Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବିଧାନସଭାର ପ୍ରଥମ ଦିନ, କଂଗ୍ରେସ ହିଁ ବିରୋଧୀ ଦଳ, ବିଜେପି ବିଜେଡ଼ିର “ବି–ଟିମ” ମାତ୍ର!!
ବିଶେଷ ଖବର

ବିଧାନସଭାର ପ୍ରଥମ ଦିନ, କଂଗ୍ରେସ ହିଁ ବିରୋଧୀ ଦଳ, ବିଜେପି ବିଜେଡ଼ିର “ବି–ଟିମ” ମାତ୍ର!!

June 26, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଏକ ଉତ୍ତର ମିଳୁନଥିବା ପ୍ରଶ୍ନ - ଓଡିଶା ବିଧାନସଭାରେ ବିରୋଧୀ ଦଳ ନେତା କିଏ?
ବିଧାନସଭାର ପ୍ରଥମ ଦିନ, କଂଗ୍ରେସ ହିଁ ବିରୋଧୀ ଦଳ, ବିଜେପି ବିଜେଡ଼ିର “ବି–ଟିମ” ଏକ ଉତ୍ତର ମିଳୁନଥିବା ପ୍ରଶ୍ନ - ଓଡିଶା ବିଧାନସଭାରେ ବିରୋଧୀ ଦଳ ନେତା କିଏ?

କେଦାର ମିଶ୍ର

ଗତକାଲି ଷୋଡଶ ବିଧାନସଭାର ପ୍ରଥମ ଅଧିବେଶନ ଆରମ୍ଭ ହୋଇଛି। ପାରମ୍ପାରିକ ଭାବରେ ରାଜ୍ୟପାଳ ଗୃହକୁ ନିଜ ସରକାରର ଆଭିମୁଖ୍ୟ ବିଷୟରେ ସମ୍ବୋଧିତ କରିଛନ୍ତି। ବିଧାନସଭାର ବିରୋଧୀ ଦଳ ନେତା ଭାବରେ ବିଜେପି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ୍ତ ନାୟକ  ତାଙ୍କର କାର୍ୟ ଆରମ୍ଭ କରିଛନ୍ତି। ତେବେ ବୈଧାନିକ ଭାବରେ ବାଚସ୍ପତି ବିରୋଧୀ ଦଳ ନେତାଙ୍କ ନିର୍ବାଚନ ପ୍ରସଙ୍ଗ ଗୃହରେ ଘୋଷଣା କାରିବା କଥା। ତାହା କରିନଥିବାରୁ ଏହାକୁ ନେଇ କଂଗ୍ରେସର ବରିଷ୍ଠ ସଦସ୍ୟ ନରସିଂହ ମିଶ୍ର ପ୍ରଶ୍ନ ଉଠାଇଛନ୍ତି। କଂଗ୍ରେସ ବିଧାୟକ ଦଳର   ସଂଖ୍ୟା କମ ଥିଲେ ମଧ୍ୟ, ବିରୋଧୀ ଭାବରେ କଂଗ୍ରେସର ସ୍ଵର ହିଁ ଆଜି ବିଧାନସଭାରେ ପ୍ରମୁଖ ଥିଲା। ରାଜ୍ୟସଭା ନିର୍ବାଚନରେ ବିଜେଡି ଠାରୁ ସମର୍ଥନ ନେଇ ବିଜେପି ନୈତିକ ଭାବରେ ବିରୋଧୀ ହେବାର ମର୍ୟାଦା ହରାଇ ଦେଇଛି। ବିଧାନସଭା ଭିତରେ ବିଜେପି ବିଧାୟକମାନେ ଏକ ପ୍ରକାର ନୀରବ ଓ ଶାସକ ଦଳର ସମର୍ଥକ ପରି ବସିରହିଥିଲେ। ସାଧାରଣତଃ ରାଜ୍ୟପାଳଙ୍କ ଉଦ୍ବୋଧନ ସମୟରେ ବିରୋଧିଦଳ ଗୁଡିକ ହୋ ହଲ୍ଲା କରିଥାନ୍ତି। ବିଜେପି ଏଥର ରାଜ୍ୟପାଳଙ୍କ ଭାଷଣକୁ ବିରୋଧ କରିନଥିଲା। କଂଗ୍ରେସ ରାଜ୍ୟପାଳଙ୍କ ଭାଷଣ ଶୁଣିଥିଲେ ମଧ୍ୟ, ନିଜର ପ୍ରତିବାଦକୁ ଜାହିର କରିବାରେ ସଫଳ ହୋଇଥିଲା।

