Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଗଞ୍ଜାମର ମୁଖ୍ୟମନ୍ତ୍ରୀଙ୍କ ସଭାରେ ଲୋକଙ୍କୁ ସାତୋଟି ପ୍ରଶ୍ନ ପଚାରିଲେ ପାଣ୍ଡିଆନ, ଜାଣନ୍ତୁ କଣ
ବିଶେଷ ଖବର

ଗଞ୍ଜାମର ମୁଖ୍ୟମନ୍ତ୍ରୀଙ୍କ ସଭାରେ ଲୋକଙ୍କୁ ସାତୋଟି ପ୍ରଶ୍ନ ପଚାରିଲେ ପାଣ୍ଡିଆନ, ଜାଣନ୍ତୁ କଣ

February 14, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଗଞ୍ଜାମର ମୁଖ୍ୟମନ୍ତ୍ରୀ ସଭାରେ ଲୋକଙ୍କୁ ସାତୋଟି ପ୍ରଶ୍ନ ପଚାରିଲେ ପାଣ୍ଡିଆନ, ଜାଣନ୍ତୁ କଣ

ଭୁବନେଶ୍ୱର: ଗଂଜାମର ଶେରଗଡ ଓ ଶୀତଳାପଲ୍ଲୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ବିକାଶ ମୂଳକ ଯୋଜନାର ଶୁଭ ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ଫାଇଭ-ଟି ଓ ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ସମବେତ ଜନସାଧାରଣଙ୍କୁ ୭ଟି ପ୍ରଶ୍ନ ପଚାରିଥିଲେ।

ଏହି ୭ ଟି ପ୍ରଶ୍ନରେ ହିଁ ଓଡିଶାର ଜନସାଧାରଣଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଭଲ ପାଇବା ସ୍ପଷ୍ଟ ବାରି ହୋଇ ପଡୁଛି। ଏ ସରକାର ଯେ, ଲୋକଙ୍କ ସରକାର ତାହା ମଧ୍ୟ ଏଇ ପ୍ରଶ୍ନର ଉତ୍ତରରୁ ସ୍ପଷ୍ଟ ପ୍ରମାଣିତ ହେଉଛି।

ଶେରଗଡ ଓ ଶିତଳାପଲ୍ଲୀରେ ଆୟୋଜିତ ସାଧାରଣ ସଭାରେ ଫାଇଭଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ପଚାରି ଥିଲେ ଯେ, ଗର୍ଭବତୀ ମହିଳାଙ୍କ ପାଇଁ କେଉଁ ଯୋଜନା ମୁଖ୍ୟମନ୍ତ୍ରୀ ଆରମ୍ଭ କରିଛନ୍ତି ଓ ଏହି ଯୋଜନାରେ ଦିଆଯାଉଥିବା ସହାୟତା ରାଶି କେତେ ?ସମବେତ ଜନତା ଏହାର ଉତ୍ତରରେ କହିଥିଲେ ଯେ, ପୂର୍ବରୁ ମମତା ଯୋଜନାରେ ଗର୍ଭବତୀ ମହିଳାଙ୍କୁ ୫ ହଜାର ଟଙ୍କା ସହାୟତା ଦିଆଯାଉଥିଲା।

ନିକଟରେ ମୁଖ୍ୟମନ୍ତ୍ରୀ ଏହି ସହାୟତା ରାଶିକୁ ଦୁଇ ଗୁଣା କରି ୧୦ ହଜାର ଟଙ୍କା କରିଛନ୍ତି। ୨୦୨୩ ମସିହା ଅଗଷ୍ଟ ମାସରୁ ପଂଜିକୃତ ସବୁ ଗର୍ଭବତୀ ମହିଳା ଏହି ସହାୟତା ରାଶି ପାଇବେ।

