Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»BSKY ଚାଲୁ ଅଛି, ଚିକିତ୍ସାରେ ଅବହେଳା କଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ: ମୁଖ୍ୟ ଶାସନ ସଚିବ
ବିଶେଷ ଖବର

BSKY ଚାଲୁ ଅଛି, ଚିକିତ୍ସାରେ ଅବହେଳା କଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ: ମୁଖ୍ୟ ଶାସନ ସଚିବ

June 6, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link
PradipJena

ଭୁବନେଶ୍ଵର: ରାଜ୍ୟରେ ବିଜେଡ଼ି ସରକାର ଆଉ ନାହିଁ। ନବୀନ ପଟ୍ଟନାୟକ ରାଜ୍ୟରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ଚଳିତ ନିର୍ବାଚନରେ ବିଜେପି ସଂଖ୍ୟା ଗରିଷ୍ଠତା ହାସଲ କରିଛି। ତେବେ ରାଜ୍ୟରୁ ବିଜେଡ଼ି ସରକାରର ପତନ ପରେ ଲୋକମାନଙ୍କ ମଧ୍ୟରେ ଅନେକ ଆଶଙ୍କା ଦେଖାଦେଇଛି। ବିଜେଡ଼ି ସରକାର ଦ୍ଵାରା ଲାଗୁ ହୋଇଥିବା ଯୋଜନା ଗୁଡିକ ବନ୍ଦ ହୋଇଯିବ ବୋଲି ଲୋକଙ୍କ ମଧ୍ୟରେ ଆଶଙ୍କା ଦେଖାଦେଇଛି। ଏହିକ୍ରମରେ ରାଜ୍ୟରେ ପ୍ରଚଳିତ ଲୋକପ୍ରିୟ ଯୋଜନା ମଧ୍ୟରୁ ବିଜୁସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅନ୍ୟତମ। ଏହି ଯୋଜନା ମଧ୍ୟ ବନ୍ଦ ହୋଇଯାଇଥିବା ଗୁଜବ ସୃଷ୍ଟି ହୋଇଛି, ଯାହାକୁ ନେଇ ରୋଗୀ ଏବଂ ତାଙ୍କ ପରିବାର ଉପରେ ଆତଙ୍କ ଖେଳିଯାଇଛି।

ତେବେ ଏହାକୁ ନେଇ ଉପୁଜିଥିବା ଦ୍ଵନ୍ଦ୍ଵକୁ ରାଜ୍ୟର ମୁଖ୍ୟ ଶାସନ ସଚିବ ସମାଧାନ କରିଛନ୍ତି। ମୁଖ୍ୟ ଶାସନ ସଚିବଙ୍କ ଅନୁଯାୟୀ, ରାଜ୍ୟରେ ଏପର୍ଯ୍ୟନ୍ତ ବିଜୁସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଜାରି ରହିଛି। ନୂଆ ଯୋଜନା ଲାଗୁ ହେବା ପର୍ଯ୍ୟନ୍ତ ଏହି ଯୋଜନା ବଳବତ୍ତର ରହିବ। ବିଏସକେୱାଇ ରେ ପଞ୍ଜୀକୃତ ହୋଇଥିବା ହସ୍ପିଟାଲଗୁଡିକ ଉକ୍ତ ଯୋଜନାରେ ମିଳୁଥିବା ସମସ୍ତ ସ୍ୱାସ୍ଥ୍ୟ ସେବା ଜାରି ରଖିବେ। ଯଦି କୌଣସି ହସ୍ପିଟାଲ ସ୍ୱାସ୍ଥ୍ୟ ସେବାରେ ଅବହେଳା କରନ୍ତି, ତେବେ ସେମାନଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି।

BJD BJP BSKY election 2024
Share. Facebook Twitter LinkedIn Email WhatsApp Copy Link

Related Posts

ଡିମ୍ପଲ ଯାଦବଙ୍କ ସମେତ ଅନେକ ଏସପି ସାଂସଦ ଅଟକ: ସମାଜବାଦୀ ପାର୍ଟିର ଦାବି

July 20, 2026

ସତରେ କ’ଣ NEET ଫଳାଫଳରେ ଅନିୟମିତତା ହୋଇଛି?: ଜାଣନ୍ତୁ NTA ର ପ୍ରତିକ୍ରିୟା

July 20, 2026

ଇରାନରେ କିଛି ବଡ଼ ଘଟଣା ଘଟିବ?: ନିଜ ନାଗରିକମାନଙ୍କୁ ତୁରନ୍ତ ଦେଶ ଛାଡିବାକୁ ଅନୁରୋଧ କଲା ଭାରତ

July 20, 2026

ଐତିହ୍ୟ କାହାଣୀ ବା ‘ହେରିଟେଜ୍ ଟେଲ୍ସ’ କଳା ପ୍ରଦର୍ଶନୀ ଉଦ୍ଘାଟିତ

July 20, 2026
Latest News

ବାଣପୁର: ଉତ୍ତରାୟଣୀ ପୀଠରେ ଭାଜପାର ବନ୍ଧୁ ମିଳନ କାର୍ଯ୍ୟକ୍ରମ

July 20, 2026

ବାଣପୁର-ବାଲୁଗାଁ ରୋଟାରୀ କ୍ଲବର ଗଠନମୂଳକ ସଭା

July 20, 2026

ଡିମ୍ପଲ ଯାଦବଙ୍କ ସମେତ ଅନେକ ଏସପି ସାଂସଦ ଅଟକ: ସମାଜବାଦୀ ପାର୍ଟିର ଦାବି

July 20, 2026

ତ୍ରିପୁରା ଡିଜିପି ଅନୁରାଗ ଧନଖଡ଼ଙ୍କ ଆତ୍ମହତ୍ୟା!: ପୋଲିସ ମୁଖ୍ୟାଳୟରୁ ମୃତଦେହ ଉଦ୍ଧାର

July 20, 2026

ସତରେ କ’ଣ NEET ଫଳାଫଳରେ ଅନିୟମିତତା ହୋଇଛି?: ଜାଣନ୍ତୁ NTA ର ପ୍ରତିକ୍ରିୟା

July 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.