Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ସ୍କୁଲ ଛୁଟିକୁ ନେଇ ସଚିବ ଓ ମନ୍ତ୍ରୀଙ୍କ ମଧ୍ୟରେ ତାଳମେଳ ନାହିଁ, ସକାଳେ ମନ୍ତ୍ରୀ କହିଲେ ଛୁଟି ବଢିବନି, ସଂଧ୍ୟାରେ ସଚିବ କହିଲେ ଛୁଟି ହେବ
ବିଶେଷ ଖବର

ସ୍କୁଲ ଛୁଟିକୁ ନେଇ ସଚିବ ଓ ମନ୍ତ୍ରୀଙ୍କ ମଧ୍ୟରେ ତାଳମେଳ ନାହିଁ, ସକାଳେ ମନ୍ତ୍ରୀ କହିଲେ ଛୁଟି ବଢିବନି, ସଂଧ୍ୟାରେ ସଚିବ କହିଲେ ଛୁଟି ହେବ

June 18, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ବର୍ତ୍ତମାନ ନୂଆ ମନ୍ତ୍ରୀମାନେ ଆକ୍ସନ ମୁଡରେ ଥିବା ବେଳେ ଗୋଟିଏ ଗୋଟିଏ ସ୍ଥାନରେ ମନ୍ତ୍ରୀଙ୍କ ନିଷ୍ପତି ଫୁସ ହେଇଯାଉଛି। ପୂର୍ବରୁ ଏହିପରି ଘଟଣା ବହୁତ ଘଟିଯାଇଛି। ହେଲେ ଏବେ ନୂଆ ମନ୍ତ୍ରୀମଣ୍ଡଳରେ ନୂଆ ମନ୍ତ୍ରୀଙ୍କ ଅବସ୍ଥା ମଧ୍ୟ ସେହିପରି ହେବାରେ ଆରମ୍ଭ ହେଲାଣି। ଆଜି ଗଣଶିକ୍ଷା ବିଭାଗର ଘଟିଯାଇଥିବା ସ୍କୁଲ ଛୁଟି ଘଟଣା ହେଉଛି ଏହାର ଜ୍ବଳନ୍ତ ଉଦାହରଣ। ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ନେଇ ସରକାର ଛୁଟି ବଢାଇବେ କି ନାହିଁ, ସେ ନେଇ ସକାଳେ ସାମ୍ବାଦିକମାନେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସଙ୍କୁ ପଚାରିଥିଲେ। ମନ୍ତ୍ରୀ ତାଙ୍କର ମନ୍ତ୍ରିଆ ଢଙ୍ଗରେ ରୋକଠୋକ ମନାକରିଦେଲେ ଆଉ ଛୁଟି ବଢିବ ନାହିଁ। 19 ତାରିଖରେ ସ୍କୁଲ ଖୋଲିବ ବୋଲି ପୂର୍ବରୁ ଯେଉଁ ଘୋଷଣା ହୋଇଥିଲା ତାହା ବଳବତ୍ତର ରହିଛି। ଅର୍ଥାତ 19 ତାରିଖରେ ସମସ୍ତ ସ୍କୁଲ ଖୋଲିବ। ହେଲେ ଆଶ୍ଚର୍ଯ୍ୟର କଥା ସଂଧ୍ୟାରେ ସଚିବ ପ୍ରଦୀପ୍ତ ମହାପାତ୍ର କହିଲେ ଯେ, ସ୍କୁଲ ଛୁଟି ବୃଦ୍ଧି କରାଗଲା। ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଚାଲୁ ରହିଥିବାରୁ ଏହି ଛୁଟିକୁ ଆସନ୍ତା ଜୁନ 25 ତାରିଖ ପର୍ଯ୍ୟନ୍ତ ବଢାଗଲା। ନୋଟିସ ବି ପ୍ରେସକୁ ଜାରୀ କରାଗଲା।

ଏସବୁ ଘଟଣାକୁ ନେଇ ବର୍ତ୍ତମାନ ଚାରିଆଡେ ଚର୍ଚ୍ଚା। ପ୍ରଶ୍ନ ଉଠୁଛି ଯେ, ଗଣଶିକ୍ଷା ମନ୍ତ୍ରୀ ଏବଂ ସଚିବଙ୍କ ମଧ୍ୟରେ ତାଳମେଳ ରହୁ ନାହିଁ କି? ଯଦି ସଚିବ ଛୁଟି ଘୋଷଣା କରିବାର ଥିଲା ତେବେ ସେ ମନ୍ତ୍ରୀଙ୍କ ପରାମର୍ଶ ନେଇ ଥିଲେ କି ନାହିଁ। ଯଦି ମନ୍ତ୍ରୀଙ୍କ ପରାମର୍ଶ ନେଇ ଥିଲେ ତେବେ ମନ୍ତ୍ରୀ କିପରି ଏହି ଘଟଣାରେ ଅନ୍ଧାରରେ ରହିଲେ। ଏସବୁ ପ୍ରଶ୍ନର ଗୋଟିଏ ଉତ୍ତର ଯେ, ମନ୍ତ୍ରୀ ଓ ସଚିବଙ୍କ ମଧ୍ୟରେ ବୋଧହୁଏ ତାଳମେଳ ରହୁ ନାହିଁ।

