Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଆସିଲା ନୂଆ ପାଞ୍ଜି: ଏଥର ପଞ୍ଚୁକ ୪ ଦିନ, ଗୋଟିଏ ଦିନରେ ନବଯୌବନ ଓ ଶ୍ରୀଗୁଣ୍ଡିଚା, କେମିତି ହେବ ନୀତିକାନ୍ତି !
ବିଶେଷ ଖବର

ଆସିଲା ନୂଆ ପାଞ୍ଜି: ଏଥର ପଞ୍ଚୁକ ୪ ଦିନ, ଗୋଟିଏ ଦିନରେ ନବଯୌବନ ଓ ଶ୍ରୀଗୁଣ୍ଡିଚା, କେମିତି ହେବ ନୀତିକାନ୍ତି !

April 16, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଆସିଲା ନୂଆ ପାଞ୍ଜି: ଏଥର ପଞ୍ଚୁକ ୪ ଦିନ, ଗୋଟିଏ ଦିନରେ ନବଯୌବନ ଓ ଶ୍ରୀଗୁଣ୍ଡିଚା, କେମିତି ହେବ ନୀତିକାନ୍ତି !

ଭୁବନେଶ୍ବର: ପ୍ରକାଶ ପାଇଛି ଶ୍ରୀମନ୍ଦିରର ନୂଆ ପାଞ୍ଜି। ପଣା ସଂକ୍ରାନ୍ତୀରୁ ଓଡିଆ ନବ ବର୍ଷ ଆରମ୍ଭ ହେଉଥିବାରୁ ଏହି ଦିନ ଶ୍ରୀମନ୍ଦିର ପକ୍ଷରୁ ଏହି ନୂଆ ପାଞ୍ଜି ପ୍ରଚଳନ ହୋଇଛି। ଏହି ପାଞ୍ଜି ଅନୁସାରେ ଶ୍ରୀମନ୍ଦିର ନୀତିକାନ୍ତି କରାଯିବ। ତେବେ ଏଥର ତିଥି କ୍ଷୟ ରହୁଥିବାରୁ କେତେକ ପର୍ବ ପର୍ବାଣୀର ଦିନ କାଣ୍ଟଛାଟ ହୋଇଥିବାର ପରିଲକ୍ଷିତ ହୋଇଛି।

ନୂଆ ପାଞ୍ଜି ଅନୁସାରେ ଏଥର କାର୍ତ୍ତିକ ମାସରେ ପଞ୍ଚୁକ ୫ ଦିନ ପରିବର୍ତ୍ତେ ୪ ଦିନ ହେବ। ଫଳରେ ଶ୍ରୀଜିୟୁଙ୍କର ସୁନାବେଶ ଚତୁର୍ଦ୍ଧଶୀରେ କରାଯିବ। ଏଥର ଲକ୍ଷ୍ମୀ ନୃସିଂହ ବେଶ କରାଯାଇପାରିବ ନାହିଁ। ପ୍ରତିବର୍ଷ ପଞ୍ଚୁକ ପାଞ୍ଚ ଦିନ ହେଉଥିବାରୁ ଚତୁର୍ଦ୍ଧଶୀରେ ଲକ୍ଷ୍ମୀ ନୃସିଂହ ବେଶ ଏବଂ ପୂର୍ଣ୍ଣିମାରେ ସୁନାବେଶ ବା ରାଜଧିରାଜ ବେଶ କରାଯାଏ। ହେଲେ ଏଥର କ୍ଷୟ ଥିବାରୁ ଲକ୍ଷ୍ମୀନୃସିଂହ ବେଶ ହୋଇପାରିବ ନାହିଁ। ଚତୁର୍ଦ୍ଧଶୀରେ ପୂର୍ଣ୍ଣିମା ପଡୁଥିବାରୁ ସେହିଦିନ ଶ୍ରୀଜିୟୁଙ୍କର ସିଧା ସୁନାବେଶ କରାଯିବ।

ସେହିପରି ରଥଯାତ୍ରା ସମୟରେ ଆଉ ଏକ ବଡ ସମସ୍ୟା ସୃଷ୍ଟି ହୋଇଛି। ତାହା ହେଲା ଏଥର ନବଯୌବନ ଦର୍ଶନ ଏବଂ ଶ୍ରୀଗୁଣ୍ଡିଚା ଗୋଟିଏ ଦିନରେ ପଡୁଛି। ସେହି ତିଥି କ୍ଷୟ ରହୁଥିବାରୁ ଏପରି ଘଟିଛି। ସାଧାରଣତଃ ନବଯୌବନ ଦର୍ଶନ ପର ଦିନ ଶ୍ରୀଗୁଣ୍ଡିଚା ହୋଇଥାଏ। ନବଯୌବନ ଦର୍ଶନ ଦିନ ଶ୍ରୀଜିୟୁଙ୍କଠାରୁ ଆଜ୍ଞାମାଳ ଆସି ରଥ ପ୍ରତିଷ୍ଠା ହୋଇଥାଏ। ହେଲେ ଏଥର ସେସବୁ ନିତି ନେଇ ସମସ୍ୟା ସୃଷ୍ଟି ହୋଇଛି।