ଆସନ୍ତା ୨୧ ତାରିଖ ରେ ଗଂଜାମ ଜିଲ୍ଲାରେ ଲକ୍ଷ୍ମୀ ଯୋଜନାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ।ତେବେ ଏହି ଯୋଜନାରେ ମହିଳା ଓ ଛାତ୍ରଛାତ୍ରୀଙ୍କ ପାଇଁ ଭଡା କେତେ ବୋଲି ପ୍ରଶ୍ନ କରିଥିଲେ ଫାଇଭ-ଟି ଅଧ୍ୟକ୍ଷ। ମହିଳା ଓ ଶିକ୍ଷାର୍ଥୀମାନେ ୫ ଟଙ୍କାରେ ପଂଚାୟତରୁ ବ୍ଲକକୁ ଯାତ୍ରା କରିପାରିବେ ବୋଲି ଆସିଥିଲା ଉତ୍ତର।

ସେହିଭଳି ମଧୁବାବୁ ପେନସନ ଯୋଜନାରେ ଭତ୍ତା ରାଶି କେତେ ବୃଦ୍ଧି ହୋଇଛି ବୋଲି ପ୍ରଶ୍ନ କରିଥିଲେ ଫାଇଭ-ଟି ଅଧ୍ୟକ୍ଷ। ମଧୁବାବୁ ପେନସନ ଯୋଜନାରେ ଭତ୍ତା ରାଶି ୫୦୦ଟଙ୍କାରୁ ହଜାରେ ଟଙ୍କାକୁ ବୃଦ୍ଧି କରିଛନ୍ତି ମୁଖ୍ୟମନ୍ତ୍ରୀ। ଏଣିକି ସବୁ ମଧୁବାବୁ ପେନସନ ହିତାଧିକାରୀ ସର୍ବନିମ୍ନ ହଜାରେ ଟଙ୍କା ଭତ୍ତା ପାଇବେ।

ନୂଆ-ଓ ସ୍କଲାରସିପ ଯୋଜନାରେ ଛାତ୍ରଛାତ୍ରୀଙ୍କୁ କେତେ ଟଙ୍କା ବୃତ୍ତି ମିଳିବ ବୋଲି ପ୍ରଶ୍ନ କରିଥିଲେ ଫାଇଭ-ଟି ଅଧ୍ୟକ୍ଷ। ନୂଆ ଓ ଛାତ୍ର ବୃତ୍ତି ଯୋଜନାରେ ଛାତ୍ରମାନେ ବାର୍ଷିକ ୯ ହଜାର ଟଙ୍କା ଓ ଛାତ୍ରୀମାନେ ୧୦ ହଜାର ଟଙ୍କା ବୃତ୍ତି ପାଇବେ। ଏହି ବୃତ୍ତି ରାଜ୍ୟର ସବୁ ସରକାରୀ କଲେଜର ପ୍ରାୟ ୯୫ ପ୍ରତିଶତ ଛାତ୍ରଛାତ୍ରୀ ପାଇବେ ବୋଲି ଫାଇଭ-ଟି ଅଧ୍ୟକ୍ଷ କହିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଏହି ଅଭିନବ ଯୋଜନା ଦ୍ବାରା ଛାତ୍ରଛାତ୍ରୀମାନେ ନିଜ ମଧ୍ୟରେ ଥିବା ଅନ୍ତର୍ନିହିତ ପ୍ରତିଭାର ବିକାଶ କରିପାରିବେ।

ବିଏସକେୱାଇ ଯୋଜନାରେ ମହିଳାମାନେ କେତେ ଟଙ୍କାର ଚିକିତ୍ସା ସୁବିଧା ପାଇପାରୁଛନ୍ତି।ଏହି ପ୍ରଶ୍ନରେ ଉପସ୍ଥିତ ମହିଳାମାନେ ୧୦ଲକ୍ଷ ଟଙ୍କା ବୋଲି ଉତ୍ତର ଦେଇଥିଲେ। ଫାଇଭ-ଟି ଅଧ୍ୟକ୍ଷ କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ସବୁବେଳେ ମହିଳାଙ୍କ ବିକାଶ ପାଇଁ ଚିନ୍ତା କରୁଛନ୍ତି।ସବୁ ଯୋଜନାରେ ମହିଳାମାନଙ୍କୁ ପ୍ରାଥମିକତା ଦିଆଯାଉଛି।

