Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଭୁବନେଶ୍ବରରେ ଉଦ୍‌ଘାଟିତ ହେଲା ରାଜ୍ୟ ହସ୍ତଶିଳ୍ପ ପ୍ରଦର୍ଶନୀ, ଭାଗ ନେଉଛନ୍ତି ୧୨୦ କାରୀଗର
ବିଶେଷ ଖବର

ଭୁବନେଶ୍ବରରେ ଉଦ୍‌ଘାଟିତ ହେଲା ରାଜ୍ୟ ହସ୍ତଶିଳ୍ପ ପ୍ରଦର୍ଶନୀ, ଭାଗ ନେଉଛନ୍ତି ୧୨୦ କାରୀଗର

February 23, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଭୁବନେଶ୍ବରରେ ଉଦ୍‌ଘାଟିତ ହେଲା ରାଜ୍ୟ ହସ୍ତଶିଳ୍ପ ପ୍ରଦର୍ଶନୀ, ଭାଗ ନେଉଛନ୍ତି ୧୨୦ କାରୀଗର

ଭୁବନେଶ୍ୱର: ହସ୍ତତନ୍ତ, ବୟନ ଏବଂ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀମତୀ ରୀତା ସାହୁ ରାଜ୍ୟ ସ୍ତରୀୟ ହସ୍ତତନ୍ତ ପ୍ରଦର୍ଶନୀକୁ ଉଦ୍‌ଘାଟନ କରିଛନ୍ତି। ହସ୍ତଶିଳ୍ପ ନିର୍ଦ୍ଦେଶକ ଶ୍ରୀମତୀ ପ୍ରଶତି ଛୋଟରାୟ, ଉତ୍କଳିକାର ପରିଚାଳନା ନିର୍ଦ୍ଦେଶକ ଶ୍ରୀମତୀ କଲ୍ୟାଣୀ ପଟ୍ଟନାୟକ ଏବଂ ହସ୍ତତନ୍ତ, ବୟନ ଏବଂ ହସ୍ତଶିଳ୍ପ ବିଭାଗର ସ୍ୱତନ୍ତ୍ର ସଚିବ ଶ୍ରୀ ସରୋଜ କୁମାର ପଟେଲ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଏହି ଅବସରରେ ପଦ୍ମଶ୍ରୀ ବିନୋଦ ମହାରଣାଙ୍କୁ ସମ୍ମାନିତ କରାଯାଇଥିଲା।

ହସ୍ତଶିଳ୍ପ କାରୀଗରମାନଙ୍କ ଉତ୍ପାଦିତ ସାମଗ୍ରୀ ଗୁଡ଼ିକର ବିକି୍ରବଟାର ସହାୟତା ନିମନ୍ତେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଅନ୍ତର୍ଗତ ହସ୍ତଶିଳ୍ପ ନିର୍ଦ୍ଦେଶାଳୟ ମାଧ୍ୟମରେ ଚଳିତ ବର୍ଷ ଏହି ରାଜ୍ୟସ୍ତରୀୟ ପ୍ରଦର୍ଶନୀ ଭୁବନେଶ୍ୱରସ୍ଥ ଇଡ୍‌କୋ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ହୋଇଛି।

ଏହି ପ୍ରଦର୍ଶନୀରେ ୨୩ ଗୋଟି ଜିଲ୍ଲାର ପ୍ରାୟ ୧୨୦ ଜଣ ହସ୍ତଶିଳ୍ପ କାରିଗରୀଙ୍କୁ ବିନା ଦେୟରେ ଷ୍ଟଲ ପ୍ରଦାନ କରାଯାଇଛି। ଅଂଶଗ୍ରହଣ କରୁଥିବା ଜିଲ୍ଲାଗୁଡ଼ିକରେ ମଧ୍ୟରେ କେନ୍ଦୁଝର, ଯାଜପୁର, ବାଲେଶ୍ୱର, ବରଗଡ଼, ଖୋର୍ଦ୍ଧା, ନୟାଗଡ଼, ଢେଙ୍କାନାଳ, ମୟୂରଭଞ୍ଜ, କଟକ, ନବରଙ୍ଗପୁର, କେନ୍ଦ୍ରାପଡ଼ା, ପୁରୀ, ସୁନ୍ଦରଗଡ଼, ଗଞ୍ଜାମ, କଳାହାଣ୍ଡି, ରାୟଗଡ଼ା, ବଲାଙ୍ଗିର, ବୌଦ୍ଧ, ଗଜପତି, ଜଗତସିଂହପୁର, ଝାରସୁଗୁଡ଼ା, ନୂଆପଡ଼ା ଓ ଭଦ୍ରକ ରହିଛନ୍ତି।

ଓଡ଼ିଶାର ହସ୍ତଶିଳ୍ପର ନିଜସ୍ୱ ସ୍ୱତନ୍ତ୍ର ପରିଚୟ ରହିଛି। ଓଡ଼ିଶା ସରକାରଙ୍କ ଦ୍ୱାରା ଅନୁମୋଦିତ ୫୧ଟି ହସ୍ତଶିଳ୍ପକୁ ଆଧାର କରି ୧,୬୦,୦୦୦ରୁ ଊଦ୍ଧ୍ୱ କାରିଗରମାନେ ବିଭିନ୍ନ ସାମଗ୍ରୀ ଉତ୍ପାଦନ କରୁଛନ୍ତି। ହସ୍ତଶିଳ୍ପ କଳାକୃତି ପାଇଁ ଆମ ରାଜ୍ୟ ଓଡ଼ିଶା ବହୁ ସଂଖ୍ୟାରେ ଜାତୀୟ ପୁରସ୍କାର ପାଇବାର ଗୌରବ ଅର୍ଜନ କରିଛି।

