Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବିଜେଡିର କେନ୍ଦ୍ରାପଡା ଅଭିଯାନ: ଅଂଶୁମାନଙ୍କ ପରେ ଦଳରେ ମିଶିବେ ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ
ବିଶେଷ ଖବର

ବିଜେଡିର କେନ୍ଦ୍ରାପଡା ଅଭିଯାନ: ଅଂଶୁମାନଙ୍କ ପରେ ଦଳରେ ମିଶିବେ ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ

February 22, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବିଜେଡିର କେନ୍ଦ୍ରାପଡା ଅଭିଯାନ: ଅଂଶୁମାନଙ୍କ ପରେ ଦଳରେ ମିଶିବେ ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ

ଭୁବନେଶ୍ବର: ବର୍ତ୍ତମାନ କେନ୍ଦ୍ରାପଡା ରାଜନୀତି ଓଡିଶାରେ ବେଶ ଚର୍ଚ୍ଚା ଚାଲିଛି। କାରଣ ନିକଟରେ ରାଜନଗରର ପୂର୍ବତନ କଂଗ୍ରେସ ବିଧାୟକ ଅଂଶୁମାନ ମହାନ୍ତି ବିଜେଡିରେ ଯୋଗ ଦେବା ପରେ ଏହି ଜିଲ୍ଲା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ପରେ ପରେ ଦଳ ଏହି ଜିଲ୍ଲାର ସଭାପତିଙ୍କୁ ବଦଳାଇବା ସହିତ ସଂଗଠନ ସ୍ତରରେ ଅଦଳବଦଳ କରିଛି।

ବର୍ତ୍ତମାନ କେନ୍ଦ୍ରାପଡାକୁ ନେଇ ଯେଉଁ ଚର୍ଚ୍ଚା ଚାଲିଛି ତାହା ହେଲା , ଓଡିଶାର ଏକଦା ଟାଣୁଆ ନେତା ଥିବା ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର ବିଜେଡିରେ ମିଶିବେ। ବର୍ତ୍ତମାନ ବିଜୟ ମହାପାତ୍ର ରାଜନୀତିରୁ ଏକ ପ୍ରକାରର ଦୂରେଇ ଗଲେଣି। ସେଥିପାଇଁ ସେ ତାଙ୍କ ପୁଅଙ୍କୁ ମଇଦାନକୁ ଆଣିବା ପାଇଁ ଆଗ୍ରହୀ ଅଛନ୍ତି। ତେବେ ପୁଅ ବିଜେପି ରେ ନ ମିଶି ବିଜେଡିରେ ମିଶୁ ବୋଲି କୁଆଡେ ବିଜୟ ଚାହୁଁଛନ୍ତି।

ତେବେ ଏ ନେଇ ବିଜେଡି ତରଫରୁ ମଧ୍ୟ ଆଗ୍ରହ ପ୍ରକାଶ ପାଇଛି। ବିଜୟକୁ ହୁଏତ ବିଜେଡି ଗ୍ରହଣ କରି ନ ପାରେ ହେଲେ ତାଙ୍କ ପୁଅଙ୍କୁ ଦଳରେ ସାମିଲ କରିବାରେ କିଛି ଅସୁବିଧା ନାହିଁ। ସେଥିପାଇଁ କୁଆଡେ ନବୀନ ନିବାସରୁ ସବୁଜ ସଙ୍କେତ ମଧ୍ୟ ମିଳିସାରିଛି ବୋଲି କୁହାଯାଉଛି। ଖୁବ ଶିଘ୍ର ଏ ନେଇ ଘୋଷଣା କରାଯିବ ବୋଲି ଜଣାପଡିଛି।

କେନ୍ଦ୍ରାପଡି ଜିଲ୍ଲା ବର୍ତ୍ତମାନ ବିଜେଡି ପାଇଁ ଏକ ଚିନ୍ତାର କାରଣ ପାଲଟିଛି। ଏହି ଲୋକସଭା ନିର୍ବାଚନ ମଣ୍ଡଳିର ସାଂସଦ ଅନୁଭବ ମହାନ୍ତିଙ୍କୁ ବିଜେଡି ଆଉ ଟିକେଟ ଦେବ ନାହିଁ। ଫଳରେ ସେଠାରୁ କିଏ ସାଂସଦ ପ୍ରାର୍ଥୀ ହେବ ସେ ନେଇ ଦଳ ହିସାବ କରିବା ଆରମ୍ଭ କରିଛି। ତେବେ ଦଳ ପାଇଁ ଏକ ସୁବିଧା ହୋଇଛି ଯେ, ଏଥର ବୈଜୟନ୍ତ ପଣ୍ଡା ଲଢେଇ କରିବେ ନାହିଁ।

