Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଓଡିଶା ବିଧାନସଭାରେ ବିରୋଧୀ ଦଳର ମୌଳିକ ଦାୟିତ୍ଵ ତୁଲାଇବାରେ ବିଜେପି ସଫଳ ହେବ କି?
ବିଶେଷ ଖବର

ଓଡିଶା ବିଧାନସଭାରେ ବିରୋଧୀ ଦଳର ମୌଳିକ ଦାୟିତ୍ଵ ତୁଲାଇବାରେ ବିଜେପି ସଫଳ ହେବ କି?

June 23, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଓଡିଶା ବିଧାନସଭାରେ ବିରୋଧୀ ଦଳର ମୌଳିକ ଦାୟିତ୍ଵ ତୁଲାଇବାରେ ବିଜେପି ସଫଳ ହେବ କି?
ଓଡିଶା ବିଧାନସଭାରେ ବିରୋଧୀ ଦଳର ମୌଳିକ ଦାୟିତ୍ଵ ତୁଲାଇବାରେ ବିଜେପି ସଫଳ ହେବ କି?

କେଦାର ମିଶ୍ର

ରାଜ୍ୟସଭା ଉପ ନିର୍ବାଚନ ଲାଗି ପ୍ରାର୍ଥୀ ଘୋଷଣା ହେବା ପରେ ଓଡିଶାର ବିରୋଧୀ ରାଜନୀତି ଏକ ପ୍ରକାର ଶୂନ୍ୟସ୍ଥାନ ପାଲଟି ଯାଇଛି। ନିର୍ବାଚନ ପରବର୍ତ୍ତୀ ବିଜେଡି-ବିଜେପି ମଧୁଚନ୍ଦ୍ରିକା ଏବେ ସବୁଠୁ ଚିନ୍ତାର ବିଷୟ। ଦୀର୍ଘ ବର୍ଷର ବ୍ୟବଧାନ ପରେ କଂଗ୍ରେସ ବିଧାନସଭାରେ ମାତ୍ର ୯ ଟି ଆସନ ପାଇଛି। ତେବେ ମୁଖ୍ୟ ବିରୋଧୀ ଦଳ ଭୂମିକା ପାଇଥିବା ବିଜେପିର ୨୩ ଜଣ ବିଧାୟକ ନିର୍ବାଚିତ ହୋଇ ଆସିଛନ୍ତି। ଗତ ନିର୍ବାଚନ ସମୟରେ ବିଜେଡ଼ି ଓ ବିଜେପି ଭିତରେ ଯେଉଁ ପ୍ରଚଣ୍ଡ ବିରୋଧ ରହିଥିଲା, ସେଥିରୁ ଗୋଟେ କଥା ଲୋକ ଆଶା କରୁଥିଲେ ଯେ, ଏଥର ବିଧାନସଭାରେ ବିଜେପିର ଆକ୍ରାମକ ଭୂମିକା ରହିବ। ନୂଆ କରି ନିର୍ବାଚିତ ହୋଇଥିବା ବିଜେପିର ବଡ ଭାଗ ବିଧାୟକ ବିଧାନସଭାରେ ନିଜର ବିରୋଧୀ ଭୂମିକା ତୁଲାଇବାରେ ହୁଏତ ସଫଳ ହେବେ! ହେଲେ ନିର୍ବାଚନ ପରେ ପରେ ଶାସକ ବିଜେଡି ଓ ବିରୋଧୀ ବିଜେପି ଭିତରେ ସମ୍ପର୍କ ଏତେ ମଧୁର ହୋଇ ଯାଇଛି ଯେ, ସେ ମାଧୁର୍ୟ ଦେଖି ଆମର ଗଣତନ୍ତ୍ର ଉପରେ ପୋକ ମାଡିଯିବାର ସମ୍ଭାବନା ଦେଖା ଦେଲାଣି। ନିର୍ବାଚନ ପରେ କେନ୍ଦ୍ରରେ ବିଜେଡ଼ି  ବିଜେପିର ଅତ୍ୟନ୍ତ ଅନୁଗତ ଭୂମିକା ନିଭାଉଥିବା ବେଳେ ରାଜ୍ୟରେ ବିଜେପି କିଂ କର୍ତ୍ତବ୍ୟ ବିମୂଢ ହୋଇ ବସି ରହିଛି। ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭାବପ୍ରୀତି ଦେଖି ରାଜ୍ୟ ବିଜେପି ନେତାମାନେ କି ପ୍ରକାର ପ୍ରତିକ୍ରିୟା ଦେବେ, ଭାବି ପାରୁନାହାନ୍ତି।

