Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଭାରତ ଓ ମିଆଁମାର ମଧ୍ୟରେ ଥିବା ଅବାଧ ଗମନାଗମନ ବ୍ୟବସ୍ଥାକୁ ରଦ୍ଦ କରିବାକୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ନିଷ୍ପତ୍ତି
ବିଶେଷ ଖବର

ଭାରତ ଓ ମିଆଁମାର ମଧ୍ୟରେ ଥିବା ଅବାଧ ଗମନାଗମନ ବ୍ୟବସ୍ଥାକୁ ରଦ୍ଦ କରିବାକୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ନିଷ୍ପତ୍ତି

February 8, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link
ଅମିତ ଶାହ
ଦେଶରେ ବନ୍ୟା ପରିଚାଳନା ଓ ଗ୍ରୀଷ୍ମ ପ୍ରବାହ ପ୍ରସ୍ତୁତିର ସମୀକ୍ଷା କରିବେ ଅମିତ ଶାହ

ନୂଆଦିଲ୍ଲୀ: ମିଆଁମାର ସହିତ ଭାରତର ଥିବା ଅବାଧ ଗମନାଗମନ ବ୍ୟବସ୍ଥା (ଏଫ୍ଏମ୍ଆର୍) ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ତଥା ନିରାପତ୍ତା ଦୃଷ୍ଟିରୁ ତତ୍କାଳ ରଦ୍ଦ କରିବାକୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି। ଏହା ଫଳରେ ଦୁଇ ଦେଶ ମଧ୍ୟରେ ଉଭୟ ଦେଶର ନାଗରିକଙ୍କ ମୁକ୍ତ ଓ ଅବାଧ ଗମନାଗମନ ବ୍ୟବସ୍ଥା ତତ୍କାଳ ବନ୍ଦ ହେବ। ଏହି ନିଷ୍ପତ୍ତି ଫଳରେ ମିଆଁମାର ସୀମାକୁ ଲାଗିଥିବା ଉତ୍ତର-ପୂର୍ବାଞ୍ଚଳ ରାଜ୍ୟଗୁଡିକରେ ଜନସଂଖ୍ୟାର ସ୍ଥିତି ବଜାୟ ରହିବ ଓ ମିଆଁମାର ନାଗରିକମାନେ ଏସବୁ ରାଜ୍ୟକୁ ଅବାଧରେ ପ୍ରବେଶ କରି ନିଜର ଉପସ୍ଥିତି ବଢାଇ ପାରିବେ ନାହିଁ। ସେହି ଅଞ୍ଚଳର ଆଭ୍ୟନ୍ତରୀଣ ନିରାପତ୍ତା, ସୀମାନ୍ତ ସୁରକ୍ଷା ଦୃଷ୍ଟିରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି।

କେନ୍ଦ୍ର ସ୍ୱରାଷ୍ଟ୍ର ଓ ସମବାୟ ମନ୍ତ୍ରୀ ଅମିତ ଶାହା ଏକ ଏକ୍ସ ବାର୍ତ୍ତାରେ କହିଛନ୍ତି ଯେ ଦେଶର ସୀମାନ୍ତକୁ ନିରାପଦ ଓ ସୁରକ୍ଷିତ ରଖିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଂକଳ୍ପ। ସେ ଦୃଷ୍ଟିରୁ ସୀମାକୁ ସୁରକ୍ଷିତ ରଖିବା ସହ ଉତ୍ତର-ପୂର୍ବାଞ୍ଚଳର ଜନସଂଖ୍ୟା ଜନିତ ସ୍ଥିତିକୁ ବଜାୟ ରଖିବା ଏବଂ ଆଭ୍ୟନ୍ତରୀଣ ନିରାପତ୍ତା ରକ୍ଷା ନିମନ୍ତେ ଦୁଇ ଦେଶ ମଧ୍ୟରେ ନାଗରିକଙ୍କ ଅବାଧ ଗମନାଗମନ ବ୍ୟବସ୍ଥାକୁ ତତ୍କାଳ ବନ୍ଦ କରିବାକୁ ସରକାରଙ୍କୁ ସୁପାରିସ କରାଯାଇଛି। ଦୁଇ ଦେଶ ମଧ୍ୟରେ ଥିବା ଚୁକ୍ତି (ଏଫ୍ଏମ୍ଆର୍)କୁ ସ୍ଥାୟୀଭାବେ ବାତିଲ କରିବାକୁ ସମୟ ଲାଗିବ । ବୈଦେଶିକ ମନ୍ତ୍ରଣାଳୟ ଏହି ବାତିଲ ପ୍ରକ୍ରିୟା ଆରମ୍ଭ କରିଛି।