ବିଜେପି ପାଇଁ ଏବେ ରାଜନୈତିକ ଦୃଷ୍ଟିରୁ ଏକ ପ୍ରକାର ଅସ୍ତିତ୍ଵ ସଙ୍କଟ ଦେଖା ଦେଇଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେଡି ସହିତ ବିଜେପିର ଖୋଲା ବୁଝାମଣା ହୋଇଛି ବୋଲି ସ୍ଵୀକାର କରିବା ପରେ ବିଧାୟକ ଦଳ ଏବେ କେଉଁ ମୁହଁରେ ନିଜର ବିରୋଧ ଜାହିର କରିବ? ବିରୋଧୀ ଦଳ ନେତା ଭାବରେ ପ୍ରଦୀପ୍ତ ନାୟକଙ୍କ ନିର୍ବାଚନରୁ ଏ କଥା ଆହୁରି ସ୍ପଷ୍ଟ ହୋଇଯାଇଛି ଯେ, ଶାସକ ଦଳ ପ୍ରତି ବିଜେପି ନରମ ଆଭିମୁଖ୍ୟ ପୋଷଣ କରିବାକୁ ଯାଉଛି। ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର ନିଜର ଉଗ୍ର ଆଚରଣ ପାଇଁ ପ୍ରସିଦ୍ଧ। ତେଣୁ ତାଙ୍କୁ ଜାଣିଶୁଣି ବିଧାୟକ ଦଳର ନେତା କରାଗଲା ନାହିଁ ବୋଲି କୁହାଯାଉଛି। କେଉଁଠି ନା କେଉଁଠି ବିଜେପି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ନିଜର ଦୁର୍ବଳତା ପ୍ରଦର୍ଶନ କରୁଛି। ମୁଖ୍ୟମନ୍ତ୍ରୀଙ୍କୁ ଖୁସି କରିବାକୁ ଯାଇ ବିଜେପି ଭବାନୀପାଟଣା ବିଧାୟକ ତଥା  ପୂର୍ବତନ ମନ୍ତ୍ରୀ ପ୍ରଦୀପ୍ତ ନାୟକଙ୍କୁ ବିରୋଧୀ ଦଳ ନେତା କରିଛି। ପ୍ରଦୀପ୍ତ ନାୟକ ସ୍ବଭାବତଃ ନରମ ଓ ଆକ୍ରାମକ ରାଜନୀତି ତାଙ୍କର ପରିଚୟ ନୁହେଁ। ବିଧାନସଭା ଅଧିବେଶନ ପୂର୍ବରୁ କିଛି ଟେଲିଭିଜନ ଚାନେଲର ବିତର୍କରେ ଭାଗ ନେଇ ପ୍ରଦୀପ୍ତ ନାୟକ ନିଜର  ନରମ ଆଭିମୁଖ୍ୟକୁ  ସ୍ପଷ୍ଟ କରିଛନ୍ତି। ବିରୋଧିଦଳ ନେତା ଭାବରେ ପ୍ରଦୀପ୍ତ ବାବୁ ଅତ୍ୟନ୍ତ ନରମପନ୍ଥୀ ଓ ଏହା ଶାସକ ଦଳକୁ ବେଶ ସୁହାଇବ।

ଅପରପକ୍ଷରେ ଆଜି କଂଗ୍ରେସର ଅଭିଜ୍ଞ ବିଧାୟକ ନରସିଂହ ମିଶ୍ର, ସୁରେଶ ରାଉତରାୟ, ତାରାପ୍ରସାଦ ବାହିନୀପତି, ସନ୍ତୋଷ ସିଂ ସାଲୁଜା, ରମେଶ ଜେନା ପ୍ରମୁଖ ବେଶ ଆକ୍ରାମକ ଭୂମିକାରେ ରହିଥିଲେ। ବିଭିନ୍ନ ପ୍ରଶ୍ନ ଓ ପ୍ରତିବାଦ ଜରିଆରେ ବିଧାନସଭା ଭିତରେ କଂଗ୍ରେସ ନିଜର ବିରୋଧୀ ଭୂମିକାକୁ ସାବ୍ୟସ୍ତ କରିଥିଲା। ରାଜ୍ୟସଭା ନିର୍ବାଚନ ପ୍ରସଙ୍ଗରେ ଉଭୟ ବିଜେଡି ଓ ବିଜେପିକୁ କାଠଗଡାରେ ଛିଡା କରାଇବାରେ କଂଗ୍ରେସ ସଫଳ ହୋଇଥିଲା। ଆଗକୁ ବିଜେପି ତୁଳନାରେ କଂଗ୍ରେସକୁ ମନାଇବା ବାଚସ୍ପତି ଓ ଶାସକ ଦଳ ମୁଖ୍ୟ ସଚେତକଙ୍କ ପାଇଁ ବଡ ଆହ୍ଵାନ ହେବ ବୋଲି ଗତକାଲି ସ୍ପଷ୍ଟ ହୋଇ ଯାଇଛି। ବିଜେଡି ବିଜେପି ଭାଇ ଭାଇ ବୋଲି ଏକ ରାଜନୈତିକ ବାର୍ତ୍ତା ଦେବାରେ କଂଗ୍ରେସ ବିଧାୟକମାନେ ଗୃହ ଭିତରେ ସମର୍ଥ ହୋଇଛନ୍ତି।

