Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଏଥର ଓଡିଶାରେ ବ୍ୟାପକ ଭାବେ ପାଳନ ହେବ ଯୋଗ ଦିବସ, ସମସ୍ତ ସ୍କୁଲ କଲେଜ ଭାଗ ନେବାକୁ ନିର୍ଦ୍ଦେଶ
ବିଶେଷ ଖବର

ଏଥର ଓଡିଶାରେ ବ୍ୟାପକ ଭାବେ ପାଳନ ହେବ ଯୋଗ ଦିବସ, ସମସ୍ତ ସ୍କୁଲ କଲେଜ ଭାଗ ନେବାକୁ ନିର୍ଦ୍ଦେଶ

June 19, 2024No Comments4 Mins Read
Share Facebook Twitter LinkedIn Email WhatsApp Copy Link
ଏଥର ଓଡିଶାରେ ବ୍ୟାପକ ଭାବେ ପାଳନ ହେବ ଯୋଗ ଦିବସ, ସମସ୍ତ ସ୍କୁଲ କଲେଜ ଭାଗ ନେବାକୁ ନିର୍ଦ୍ଦେଶ

ଭୁବନେଶ୍ବର: ଜୁନ୍ ୨୧ ତାରିଖରେ ରାଜ୍ୟରେ ପାଳନ ହେବ ଆନ୍ତର୍ଜାତିକ ଯୋଗ ଦିବସ। ଚଳିତ ବର୍ଷ ୧୦ମ ଆନ୍ତର୍ଜାତିକ ଯୋଗ ଦିବସ ପାଳନ ହେବ। ଏ ବର୍ଷ ଯୋଗ ଦିବସ ପାଳନର ଥିମ୍ ରହିଛି ନିଜର ଓ ସମାଜ ପାଇଁ ଯୋଗ (ଯୋଗ ଫର ସେଲ୍‌ଫ୍ ଆଣ୍ଡ ସୋସାଇଟି)।

ଶାରୀରିକ, ମାନସିକ ଏବଂ ଆଧ୍ୟାତ୍ମିକ ସୁସ୍ଥତା ପାଇଁ ଯୋଗର ଉପଯୋଗିତା ସଂପର୍କରେ ଜାଣି ଏହାକୁ ଦୈନନ୍ଦିନ ଅଭ୍ୟାସ ଭାବରେ ଗ୍ରହଣ କରିବା ପାଇଁ ସଂକଳ୍ପ ନେବା ଏବଂ ଏକ ସୁସ୍ଥ ଜୀବନ ଶୈଳୀ ପାଇଁ ଯୋଗର ଆବଶ୍ୟକତା ସଂପର୍କରେ ଜନ ସାଧାରଣଙ୍କୁ ଉତ୍ସାହିତ କରିବା ଏହି ଯୋଗ ଦିବସ ପାଳନର ଉଦ୍ଦେଶ୍ୟ ରହିଛି।

ଏ ବର୍ଷ ଯୋଗ ଦିବସ ରାଜ୍ୟରେ ବିଭିନ୍ନ ଅନୁଷ୍ଠାନ ସ୍ତରରେ, ବ୍ଲକ ସ୍ତରରେ, ଜିଲ୍ଲା ସ୍ତରରେ,ସ୍କୁଲ , କଲେଜ ସ୍ତରରେ, ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଓ ରାଜ୍ୟ ସ୍ତରରେ ଅନୁଷ୍ଠିତ ହେବ।ଏଥିରେ ବ୍ୟକ୍ତି ବିଶେଷ, ଛାତ୍ରଛାତ୍ରୀ, ଯୁବ ବର୍ଗ, ମହିଳା, ସରକାରୀ ପଦାଧିକାରୀ, ସାଧାରଣ ଜନତା ଆଦି ଅଂଶ ଗ୍ରହଣ କରିବେ। ୨୧ ତାରିଖ ସକାଳ ୬ଟାରୁ ୭ ଘଟିକା ମଧ୍ୟରେ ଅଂଶଗ୍ରହଣ କାରୀମାନେ କାର୍ଯ୍ୟକ୍ରମ ସ୍ଥଳରେ ସମବେତ ହେବେ।