ଏହି ବ୍ୟବସ୍ଥା ରଦ୍ଦ ହେବା ଫଳରେ ମ୍ୟାଁମାରରୁ ଉତ୍ତର-ପୂର୍ବାଞ୍ଚଳ ରାଜ୍ୟମାନଙ୍କୁ ସେଠାକାର ନାଗରିକ ଆଉ ଅବାଧ ପ୍ରବେଶର ସୁଯୋଗ ପାଇବେ ନାହିଁ କିମ୍ବା ସେ ଅଞ୍ଚଳରେ ଶାନ୍ତି, ସ୍ଥିରତା ଓ ଜନସଂଖ୍ୟାର ସ୍ଥିତିରେ କୌଣସି ପରିବର୍ତ୍ତନ ଘଟିବ ନାହିଁ। ମ୍ୟାଁମାରରୁ ଅନେକ ନାଗରିକ ଉତ୍ତର ପୂର୍ବାଞ୍ଚଳକୁ ପଶି ଆସି ସେଠାରେ ବିଭିନ୍ନ ପ୍ରକାର ଅସ୍ଥିରତା ସୃଷ୍ଟି କରିବାରୁ ଆଭ୍ୟନ୍ତରୀଣ ନିରାପତ୍ତା ପ୍ରତି ବିପଦ ସୃଷ୍ଟି ହୋଇଥିଲା।

amit shah india mha Myanmar narendra modi
Share. Facebook Twitter LinkedIn Email WhatsApp Copy Link

Related Posts

ଉଦ୍ଧବ ଠାକରେଙ୍କୁ ବଡ଼ ଝଟକା!: ବିଜେପିରେ ଯୋଗ ଦେଲେ ୫୦ ରୁ ଅଧିକ ପଦାଧିକାରୀ

June 22, 2026

NEET ପୁନଃପରୀକ୍ଷାରେ ମହାଠକେଇ! ନକଲି ପ୍ରାର୍ଥୀ ସାଜି ପରୀକ୍ଷା ଦେଉଥିଲେ ଡାକ୍ତର ଓ MBBS ଛାତ୍ର, ୯ ଜଣ ଗିରଫ

June 22, 2026

ଉଦ୍ଧବ ସେନାକୁ ବଡ଼ ଝଟକା! ୫୦ରୁ ଅଧିକ ପଦାଧିକାରୀ ବିଜେପିରେ, ‘ଅପରେସନ୍ ଟାଇଗର’କୁ ନେଇ ଚର୍ଚ୍ଚା ତୀବ୍ର

June 22, 2026

କାହା ବିରୁଦ୍ଧରେ ଟିମ୍ ଇଣ୍ଡିଆ ପରବର୍ତ୍ତୀ ସିରିଜ?: ପଢନ୍ତୁ ଜୁନ୍ ଏବଂ ଜୁଲାଇ ମାସର ସଂପୂର୍ଣ୍ଣ କାର୍ଯ୍ୟସୂଚୀ

June 22, 2026
Latest News

ଉଦ୍ଧବ ଠାକରେଙ୍କୁ ବଡ଼ ଝଟକା!: ବିଜେପିରେ ଯୋଗ ଦେଲେ ୫୦ ରୁ ଅଧିକ ପଦାଧିକାରୀ

June 22, 2026

NEET ପୁନଃପରୀକ୍ଷାରେ ମହାଠକେଇ! ନକଲି ପ୍ରାର୍ଥୀ ସାଜି ପରୀକ୍ଷା ଦେଉଥିଲେ ଡାକ୍ତର ଓ MBBS ଛାତ୍ର, ୯ ଜଣ ଗିରଫ

June 22, 2026

ଅବକାରୀ ବିଭାଗର ବଡ଼ ସଫଳତା: ୮୦ କେଜି ଗଞ୍ଜେଇ ଜବତ, ୩ ଅଭିଯୁକ୍ତ ଗିରଫ

June 22, 2026

ବର୍ଷାରେ ଭିଜିଲା ଟ୍ୱିନ୍ ସିଟି; ଗରମରୁ ମିଳିଲା ଆଶ୍ୱସ୍ତି, ଆଗାମୀ ୫ ଦିନ ଯାଏଁ ବର୍ଷା ସମ୍ଭାବନା

June 22, 2026

ସମ୍ବଲପୁରରେ ଭିଡ ହିଂସା! ପିଲାଚୋର ସନ୍ଦେହରେ ପ୍ରବାସୀ ଶ୍ରମିକଙ୍କୁ ଆକ୍ରମଣ

June 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.