍ମଭୂମି ମନ୍ଦିର ଭାରତର ଭକ୍ତି ଓ ଏକତାର ଏକ ପ୍ରତୀକ ଭାବେ ଦଣ୍ଡାୟମାନ। ଏହା କେବଳ ଭବ୍ୟତା ଓ ସୁନ୍ଦରତାକୁ ପ୍ରଦର୍ଶନ କରୁନାହିଁ, ଏଥିରେ ଦେଶର ବିଭିନ୍ନ ରାଜ୍ୟ ଓ ସୀମାପାର ଅଞ୍ଚଳର ଅବଦାନର କାହାଣୀ ସଗର୍ବେ ସ୍ଥାନିତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ଏକ ଭାରତ ଶ୍ରେଷ୍ଠ ଭାରତ’ ପ୍ରୟାସର ଝଲକ ଏଥିରେ ଦେଖିବାକୁ ମିଳୁଛି । ଏକ ମନ୍ଦିର ନିର୍ମାଣ ଓ ତୀର୍ଥାଟନ ପ୍ରୟାସରେ ସମଗ୍ର ଦେଶ କିପରି ଭକ୍ତି, ଭାବ, ତ୍ୟାଗ ସମର୍ପଣ ଓ ସହଯୋଗ ଯୋଗାଇଛି ତାହାର ବାର୍ତ୍ତା ଅଯୋଧ୍ୟା ମନ୍ଦିରରେ ଗୁଞ୍ଜରିତ ହେଉଛି।

ମନ୍ଦିରର ଆଭ୍ୟନ୍ତରୀଣ ନିର୍ମାଣ ଶୈଳୀ ଓ ପରିପାଟୀ ଅତ୍ୟନ୍ତ ଆକର୍ଷଣୀୟ ହୋଇଛି। ଏହା ରାଜସ୍ଥାନର ପ୍ରଖ୍ୟାତ ମକ୍ରାନା ଶଙ୍ଖ ମର୍ମର ପ୍ରସ୍ତରରେ ନିର୍ମିତ ହୋଇ ଏକ ଅପରୂପ ସୌନ୍ଦର୍ଯ୍ୟ ପ୍ରଦର୍ଶନ କରୁଛି। ମନ୍ଦିରରେ ଯେଉଁ ସବୁ ଦେବଦେବୀ ଓ ପ୍ରତିମା ଖୋଦିତ ହୋଇଛନ୍ତି ସେସବୁ କର୍ଣ୍ଣାଟକର ଚାର୍ମୋତି ବାଲି ପଥର(ସ୍ୟାଣ୍ଡ ଷ୍ଟୋନ)ରେ ନିର୍ମିତ। ରାଜସ୍ଥାନର ବଂଶୀ ପାହାଡପୁରୁରୁ ଆସିଥିବା ଗୋଲାପି ବାଲି ପଥର (ପିଙ୍କ୍ ସାଣ୍ଡ ଷ୍ଟୋନ) ମନ୍ଦିରର ମୁଖ୍ୟ ପ୍ରବେଶ ଦ୍ୱାରର ନିର୍ମାଣରେ ବ୍ୟବହୃତ ହୋଇଛି।

ଏହି ଅବଦାନ କେବଳ ନିର୍ମାଣ ସମାଗ୍ରୀରେ ସୀମିତ ହୋଇନାହିଁ। ଗୁଜରାଟରୁ ଆସିଛି ୨୧୦୦କେଜି ଓଜନର ଏକ ପ୍ରକାଣ୍ଡ ଅଷ୍ଟଧାତୁ ନିର୍ମିତ ଘଣ୍ଟି। ଏହି ଘଣ୍ଟି ମନ୍ଦିରରେ ଐଶ୍ୱରୀୟ ସଙ୍ଗୀତର ରାଗ ତୋଳିବ। ଏହି ପ୍ରକାଣ୍ଡ ଘଣ୍ଟି ସହିତ ଗୁଜରାଟ ମଧ୍ୟ ଅଯୋଧ୍ୟ ଶ୍ରୀରାମ ମନ୍ଦିରକୁ ୭୦୦ କେଜିର ଏକ ଆକର୍ଷଣୀୟ ରଥ ପ୍ରଦାନ କରିଛି। ସର୍ବଭାରତୀୟ ଦରବାର ସମାଜ ପକ୍ଷରୁ ସ୍ୱତନ୍ତ୍ର ଭାବେ ଏହି ନଗାଡା ଶୈଳୀରେ ଖୋଦିତ ପଥର ରଥ ନିର୍ମାଣ କରାଯାଇଛି। ପ୍ରଭୁ ଶ୍ରୀରାମଙ୍କ ବିଗ୍ରହ କୃଷ୍ଣ ପଥରରେ ତିଆରି ହୋଇଛି ଏବଂ ଏହି ପଥର ଆସିଛି କର୍ଣ୍ଣାଟକରୁ। ଅରୁଣାଚଳ ପ୍ରଦେଶର ହିମାଳୟ ପାଦଦେଶ ଓ ତ୍ରିପୁରାରୁ ସଂଗୃହୀତ ମୂଲ୍ୟବାନ କାଠାରୁ ତିଆରି ହୋଇଛି ମନ୍ଦିରର ଦ୍ୱାର। ଏହା ସହିତ ରହିଛି ହସ୍ତତନ୍ତ ନିର୍ମିତ ସୁନ୍ଦର ରଙ୍ଗୀନ ବସ୍ତ୍ର ଯାହା ପ୍ରବେଶ ପଥରେ ଲାଗିବ।