ନାମ ପଂଜୀକରଣ, ସମାରୋହର ଶୁଭାରମ୍ଭ ସହିତ ଅତିଥିମାନେ ଯୋଗ ଦିବସ ପରିପ୍ରେକ୍ଷୀରେ ବକ୍ତବ୍ୟ ପ୍ରଦାନ କରିବେ। ସକାଳ ୭ ଟାରେ ୧ ମିନିଟ ଧରି ପ୍ରାର୍ଥନା କରାଯିବ। ୭ ଟା ୧ ରୁ ୭.୩୨ ପର୍ଯ୍ୟନ୍ତ ଯୋଗ ପ୍ରଶିକ୍ଷକଙ୍କ ଦ୍ୱାରା ଯୋଗ ଅଧିବେଶନ ଅନୁଷ୍ଠିତ ହେବ । ୭.୩୨ ରୁ ୭.୪୪ ପର‌୍ୟ୍ୟନ୍ତ କ୍ରିୟା, ପ୍ରାଣାୟମ, ଧ୍ୟାନ, ସଂକଳ୍ପ ଅନୁଷ୍ଠିତ ହେବ । ପରେ ପରେ ଶାନ୍ତିମନ୍ତ୍ର ଓ ଶପଥପାଠ ଅନୁଷ୍ଠିତ ହେବ । ସକାଳ ୬ ଟାରୁ ୮ ଟା ମଧ୍ୟରେ ଏହି ସମସ୍ତ କାର‌୍ୟ୍ୟକ୍ରମ ଅନୁଷ୍ଠିତ ହେବ । ଏ ସମ୍ପର୍କରେ ମାର୍ଗଦର୍ଶିକା ସଂପୃକ୍ତ ସମସ୍ତଙ୍କୁ ପଠାଯାଇଛି ।

ରାଜ୍ୟରେ ଆନ୍ତର୍ଜାତିକ ଯୋଗ ଦିବସ କାର୍ଯ୍ୟକ୍ରମର ପ୍ରସ୍ତୁତି ସଂପର୍କରେ ଆଜି ଏକ ସମୀକ୍ଷା ବୈଠକ ଲୋକ ସେବା ଭବନ ସମ୍ମିଳନୀ କକ୍ଷରେ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।

ଏହି ବୈଠକରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁଗର୍ଗ, ଉଚ୍ଚ ଶିକ୍ଷା ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀ ଅରବିନ୍ଦ ଅଗ୍ରୱାଲ୍‌, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କମିଶନର ତଥା ଶାସନ ସଚିବ ଆଶ୍ୱତୀ ଏସ୍‌, ବିଏମସି କମିଶନର ଶ୍ରୀ ରାଜେଶ ପ୍ରଭାକର ପାଟିଲ, କ୍ରୀଡା ଓ ଯୁବ ସେବା ବିଭାଗ ସଚିବ ଆର୍‌. ଭିନୀଲ କ୍ରୀଷ୍ଣା, ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଡ. ବୃନ୍ଦା ଡି. ପ୍ରମୁଖ ଉପସ୍ଥିତ ଥିବା ବେଳେ ରାଜ୍ୟର ସମସ୍ତ ଜିଲ୍ଲାର ଜିଲ୍ଲାପାଳ, ଅନ୍ୟ ସମସ୍ତ ମହାନଗର ନିଗମର କମିଶନରମାନେ ଆଭାସୀ ବୈଠକରେ ଯୋଗଦେଇ ଯୋଗ ଦିବସର ପ୍ରସ୍ତୁତି ସଂପର୍କରେ ଆଲୋଚନାରେ ଅଂଶଗ୍ରହଣ କରି ସୂଚନା ପ୍ରଦାନ କରିଥିଲେ।

ବୈଠକରୁ ଜଣାଯାଇଛି ଯେ, ରାଜ୍ୟ ସ୍ତରୀୟ ଆନ୍ତର୍ଜାତୀୟ ଯୋଗ ଦିବସ ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମ୍‌ରେ ଅନୁଷ୍ଠିତ ହେବ। ସେହିପରି କଟକରେ ଜବହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମ୍‌ରେ ଏହି ଦିବସ ଅନୁଷ୍ଠିତ ହେବ। ରାଜ୍ୟ ସ୍ତରୀୟ ଉତ୍ସବରେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ସାଂସଦ ଓ ବିଧାୟକମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ଯୋଗ ଦିବସ ବିଜ୍ଞାପିତ ଅଂଚଳ ଓ ବ୍ଲକ ସ୍ତରରେ ସଂପୃକ୍ତ କାର‌୍ୟ୍ୟାଳୟ ଆଯୋଜନରେ ଅନୁଷ୍ଠିତ ହେବାକୁ ଥିବା ବେଳେ ବିଭିନ୍ନ ମେଡିକାଲ କଲେଜ ଓ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଓ ସ୍ୱାସ୍ଥ୍ୟ ଉପକେନ୍ଦ୍ର ଗୁଡ଼ିକରେ ସ୍ୱାସ୍ଥ୍ୟ ବିଭାଗ ତରଫରୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ରାଜ୍ୟରେ ଥିବା ସମସ୍ତ ଶିକ୍ଷାନୁଷ୍ଠାନ, ସ୍ୱାସ୍ଥ୍ୟ ଅନୁଷ୍ଠାନ ବା ଡାକ୍ତରଖାନା, ସମସ୍ତ ବ୍ଲକ ଓ ଏନ୍‌ଏସିରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଛାତ୍ରଛାତ୍ରୀ, ଜନସାଧାରଣ ଏଥିରେ ସାମିଲ ହେବେ।