ନିକଟରେ ଆରମ୍ଭ ହୋଇଥିବା ସ୍ବୟମ ଯୋଜନାରେ କେତେ ଟଙ୍କା ପର‌୍ୟ୍ୟନ୍ତ ଋଣ ଦିଆଯାଉଛି ବୋଲି ଫାଇଭ ଟି ଅଧ୍ୟକ୍ଷ ପଚାରି ଥିଲେ।ଏହାର ଉତ୍ତରରେ ମହିଳାମାନେ ୫ ଲକ୍ଷ ଟଙ୍କା ପର‌୍ୟ୍ୟନ୍ତ ଓ ଯୁବକମାନେ ଏକଲକ୍ଷ ଟଙ୍କା ପର‌୍ୟ୍ୟନ୍ତ ବିନା ସୁଧରେ ଋଣ ପାଇପାରିବେ ବୋଲି ସମବେତ ଜନତା ଉତ୍ତର ଦେଇଥିଲେ।

ମିଶନ ଶକ୍ତି ମହିଳାମାନେ ମଧ୍ୟ ୫ ଲକ୍ଷ ଟଙ୍କା ପର‌୍ୟ୍ୟନ୍ତ ବିନା ସୁଧରେ ଋଣ ପାଇ ପାରୁଛନ୍ତି।ରାଜ୍ୟରେ ମହିଳାମାନଙ୍କୁ ସ୍ବାବଲମ୍ବୀ ସଶକ୍ତ କରିବାକୁ ମୁଖ୍ୟମନ୍ତ୍ରୀ ଏହି ଯୋଜନା ଆରମ୍ଭ କରିଛନ୍ତି। ମହିଳାମାନଙ୍କ ବିକାଶ ହେଲେ ପରିବାର, ସମାଜ, ରାଜ୍ୟ ଓ ଦେଶର ବିକାଶ ହୋଇପାରିବ ବୋଲି ଫାଇଭ-ଟି ଅଧ୍ୟକ୍ଷ କହିଥିଲେ।

କାର୍ତ୍ତିକ ପାଣ୍ଡିଆନ
Share. Facebook Twitter LinkedIn Email WhatsApp Copy Link

Related Posts

୧୭ ଯାଏଁ ବର୍ଷା ଚେତାବନୀ: ୨୩ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

September 14, 2026

ପୂର୍ବତଟ ରେଳପଥ ମୁଖ୍ୟାଳୟରେ ହିନ୍ଦୀ ପଖୱାଡା–୨୦୨୬ ଆରମ୍ଭ

September 14, 2026

 ହିନ୍ଦୀ ଦିବସ ୨୦୨୬ ଓ ଷଷ୍ଠ ସର୍ବଭାରତୀୟ ସରକାରୀ ଭାଷା ସମ୍ମିଳନୀକୁ ସମ୍ୱୋଧିତ କଲେ ଗୃହମନ୍ତ୍ରୀ

September 14, 2026

ଓଡ଼ିଶା ସାମ୍ବାଦିକଙ୍କ ଛତିଶଗଡ଼ ଗସ୍ତ: ସିରପୁରରେ ହିନ୍ଦୁ-ବୌଦ୍ଧ ଐତିହ୍ୟ ପରିଦର୍ଶନ

September 14, 2026
Latest News

ରାଶିଫଳ: ସେପ୍ଟେମ୍ବର ୧୫ ତାରିଖରେ ସାତୋଟି ରାଶି ପାଇଁ ରହିଛି ଖୁସି ଖବର

September 15, 2026

ସାମାନ୍ୟ ବିବାଦରୁ ବୋମାମାଡ଼

September 15, 2026

୧୭ ଯାଏଁ ବର୍ଷା ଚେତାବନୀ: ୨୩ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

September 14, 2026

ବାଣପୁର: ଭଲ ଅମଳ ପାଇଁ ମା’ଙ୍କ ନିକଟରୁ ଆଜ୍ଞାମାଳ ଗ୍ରହଣ କଲେ ଶତାଧିକ କୃଷକ

September 14, 2026

ପୂର୍ବତଟ ରେଳପଥ ମୁଖ୍ୟାଳୟରେ ହିନ୍ଦୀ ପଖୱାଡା–୨୦୨୬ ଆରମ୍ଭ

September 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.