ସୁରମ୍ୟ ମନ୍ଦିର ପାଇଁ ବିଭିନ୍ନ ରାଜ୍ୟରୁ ଆସିଥିବା ସାମଗ୍ରୀର ତାଲିକା ଏତିକିରେ ଶେଷ ହୋଇନାହିଁ। ଉତ୍ତର ପ୍ରଦେଶରୁ ଆସିଛି ପିତ୍ତଳ ଉପକରଣ, ମହାରାଷ୍ଟ୍ର ଯୋଗାଇଛି ପାଲିସ ହୋଇଥିବା ଶାଗୁଆନ କାଠ। ରାମନ୍ଦିରର କାହାଣୀ କେବଳ ସାମଗ୍ରୀ ଓ ତାହାର ଭୌଗୋଳିକ ଉତ୍ପତ୍ତିସ୍ଥଳରେ ସୀମିତ ହୋଇ ରହିନାହିଁ। ସମଗ୍ର ଦେଶରୁ ଅଗଣିତ ପ୍ରତିଭାବାନ କାରିଗର, ଶିଳ୍ପୀ ଓ ନିର୍ମାଣକାରୀ ଏହି ପବିତ୍ର ପ୍ରୟାସରେ କାୟ ମନ ବାକ୍ୟରେ ସାମିଲ ହୋଇ ନିଜ କୁଶଳତା ବିନିଯୋଗ ପର୍ଯ୍ୟନ୍ତ ଏହାକୁ ସରସ ସୁନ୍ଦର କରିଛନ୍ତି।

ରାମ ମନ୍ଦିର ଅଯୋଧ୍ୟାର ଏକ କୀର୍ତ୍ତିରାଜି କେବଳ ନୁହେଁ, ଏହା ଭାରତର ବିଶ୍ୱାସର ଏକୀକରଣ ଶକ୍ତିର ଏକ ଜୀବନ୍ତ ଉଦାହରଣ। ମନ୍ଦିରର ପ୍ରତ୍ୟେକ ଶୀଳା, ପ୍ରତ୍ୟେକ ଖୋଦେଇ, ପ୍ରତ୍ୟେକ ଘଣ୍ଟି, ପ୍ରତ୍ୟେକ ନିର୍ମାଣ କାର୍ଯ୍ୟ ଓ ବସ୍ତ୍ର “ଏକ ଭାରତ ଶ୍ରେଷ୍ଠ ଭାରତ”ର ବାର୍ତ୍ତା ବହନ କରେ। ଏହା ଭୌଗୋଳିକ ସୀମାରେଖାକୁ ଅତିକ୍ରମ କରିବା ସହିତ ଏକ ସମ୍ମିଳିତ ଆଧ୍ୟାତ୍ମିକ ଯାତ୍ରାରେ ଅଗଣିତ ହୃଦୟକୁ ଏକତ୍ର କରୁଛି।

ayodhya kanyakumari kashmir ram mandir
Share. Facebook Twitter LinkedIn Email WhatsApp Copy Link

Related Posts

ଶ୍ରୀଲଙ୍କା ସିରିଜ ପୂର୍ବରୁ ଇଶାନ କିଷାନ ଅଧିନାୟକ ନିଯୁକ୍ତ: ବୈଭବ ସୂର୍ଯ୍ୟବଂଶୀଙ୍କୁ ମଧ୍ୟ ବଡ଼ ଦାୟିତ୍ଵ

July 30, 2026

ଆଜି କେଉଁ ରାଶିର ବ୍ୟକ୍ତିଙ୍କ ଭାଗ୍ୟ ଚମକିବ: ପଢନ୍ତୁ ଆଜିର ରାଶିଫଳ

July 30, 2026

ବାଙ୍କିପୁର ଉପନିର୍ବାଚନ ପୂର୍ବରୁ ପ୍ରଶାନ୍ତ କିଶୋରଙ୍କ ଦଳର ୨୦ ନେତା ଗିରଫ

July 29, 2026

ଖଡ଼ଗପୁର ମଣ୍ଡଳରେ ସୁରକ୍ଷା ସମ୍ବନ୍ଧୀୟ କାର୍ଯ୍ୟ ପାଇଁ ଟ୍ରେନ୍ ଚଳାଚଳରେ ପରିବର୍ତ୍ତନ 

July 29, 2026
Latest News

ଶ୍ରୀଲଙ୍କା ସିରିଜ ପୂର୍ବରୁ ଇଶାନ କିଷାନ ଅଧିନାୟକ ନିଯୁକ୍ତ: ବୈଭବ ସୂର୍ଯ୍ୟବଂଶୀଙ୍କୁ ମଧ୍ୟ ବଡ଼ ଦାୟିତ୍ଵ

July 30, 2026

ଜାପାନ ତତ୍ତୋରି ପ୍ରଦେଶର ବରିଷ୍ଠ ପ୍ରତିନିଧି ଦଳଙ୍କ ସହ ଆଲୋଚନା କଲେ ମୁଖ୍ୟ ଶାସନ ସଚିବ

July 30, 2026

ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପକ୍ଷରୁ ଅନ୍ତର୍ଜାତୀୟ ବାଘ ଦିବସ କାର୍ଯ୍ୟକ୍ରମ

July 30, 2026

ବନ୍ୟା ପରିସ୍ଥିତି ସମ୍ପର୍କରେ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

July 30, 2026

ସ୍ନାତକ ପାଠ୍ୟକ୍ରମରେ ନାମଲେଖା ପାଇଁ ତୃତୀୟ ମେଧା ତାଲିକା ପ୍ରକାଶିତ

July 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.