ବର୍ଷା ଦିନକୁ ଦୃଷ୍ଟିରେ ରଖି ଯେଉଁଠି ସୁବିଧା ଅଛି, ଏହି କାର‌୍ୟ୍ୟକ୍ରମ ଜିଲ୍ଲାସ୍ତରରେ ଓ ବ୍ଲକ୍ ସଦର ମହକୁମାରେ ବଡ଼ ବଡ଼ ହଲରେ ଅନୁଷ୍ଠିତ ହେବା ନେଇ ପରାମର୍ଶ ଦିଆଯାଇଛି। ଯୋଗ ପାଇଁ ଖାଲି ତଳେ ବସି ଯୋଗ ନ କରି ସମସ୍ତଙ୍କୁ ଦରି, ତାର୍ପଲିନ୍ ଭଳି ଆସନ ବ୍ୟବହାର କରିବାକୁ ବା ବ୍ୟବସ୍ଥା କରିବାକୁ ପରାମର୍ଶ ଦିଆଯାଇଛି।

ଯେଉଁଠି ସୁବିଧା ରହିଛି ସେଠାରେ ଏଲ୍‌ଇଡି ସ୍କ୍ରିନ୍‌ରେ ଯୋଗର ଭିଡିଓ ପ୍ରଦର୍ଶିତ ହେବ। ଯୋଗ କଲାବେଳେ ଯେଉଁମାନଙ୍କର ସ୍ୱାସ୍ଥ୍ୟଗତ ସମସ୍ୟା ରହୁଛି, ସେମାନଙ୍କୁ ହାଲୁକା ଭାବେ ଯୋଗ କରିବାକୁ ପରାମର୍ଶ ଦିଆଯାଇଛି। ପ୍ରତ୍ୟେକ ଯୋଗ ଶିବିର ସ୍ଥଳରେ ଡାକ୍ତର ଓ ପାରା ମେଡିକାଲ ଷ୍ଟାଫ ରହିବେ। ସ୍ୱେଚ୍ଛାସେବୀ ଯୋଗ ପ୍ରଶିକ୍ଷକମାନଙ୍କର ଏଥିରେ ସହଯୋଗ ନେବାକୁ କୁହାଯାଇଛି। ଯୋଗ କାର‌୍ୟ୍ୟକ୍ରମ ହେଉଥିବା ସ୍ଥଳେ ଯଥେଷ୍ଟ ପରିମାଣର ପାନୀୟ ଜଳ ବ୍ୟବସ୍ଥା ରହିବ, ଓ.ଆର୍‌.ଏସ୍ ବ୍ୟବସ୍ଥା ରହିବ। ପାଣି ଗ୍ଲାସ୍ ରହିବ।

କୋଣାର୍କ ଠାରେ “ସୂର୍ଯ୍ୟ ନମସ୍କାର” ଯୋଗାସନ କରାଯିବାର ପ୍ରସ୍ତାବ ରହିଛି। ସେହିପରି ପୁରୀ ସମୁଦ୍ର କୂଳ ଓ ପୁରୀ ବଡ଼ ଦାଣ୍ଡ ପରିକ୍ରମା ପ୍ରକଳ୍ପ ସ୍ଥଳ ନିକଟରେ ମଧ୍ୟ ଯୋଗ କାର‌୍ୟ୍ୟକ୍ରମ ଆୟୋଜନ ପାଇଁ ପୁରୀ ଜିଲ୍ଲାପାଳଙ୍କୁ ପରାମର୍ଶ ଦିଆଯାଇଛି। ସ୍ୱାସ୍ଥ୍ୟ ବିଭାଗ ତରଫରୁ ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ ତଥା ଜନସ୍ୱାସ୍ଥ୍ୟ ଅଧିକାରୀମାନଙ୍କ ସହିତ ଏଥିପାଇଁ ଯୋଗାଯୋଗ ରଖାଯାଇଛି। ସେହିପରି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କ ସହିତ ଯୋଗାଯୋଗ ରଖାଯାଇଛି। ଯେଉଁ ଜିଲ୍ଲାମାନେ ଚାହିଁବେ, ଜିଲ୍ଲା ସଦରମହକୁମାରେ ଏକାଧିକ ସ୍ଥାନରେ କାର‌୍ୟ୍ୟକ୍ରମ କରିପାରିବେ।