ସେଥିପାଇଁ ଦଳ ନୂଆ ଯୁବ ପ୍ରାର୍ଥୀଙ୍କୁ ଆଗକୁ ଆଣିବା ପାଇଁ ପ୍ରୟାସ ଆରମ୍ଭ କରିଛି। ବର୍ତ୍ତମାନ ତାଙ୍କ ଦଳରେ ଅଂଶୁମାନ ମହାନ୍ତି ଜଣେ ସାଂସଦ ପ୍ରାର୍ଥୀ ହୋଇ ପାରିବେ। ସେହିପରି ଯଦି ବିଜୟ ମହାପାତ୍ରଙ୍କ ପୁଅ ବିଜେଡିରେ ସାମିଲ ହେଲେ ତେବେ ସେ ମଧ୍ୟ ଜଣେ ସାଂସଦ ପ୍ରାର୍ଥୀ ହୋଇପାରିବେ। କାରଣ ଉଭୟଙ୍କର ଜିଲ୍ଲାରେ ଲୋକପ୍ରିୟତା ରହିଛି।

ଅରବିନ୍ଦ ମହାପାତ୍ର ବିଜୟ ମହାପାତ୍ର ବିଜେଡି
Share. Facebook Twitter LinkedIn Email WhatsApp Copy Link

Related Posts

ମାନବିକ ଭାବନା ଓ ଅଭିବ୍ୟକ୍ତି ମଧ୍ୟରେ ଏକ ସୃଜନଶୀଳ ସେତୁର ଭୂମିକା ନିର୍ବାହ କରେ ସାହିତ୍ୟ

October 17, 2026

ଇଂରାଜୀ ସ୍ନାତକତ୍ତୋର ଶିକ୍ଷକଙ୍କ ନିମନ୍ତେ ଆୟୋଜିତ ତାଲିମ୍ କାର୍ଯ୍ୟକ୍ରମ ଉଦଯାପିତ

October 17, 2026

ମହାପ୍ରଭୁ ଲିଙ୍ଗରାଜଙ୍କ ସତ୍ତ୍ୱଲିପି କମିଟି ପକ୍ଷରୁ ଆଇନ୍ ମନ୍ତ୍ରୀଙ୍କୁ ତୃତୀୟ ଅନ୍ତରୀଣ ରିପୋର୍ଟ ପ୍ରଦାନ

October 17, 2026

ଗଣତନ୍ତ୍ର ବଂଚାଓ ଆଳରେ ଦେଶରେ ଅରାଜକତା ସୃଷ୍ଟି କରୁଛନ୍ତି ରାହୁଲ ଗାନ୍ଧୀ: ସ୍ମୃତି ପଟ୍ଟନାୟକ

October 17, 2026
Latest News

ମାନବିକ ଭାବନା ଓ ଅଭିବ୍ୟକ୍ତି ମଧ୍ୟରେ ଏକ ସୃଜନଶୀଳ ସେତୁର ଭୂମିକା ନିର୍ବାହ କରେ ସାହିତ୍ୟ

October 17, 2026

ଦଶହରାରେ ଏହି ଚାରିଟି ଜିନିଷ ଦେଖିଲେ ବର୍ଷ ସାରା ହୋଇଥାଏ ମଙ୍ଗଳ

October 17, 2026

ଏଫ୍‌ଆଇଏଚ୍ ପ୍ରୋ ଲିଗ୍ ୨୦୨୬-୨୭ କାର୍ଯ୍ୟସୂଚୀ ଘୋଷିତ: ଫେବୃଆରୀରେ ଭାରତର ଘରୋଇ ମ୍ୟାଚ୍‌

October 17, 2026

ଶତ୍ରୁରୁ ମୁକ୍ତି ପାଇବା ପାଇଁ ସପ୍ତମ ଦିନରେ ମା’ କାଳରାତ୍ରୀଙ୍କୁ କରନ୍ତୁ ପୂଜା ଜାଣନ୍ତୁ ପୂଜା ବିଧି

October 17, 2026

୭୦ ବର୍ଷ ପରେ ଆଇଏମ୍‌ଏଫ୍ ଓ ବିଶ୍ୱବ୍ୟାଙ୍କ ବୋର୍ଡର ଅଧ୍ୟକ୍ଷତା କରିବ ପାକିସ୍ତାନ

October 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.