ଗୃହ ବାହାରେ ଅନୁଷ୍ଠିତ ବିଭିନ୍ନ ଟେଲିଭିଜନ ବିତର୍କରେ ମଧ୍ୟ କଂଗ୍ରେସ ବିଧାୟକମାନେ ନିଜର ଶାଣିତ ଯୁକ୍ତି ରଖିଛନ୍ତି। ଯଦିଓ ଅଖିଳ ଭାରତୀୟ କଂଗ୍ରେସ କମିଟି ମାସେ ପାଇଁ ଟେଲିଭିଜନ ବିତର୍କକୁ ବର୍ଜନ କରିଛି, ତଥାପି ଆଜି ମହମ୍ମଦ ମୁକିମଙ୍କ ପରି କିଛି ବିଧାୟକ ନିଜର ସ୍ପଷ୍ଟ ସରକାର ବିରୋଧୀ ମତ ରଖିଛନ୍ତି। ଗୃହ ବାହାରର ବିତର୍କରେ ବିଜେପି ବିଧାୟକମାନଙ୍କର ମାନସିକ ଦ୍ଵନ୍ଦ୍ଵ ବାରି ହୋଇ ପଡୁଥିଲା। ସେମାନେ ମୁଖ୍ୟ ବିରୋଧୀ ଦଳର ପ୍ରତିନିଧି ନା ଶାସକ ଦଳର ସହଯୋଗୀ, ସେକଥା ସେମାନେ  ସ୍ପଷ୍ଟ ଜାଣିନଥିବା ଭଳି ମନେ ହେଉଥିଲା। ତେବେ ଏହାରି ଭିତରେ କ୍ଷମତାସୀନ ବିଜେଡି ଦଳ ଏକ ପ୍ରକାର ଅଚିନ୍ତା ଥିବାର ଦେଖିବାକୁ ମିଳିଥିଲା। ମୁଖ୍ୟ ବିରୋଧୀ ଦଳ ବିଜେପିର ନୀରବତା ପରେ ଏବେ ବିଜେଡି ଲାଗି ବିଧାନସଭା ନିଷ୍କଣ୍ଟକ ଭୂମି ପାଳଟି ଯାଇଛି।

BJD BJP cong odishaassembly thesamikhsya
Share. Facebook Twitter LinkedIn Email WhatsApp Copy Link

Related Posts

ଉତ୍ତରପ୍ରଦେଶ ପ୍ରୟାଗରାଜରେ ଶ୍ରୀଜଗନ୍ନାଥ ମନ୍ଦିର ଉଦ୍‌ଘାଟିତ

February 26, 2026

ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀ-୨୦୨୬: ଦର୍ଶକ ନୁହେଁ, ଭାଗୀଦାର ଭାବେ ଭାରତକୁ ବିଶ୍ୱର ସମର୍ଥନ

February 25, 2026

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଇସ୍ରାଏଲରେ ଭବ୍ୟ ସ୍ୱାଗତ: ବିମାନବନ୍ଦରରେ ମିଳିଲା ଗାର୍ଡ ଅଫ୍ ଅନର

February 25, 2026

“ଆମେ ନ୍ୟାୟପାଳିକାକୁ ବଦନାମ କରିବା ପାଇଁ ଦେବୁ ନାହିଁ…”: NCERT ପୁସ୍ତକ ଉପରେ CJI କ୍ଷୁବ୍ଧ

February 25, 2026
Latest News

ଉତ୍ତରପ୍ରଦେଶ ପ୍ରୟାଗରାଜରେ ଶ୍ରୀଜଗନ୍ନାଥ ମନ୍ଦିର ଉଦ୍‌ଘାଟିତ

February 26, 2026

ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀ-୨୦୨୬: ଦର୍ଶକ ନୁହେଁ, ଭାଗୀଦାର ଭାବେ ଭାରତକୁ ବିଶ୍ୱର ସମର୍ଥନ

February 25, 2026

ହୋଲି ପୂର୍ବରୁ ସରକାରୀ ଉପହାର: ମହଙ୍ଗା ଭତ୍ତା ୩% ବୃଦ୍ଧି

February 25, 2026

ଭିଜିଲାନ୍ସ ଜାଲରେ ଖଣି ଅଧିକାରୀ: ନଗଦ ୪.୨୭ କୋଟି ସହ ସୁନା ଗହଣା ଜବତ

February 25, 2026

କଟକର ଐତିହ୍ୟ ସ୍ଥଳୀ ପରିଦର୍ଶନ କଲେ ମଧ୍ୟପ୍ରଦେଶ ଗଣମାଧ୍ୟମ ପ୍ରତିନିଧି ଦଳ

February 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.