Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ନବୀନ କଣ ପୁରୀରୁ ଛିଡା ହେବେ କି? ଦୁଇ ଟାଣୁଆ ନେତାଙ୍କ ଥଇଥାନ ପରେ ପୁରୀବାସୀଙ୍କ ବଢୁଛି ଆଶା
ବିଶେଷ ଖବର

ନବୀନ କଣ ପୁରୀରୁ ଛିଡା ହେବେ କି? ଦୁଇ ଟାଣୁଆ ନେତାଙ୍କ ଥଇଥାନ ପରେ ପୁରୀବାସୀଙ୍କ ବଢୁଛି ଆଶା

February 13, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ନବୀନ କଣ ପୁରୀରୁ ଛିଡା ହେବେ କି? ଦୁଇ ଟାଣୁଆ ନେତାଙ୍କୁ ଥଇଥାନ ପରେ ପୁରୀବାସୀଙ୍କ ବଢୁଛି ଆଶା

ଭୁବନେଶ୍ବର: ନବୀନ ପଟ୍ଟନାୟକ କଣ ଏଥର ପୁରୀ ନିର୍ବାଚନ ମଣ୍ଡଳିରୁ ଛିଡା ହେବେ କି? ଏହିପରି ଏକ ବଡ ପ୍ରଶ୍ନ ବର୍ତ୍ତମାନ ପୁରୀ ନିର୍ବାଚନ ମଣ୍ଡଳୀରେ ଘୁରି ବୁଲୁଛି। କାରଣ ହେଲା ଗତକାଲି ନବୀନ ବିଜେଡିର ଦୁଇଜଣ ଟାଣୁଆ ନେତାଙ୍କୁ ଥଇଥାନ କରିଦେଲେ। ଯେଉଁମାନେ ପୁରୀରେ ପ୍ରାର୍ଥୀ ହେବା ପାଇଁ ବଡ ଦାବୀଦାର ଥିଲେ।

ଗତକାଲି ବିଜୁ ଯୁବ ଜନତାର ଉପସଭାପତି ଶୁଭାଶିଷ ଖୁଣ୍ଟିଆଙ୍କୁ ରାଜ୍ୟସଭା ପ୍ରାର୍ଥୀ ପାଇଁ ଘୋଷଣା କରାଯାଇଛି। ତା ପୂର୍ବରୁ ବିଜେଡି ପୁରୀ ସଦର ପଞ୍ଚାୟତ ସମିତ ଅଧ୍ୟକ୍ଷ ଦିବାକାର ପାତ୍ରଙ୍କୁ ପୁରୀ ଜିଲ୍ଲା ସଭାପତି ଭାବେ ଘୋଷଣା କରିଛନ୍ତି। ଏହି ଦୁଇ ନେତାଙ୍କର ପୁରୀ ନିର୍ବାଚନ ମଣ୍ଡଳିରେ ଭଲ ସଂଗଠନ ରହିଛି। ଆଉ ଉଭୟ ମଧ୍ୟ ଏଥର ଟିକେଟ ଆଶାୟୀ ଥିଲେ। ଏହି ଦୁଇ ନେତାଙ୍କ ଥଇଥାନ ପରେ ବର୍ତ୍ତମାନ ପ୍ରଶ୍ନ ଉଠିଛି ଯେ, ପୁରୀ ପରି ଐତିହ୍ୟ ନିର୍ବାଚନ ମଣ୍ଡଳିରେ କିଏ ହେବ ବିଜେଡିର ବିଧାୟକ ପ୍ରାର୍ଥୀ।

ପୁରୀର ବିଜେଡି ନେତା ମହେଶ୍ବର ମହାନ୍ତିଙ୍କର ବିୟୋଗ ପରେ ତାଙ୍କ ପୁତ୍ର ସୁନୀଲ ମହାନ୍ତି ଟିକେଟ ଲବିରେ ଅଛନ୍ତି। ସେ ବାପାଙ୍କ ସଂଗଠନକୁ ପୁଣି ଆଗକୁ ନେବେ ବୋଲି ଆଶା ରଖିଛନ୍ତି। ଅନ୍ୟପଟେ ପୁରୀର ଜୟନ୍ତ ଷଡଙ୍ଗୀ ମଧ୍ୟ ବିଜେଡିରେ ମିଶିବା ନେଇ ଚର୍ଚ୍ଚା ଚାଲିଛି। କାରଣ ସେ ବିଜେପି ସଂଗଠନ ପ୍ରତି ଆଉ ନଜର ଦେଉ ନାହାଁନ୍ତି। ଯଦି ଜୟନ୍ତ ବିଜେଡିକୁ ଆସିବେ ତେବେ ପୁରୀର ବିଜେପି ଭୋଟ ନିଶ୍ଚିତ ଭାଗଭାଗ ହୋଇଯିବ। ଫଳରେ ବିଜେଡି ଏଥର ପୁରୀକୁ ଅକ୍ତିୟାର କରିନେବ ବୋଲି ଆଶା ରଖିଛି।