ସବୁଠୁ ମଜାର କଥା ହେଉଛି, ରାଜ୍ୟ ସଭା ଉପନିର୍ବାଚନରେ ବିଜେପି ଓଡିଶାରେ ପ୍ରାର୍ଥୀ ଦେଉଥିବା କଥା ଓଡିଶାର କୌଣସି ନେତାଙ୍କୁ ଜଣା ନଥିଲା। ଏପରିକି ଖୋଦ ରାଜ୍ୟ ସଭାପତି ବସନ୍ତ ପଣ୍ଡା ଏ ବିଷୟରେ କିଛି ଜାଣିନଥିଲେ ବୋଲି ବିଜେପିର ଜଣେ ତୁଙ୍ଗ ନେତା କହିଛନ୍ତି। ଅଶ୍ବିନୀ ବୈଷ୍ଣବ କିଏ ଓ ଦଳରେ ତାଙ୍କର ଭୂମିକା କଣ ହେବ, ବିଜେଡି ସହିତ ଏ ନେଇ ପ୍ରଧାନମନ୍ତ୍ରୀଙ୍କର କଣ ଆଲୋଚନା ହୋଇଛି, ସେ ବିଷୟରେ ରାଜ୍ୟ ବିଜେପି ଆଜି ମଧ୍ୟ ଅନ୍ଧାରରେ ରହିଛି। କେବଳ ଲୋକ ଦେଖାଣିଆ ଭାବରେ ବିଜେପି ନିଜର ଟାଣପଣ ଦେଖାଉଥିବା ବେଳେ ଅସଲ କ୍ଷେତ୍ରରେ ଏହା ବିଜେଡି ଆଗରେ ଯୁଦ୍ଧ ଆରମ୍ଭ ହେବା ପୂର୍ବରୁ ଅସ୍ତ୍ରତ୍ୟାଗ କରି ଦେଇଛି। ରାଜ୍ୟ ସଭାରେ ଗୋଟିଏ ଆସନ ପାଇବାକୁ ଯାଇ ଓଡିଶାବାସୀଙ୍କ ଆଗରେ ବିଜେପି ନିଜର ମୁଖ୍ୟ ବିରୋଧୀ ହେବାର ଗରିମାକୁ ହରାଇଛି।

ବାସ୍ତବ କ୍ଷେତ୍ରରେ ନବୀନ ଓ ମୋଦୀଙ୍କ ଭିତରେ କଣ ବୁଝାମଣା ହୋଇଛି ଓ ଅଶ୍ବିନୀ ବୈଷ୍ଣବଙ୍କୁ ରାଜ୍ୟ ସଭା ପଠାଇବାର ରହସ୍ୟ କଣ, ସେକଥା ବିଜେପି ଓ ବିଜେଡ଼ିର ନେତାମାନେ କେବେହେଲେ ଜାଣି ପାରିବେ ନାହିଁ। ଅତ୍ୟନ୍ତ ଚତୁରତାର ସହିତ ନବୀନ ପଟ୍ଟନାୟକ ବିଜେପିକୁ ଗୋଟିଏ ରାଜ୍ୟସଭା ଆସନ ଦେଇ ଏହାର ବିରୋଧୀ ମୁହଁକୁ ବନ୍ଦ କରିଦେଇଛନ୍ତି। ଲୋକଙ୍କ ଭିତରେ ଗୋଟେ ବାର୍ତ୍ତା ପହଞ୍ଚି ସାରିଛି ଯେ, ବିଜେଡି ଓ ବିଜେପି ଭିତରେ ଭିତିରି ବୁଝାମଣା ରହିଛି। ବିଧାନସଭାରେ, ପାଟକୁରା ଓ ବିଜେପୁର ଉପ ନିର୍ବାଚନରେ କିମ୍ବା ଆଗାମୀ ପୌର ନିର୍ବାଚନରେ ବିଜେପି ନବୀନ ପଟ୍ଟନାୟକଙ୍କ ବିରୋଧରେ ଯେତେ ଗର୍ଜିଲେ ମଧ୍ୟ ଲୋକେ ଆଉ ତାଙ୍କୁ ବିଶ୍ବାସକୁ ନେବେ ନାହିଁ।

ଓଡିଶା ରାଜନୀତିର ସବୁଠୁ ଭୟଙ୍କର ସତ୍ୟ ଟି ହେଲା, ଗତ କୋଡିଏ ବର୍ଷ ଧରି ବିରୋଧୀ ପକ୍ଷ ଶାସକ ଦଳ ପାଖରେ ନିଜକୁ ବନ୍ଧା ପକେଇ ଦେଉଛନ୍ତି। କେନ୍ଦ୍ରରେ କ୍ଷମତାସୀନ ଥାଇ ମଧ୍ୟ ଓଡିଶାରେ ବିଜେପି ବିଜେଡ଼ିର ଛତ୍ରଛାୟା ତଳେ ରହୁ ବୋଲି ଏହାର କେନ୍ଦ୍ରୀୟ ନେତୃତ୍ଵ ଚାହୁଁଛନ୍ତି। ନବୀନଙ୍କୁ ନିର୍ବାଚନ ଯୁଦ୍ଧରେ ପରାସ୍ତ କରିବା ସମ୍ଭବ ହେଉନଥିବାରୁ, ତାଙ୍କ ସହ ସନ୍ଧି କରି କିଛି ଫାଇଦା ଉଠାଇବାକୁ ବିଜେପି ଚେଷ୍ଟା କରୁଛି। ବିଜେଡି ଭିତରେ ନବୀନଙ୍କ ଉତ୍ତରାଧିକାର ପ୍ରସଙ୍ଗ ଉପରେ ବିଜେପି ତୀକ୍ଷ୍ନ ନଜର ରଖିଛି। ତାମିଲନାଡୁ ରେ ଜୟଲଳିତାଙ୍କ ପରେ ଏଆଇଏଡିଏମକେ କୁ ବିଜେପି ପରୋକ୍ଷରେ ନିୟନ୍ତ୍ରିତ କଲାପରି, ହୁଏତ ଓଡିଶାରେ ସେମିତି ଏକ ସୁଯୋଗ ଆସିପାରେ ବୋଲି ବିଜେପି  ଭାବୁଥାଇପାରେ। ହେଲେ ଏ ପ୍ରକାର ଭାବନା ଅନେକଟା ବାଚାଳାମୀ ଓ ମିଛ ଆଶା ଉପରେ ହିଁ ପର୍ୟବସିତ।

