Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ପଦାକୁ ଆସିଲା ବିଜେଡି ବିଜେପି ଭିତିରିଆ ସଂପର୍କ, ଓଡିଶାର ଗୋଟିଏ ରାଜ୍ୟସଭା ଆସନ ବିଜେପି ହାତକୁ ଟେକିଦେଲା ବିଜେଡି
ବିଶେଷ ଖବର

ପଦାକୁ ଆସିଲା ବିଜେଡି ବିଜେପି ଭିତିରିଆ ସଂପର୍କ, ଓଡିଶାର ଗୋଟିଏ ରାଜ୍ୟସଭା ଆସନ ବିଜେପି ହାତକୁ ଟେକିଦେଲା ବିଜେଡି

June 21, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link
BJD support to BJP RS candidate in Odisha
BJD support to BJP RS candidate in Odisha

ସମୀକ୍ଷା ବ୍ୟୁରୋ

ରାଜନୀତିରେ ଅସମ୍ଭବ ବୋଲି କିଛି ନାହିଁ। ବିଜେଡି ଏହି କଥାକୁ ଅକ୍ଷରେ ଅକ୍ଷରେ କରି ଦେଖାଇ ଦେଇଛି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଗୋଟିଏ ରାଜ୍ୟସଭା ଆସନ ଜାଣିଶୁଣି ବିଜେପି ହାତରେ ଟେକିଦେଇଛନ୍ତି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ନବୀନ ନିବାସରେ ନବୀନ ପଟ୍ଟନାୟକ ଓଡିଶାର ଖାଲି ପଡିଥିବା ତିନୋଟି ରାଜ୍ୟସଭା ଆସନ ପାଇଁ ନାମ ଘୋଷଣା କରିଥିଲେ। ପ୍ରଥମେ ସେ ତିନିଜଣ ନାମ ଘୋଷଣା କରିଥିଲେ। ସେମାନେ ହେଲେ ଅମର ପଟ୍ଟନାୟକ, ସସ୍ମିତ ପାତ୍ର ଏବଂ ପୂର୍ବତ୍ତନ ଆଇଏଏସ ଅଫିସର ଅଶ୍ବିନୀ ବୈଷ୍ଣବ। ଏମାନେ ବିଜେଡି ପ୍ରାର୍ଥୀ ବୋଲି କୁହାଗଲା। ଏପରିକି ନବୀନ ଅଶ୍ବିନୀଙ୍କ ସଂପର୍କରେ ସଫେଇ ଦେଇ କହିଲେ ଯେ ସେ ହେଉଛନ୍ତି ପୂର୍ବତ୍ତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜେପେୟୀଙ୍କ ବ୍ୟକ୍ତିଗତ ସଚିବ ଥିଲେ। ହେଲେ ଏହାପରେ କଥାଟା ବିଗିଡି ଗଲା ଯେତେବେଳେ ଅଶ୍ବିନୀଙ୍କୁ ବିଜେପି ଓଡିଶା ପାଇଁ ତାଙ୍କ ଦଳୀୟ ରାଜ୍ୟସଭା ପ୍ରାର୍ଥୀ ବୋଲି ଟ୍ବିଟ୍ କରି ସ୍ପଷ୍ଟ କଲା। ଏହାପରେ ଅଶ୍ବିନୀ କେଉଁ ଦଳର ପ୍ରାର୍ଥୀ ହେବେ ତାହାକୁ ନେଇ ଦ୍ବନ୍ଦ ସୃଷ୍ଟି ହେଲା।

ନବୀନ ନିବାସରେ ଏପରି ଦ୍ବନ୍ଦ ଉପୁଜିବା ପରେ ନବୀନ ପୁଣି ଥରେ ଗଣମାଧ୍ୟମ ଆଗକୁ ଆସି ସଫେଇ ଦେଇ କହିଲେ ଅଶ୍ବିନୀ ହେଉଛନ୍ତି ବିଜେପି ପ୍ରାର୍ଥୀ। ବିଜେପି ଅଶ୍ବିନୀଙ୍କୁ ପ୍ରାର୍ଥୀ କରିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହ ତାଙ୍କ ସହିତ କଥା ହୋଇଥିଲେ। ଅଶ୍ବିନୀଙ୍କୁ ବିଜେଡି ସମର୍ଥନ କରୁ ବୋଲି ଉଭୟ ଅନୁରୋଧ କରିଥିଲେ। ଫଳରେ ବିଜେପି ପ୍ରାର୍ଥୀ ଅଶ୍ବିନୀଙ୍କୁ ବିଜେଡି ସମର୍ଥନ ଦେବ ବୋଲି ନବୀନ ପୁଣି ଘୋଷଣା କଲେ। ପ୍ରଶ୍ନ ଉଠୁଛି ଯେ, ଯଦି ନବୀନ ମୋଦି ଓ ଶାହଙ୍କ ସହିତ କଥା ହୋଇଥିଲେ ତେବେ ସେ ପ୍ରଥମରୁ କାହିଁକି ଏକଥା ସ୍ପଷ୍ଟ କଲେ ନାହିଁ। ଥରେ ବିଜେଡି ପ୍ରାର୍ଥୀ ବୋଲି ଘୋଷଣା କରିବା ପରେ ପୁଣି ତାହା ପରିବର୍ତ୍ତନ କରି ସେ ବିଜେପି ପ୍ରାର୍ଥୀ ବୋଲି କାହିଁକି କହିଲେ।