ନବଯୌବନ ଦର୍ଶନ ଏବଂ ଶ୍ରୀଗୁଣ୍ଡିଚା ଗୋଟିଏ ଦିନ ପଡିବାର କାରଣ ହେଲା ଏଥର ଅଣସର ନୀତି ୧୫ ଦିନ ପରିବର୍ତ୍ତେ ୧୩ ଦିନ ପଡୁଛି। ତିଥି କ୍ଷୟ ପାଇଁ ଏପରି ପରିସ୍ଥିତି ସୃଷ୍ଟି ହୋଇଛି। ଫଳରେ ଏଥର ଶ୍ରୀଗୁଣ୍ଡିଚା ଦିନ ନବଯୌବନ ବେଶ କରାଯାଇ ଠାକୁରଙ୍କୁ ରଥାଋଢ କରାଯିବ। ହେଲେ ଭକ୍ତମାନଙ୍କୁ ଶ୍ରୀଜିୟୁଙ୍କୁ ନବଯୌବନ ଦର୍ଶନ କରିପାରିବେ ନାହିଁ।

ସେହିପରି ରଥ ପ୍ରତିଷ୍ଠା ନେଇ ମଧ୍ୟ ସମସ୍ୟା ସୃଷ୍ଟି ହୋଇଛି। କାରଣ ନବଯୌବନ ପରେ ଶ୍ରୀଜିୟୁଙ୍କ ଆଜ୍ଞା ମାଳ ଆସିବା ପରେ ରଥ ପ୍ରତିଷ୍ଠା ହୋଇଥାଏ। ସେହି ରାତି ତମାମ ବିଭିନ୍ନ ନୀତି ଅନୁଷ୍ଠିତ ହୁଏ। ହେଲେ ଏଥର କିପରି ଆଜ୍ଞାମାଳ ଆସିବ ଏବଂ ରଥ ପ୍ରତିଷ୍ଠା କାମ କିପରି ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ମୁକ୍ତିମଣ୍ଡପ ବ୍ରାହ୍ମଣ ଏବଂ ପାଞ୍ଜି ଗଣନାକାରୀଙ୍କ ମଧ୍ୟରେ ଆଲୋଚନା ହୋଇଥିଲା।

ତେବେ ଏହି ଆଲୋଚନା ବେଳେ ଜଣାପଡିଥିଲା ଯେ, ୧୯୫୯ ଏବଂ ୧୯୭୧ ରେ ମଧ୍ୟ ଏହିପରି ସମସ୍ୟା ଉପିଜିଥିଲା। ସେତେବେଳେ ରଥପ୍ରତିଷ୍ଠା ପାଇଁ ପଟିଦିଅଁଙ୍କଠାରୁ ଆଜ୍ଞାମାଳ ଆସି ନୀତିକାନ୍ତି କରାଯାଇଥିଲା। ସେହି ଅନୁସାରେ ଚଳିତ ବର୍ଷ ରଥ ପ୍ରତିଷ୍ଠା ସେହିପରି ଶ୍ରୀଗୁଣ୍ଡିଚା ପୂର୍ବଦିନ ପଟିଦିଅଁଙ୍କଠାରୁ ଆଜ୍ଞାମାଳ ଆସି ରଥପ୍ରତିଷ୍ଠା ହେବ। ଏ ନେଇ ଶ୍ରୀମନ୍ଦିର ତରଫରୁ ଏକ ବୈଠକ କରି ନିଷ୍ପତି ଗ୍ରହଣ କରାଯାଇଛି।

ପଣା ସଂକ୍ରାନ୍ତି ମହାବିଷୁବ ସଂକ୍ରାନ୍ତି
Share. Facebook Twitter LinkedIn Email WhatsApp Copy Link

Related Posts

ପାରାଦୀପ ବନ୍ଦରରେ ୪୨୭ କୋଟିର ପ୍ରକଳ୍ପ ଉଦ୍‌ଘାଟନ କଲେ ସର୍ବାନନ୍ଦ ସୋନୋୱାଲ

August 22, 2026

ରାଶିଫଳ: ଅଗଷ୍ଟ ୨୨ ତାରିଖ ଶନିବାରରେ କଣ ରହିବ ଆପଣଙ୍କ ଭାଗ୍ୟରେ ପଢନ୍ତୁ

August 22, 2026

ମହାନଦୀ ଜଳ ବିବାଦରେ ବଡ଼ ପଦକ୍ଷେପ, CWC ଗଠନ କଲା ବୈଷୟିକ କମିଟି

August 21, 2026

Odisha Investment: ୧୪ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରି, ୨,୭୮୦ କୋଟି ନିବେଶରେ ୧୪,୧୦୪ ନିଯୁକ୍ତି

August 21, 2026
Latest News

ପାରାଦୀପ ବନ୍ଦରରେ ୪୨୭ କୋଟିର ପ୍ରକଳ୍ପ ଉଦ୍‌ଘାଟନ କଲେ ସର୍ବାନନ୍ଦ ସୋନୋୱାଲ

August 22, 2026

ରାଶିଫଳ: ଅଗଷ୍ଟ ୨୨ ତାରିଖ ଶନିବାରରେ କଣ ରହିବ ଆପଣଙ୍କ ଭାଗ୍ୟରେ ପଢନ୍ତୁ

August 22, 2026

ମହାନଦୀ ଜଳ ବିବାଦରେ ବଡ଼ ପଦକ୍ଷେପ, CWC ଗଠନ କଲା ବୈଷୟିକ କମିଟି

August 21, 2026

Odisha Investment: ୧୪ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରି, ୨,୭୮୦ କୋଟି ନିବେଶରେ ୧୪,୧୦୪ ନିଯୁକ୍ତି

August 21, 2026

ଖଣି ବିଲ୍‌କୁ ନେଇ ତେଜିଲା ରାଜନୀତି, ବିଜେପିକୁ ଅରୁଣଙ୍କ ବିତର୍କ ଆହ୍ୱାନ

August 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.