ଅଦ୍ୟାବଧି ୧୯୩ ଜଣ ହସ୍ତଶିଳ୍ପୀ ଜାତୀୟ ପୁରସ୍କାର ପାଇଥିବା ବେଳେ ତନ୍ମଧ୍ୟରୁ ୫ ଜଣ ପଦ୍ମ ପୁରସ୍କାର, ୧୩ ଜଣ ଶିଳ୍ପଗୁରୁ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି। ଏତଦ୍‌ବ୍ୟତୀତ ୩୪୨ ଜଣ ହସ୍ତଶିଳ୍ପୀ ରାଜ୍ୟସ୍ତରୀୟ ପୁରସ୍କାର ଗ୍ରହଣ କରିଛନ୍ତି।

ଓଡ଼ିଶା ସରକାର ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ମାଧ୍ୟମରେ ହସ୍ତଶିଳ୍ପର ବିକାଶ ପାଇଁ ବିଭିନ୍ନ ପ୍ରୋତ୍ସାହନ ପ୍ରଦାନ କରୁଛନ୍ତି। ବଜାର ସହାୟତା ପାଇଁ ପ୍ରଦର୍ଶନୀମାନ ଆୟୋଜନ କରାଯାଉଛି। କାରିଗର, ସ୍ୱୟଂସହାୟକ ଗୋଷ୍ଠୀ, ଶୀର୍ଷ ଅନୁଷ୍ଠାନ ଓ ସମବାୟ ସମିତିମାନଙ୍କୁ ଦକ୍ଷତା ବୃଦ୍ଧି, କାରିଗରୀ କୌଶଳ ବୃଦ୍ଧି ତାଲିମ, ଉନ୍ନତମାନର ଯନ୍ତ୍ରପାତି, ବ୍ୟାଙ୍କ ଋଣ ସହାୟତା, ଭିତ୍ତିଭୂମିର ବିକାଶ, ନମୁନା ବିକାଶ, ପ୍ରଦର୍ଶନୀ ମାଧ୍ୟମରେ ବଜାୟ ସହାୟତା ଇତ୍ୟାଦି ଯୋଗାଇ ଦିଆଯାଉଛି। ଏଥି ସହିତ ହସ୍ତଶିଳ୍ପ ସାମଗ୍ରୀ ପାଇଁ ଅନ୍‌ଲାଇନ୍‌ ମାର୍କେଟିଂର ବ୍ୟବସ୍ଥା କରାଯାଉଛି।

ହସ୍ତଶିଳ୍ପ ପ୍ରଦର୍ଶନୀ
Share. Facebook Twitter LinkedIn Email WhatsApp Copy Link

Related Posts

କେ.ଏ.ଟି.ଏସ୍ ଆୟୁର୍ବେଦ କଲେଜ ତରଫରୁ ମାଗଣା ସ୍ଵାସ୍ଥ୍ୟ ଶିବିର

June 25, 2026

ରଣପୁର ମଣିନାଗ ପୀଠରେ ବୁଦ୍ଧିଜୀବୀ ସମ୍ମିଳନୀ: ଯୋଗଦେଲେ ବାଚସ୍ପତି

June 25, 2026

ଭୁବନେଶ୍ୱର ଏବଂ ଲୋକମାନ୍ୟ ତିଲକ ମଧ୍ୟରେ ସ୍ପେଶାଲ୍ ଟ୍ରେନ୍ ଚଳାଇବ ପୂର୍ବତଟ ରେଳପଥ

June 25, 2026

ରାମ ମନ୍ଦିର ଦାନ ଚୋରି ମାମଲା: ୬ ରୁ ଅଧିକ ଲୋକଙ୍କ ବିରୁଦ୍ଧରେ ମାମଲା ରୁଜୁ

June 25, 2026
Latest News

MI ପାଇଁ ଖେଳିବେ ପାକିସ୍ତାନର ମହମ୍ମଦ ଆମିର: ସମସ୍ତଙ୍କୁ ଆଶ୍ଚର୍ଯ୍ୟ କଲା ମୁମ୍ବାଇ ଫ୍ରାଞ୍ଚାଇଜ୍ ର ଏହି ନିଷ୍ପତ୍ତି

June 25, 2026

କେ.ଏ.ଟି.ଏସ୍ ଆୟୁର୍ବେଦ କଲେଜ ତରଫରୁ ମାଗଣା ସ୍ଵାସ୍ଥ୍ୟ ଶିବିର

June 25, 2026

ରଣପୁର ମଣିନାଗ ପୀଠରେ ବୁଦ୍ଧିଜୀବୀ ସମ୍ମିଳନୀ: ଯୋଗଦେଲେ ବାଚସ୍ପତି

June 25, 2026

ଭୁବନେଶ୍ୱର ଏବଂ ଲୋକମାନ୍ୟ ତିଲକ ମଧ୍ୟରେ ସ୍ପେଶାଲ୍ ଟ୍ରେନ୍ ଚଳାଇବ ପୂର୍ବତଟ ରେଳପଥ

June 25, 2026

ରାମ ମନ୍ଦିର ଦାନ ଚୋରି ମାମଲା: ୬ ରୁ ଅଧିକ ଲୋକଙ୍କ ବିରୁଦ୍ଧରେ ମାମଲା ରୁଜୁ

June 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.