ଜଣେ ବରିଷ୍ଠ ନେତାଙ୍କ ଖବର ଅନୁସାରେ ଅଶ୍ବିନୀଙ୍କୁ ନେଇ ବିଜେପି ଓ ବିଜେଡି ଭିତରେ ଏକ ବୁଝମାଣା ହୋଇଥିଲା। କଥା ଥିଲା ଯେ, ବିଜେଡି ତିନି ଜଣଙ୍କ ନାମ ଘୋଷଣା କରିବ। ସେଥିରେ ଦୁଇଜଣ ରହିବେ ଦଳୀୟ ପ୍ରାର୍ଥୀ, ଆଉ ଜଣେ ନିର୍ଦ୍ଦଳୀୟ ପ୍ରାର୍ଥୀ ଭାବେ ଅଶ୍ବନୀ ବୈଷ୍ଣବଙ୍କ ନାମ ଘୋଷଣା କରାଯିବ। ଘୋଷଣା ପରେ ରାଜ୍ୟ ବିଜେପି ତାଙ୍କୁ ସମର୍ଥନ କରିବ ବୋଲି କହିବ। ହେଲେ କଥାଟା ବିଗିଡିଗଲା। କାରଣ ବିଜେପି ନେତାମାନେ ଚାହୁଁ ନ ଥିଲେ ବିଜେଡି ଘୋଷଣା କରିଥିବା ପ୍ରାର୍ଥୀଙ୍କୁ ତାଙ୍କ ଦଳ ସମର୍ଥନ କରିବ। ତାଙ୍କର ଦାବି ହେଲା ଯେ, ବିଜେପି ପ୍ରାର୍ଥୀଙ୍କୁ ବିଜେଡି ସମର୍ଥନ ଦେଉ। ଫଳରେ ନବୀନ ଥରେ ତାଙ୍କ ଦଳର ପ୍ରାର୍ଥୀ ବୋଲି କହିବା ପରେ ପୁଣି ଥରେ ସେଥିରେ ପରିବର୍ତ୍ତନ କରି ବିଜେପି ପ୍ରାର୍ଥୀଙ୍କୁ ବିଜେଡି ସମର୍ଥନ ଦେବ ବୋଲି ଘୋଷଣା କରିଥିଲେ। ବର୍ତ୍ତମାନ ସଂଖ୍ୟା ଅନୁସାରେ ଦେଖିଲେ ଖାଲିପଡିଥିବା ତିନୋଟି ରାଜ୍ୟସଭା ଆସନରେ ବିଜେଡି ଜିତିବା ନିଶ୍ଚିତ ଥିଲା। ଏସବୁ ସତ୍ଵେ ଗୋଟିଏ ଆସନ ବିଜେପିକୁ ଟେକିଦେବା ଉଭୟ ଦଳ ଭିତରେ ଥିବା ସୁସଂପର୍କ ପଦାକୁ ଆସିଛି।