ଯୋଗ କରିବା ପାଇଁ କ୍ରୀଡ଼ା ଓ ଯୁବ ସେବା ବିଭାଗ ତରଫରୁ ଏକ ଯୋଗ ପ୍ରଶିକ୍ଷଣ ସଂପର୍କିତ ଭିଡିଓ ପ୍ରସ୍ତୁତ କରାଯାଇଛି। ଉନ୍ନୟନ କମିଶନର ଶ୍ରୀମତୀ ଗର୍ଗ ଆଲୋଚନାରେ ଯୋଗ ଦେଇ ଗର୍ଭବତୀ ମହିଳା ଓ ରକ୍ତଚାପ ରହୁଥିବା ବ୍ୟକ୍ତି ଅନ୍ୟାନ୍ୟ ସମସ୍ୟା ରହୁଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ଡାକ୍ତରକୁ ପଚାରି ଯୋଗରେ ସାମିଲ ହେବାକୁ ପରାମର୍ଶ ଦେଇଛନ୍ତି।
ଆନ୍ତର୍ଜାତିକ ଯୋଗ ଦିବସଙ୍କୁ ସମସ୍ତଙ୍କ ସହଯୋଗରେ ଭଲ ଭାବରେ ଆୟୋଜନ କରିବାକୁ ମୁଖ୍ୟ ଶାସନ ସଚିବ ସମସ୍ତଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଥିଲେ।

ଅନ୍ତର୍ଜାତୀୟ ଯୋଗ ଦିବସ ପ୍ରଦୀପ ଜେନା ଯୋଗ ଦିବସ
Share. Facebook Twitter LinkedIn Email WhatsApp Copy Link

Related Posts

ପରିତ୍ୟକ୍ତ ନାଳରୁ ଯୁବକଙ୍କ ମୃତ ଦେହ ଉଦ୍ଧାର: ପୋଲିସ ଓ ସାଇଣ୍ଟିଫିକ ଟିମର ତଦନ୍ତ ଆରମ୍ଭ

February 1, 2026

ଇଶାନଙ୍କ ଶତକ ଏବଂ ଅର୍ଶଦୀପଙ୍କ ପଞ୍ଝା: ପଞ୍ଚମ ଟି-୨୦କୁ ୪୬ ରନରେ ଜିତିଲା ଭାରତ

January 31, 2026

Odisha Cabinet Meeting: ରାଜ୍ୟ କ୍ୟାବିନେଟର ବୈଠକ, ୧୦ଟି ବିଭାଗର ୧୨ଟି ପ୍ରସ୍ତାବକୁ ମଂଜୁରୀ

January 31, 2026

Union Budget 2026: ଆସନ୍ତାକାଲି ସଂସଦରେ ବଜେଟ ଉପସ୍ଥାପନା କରିବେ ଅର୍ଥମନ୍ତ୍ରୀ

January 31, 2026
Latest News

ପରିତ୍ୟକ୍ତ ନାଳରୁ ଯୁବକଙ୍କ ମୃତ ଦେହ ଉଦ୍ଧାର: ପୋଲିସ ଓ ସାଇଣ୍ଟିଫିକ ଟିମର ତଦନ୍ତ ଆରମ୍ଭ

February 1, 2026

ଆଜି ଫେବୃୟାରୀ ୧ ଶନିବାରରେ କେତେକ ରାଶିର ଭାଗ୍ୟ ଚମକିବ, ବିଶ୍ବାସ କରିପାରିବେ ନାହିଁ

February 1, 2026

ଇଶାନଙ୍କ ଶତକ ଏବଂ ଅର୍ଶଦୀପଙ୍କ ପଞ୍ଝା: ପଞ୍ଚମ ଟି-୨୦କୁ ୪୬ ରନରେ ଜିତିଲା ଭାରତ

January 31, 2026

Odisha Cabinet Meeting: ରାଜ୍ୟ କ୍ୟାବିନେଟର ବୈଠକ, ୧୦ଟି ବିଭାଗର ୧୨ଟି ପ୍ରସ୍ତାବକୁ ମଂଜୁରୀ

January 31, 2026

Union Budget 2026: ଆସନ୍ତାକାଲି ସଂସଦରେ ବଜେଟ ଉପସ୍ଥାପନା କରିବେ ଅର୍ଥମନ୍ତ୍ରୀ

January 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.