ଅନ୍ୟପଟେ ପୁରୀରେ ଏପରି ଗୋଳିଆ ପରିସ୍ଥିତିକୁ ଦୃଷ୍ଟିରେ ରଖି ବହୁ ସଂଗଠନ ଓ ଅନେକ ପୁରୀବାସିନ୍ଧା ଖୋଦ ନବୀନ ପଟ୍ଟନାୟକ ପ୍ରତିଦ୍ବନ୍ଦିତା କରନ୍ତୁ ବୋଲି ଦାବୀ କରୁଛନ୍ତି। କେତେକ ସେବକ ଗୋଷ୍ଠୀ ଏ ନେଇ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ଅନୁରୋଧ ମଧ୍ୟ କରିଥିବାର ଜଣାପଡିଛି। ଅନ୍ୟପଟେ ନବୀନ ପୁରୀ ସହରକୁ ଯେପରି ବିଶ୍ବ ସ୍ତରୀୟ କରିଛନ୍ତି ଏଥିରେ ପୁରୀବାସୀ ବେଶୀ ଖୁସି ଅଛନ୍ତି। ସେହିପରି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପୁରୀବାସୀଙ୍କୁ ଏକ ନୂଆ ପରିଚୟ ଦେଇଛି। ସେଥିପାଇଁ ପୁରୀବାସୀ ନବୀନଙ୍କର ଋଣ ଶୁଝାଇବା ପାଇଁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଜୟଯୁକ୍ତ କରାଇବେ ବୋଲି ଚିନ୍ତା କରିଛନ୍ତି।

ତେବେ ପୁରୀର ଦୁଇ ନେତା ଶୁଭାଶିଷ ଏବଂ ଦିବାକରଙ୍କୁ ଦଳ ସନ୍ତୁଷ୍ଠ କରାଇବା ପରେ ବର୍ତ୍ତମାନ ସେଠାକାର ବିଜେଡି କନ୍ଦଳ ସମାପ୍ତ ହୋଇଯାଇଛି। ବର୍ତ୍ତମାନ ଦଳ ଯାହାକୁ ଛିଡା କଲେ ମଧ୍ୟ ଏହି ଦୁଇ ଟାଣୁଆ ନେତାଙ୍କର ସମର୍ଥନ ରହିବ। ଯଦି କୌଣସି କାରଣରୁ ନବୀନ ପଟ୍ଟନାୟକ ଛିଡା ନ ହୁଅନ୍ତି ତେବେ ସୁନୀଲ ମହାନ୍ତିଙ୍କ ପାଇଁ ସମସ୍ତ ରାସ୍ତା ଖୋଲିଯିବ।ଏପରିକି ଦଳ ଯଦି ମହିଳ କାର୍ଡ ଖେଳିବା ପାଇଁ ଚାହେଁ, ତେବେ ସୁନୀଲଙ୍କ ଧର୍ମପତ୍ନୀଙ୍କୁ ଛିଡା କରିବା କିଛି ଅସମ୍ଭବ ନୁହେଁ ବୋଲି ମଧ୍ୟ ଚର୍ଚ୍ଚା ଚାଲିଛି।

Election2024 ଜୟନ୍ତ ଷଡଙ୍ଗୀ ନିର୍ବାଚନ2024 ଶୁଭାଶିଷ ଖୁଣ୍ଟିଆ
Share. Facebook Twitter LinkedIn Email WhatsApp Copy Link

Related Posts

ଗଞ୍ଜାମରେ ଦୁଇ ଦିନିଆ ଆନ୍ତର୍ଜ୍ୟାତୀୟ କର୍ମଶାଳା

April 8, 2026

ପାକିସ୍ତାନ ନୁହେଁ ଯୁଦ୍ଧବିରତିର ପ୍ରକୃତ ଖେଳାଳି ଚୀନ?: ବଡ଼ ସଂକେତ ଦେଲେ ଟ୍ରମ୍ପ

April 8, 2026

ଯୁଦ୍ଧବିରତି ଘୋଷଣା ସମୟରେ ଭାରତକୁ ଖୁସି ଖବର ଦେଲେ ଆମେରିକାର ରାଷ୍ଟ୍ରଦୂତ

April 8, 2026

ତୁରନ୍ତ ଇରାନ ଛାଡିବାକୁ ନିର୍ଦ୍ଦେଶ: ଭାରତୀୟଙ୍କ ପାଇଁ ମାର୍ଗଦର୍ଶିକା ଜାରି କଲା ଦୂତାବାସ

April 8, 2026
Latest News

ପୁଣି ଦିଲ୍ଲୀ-ଗୁଜରାଟ ମ୍ୟାଚ୍‌ରେ ବର୍ଷା ଆଶଙ୍କା!: ଜାଣନ୍ତୁ ଆଜିର ପାଣିପାଗ ରିପୋର୍ଟ

April 8, 2026

ତୁଷାରପାତ ଯୋଗୁଁ ବଦ୍ରିନାଥ ଏବଂ ହେମକୁଣ୍ଡ ସାହିବରେ ପ୍ରବଳ ଥଣ୍ଡା

April 8, 2026

ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତିକୁ ସ୍ୱାଗତ କଲା ଭାରତ

April 8, 2026

ଗଞ୍ଜାମରେ ଦୁଇ ଦିନିଆ ଆନ୍ତର୍ଜ୍ୟାତୀୟ କର୍ମଶାଳା

April 8, 2026

ପାକିସ୍ତାନ ନୁହେଁ ଯୁଦ୍ଧବିରତିର ପ୍ରକୃତ ଖେଳାଳି ଚୀନ?: ବଡ଼ ସଂକେତ ଦେଲେ ଟ୍ରମ୍ପ

April 8, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.