ପୂର୍ବରୁ ବିଭିନ୍ନ କ୍ଷେତ୍ରରେ ବିଜେଡି ବିଜେପିକୁ ସମର୍ଥନ କରିଛି। ତାହା ରାଷ୍ଟ୍ରପତି ନିର୍ବାଚନ ହେଉ କିମ୍ବା ନିକଟରେ ହୋଇଥିବା ଲୋକସଭା ବାଚସ୍ପତି ନିର୍ବାଚନ। ସବୁଥିରେ ବିଜେଡି ଅଯାଚିତ ଭାବେ ବିଜେପିକୁ ସମର୍ଥନ କରିଆସିଛି। ହେଲେ ଏସବୁ ସମର୍ଥନ ଜାତୀୟ ସ୍ତରରେ ଥିଲା। ଯାହାକୁ ନେଇ ରାଜ୍ୟ ରାଜନୀତି ସରଗରମ ହେଉ ନ ଥିଲା। ହେଲେ ବର୍ତ୍ତମାନ ରାଜ୍ୟ ରାଜ୍ୟସଭା ନିର୍ବାଚନରେ ବିଜେପି ପ୍ରାର୍ଥୀଙ୍କୁ ବିଜେଡି ସମର୍ଥନ କରିବାକୁ ନେଇ ଚର୍ଚ୍ଚା ଜୋର ଧରିଛି। ବିଜେଡି ଜିତିବାକୁ ଥିବା ଗୋଟିଏ ରାଜ୍ୟସଭା ଆସନକୁ ବିଜେପି ହାତରେ ସିଧା ଟେକିଦେବା ପ୍ରମାଣିତ କରିଛି ବିଜେଡି ବିଜେପି ଭିତରେ ଯେଉଁ ଭିତିରିଆ ସଂପର୍କ ରହିଛି ତାହା ସତ। ଏବେ ସେହି ଭିତିରଆ ସଂପର୍କ ପୁରା ବାହାରକୁ ଆସିଯାଇଛି। ହେଲେ ବିଜେଡିର ଯୁକ୍ତି ହେଲା ଯେ, ରାଜ୍ୟର ସ୍ବାର୍ଥ ପାଇଁ ବିଜେଡି ବିଜେପିକୁ ସମର୍ଥନ ଯୋଗାଇ ଦେବ। ପୂର୍ବରୁ ଖୋଦ ବିଜେଡି ସୁପ୍ରିମୋ ଜାତୀୟ ଗଣମାଧ୍ୟମରେ ସ୍ପଷ୍ଟ ଉତ୍ତର ମଧ୍ୟ ରଖିଛନ୍ତି। ତାହା ହେଉଛି ଓଡିଶା ସ୍ବାର୍ଥ ପାଇଁ ବିଜେଡି ସମର୍ଥନ କରିବାରେ କୈଣସି ଅସୁବିଧା ନାହିଁ। ସେହି କଥା ବର୍ତ୍ତମାନ ସତ ବୋଲି ପ୍ରମାଣିତ ହୋଇଛି। ଏହି ଘଟଣା ପରେ ବିଜେଡି ବିଜେପି ମଧ୍ୟରେ ଆହୁରି ଅନେକ କଥା ଆଗକୁ ଘଟିବ ବୋଲି ସମ୍ଭାବନା ସୃଷ୍ଟି ହେଲାଣି।

BJD BJP candidate declare naveenpattanaik rajyasabha thesamikhsya
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ‘ଗୁଡ ଫ୍ରାଇ ଡେ’: ଜାଣନ୍ତୁ ଏହାକୁ କାହିଁକି ପାଳନ କରାଯାଏ ଓ ଏହି ଦିନର ମହତ୍ତ୍ଵ?

April 3, 2026

ଓଡ଼ିଶାରେ ଆଦିବାସୀ ସାଂସ୍କୃତିକ ଐତିହ୍ୟର ପ୍ରଚାର

April 3, 2026

ଲୋକସଭା ଏବଂ ରାଜ୍ୟସଭାରେ ଜନ ବିଶ୍ୱାସ ବିଲ୍- ୨୦୨୬ ପାସ୍

April 3, 2026

ପଶ୍ଚିମ ଏସିଆର ସାମ୍ପ୍ରତିକ ଘଟଣାକ୍ରମ ଉପରେ ଆନ୍ତଃମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀ

April 3, 2026
Latest News

ବ୍ରହ୍ମପୁର ପୌର ନିଗମର ଷ୍ଟାଣ୍ଡିଂ କମିଟି ବୈଠକ

April 3, 2026

ବିବାହ ପ୍ରତିଶ୍ରୁତି ଦେଇ ମହିଳାଙ୍କୁ ପ୍ରତାରଣା: ଅଭିଯୁକ୍ତ ଯୁବକଙ୍କୁ ଗିରଫ କଲା ପୋଲିସ

April 3, 2026

ଆଜି ‘ଗୁଡ ଫ୍ରାଇ ଡେ’: ଜାଣନ୍ତୁ ଏହାକୁ କାହିଁକି ପାଳନ କରାଯାଏ ଓ ଏହି ଦିନର ମହତ୍ତ୍ଵ?

April 3, 2026

୨୦୨୬ ଆଇପିଏଲ: ପ୍ରଥମ ବିଜୟ ପରେ କେଉଁ ସ୍ଥାନରେ ରହିଲା SRH, ଜାଣନ୍ତୁ ପଏଣ୍ଟ ଟେବୁଲ

April 3, 2026

ଦଣ୍ଡ ନାଚରେ ଅଶ୍ଳୀଳତା ପ୍ରସଙ୍ଗ: କାରଣ ଦର୍ଶାଅ ନୋଟିସ ଜାରି କଲେ ଛତ୍ରପୁର ତହସିଲଦାର

April 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.