ଆଜି ବିଜେପି ବିଧୟାକ ଦଳର ନେତା ଯିଏ ବି ନିର୍ବାଚିତ ହୁଅନ୍ତୁ, ବିଧାନସଭା ଭିତରେ ଓ ବାହାରେ ବିଜେଡ଼ିକୁ ଘେରିବା ଲାଗି ତାଙ୍କ ପାଖରେ ନୈତିକ ସାହସ ରହିବ ନାହିଁ। ରାଜ୍ୟର ସ୍ଵାର୍ଥ ଲାଗି ଆମେ କେନ୍ଦ୍ର ସରକାରକୁ ସହଯୋଗ କରୁଛୁ ବୋଲି ବିଜେଡି ପାଖରେ ଏକ ସହଜିଆ ଯୁକ୍ତି ରହିଛି। ଏହି ଯୁକ୍ତି ବିରୋଧୀ ଦଳ କରିପାରିବ ନାହିଁ। ବିଜେପିର ବିଜେଡି ପ୍ରତି କେନ୍ଦ୍ରରେ ନରମ ଓ ରାଜ୍ୟରେ ଗରମ ଆଭିମୁଖ୍ୟକୁ ସାଧାରଣ ଲୋକ ଏବେ ଟାହି ଟାପରା କଲେଣି।

ମୁଖ୍ୟ ବିରୋଧୀ ଦଳ ବିଜେପି ଏବେ ବିଜେଡ଼ିର ପକେଟରେ ରହିଥିବାରୁ ରାଜ୍ୟର ବିରୋଧୀ ରାଜନୀତି ବାସ୍ତବରେ କୋମାରେ ବୋଲି ବିଚାର କରିବାକୁ ହେବ!!

BJD BJP odishaassembly
Share. Facebook Twitter LinkedIn Email WhatsApp Copy Link

Related Posts

ଉତ୍ତରପ୍ରଦେଶ ପ୍ରୟାଗରାଜରେ ଶ୍ରୀଜଗନ୍ନାଥ ମନ୍ଦିର ଉଦ୍‌ଘାଟିତ

February 26, 2026

ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀ-୨୦୨୬: ଦର୍ଶକ ନୁହେଁ, ଭାଗୀଦାର ଭାବେ ଭାରତକୁ ବିଶ୍ୱର ସମର୍ଥନ

February 25, 2026

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଇସ୍ରାଏଲରେ ଭବ୍ୟ ସ୍ୱାଗତ: ବିମାନବନ୍ଦରରେ ମିଳିଲା ଗାର୍ଡ ଅଫ୍ ଅନର

February 25, 2026

“ଆମେ ନ୍ୟାୟପାଳିକାକୁ ବଦନାମ କରିବା ପାଇଁ ଦେବୁ ନାହିଁ…”: NCERT ପୁସ୍ତକ ଉପରେ CJI କ୍ଷୁବ୍ଧ

February 25, 2026
Latest News

ଉତ୍ତରପ୍ରଦେଶ ପ୍ରୟାଗରାଜରେ ଶ୍ରୀଜଗନ୍ନାଥ ମନ୍ଦିର ଉଦ୍‌ଘାଟିତ

February 26, 2026

ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀ-୨୦୨୬: ଦର୍ଶକ ନୁହେଁ, ଭାଗୀଦାର ଭାବେ ଭାରତକୁ ବିଶ୍ୱର ସମର୍ଥନ

February 25, 2026

ହୋଲି ପୂର୍ବରୁ ସରକାରୀ ଉପହାର: ମହଙ୍ଗା ଭତ୍ତା ୩% ବୃଦ୍ଧି

February 25, 2026

ଭିଜିଲାନ୍ସ ଜାଲରେ ଖଣି ଅଧିକାରୀ: ନଗଦ ୪.୨୭ କୋଟି ସହ ସୁନା ଗହଣା ଜବତ

February 25, 2026

କଟକର ଐତିହ୍ୟ ସ୍ଥଳୀ ପରିଦର୍ଶନ କଲେ ମଧ୍ୟପ୍ରଦେଶ ଗଣମାଧ୍ୟମ ପ୍ରତିନିଧି ଦଳ

February 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.