କେବଳ ଏହି ଘଟଣା ନୁହେଁ ପୂର୍ବରୁ ଏହିପରି ଅନେକ ଘଟଣା ଘଟିଛି। ଯେତେବେଳେ ସ୍କୁଲ ଓ ଗଣଶିକ୍ଷା ସଚିବ ଅପରାଜିତା ଷଡଙ୍ଗୀ ଥିଲେ ସେତେବେଳେ ମଧ୍ୟ ଏହିପରି ଘଟଣା ଦେଖିବାକୁ ମିଳିଥିଲା। ସେ ସମୟର ଗଣଶିକ୍ଷା ମନ୍ତ୍ରୀ ପ୍ରତାପ ଜେନା ମଧ୍ୟ ଅପଦସ୍ତ ହୋଇଥିଲେ। ଅପରାଜିତା ସେତେବେଳେ ସ୍କୁଲ ଶିକ୍ଷୟତ୍ରୀଙ୍କ ଶାଢୀ ଗୋଲାପି ରଂଗର କରିବା ହେଉ କିମ୍ବା ସ୍କୁଲର ମାନ ବୃଦ୍ଧି ପଦକ୍ଷେପ ହେଉ, ସେ ଏକାକି ନିଷ୍ପତି ନେଇ ଯାଉଥିଲେ। ଏ ସଂପର୍କରେ ମନ୍ତ୍ରୀଙ୍କୁ ପଚାରିଲେ ସେ ଜାଣି ନ ଜାଣିବା ପରି ବ୍ୟବହାର ପ୍ରଦର୍ଶନ କରିଥିଲେ। ତାଙ୍କର ଶାରୀରିକ ଢଙ୍ଗରୁ ସ୍ପଷ୍ଟ ହେଉଥିଲା ଯେ, ଏହି ନିଷ୍ପତି ସଂପର୍କରେ ସେ ସଂପୂର୍ଣ୍ଣ ଅଜ୍ଞ ଥିଲେ।

ଅପରାଜିତାଙ୍କ ଏପରି ପଦକ୍ଷେପକୁ ନେଇ ସେତେବେଳେ ପ୍ରତାପ ମୁଖ୍ୟ ସଚିବଙ୍କଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କୁ ଭେଟି ତାଙ୍କର ବଦଳି ପାଇଁ ଅନୁରୋଧ କରିଥିଲେ। ହେଲେ ତାହା ଫସର ଫାଟିଯାଇଥିଲା। ସେ ସମୟରେ ଅବଶ୍ୟ ଅପରାଜିତାଙ୍କ ପଦକ୍ଷେପକୁ ବହୁ ସମର୍ଥନ ମିଳିଥିଲା। ହେଲେ ମନ୍ତ୍ରୀଙ୍କ ଅବସ୍ଥାରେ ପରିବର୍ତ୍ତନ ହୋଇ ନ ଥିଲା। ବର୍ତ୍ତମାନ ପ୍ରତାପଙ୍କ ପରି ସମୀର ମଧ୍ୟ ଜଣେ ବେଶ୍ ଟାଣୁଆ ନେତା। ହେଲେ ସେ ଘରେ ପଶୁ ପଶୁ ତାଙ୍କର ଏପରି ଅବସ୍ଥା ଯେତେବେଳେ ହେଲାଣି, ଆଗକୁ ଆହୁରି କଣ ହେବ ତାହା ଜଳଜଳ କରି ଦେଖାଯାଉଛି।

school thesamikhsya
Share. Facebook Twitter LinkedIn Email WhatsApp Copy Link

Related Posts

ଗଂଜାମ ଜିଲ୍ଲା ସ୍ତରୀୟ ସ୍ବାଧୀନତା ଦିବସରେ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ଅଭିଭାଷଣ ଦେଇ କହିଲେ..

August 15, 2026

‘ମିଛ କହିବାର ସ୍ଥାନ ନୁହେଁ ଲାଲକିଲ୍ଲା’: ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅଖିଳେଶ ଯାଦବଙ୍କ କଟାକ୍ଷ

August 15, 2026

“୯୯% ସରକାରୀ ଚାକିରିରେ ଦୁର୍ନୀତି”: ଅଭିଯୋଗ ସହ ବାବା ରାମଦେବଙ୍କ ଚେତାବନୀ

August 15, 2026

ଭୁଲ ପ୍ରଥା ଆଗକୁ ବଢାଉଛନ୍ତି ରାହୁଲ: ଲାଲକିଲ୍ଲା ସମାରୋହରେ ଯୋଗନଦେବାରୁ ବିଜେପିର ଟାର୍ଗେଟ

August 15, 2026
Latest News

ବଲାଙ୍ଗୀରରୁ ଅପହରଣ, ଭୁବନେଶ୍ୱରରୁ ଉଦ୍ଧାର: ବ୍ୟବସାୟୀଙ୍କୁ ନେଇ ରହସ୍ୟ ଘେରରେ ଅପହରଣ ମାମଲା

August 15, 2026

ରେଙ୍ଗାଳି ଡ୍ୟାମ୍‌ର ୩ ଗେଟ୍‌ ଖୋଲା: ତଳମୁଣ୍ଡରେ ବନ୍ୟା ଆଶଙ୍କା

August 15, 2026

ସେଲଫି ନେବା ବେଳେ ଘଟିଲା ଅଘଟଣ: ପୋଲ ତଳକୁ ଖସିପଡ଼ିଲେ ଯୁବତୀ

August 15, 2026

ଗଂଜାମ ଜିଲ୍ଲା ସ୍ତରୀୟ ସ୍ବାଧୀନତା ଦିବସରେ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ଅଭିଭାଷଣ ଦେଇ କହିଲେ..

August 15, 2026

ବଦଳିବ ବିଏମ୍‌ସିର ମାନଚିତ୍ର: ୨୬ ଗାଁ ମିଶିବ, ବଢ଼ିବ ୱାର୍ଡ ସଂଖ୍ୟା

August 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.